ଏଇ କାହାଣୀ ଟି ମୁଁ ଅନେକ ଥର ଅନେକ ଲୋକଙ୍କୁ ଶୁଣାଇଛି ! ଆଜି ଲେଖିବାକୁ ମନକଲା ।
ଆଜକୁ ପ୍ରାୟଃ 350 କି 400 ବର୍ଷ ତଳର କଥା । ସେଦିନିଆ ଘୋଡ଼ା , ଘୋଡ଼ାଗାଡ଼ି ଗଧ କି ଶଗଡ଼ ଆଦି ରେ ଲୋକେଯା ଆସ କରୁଥିଲେ ।
ଦିନକର କଥା
ଦୁଇ ସାଧବ ପିତାପୁତ୍ର
ଘୋଡ଼ାଗାଡ଼ିରେ ବସି ଯରୁରୀ କାମରେ କଟକ ରୁ ପୁରୀ ଯାଉଥାଅନ୍ତି ।
ଯାଉଯାଉରାସ୍ତାରେ ହଟାତ୍ ଘୋଡ଼ାଗାଡ଼ିରୁ ଗୋଟାଏ ଘୋଡ଼ା ଖାଲରେ ପଡ଼ି ଗୁରତର ଆହାତ ହୋଇଗଲା !
ପିତାପୁତ୍ର ନିରୁପାୟ । କଣ ବା କରିବେ ନଗଲେ ବ୍ୟବସାୟ ରେ କ୍ଷତିହେବ, ଯିବାକୁ ହିଁ ହେବ ବିଚାର କରି
ଦୁହେଁ ଘୋଡ଼ାଗାଡ଼ି ରୁ ବଳକା ଗୋଟାଏ ଘୋଡ଼ା କୁ ଖୋଲିଆଣି ଯିବାକୁ ବାହାରିଲେ । ବୃଦ୍ଧ ସାଧବ କହିଲେ "ପୁଅରେ ତୁ ବରଂ ଘୋଡ଼ାରେ ବସି ଯାମୁଁ କିଛି ବାଟ ଚାଲିକି ଯିବି" ସାଧବ ପୁଅ ପିତୃଆଜ୍ଞା ସିରୋଧାର୍ଯ୍ୟ ମଣି ସେଇଭଳି କଲା ।
କିଛିବାଟ ଏଇଭଳି ସେମାନେ ଯାଉଥାଅନ୍ତି
ବାଟରେ ଗୋଟିଏ ଗାଁ ଆସିଲା
ସେଠାକା ଅଧିକାଂଶ ଲୋକେ ଶାସ୍ତ୍ରଜ୍ଞ ।
ଗାଁ ର ଲୋକେ ଦେଖିଲେ
ବୃଦ୍ଧ ସାଧବ ଚାଲି ଚାଲି ଯାଉଅଛି ଏବଂ ସାଧବପୁତ୍ର ଘୋଡ଼ାରେ ବସିଛି ।
ଜଣେ ବିଦ୍ଵାନଙ୍କୁ କଥାଟା ନିତ୍ୟାନ୍ତ ଅରୁଚିକର ଲାଗିଲା । ସେ ପିତାପୁତ୍ରଙ୍କୁ ଅଟକାଇ ଶାସ୍ତ୍ର ରୁ କେତେକ ଶ୍ଲୋକ ଉଚ୍ଚାରଣ ପୂର୍ବକ
କହିଲେ
"ସତେ କି କଳିକାଳ ହେଲା ନୁହେଁ ?
ତ୍ରେତାଯୁଗରେ ଶ୍ରବଣକୁମାର ଅଦ୍ଧ ମାତାପିତାଙ୍କୁ କାଦ୍ଧ ରେ ବହନକରି ତୀର୍ଥ କରାଇଥିଲେ !
କିନ୍ତୁ ଆଜିକା କୁଳାଙ୍ଗାର ପୁତ୍ରଯାକ
ସତେ କେତେ ବିପରୀତ କର୍ମ କରୁନାହାନ୍ତି ?"
ଛି ଛି ଛି ଶେଷରେ ଏ ନହେବା କଥାଦେଖିବାକୁ ହେଲା ?"
ଏହା ଶୁଣି ସାଧବ ପୁତ୍ର ବିଚଳିତ ହୋଲା ।
ଘୋଡ଼ା ରୁ ତତ୍କ୍ଷଣାତ୍ ଓଲ୍ହାଇବିପ୍ରବରଙ୍କୁ ଧନ୍ୟବାଦ ଜ୍ଞାପନ ପୂର୍ବକ
ପିତାକୁ ଘୋଡ଼ାରେ ବସାଇ ନିଜେ ଚାଲି ଚାଲି ଗଲା !
5 କ୍ରୋଶ ପଥ ଅତିକ୍ରାନ୍ତ କରନ୍ତେ ଅନ୍ୟ ଏକ ପଲ୍ଲୀ ଦିଶିଲା !
ସେଇଟା ପାଇକ ମାନଙ୍କ ଗାଆଁ ।
ସେଠାକା ଲୋକେ ସମରାଭ୍ୟାସରେ ମଶଗୁଲ ଥିଲେ ।
ଯାଗା ଯାଗାରେ କୁସ୍ତି କସରତ ହେଉଥାଏ
ଥୋକେ ଲୋକ ହଳଧରି ବିଲକୁ ଯାଉଥାଅନ୍ତି ।
ବିଲକୁ ଯାଉଥିବା
ଖଣ୍ଡାୟତ ଚଷା ଙ୍କ ସହ ସାଧବ ପିତାପୁତ୍ର ଙ୍କ ଭେଟ ହେଲାରୁ ସେମାନେ
ବୃଦ୍ଧପିତା କୁ ଖୁବ ନିନ୍ଦା କଲେ !
କଣ କିହୋ ସାଧବ !
ଏଡେ ସୁକୁମାର ପୁଅ କୁ ତମର ଚଲେଇ ଚଲେଇ ନଉଛ !
ଧିକ୍ ତୁମକୁ ।
ବୃଦ୍ଧାବସ୍ତାରେ ମଧ୍ୟ କଠିନ କର୍ମ ଛାଡ଼ି ଆରାମ କରିବାକୁ ଇଚ୍ଛା !
ନାହିଁ ?
ବୁଢ଼ା ସାଧବ କୁ ଖଣ୍ଡାୟତ ଚଷାଙ୍କ କଥା ଖୁବ୍ ବାଧିଲା
ପିତାପୁତ୍ର ଆଉ କେହି ଘୋଡ଼ା ରେ ନ ବସି ଦୁହେଁ ଘୋଡ଼ା କୁ ଚଲେଇ ଚଲେଇ ବଢ଼ିଗଲେ । ବାଟରେ ଗୋଟାଏ ଗୁଡ଼ିଆ ଗାଆଁ ଆସିଲା । ଗାଆଁଟା ଯାକ ମିଷ୍ଟାନ୍ନ ବାସ୍ନା ରେ ମହକୁ ଥାଏ ।
ଦୁଇ ଚାରୋଟି ମିଠା ଦୋକାନ ପାର କରି ସାଧବ ପିତାପୁତ୍ର ଗାଆଁ ଭିତର ଦେଇ ଯାଉଥାଅନ୍ତି ।
ରାଧୁସାହୁ ଦୋକାନରେ କ୍ଷୀରମୋହନ (ରସଗୋଲା) ଛାଣୁଥିବା ସମୟେ
ଦୁଇ ପିତାପୁତଙ୍କୁ ଘୋଡ଼ାକୁ ଚଲେଇ ଚଲେଇ ନେଉଥିବାର ଦେଖି ବହେ ହସିଲା !
ତା ଠୋ ଠୋ ହସ ରେ ଗଗନ ପବନ କମ୍ପୁଥାଏ ।
ସାଧବ ପିତାପୁତ୍ର ରାଧୁସାହୁ ର ମିଠାଦୋକାନ ପାଖକୁ ଆସି ତା'ର ଏ ପ୍ରକାର ଅବାଞ୍ଛିତ ହସ ର କାରଣ ପଚାରି ବୁଝିଲେ । ରାଧୁ ସାହୁ ତଥାପି ହସୁଥାଏ ।
ହସ ହସ ବଦନରେ କହିଲା !
"ଶୁଣିଥିଲି କଟକ ଯାଯପୁର ବାଲେଶ୍ଵର ଖୋରଧା ରେ ରହୁଥିବା ଆମ ଜାତିଭାଇ ମାନେ ଖୁବ ଚାଲକ । ସେମାନେ ପୁଣି ସମୁଦ୍ର ଆରପାରି ବୋଇତ ନେଇ ବେପାର ବଣିଜ କରିଯାଅନ୍ତି ! ତୁମ ଦୁଇଜଣକୁ ଦେଖିଲା ପରେ ଏ କଥାଗୁଡ଼ା ମୋତେ ସୁଉଦୁ ଡାହା ମିଛ ଲାଗୁଛି !
କିହୋ ଯଦିଚ ତା ଉପରେ ନଚଢ଼ି ତାକୁ ଏଇଭଳି ଚଲେଇ ଚଲେଇ ନେବାର ଥିଲା,
ତା ହେଲେ ଘୋଡ଼ା ର ଖାଇବା ପିଇବାକୁ ଖର୍ଚ କରିତାକୁ କାହିଁକି ରଖିଛ ?"
ସାଧବ ପିତାପୁତ୍ର ବର୍ତ୍ତମାନ କିମ୍ କର୍ତ୍ତବ୍ୟବିମୂଢ଼ !
କଣ୍ କରାଯିବ,
ଦୁହେଁ ଏକାବେଳକେ ଘୋଡ଼ାପରେ ଚଢ଼ି ଆଗୁକୁ ବଢ଼ିଗଲେ ।
ଅଳ୍ପ ବାଟ ଯାଇଛନ୍ତି କି ନାହିଁ ,ଘୋଡ଼ା ଟି ଅତ୍ୟଧିକ ଭାର ସହନ ନ କରିପାରି ପଡ଼ିଗଲା । ଘୋଡ଼ା ଛଟପଟ ହେଉଥାଏ । ତାକୁ ଖୁବ ଶୋଷ ଲାଗୁଛି ଅଥଚ ,ସେଠି କୌଣସି ଜଳାଶୟ ନାହିଁ । କଣ ବା ଏବେ କରିବେ । ଲୋକ ଙ୍କ କଥାରେ ପଡ଼ି ତାଙ୍କର ଏ ଅବସ୍ତା ହୋଇଛି । କାନମୁଣ୍ଡା ଆଉଁସୀ ଚାଲିଚାଲି ପୁରୋଷୋତ୍ତମ ପୁରୀ ଅଭିମୂଖେ ଯାତ୍ରା କଲେ !
ଲୋକେ କଣ କହିବେ ????
ଯଦି ସଦା ଏଇ କଥା ଚିନ୍ତା କରୁଥିବେ,
ଆପଣ କେବେ ବି ଉନ୍ନତି କରିପାରିବେନି !
ନା ସଫଳ ହେବେ !
ତେଣୁ ସର୍ବଦା ନିଜ ବୁଦ୍ଧି ର ଉପଯୋଗ କରନ୍ତୁ
!
"ଲୋକ ତ କୁହନ୍ତି କହିବେ - କହିବା ତାଙ୍କର କାମ !"
Subscribe to:
Post Comments (Atom)
ଓଡ଼ିଆମାନେ Cockroachକୁ ଅସରପା କାହିଁକି କୁହନ୍ତି ?
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଅସରପା ଶବ୍ଦର ଵିଶେଷ୍ୟ ଅର୍ଥ Cockroach ତଥା ଵିଶେଷଣ ଅର୍ଥ ମନ୍ଦବୁଦ୍ଧି,ଅପ୍ରତିଭ,ମୂର୍ଖ ତଥା ଅଥରପା ଲେଖା ହୋଇଛି । ଅଥରପ...
-
ଵର୍ତ୍ତମାନ ଯୁଗରେ କାଳିଚରଣ ପଟ୍ଟନାୟକ ଜନସମାଜ ମଧ୍ୟରେ କଵିଚନ୍ଦ୍ର ଭାବେ ପରିଚିତ ତେବେ ତାଙ୍କ ପୂର୍ଵରୁ ଆହୁରି ଅନେକ ସାହିତ୍ୟ ସ୍ରଷ୍ଟା କଵିଚନ୍ଦ୍ର ଉପାଧି ଲାଭକରିଛନ୍...
-
ଵିଶ୍ଵରେ ଵର୍ତ୍ତମାନ ଭୀଷଣ କରୋନା ଵିପତ୍ତି ପଡି଼ଛି କିନ୍ତୁ ଏହା ମଧ୍ଯରେ ଗୋଟାଏ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନକୁ ନେଇ ଓଡ଼ିଶାର ବୁଦ୍ଧିଜୀଵୀ ମହଲରେ ଆଉଥରେ ଆଲୋଚନା ପର୍ଯ୍ୟ...
-
ବିଂଶ ଶତାବ୍ଦୀର ଓଡ଼ିଆ ସାହିତ୍ୟ ସମାଜ ରେ ହୋଇଥିଲା ଏକ ସାହିତ୍ୟ ଯୁଦ୍ଧ ଯାହା “ବୀଜୁଳୀ-ଇନ୍ଦ୍ରଧନୁ ସଂଘର୍ଷ” ନାମରେ ଜଣାଶୁଣା । ଗୋଟିଏ ପଟରେ ଥିଲେ କବିବର ରାଧାନାଥ ...
No comments:
Post a Comment