ମେକଳ ଦେଶର ରାଜାଝିଅ ଆଜୀବନ
ଅବିବାହିତ ରହିବ ବୋଲି ମନେ ମନେ
ନିଶ୍ଚୟ କରିନେଇଥିଲା ।
ପିତାମାତାଙ୍କ ଦ୍ବାରା ବାରମ୍ବାର
କହାବୋଲା ଯୋଗୁଁ ଶେଷରେ ସେ
ରାଜକୁମାରୀ ଏକ ସର୍ତ୍ତରେ ବିବାହ ପାଇଁ
ରାଜି ହୋଇଲା ।
କଣ୍ ସର୍ତ୍ତ ? ନା....
ତା ପିଲାବେଳେ ସେ ଆଷ୍ଟବକ୍ର ପୋହଳାର
ଛିଦ୍ରରେ କୌଶଳକ୍ରମେ ଏପଟରୁ ସେପଟକୁ
ସୂତା ଗଳାଇ ପାରୁଥିଲା ।
ଏଭେ ସେ କାମ ଯିଏ କରିପାରିବ
ତା ସହ ସିଏ ବିବାହ କରିବ..
ରାଜକୁମାରୀର ପଣ କଥା ଶୁଣିଣ
ଦେଶବିଦେଶରୁ ଅନେକ ରାଜକୁମାର ଆସି
ଅକୃତକାର୍ଯ୍ୟ ହୋଇ ଫେରିଗଲେ ।
ଏଇମିତିରେ ଦୁଇବରଷ ବିତିଗଲା...
ଥରେ ମେକଳ ଦେଶକୁ
କଳିଙ୍ଗଦେଶର ଜଣେ ସାଧବ ବଣିକ
କୌଣସି କାର୍ଯ୍ୟରେ ଯାଉଥାଏ ।
ବାଟରେ ଅଙ୍ଗଦେଶର ଯୁବରାଜଙ୍କ ସହ
ତା'ର ଭେଟ ହୋଇଗଲା...
ଧନୀକୁ ଧନୀ ଜାଣେ
ଜ୍ଞାନୀ କୁ ଜ୍ଞାନୀ ଜାଣେ
ଅଙ୍ଗଦେଶର ଯୁବରାଜ
ସାଧବପୁଅକୁ କଥାଛଳରେ
ମେକଳ ରାଜଜେମାଙ୍କ ପଣ କଥା ଏବଂ
ସେ ସେହି ଉଦ୍ଦେଶ୍ୟରେ ମେକଳଦେଶକୁ
ଯାଉଛି ବୋଲି କହି ଶୁଣେଇଲା....
ସାଧବପୁଅ ବି ସେ କଥା ଦେଖିବାକୁ
ଆଗ୍ରହ ପ୍ରକାଶ କଲାରୁ
ଦୁହେଁ ମିଶି ମେକଳଦେଶକୁ ଗଲେ ।
ପ୍ରଥମେ ଅଙ୍ଗ ଦେଶର ଯୁବରାଜ ଯାଇ
ସେହି ଅଷ୍ଟବକ୍ରପୋହଳାରେ ସୂତା ଗଳାଇ
ନପାରିବାରୁ ମନ ଦୁଃଖରେ ଫେରିଗଲା....
ସାଧବପୁଅ ସେଇଠି ଥାଇ ସବୁ ଦେଖୁଥାଏ
ସେ ସେହିଥିରେ ସୂତା ଗଳାଇ ପାରିବ ବୋଲି
କହିଲାରୁ ତାକୁ ଗୋଟିଏ ମଉକା ଦିଆଗଲା...
ସାଧବପୁଅ କଣ୍ କଲା ନା
ଗୋଟିଏ ପିମ୍ପୁଡି଼ ଅଣ୍ଟାରେ ସୂତା ଖଣ୍ଡିଏ ବାନ୍ଧି ଦେଇ ପୋହଳାର ଗୋଟିଏ ମୁଣ୍ଡରେ
ଟୋପାଏ ମହୁ ଲଗାଇ ପୋହଳାଟିକୁ
ଏପରି ନିବୁଜ କରି ରଖିଲା ଯେ
ପୋହଳାର ଛିଦ୍ର ବାଟ ଛଡ଼ା
ଅନ୍ୟବାଟେ ଯାଇ ପିମ୍ପୁଡି଼ ସେ ମହୁକୁ ଖାଇପାରିବ ନାହିଁ ।
ତାପରେ ପିମ୍ପୁଡି଼ କୁ ପୋହଳାର
ଅନ୍ୟ ମୁହଁ ପାଖେ ଛାଡ଼ି ଦେଲାରୁ
ପିମ୍ପୁଡି଼ ସେ ଅଷ୍ଟବକ୍ର ଛିଦ୍ରବାଟେ ଯାଇ
ମହୁ ପାଖରେ ପହଞ୍ଚିଲା ଓ ତତ୍ ସହିତ
ତା ଅଣ୍ଟାରେ ଲାଗିଥିବା ସୂତାଟି
ପୋହଳାର ଏ ମୁହଁରୁ ସେ ମୁହଁକୁ
ଗଳିଗଲା ।
ତହୁଁ ରାଜକୁମାରୀ ନିଜ ପଣ ଅନୁଯାୟୀ
ସାଧବପୁଅକୁ ବିଭା ହୋଇ ସୁଖରେ
ଘରକରି ରହିଲା ......
No comments:
Post a Comment