ନଦୀର ଅନେକ ନାମ ଅଛି
●ସରିତ,ସରିତା●
=ସୃ ଧାତୁ(ବହିବା,ଗତିକରିବା)+କର୍ତ୍ତୁ.ଇତ୍+ଆ
→ଯାହା ବହିଯାଏ ବା ସର୍ବଦା ଗତିକରୁଥାଏ ।
ଝରଣାକୁ ସେଇଭଳି ସର,ସରା ଓ ସରି କୁହାଯାଏ ।
●ଆପଗା●
=ଆପ(ଜଳରାଶି)+ଗମ୍ ଧାତୁ=ଯିବା+କର୍ତ୍ତୁ.ଅ+ସ୍ତ୍ରୀ+ଆ
→ଜଳରାଶି ଯହିଁରେ ସ୍ଥିର ନୁହେଁ
ସଦା ବଦଳିଥାଏ
ଚାଲିଯାଇଥାଏ ।
●ତରଙ୍ଗବତୀ
ତରଙ୍ଗିଣୀ
ତରଙ୍ଗାଳି●
→ଯହିଁରେ ତରଙ୍ଗ ଥାଏ =ନଦୀ
●ଶୈବଳିନୀ●
=ଶୈବଳ+ଅଛି ଅର୍ଥରେ ଇନ୍+ଈ
→ଶୈବଳ/ଶୈବାଳ ଯହିଁ ରେ ସୁଲଭ ଥାଏ ।
●ତଟିନୀ●
= ତଟ+ଇନ୍+ସ୍ତ୍ରୀ. ଈ
→ଯାହାର ତଟ ଅଛି ସେ ତଟିନୀ.....
ତଟ ରେ ମୂଳ ବୈଜ୍ଞାନିକ ଧାତୁରୂପ ହେଉଛି ତଟ୍ ଧାତୁ....
ଏହାର ଅର୍ଥ ଉନ୍ନତ ହେବା,ଗର୍ଜିବା,ଦିପ୍ତୀ ପାଇବା,ଆଘାତ କରିବା...
ତଟିନୀ ବା ନଦୀର ତଟ ଦିନକୁ ଦିନ ଉନ୍ନତ ହୁଏ ଅର୍ଥାତ୍ ପଟୁ ସଂଞ୍ଚିତ ହୁଏ,ତଟର ବାଲି ଆଲୋକ ଯୋଗୁଁ ଦିପ୍ତୀ ପାଏ ଚକ୍ ଚକ୍ ଦିଶେ,ତଟରେ ନଦୀ ବନ୍ୟା କାଳରେ ଗର୍ଜନ କରୁଥାଏ,ନଦୀ ର ଜଳ ସଦାସର୍ବଦା ତଟକୁ ଆଘାତ କରି କ୍ଷୟ କରୁଥାଏ ।
●ହ୍ରଦିନୀ●
= ହ୍ରଦ+ଯୁକ୍ତାର୍ଥେ. ଇନ୍+ଈ
→ହ୍ରଦର ତିନୋଟି ଅର୍ଥ ଅଛି
ସ୍ଥଳ ବେଷ୍ଟିତ ସୁବୃହତ୍ତ ଜଳଭାଗ~lake ,ରଶ୍ମୀ,ଗଭୀର ଗଣ୍ଡ
ଏଠାରେ ଗଭୀର ଗଣ୍ଡ ଅର୍ଥରେ
ହ୍ରଦ ଶବ୍ଦ ର ବ୍ୟବହାର ହୋଇଛି ।
ନଦୀରେ ପ୍ରାୟତଃ ଗଣ୍ଡ ମଧ୍ୟ ଥାଏ ।
●ଧୂନୀ ବା ଧୁନୀ ●
=ଧୁ ଧାତୁ(କମ୍ପିବା)+ସଜ୍ଞାର୍ଥେ. କର୍ତ୍ତୁ. ଇନ୍
→ନଦୀ ଜଳ ଚଳନ ଯୋଗୁଁ ସବୁବେଳେ
ଶବ୍ଦ କରୁଥାଏ,କମ୍ପୁଥାଏ ।
●ସ୍ରୋତସ୍ଵତୀ ଓ ସ୍ରୋତସ୍ବିନୀ●
→ଏ ଶବ୍ଦ ଦ୍ଵୟର ମୂଳ ସ୍ରୋତସ୍ =ସ୍ରୋତ
ଯହିଁ ରେ ସ୍ରୋତ ଥାଏ ତାହା ନଦୀ
ପୁଣି ସ୍ରୋତ ଶବ୍ଦର ମୂଳ ଧାତୁରୂପ
ସ୍ରୁ ଧାତୁ
ଏହାର ଅର୍ଥ କ୍ଷରିବା ,ଗତି କରିବା
●ସ୍ରବନ୍ତୀ●
=ସୃ ଧାତୁ(ଗତି କରିବା)+କର୍ତ୍ତୁ. ଅତ୍+ଈ
→ଯାହା ଗତିଶୀଳ ସଦା ଗତି କରୁଥାଏ
●ନିମ୍ନଗା●
=ନିମ୍ନ+ଗମ୍ ଧାତୁ+କର୍ତ୍ତୁ .ଅ=ନିମଗ୍ନା
→ଯାହା ଉପରୁ ଅର୍ଥାତ ପାର୍ବତ୍ୟ ଅଞ୍ଚଳରୁ
ନିମ୍ନକୁ ବା ସମତଳ ଅଞ୍ଚଳକୁ ପ୍ରବାହିତ ହୁଏ
●ନିର୍ଝରିଣୀ●
=ନିର୍ଝର+ଇନ୍+ସ୍ତ୍ରୀ+ଈ
→ପ୍ରବାହବତୀ ବା ଗିରିନଦୀ କୁ ନିର୍ଝରିଣୀ କୁହାଯାଏ ଅନ୍ୟଥା ଏ ଶବ୍ଦ ର ଏକ ଅର୍ଥ ଝରଣା ମଧ୍ୟ ହେବ....
●ସରସ୍ଵତୀ●
ନଦୀକୁ ସରସ୍ବତୀ କୁହାଯିବାର କାରଣ ଏ ନଦୀର ଲୋକପ୍ରିୟତା...
ଆଗକାଳରେ ଗଙ୍ଗା ଓ ସିନ୍ଧୁ ନଦୀ ମଧ୍ୟରେ ଉତ୍ତର ରୁ ପଶ୍ଚିମ ଭାରତକୁ ପ୍ରବାହିତ ହେଉଥିବା ସରସ୍ବତୀ ଖୁବ୍ ପ୍ରଶିଦ୍ଧ ନଦୀ ଥିଲା ।
ଏ ନଦୀ ଏବେ ବିଲୁପ୍ତ ପ୍ରାୟ କିନ୍ତୁ ପ୍ରାଚୀନ କାଳରୁ ସବୁଠାରୁ ପ୍ରଶିଦ୍ଧ ନଦୀ ହୋଇଥିବାରୁ
ନଦୀ ର ଗୋଟିଏ ପ୍ରତିଶବ୍ଦ ମଧ୍ୟ ସରସ୍ବତୀ ହୋଇଛି ।
●ସମୁଦ୍ରଗା●
→ସମୁଦ୍ରଗ+ଆ
ସମୁଦ୍ରଗ ର ଅର୍ଥ ବୋଇତ
ସମୁଦ୍ର ମଧ୍ୟକୁ ବୋଇତ ଭଳି ଯିଏ ଯାଇ ମିଶିଯାଏ ସେ ନଦୀ....
●କୂଳବତୀ●
→କୂଳ+ବତ୍+ଈ
କୁଳ ଅଛି ଯାହାର ସେ ନଦୀ
●କୂଳଂକଷା●
→କୂଳକଂଷ+ଆ
କୂଳଂକଷ=କୂଳ+କଷ୍ ଧାତୁ+କର୍ତ୍ତୁ.ଅ
କୁଳଂକଷ ମାନେ ଏଠାରେ
(ନଦୀର)ସ୍ରୋତ
ଯହା ସ୍ରୋତଯୁକ୍ତା ବା ଯହିଁରେ ସ୍ରୋତ ଥାଏ ।
●କଲ୍ଲୋଳିନୀ●
→କଲ୍ଲୋଳ+ଅଛି ଅର୍ଥରେ ଇନ୍+ସ୍ତ୍ରୀ. ଈ
କଲ୍ଲୋଳ=ଢେଉ
ଯାହା ଢେଉ ବା ତରଙ୍ଗ ଯୁକ୍ତା
●ଋଷିକୂଲ୍ୟା●
ଋଷି+କୁଲ୍ୟା=ଋଷିକୂଲ୍ୟା
ଋଷଙ୍କ କୃତ କୁଲ୍ୟା =କୃତ୍ରିମ ନଦୀ
ବା
ଋଷିଙ୍କର କୁଲ୍ୟା=କନ୍ୟା
ନଦୀର ଗୋଟିଏ ପ୍ରତିଶବ୍ଦ ଋଷିକୂଲ୍ୟା
ହେବାର କାରଣ କୃତ୍ରିମ ନଦୀଙ୍କୁ
ପ୍ରାକୃତିକ ନଦୀଠାରୁ ଭିନ୍ନ ଦେଖେଇବା ହେତୁ କରାଯାଇଥାଇ ପାରେ ।
ଓଡ଼ିଶାର ଋଷିକୂଲ୍ୟା ନଦୀର ନାମ
ଋଷି ପର୍ବତ ଯୋଗୁଁ ହୋଇଥିବା
ସାଧାରଣରେ ବିଶ୍ଵାସ କରାଯାଏ ....
ଋଷି ପର୍ବତରୁ ପ୍ରବାହିତ ହେଉଥିବା ହେତୁ
ଯେମିତି ଗଙ୍ଗା ନଦୀ ଗିରିରାଜ ହିମାଳୟ ପୁତ୍ରୀ
ବୋଲାଇଲେ ଠିକ୍ ସେଇଭଳି
ଋଷି ପର୍ବତଙ୍କ କୁଲ୍ୟା ବା ପୁତ୍ରୀ ଭାବେ
ଋଷିକୂଲ୍ୟା ନାମ ଲୋକପ୍ରିୟ ହେଲା ।
●ସ୍ରୋତବାହା●
→ସ୍ରୋତବହ+ଆ
ସ୍ରୋତବହ=ସ୍ରୋତସ୍+ବହ୍ +କର୍ତ୍ତୁ. କ୍ବୀପ୍ +ଅ
ସ୍ରୋତ ବହେ ଯହିଁ ରେ ସେ ନଦୀ .....
ନଦ+ଈ=ନଦୀ
ନଦ ଶବ୍ଦର ନିରୁକ୍ତି=ନଦ୍ ଧାତୁ(ନାଦ କରିବା, ଶବ୍ଦ କରିବା)+କର୍ତ୍ତୁ. ଅ =ଯାହା ଜଳସ୍ରୋତ ଯୋଗୁଁ ନିରନ୍ତର ନାଦ କରେ ସେ ନଦ
ଏବଂ ନଦ ଯଦି ସ୍ତ୍ରୀ ବାଚକ ହୁଏ ତେବେ ନଦୀ ବୋଲାଏ ...
ନଦ ଓ ନଦୀ ମଧ୍ୟରେ ପ୍ରଭେଦ ହେତୁ
ଦୁଇଟି ପ୍ରଧାନ ମତ ପ୍ରଚଳିତ
1.ଯେଉଁ ସ୍ରୋତର ଅଧିଷ୍ଠାତା ଦେବତା ପୁଂବାଚକ ତାହା ନଦ ....
ଉ:-ସିନ୍ଧୁ,ବ୍ରହ୍ମପୁତ୍ର,ଶୋଣଭଦ୍ର,ଦାମୋଦର ଇତ୍ୟାଦି
ଏବଂ ସ୍ତ୍ରୀ ବାଚକ ହେଲେ ନଦୀ
ଯଥା:-ନର୍ମଦା,ଗଙ୍ଗା,ତାପ୍ତୀ,କୃଷ୍ଣା ଆଦି...
2.ଆଗଭୀର ,ପ୍ରଶସ୍ତ ଓ ଦୀର୍ଘ ଜଳମାର୍ଗକୁ ନଦ ତଥା ଗଭୀର ଜଳମାର୍ଗକୁ ନଦୀ କୁହାଯାଏ ।
ଏତଦ୍ବ୍ୟତୀତ ଆଉ ଏକ ଗୌଣ ମତ ଅନୁଯାୟୀ
ମଧ୍ୟ ଓ ପୂର୍ବଗାମୀ ସ୍ରୋତ ମାନେ ନଦୀ କିନ୍ତୁ
ପଶ୍ଚିମାଭିମୁଖୀ ସ୍ରୋତ ଗୁଡିକୁ ନଦ କୁହାଯାଏ ତେବେ ବ୍ୟତିକ୍ରମ ସ୍ଵରୂପ ନର୍ମଦା ଓ ତାପ୍ତୀ ପଶ୍ଚିମ ଦିଗକୁ ପ୍ରବାହିତ ହେଉଥିଲେ ହେଁ ନଦୀ ବୋଲାଅନ୍ତି.....
No comments:
Post a Comment