ବିଶେଷ୍ୟ, ବିଶେଷଣ ଓ ସର୍ବନାମ ଶବ୍ଦ ମାନଙ୍କ ପରେ ବିଶେଷ ବିଶେଷ ଅର୍ଥରେ ଯେଉଁ ପ୍ରତ୍ୟୟମାନ ଯୋଗକରାଯାଇ ନୂତନ ଶବ୍ଦ ଗଠିତ ହୁଏ ସେଭଳି ବ୍ୟାକରଣଗତ ନିୟମକୁ 
ତଦ୍ଧିତ କୁହାଯାଏ । ସେହିପରି ତଦ୍ଧିତ ବିଧି ଅନୁଯାୟୀ ସୃଷ୍ଟ ନୂତନ ଶବ୍ଦକୁ ମଦ୍ଧିତପଦ ଏବଂ ଯେଉଁ ପ୍ରତ୍ୟୟାଦିର ଯୋଗରେ ତଦ୍ଧିତ ପଦ ଗଠିତ ହୁଏ ସେସବୁ ପ୍ରତ୍ୟୟଗୁଡ଼ିକୁ  ତଦ୍ଧିତ ପ୍ରତ୍ୟୟ କୁହାଯାଏ ।
ସଂସ୍କୃତରେ ତଦ୍ଧିତ ପ୍ରତ୍ୟୟ ଅନେକ; 
ତହିଁ ମଧ୍ୟରୁ ଓଡ଼ିଆ ଭାଷାରେ ପ୍ରଚଳିତ 
ପ୍ରତ୍ୟୟ କେତେଗୁଡିଏ ଏଠାରେ ଦିଆଗଲା....
●●ଅପତ୍ୟାର୍ଥେ
 1.‛ଅ’→ପଣ୍ଡୁ+ଅ=ପାଣ୍ଡବ                            ମନୁ+ଅ=ମାନବ
2.‛ଇ’ →ଦଶରଥ+ଇ=ଦାଶରଥୀ 
3.‛ଇକ’→ରେବତୀ+ଇକ=ରୈବତିକ 
4.‛ଏୟ’→ଗଙ୍ଗ+ଏୟ=ଗାଙ୍ଗେୟ 
5.‛ଆୟନ’→କାତ୍ୟ+ଆୟନ= କାତ୍ୟାୟନ 
6.‛ଯ’ →ଯମଦଗ୍ନି+ଯ=ଯାମଦଗ୍ନ୍ୟ 
7.‛ଈୟ’→ମାତୃଷ୍ଵସୃ+ଈୟ=ମାତୃଷ୍ଵସ୍ରୀୟ
●●ସମ୍ଵନ୍ଧାର୍ଥରେ
      
1.‛ଇକ’ →ବେଦ+ଇକ=ବୈଦିକ 
              ଶରୀର+ଇକ=ଶାରୀରିକ
2.‛ଅ’ →ଶରୀର+ଅ=ଶାରୀର 
3.‛ଈୟ’→ଉତ୍କଳ+ଈୟ=ଉତ୍କଳୀୟ 
●●ସ୍ବାର୍ଥରେ
1.‛ଧେୟ’→ନାମ+ଧେୟ=ନାମଧେୟ
2.‛ଅ’→ ଚଣ୍ଡାଳ+ଅ=ଚାଣ୍ଡାଳ 
3.‛କ’ →ବାଳ+କ=ବାଳକ 
●●ସମୁହାର୍ଥରେ
1.‛ତା’→ ଗ୍ରାମ+ତା=ଗ୍ରାମତା 
             ଜନ+ତା=ଜନତା 
       
 ●●ଭାବାର୍ଥରେ
 
1.‛ତା’→ ମୂର୍ଖ+ତା=ମୂର୍ଖତା 
              ଲଘୁ+ତା=ଲଘୁତା 
2.‛ତ୍ବ’→ଲଘୁ+ତ୍ଵ=ଲଘୁତ୍ଵ 
            ମୂର୍ଖ+ତ୍ଵ=ମୂର୍ଖତ୍ଵ 
3.‛ଇମନ୍’→ମହ+ଇମନ୍=ମହିମା 
●●ସାଦୃଶ୍ୟାର୍ଥରେ
1.‛ବତ୍’→ଗୁରୁ+ବତ୍=ଗୁରୁବତ୍ 
              ମାତୃ+ବତ୍=ମାତୃବତ୍ 
2.‛କଳ୍ପ’→ପିତୃ+କଳ୍ପ=ପିତୃକଳ୍ପ 
●●ଅଛି ଅର୍ଥରେ
1.‛ବତ୍’→ ଧନବାନ୍ ,ଗୁଣବାନ୍,ଧନବନ୍ତ,ଗୁଣବନ୍ତ,ଗୁଣମନ୍ତ....(ବତ୍ ପ୍ରତ୍ୟୟ ବାନ୍ ଓ ବନ୍ତ ତଥା ମନ୍ତ       ଆଦି ହୁଏ) 
2.‛ମତ୍’→ ଶ୍ରୀମାନ୍,ଅଂଶୁମାନ 
3.‛ବିନ୍→ମାୟାବୀ,ମେଧାବୀ 
4.‛ଇନ୍’→ଧନୀ, ଗୁଣୀ
5.‛ଇନ’→ମଳ+ଇନ=ମଳିନ 
6.‛ଶାଳିନ୍→ଧନ+ଶାଳିନ୍=ଧନଶାଳୀ
7.‛ଵଳ’→କୃଷୀବଳ,ଦନ୍ତାବଳ
8.‛ଉର’→ଦନ୍ତ+ଉର=ଦନ୍ତୁର
9.‛ବ’→କେଶ+ବ =କେଶବ 
10.‛ଆଳୁ’→ଦୟାଳୁ,ନିଦ୍ରାଳୁ 
11.‛ଳ’→ମାଂସଳ,ମୃଦୁଳ,ଶ୍ରୀଳ 
12.‛ଇଳ’→ଫେନିଳ,ଜଟିଳ, ପଙ୍କିଳ 
13.‛ଶ’→ରୋମଶ,କର୍କଶ 
14.‛ଉଳ’→ବାତୁଳ 
 
●●ସ୍ଵରୂପାର୍ଥରେ
1.‛ମୟ’→ବାକ୍+ମୟ=ବାଙ୍ମମୟ 
                ମୃଣ୍ମୟ....
●●ଅତିଶୟାର୍ଥରେ
1.‛ଇଷ୍ଠ’→ଗରିଷ୍ଠ,ଲଘିଷ୍ଠ,ପାପିଷ୍ଠ,ବଳିଷ୍ଠ 
2.‛ଈୟସ୍’→ଲଘୀୟାନ୍,କନୀୟାନ୍
3.‛ତର’→ଲଘୁତର,ଗୁରୁତର 
4.‛ତମ’→କ୍ଷୁଦ୍ରତମ 
 ●●ନିପୁଣାର୍ଥରେ
1.‛ଠ’→କର୍ମ+ଠ=କର୍ମଠ 
 
  ●●କ୍ଷୁଦ୍ରାର୍ଥରେ
1.‛ତର’→କ୍ଷୁଦ୍ରତର,
  ●●ପରିଣତ ଅର୍ଥରେ
1.‛ସାତ୍’→ଧୂଳିସାତ୍,ଜଳସାତ୍
  ●●ଦେୟ ଅର୍ଥରେ
1.‛ସାତ୍’→ ବିପ୍ରସାତ୍,ପାତ୍ରସାତ୍ 
●●ଜନ୍ମିବା/ସଂଜାତ ଅର୍ଥରେ
1.‛ଇତ’→ପୁଷ୍ପିତ,ଦୁଃଖିତ
●●ପୂର୍ବେ ହୋଇନଥିଲା ଏବେ ହୋଇଛି
 ●●ଅଭୁତ ତତ୍ତାବାର୍ଥେ ଚ୍ଵୀ ପ୍ରତ୍ୟୟ
1.‛ଇ’→ବଶୀକରଣ,ମନ୍ଦୀଭୂତ 
           
●●ପ୍ରକାରାର୍ଥରେ
1.‛ଜାତୀୟ’→ବୀଜାତୀୟ,ସ୍ଵଜାତୀୟ
 ●●ସଂଖ୍ୟା ପୂରଣାର୍ଥରେ
1.‛ଥ’→ଷଷ୍ଠ,ଚତୁର୍ଥ 
2.‛ତମ’→ବିଂଶତିତମ
3.‛ମ’→ଦଶମ,ନବମ,ପଞ୍ଚମ,ସପ୍ତମ 
4.‛ଅ’→ଏକାଦଶ,
●●ପ୍ରକାରାର୍ଥରେ
1.‛ଧା’→କର୍ମ+ଧା=କର୍ମଧା;ବହୁଧା
 ●●ଅଵୟବା ଅର୍ଥରେ
1.‛ତୟ’→ତ୍ରି+ତୟ=ତ୍ରିତୟ;ଚତୁଷ୍ଟୟ 
 ●●ପରିଣାମ ଅର୍ଥରେ
1.‛ମାତ୍ର’ →କିଞ୍ଚିନ୍ମାତ୍ର,ତନ୍ମାତ୍ର,କ୍ଷଣମାତ୍ର 
 ●●ପ୍ରକାର ଅର୍ଥରେ
1.‛ଥା’→ସର୍ବଥା,ଅନ୍ୟଥା 
2‛ଧା’→ଦ୍ଵିଧା,ତ୍ରିଧା,ଵହୁଧା,ସର୍ଵଦା,ଶତଧା 
 ●●କାଳାଧିକରଣରେ
1.‛ଦା’→ଏକଦା,ସର୍ବଦା 
 ●●ଉତ୍ପନ୍ନ ଅର୍ଥରେ
1.‛ତ୍ୟ’→ଅତ୍ରତ୍ୟ,ତତ୍ରତ୍ୟ 
2.‛ତନ’→ଅଦ୍ୟତନ,ଅଧସ୍ତନ,ଉର୍ଦ୍ଧ୍ଵତନ 
3.‛ମ’→ଆଦିମ,ମଧ୍ଯମ 
ଏମାନ ସଂସ୍କୃତ ପ୍ରତ୍ୟୟ;
ଏତଦ୍ବ୍ୟତୀତ
★ଆମଭାଷାରେ ମଧ୍ଯ କେତେଗୁଡିଏ 
ମୌଳିକ ଓଡ଼ିଆ ତଦ୍ଧିତ
ପ୍ରତ୍ୟୟ ଥିବା ଦେଖାଯାଏ★
ଯଥା:-
1.‛ଇ’→କଟକୀ,ଦକ୍ଷିଣୀ 
2.‛ଇଆ’/‛ଇୟା’→କଟକିଆ,ଦକ୍ଷିଣିଆ 
3.‛ଉଆ’→ହାଟୁଆ,ନାଟୁଆ,ବାଟୁଆ,ମଦୁଆ 
4.‛ଆ’→ହଗା
5.‛ଉରା’→ହଗୁରା,ମୁତୁରା,ଦାନ୍ତୁରା 
6.‛ପଣ,ପଣିଆଁ’→ଦୁଷ୍ଟପଣ,ଶିଷ୍ଟପଣିଆଁ 
7.‛ଗିରି’→ବାବୁଗିରି
8.‛ଉଟୀ–ଟିୟା’→ଖରୋଟି,ଦରୋଟି,ଚଷାଟିଆ 
9.‛କ’→ବର୍ଷକ,ଟୋପାକ 
10.‛ଏ’→ମାସେ,ଦିନେ 
11.ଠିଁ,ଠାଇଁ→ସେଠିଁ,ଏଠାଇଁ
12.‛ଠୁଁ,ଠାଉଁ→ତାଠୁଁ,କାହାଠାଉଁ
13.‛ଠିକି,ଠାକୁ’→ସେଠିକି, ମୋଠାକୁ
14.‛ଥିରେ’→ସେଥିରେ,ଏଥିରେ
15.‛ଥିକି,ଥିକୁ’→ଯୁଥିକି,ଏଥିକୁ
.....
No comments:
Post a Comment