ହିନ୍ଦୀଭାଷୀ 'ବୁଦ୍ଧୁ' ବୋଲି ଏକ ଶବ୍ଦ ବ୍ୟବହାର କରନ୍ତି ଯାହାର ଓଡ଼ିଆ ଅର୍ଥ ମୂର୍ଖ, ଓଲା ,ଗଧ ଆଦି ହେବ ।
ଓଡ଼ିଶାରେ ଆଗେ ଏ ଶବ୍ଦଟି ଚଳୁନଥିଲା କିନ୍ତୁ ଉତ୍ତର ଭାରତରେ ଏହା ଖୁବ୍ ଲୋକପ୍ରିୟ ଶବ୍ଦ....
ପ୍ରଥମ କଥା ବୁଦ୍ଧୁ ଶବ୍ଦର ବୁଦ୍ଧି ଶବ୍ଦ ସହ କୌଣସି ସଂପର୍କ ନଥିବା ଅଧିକାଂଶ
ଉତ୍ତର ଭାରତୀୟ ଭାଷାବିଦ ମତ ଦିଅନ୍ତି
ଏବଂ
ବୁଦ୍ଧୁ ର ଠିକ୍ ବିପରୀତ ଅର୍ଥ ବୋଧକ ଶବ୍ଦ ହେଉଛି ବୁଦ୍ଧିଆ ।
ତେବେ ମନରେ ସ୍ବତଃ ପ୍ରଶ୍ନ ଉଠେ
ଏ ବୁଦ୍ଧି ଏବଂ ବୁଦ୍ଧୁ ବା ବୁଦ୍ଦୁ ମଧ୍ୟରେ ଏତେ ସାମାଜସ୍ୟ ଥାଇ ମଧ୍ୟ ଏମାନେ ଏତେ ଅଲଗା ଅର୍ଥକୁ କେମିତି ବୁଝାଉଛନ୍ତି ?
ହିନ୍ଦୀ बुद्धू ଶବ୍ଦ ବିଷୟରେ Wiktionary
ରେ କୁହାଯାଇଛି ଯେ ଏହା ଏକ
Proto-Indo-Aryan ଶବ୍ଦ *buddʰas ଏବଂ ଏହାର କୌଣସି ସମ୍ବନ୍ଧ ସଂସ୍କୃତ
बुद्ध ଶବ୍ଦ ସହ ନାହିଁ ।
ବିଶେଷ୍ୟ ହିସାବରେ बुद्धू ଶବ୍ଦର ଅନେକ ଅର୍ଥ ସେଠାରେ ଦିଆଯାଇଛି
bud'dhū)=>{slang}dunce,softy,fool,idiot,muggins ଆଦି ଆଦି....
ଅନ୍ୟ ଏକ ଵେବସାଇଟ୍ ରେ
बुद्धू ଶବ୍ଦର ଅନେକ ଅର୍ଥ ଦିଆ ଯାଇଛି
ଅର୍ଥାତ୍
-ନିମ୍ନଲିଖିତ ଅର୍ଥ ରେ
ବୁଦ୍ଧୁ ଶବ୍ଦ ବ୍ୟବହାର କରାଯାଇପାରିବ
ଯଥା:-
ପାଗଳ,ଅଶିକ୍ଷିତ, ମୂର୍ଖ,ମନ୍ଦବୁଦ୍ଧି,ଅଳ୍ପବୁଦ୍ଧି,ଅଦୂରଦର୍ଶୀ,ଅବୁଝା, କ୍ଷୁଦ୍ରମତି,ପାଶବିକ,ନିର୍ବୁଦ୍ଧିଆ, ପଶୁ,ମନ୍ଦ,ବାଳୁତ ବୁଦ୍ଧି, ଅନାଡୀ଼,ରସିକ,ଅଜ୍ଞାନ, ସାଦାସିଧା ସ୍ବଭାବର ଲୋକ, ପଶୁ,ହଠୀ,ଅନୁରକ୍ତ,ଅଳ୍ପମତି,ମୂଢ଼ ଆଦି ଆଦି......
ତେବେ ଇଣ୍ଟରନେଟରେ ତଥା ଲୋକ ମୁଖରେ
ଅଧିକାଂଶ ହିନ୍ଦିଭାଷୀ ଏହି ବୁଦ୍ଧୁ ଶବ୍ଦକୁ ବୁଦ୍ଧ ତଥା କେହି କେହି ବୁଦ୍ଧି ଶବ୍ଦରୁ ଆସିଥିବା କୁହନ୍ତି ।
ଶବ୍ଦାବଳୀ
ନାମକ ବ୍ଲଗରେ ବ୍ଲଗର୍ ମତ ଦେଇଛନ୍ତି ଯେ
“ବୁଦ୍ଧି ଶବ୍ଦର ବୈଜ୍ଞାନିକ ମୂଳ ଧାତୁ ରୁପ ବୁଦ୍ ଧାତୁରୁ ଗୋଟିଏ ପଟେ
ସଂସ୍କୃତରେ ବୁଦ୍ଧି, ବୁଦ୍ଧ ,ବୋଧୀ ଏବଂ ବୁଧ ଆଦି ଶବ୍ଦ ସୃଷ୍ଟି ହୋଇଥିଲା ବେଳେ
ରୁଷି ଭାଷାରେ ସେହି ବୁଦ୍ ଧାତୁଟି ବୁଦୀତ୍ ହୋଇଅଛି ।
ସଂସ୍କୃତରେ ବୁଦ୍ଧ ଶବ୍ଦର ଆଦ୍ୟରେ ପ୍ର ଉପସର୍ଗ ଯୁକ୍ତ କରି ପ୍ରବୁଦ୍ଧ ଶବ୍ଦ ହୋଇଛି ଏବଂ ଏହି ଶବ୍ଦ ସହ ରୁଷି ଶବ୍ଦ "ପ୍ରବୁଦ୍ଜନୀୟେ" ର ସାମଜସ୍ୟ ଅଛି । ସେହିଭଳି
ଲିଥୁଆନୀରେ ବୁଦତି(ଜାଣିବା, ବୁଝିବା)
ସ୍ଲୋବାନୀଭାଷାରେ ବୁଦିତି, ଚେକ୍ ଏବଂ କ୍ରୋଏସିଆୟୀ ରେ ବ୍ଦୀମ୍ ତଥା ଆଭେସ୍ତାରେ ବୋଦୟତି ଭଳି ବୁଦ୍ଧ ତଥା ବୁଦ୍ଧି ସହ ସାମଜସ୍ୟ ଥିବା ଏକାର୍ଥବୋଧକ ଶବ୍ଦମାନ ପ୍ରଚଳିତ ।
ଏହି ବୁଦ୍ ଧାତୁ ଶବ୍ଦରୁ ବୌଦ୍ଧ ଧର୍ମ ଏବଂ ଏହାର ସଂସ୍ଥାପକ ମହାତ୍ମା ବୁଦ୍ଧ ଙ୍କ ନାମ ବି ସୃଷ୍ଟି ହୋଇଛି ।
କେବଳ ସେତିକି ନୁହେଁ
ବୌଦ୍ଧ ଧର୍ମର ପ୍ରଚାର ପ୍ରସାର ଯେବେ ପାରସ୍ୟରେ ହେଲା ଏବଂ ସେଠାରେ ବୁଦ୍ଧ ଙ୍କ ପ୍ରତିମା ତିଆରି ହେବାକୁ ଲାଗିଲା ତଥା ସେଠାର ସ୍ଥାନୀୟ ବାସିନ୍ଦା ବୁଦ୍ଧ ଶବ୍ଦର ଉଚ୍ଚାରଣ ବୁତ୍ କଲେ ।
ପରେ
ପ୍ରତିମା ଅର୍ଥରେ ହିଁ ଫାର୍ସୀଭାଷାରେ ବୁତ୍ ଶବ୍ଦର ପ୍ରଚଳନ ବି ହୋଇଗଲା ।
ଆଜି ହିନ୍ଦୀ ରେ ବ୍ୟବହୃତ बुत् ଶବ୍ଦର ଅର୍ଥ ସ୍ଥାଣୁ ଏବଂ ଏହା ଫାର୍ସୀ ରୁ ଅନୁକୃତ ଏକ ବୈଦେଶିକ ଶବ୍ଦ ।
ନିଜ ମଧ୍ୟରେ ବୁଡ଼ି ରହୁଥିବା,ଚିନ୍ତନଶୀଳ ବ୍ଯକ୍ତି ଙ୍କୁ ପ୍ରାଚୀନ କାଳରେ ବୁଦ୍ଧ କୁହାଯାଉଥିଲା ଏବଂ ପରେ ଏହି ଶବ୍ଦର ଏତେ ଦୂର୍ଗତି ହେଲା ଯେ ମୁର୍ଖ ଅପଙ୍ଗଡ କିଛି ବୁଝି ନପାରି ଜଡ଼ ଭଳି ବସିରହୁଥିବା ଲୋକଙ୍କ ପାଇଁ ଏକ ନୂତନ ଶବ୍ଦ ପ୍ରଚଳିତ ହୋଇଗଲା ବୁଦ୍ଧୂ ।”
*ଏଠାରେ ବ୍ଲଗର୍ ମହୋଦୟ ପରୋକ୍ଷରେ ବୁଲେଇ ବଙ୍କେଇ ମତ ଦେଇଛନ୍ତି ଯେ
ବୁଦ୍ଧ ଶବ୍ଦ ହିଁ ବଦଳି ଯାଇ ପରେ ବୁଦ୍ଧୂ ହୋଇଯାଇଛି । କିନ୍ତୁ ସେ ବୁଦ୍ ଧାତୁରୁ ବୁଦ୍ଧ, ବୁଦ୍ଧି, ବୋଧୀ ଆଦି ଶବ୍ଦ ସୃଷ୍ଟି କଥା କହିଥିଲେ ହେଁ ଅନେକ ଅଭିଧାନରେ ବୁଧ୍ ଧାତୁ ରୁ ଏସବୁ ଶବ୍ଦର ସୃଷ୍ଟି ବୋଲି କୁହାଯାଇଛି ।
ପୁଣି ଭାଷାକୋଷରେ ବୁଦ୍ ଧାତୁ ର ଆଲୋଚନା କରିବା, ବିବେଚନା କରିବା,ଅବଲୋକନ କରିବା ଆଦି ଅର୍ଥରେ ବ୍ୟବହାର ଥିବା କୁହାଯାଇଛି ।
ଆଲୋଚନା, ବିବେଚନା,ଅବଲୋକନ ଆଦି କାର୍ଯ୍ୟ ବିଜ୍ଞ ଜନ ହିଁ କରିଥାନ୍ତି
ତେଣୁ ବୋଧହୁଏ ବୁଧ୍ ଧାତୁ ର ମୂଳ ବୁଦ୍ ଧାତୁ ହୋଇଥାଇପାରେ । କାଳର ଲମ୍ବା ଅନ୍ତର ମଧ୍ୟରେ ବୁଦ୍ ଧାତୁ ଶବ୍ଦର ଅର୍ଥ ସୀମିତ ହୋଇଯାଇଛି !!!!*
××××××××××××××××××××××××××××
ହିନ୍ଦୀଭାଷା ର ପ୍ରଶିଦ୍ଧ କବି କଥାକାର
राजकुमार सैनी ‘बुद्धू’ ଶବ୍ଦ ର ବ୍ୟାଖ୍ୟା କରିବାକୁ ଯାଇ ତାଙ୍କ ପୁସ୍ତକରେ କହିଛନ୍ତି
ଯେ ବୁଦ୍ଧୂ ଶବ୍ଦ ମହାତ୍ମା ବୁଦ୍ଧଙ୍କ ଠାରୁ ଉତ୍ପନ୍ନ ହୋଇଛି ଏବଂ ବୁଦ୍ଧ ଶବ୍ଦର ଅପଭ୍ରସଂ ହିଁ ବୁଦ୍ଧୂ ।
ସେଇଭଳି
ସୈଲେସ୍ ବର୍ମା
ନାମକ ଜଣେ ବ୍ୟକ୍ତି ଫେସବୁକ୍ ରେ ମତ ଦେଇଛନ୍ତି ଯେ ହିନ୍ଦୁ ମାନେ ବୌଦ୍ଧ ଏବଂ ବୁଦ୍ଧ ଙ୍କୁ ଅପମାନିତ କରିବା ପାଇଁ
ବୁଦ୍ଧୂ ଭଳି ଏକ ଶବ୍ଦ ବ୍ୟବହାର କରିବା ଆରମ୍ଭ କରିଥିଲେ ।
ଓଶୋ ସନ୍ଦେଶ
ନାମକ ଏକ ବ୍ଲଗରେ ତ ଓଶୋଙ୍କ ନାମରେ
କୁହାଯାଇଛି ଯେ
ବୋଧହୁଏ ଗୌତମଙ୍କ ପିତା ହିଁ ପ୍ରଥମେ
ବୁଦ୍ଧୂ ଶବ୍ଦ ବ୍ୟବହାର କରିଥିଲେ ।
ସ୍ବରାଜଖବରରେ ମଧ୍ଯ
ବୁଦ୍ଧ ରୁ ବୁଦ୍ଧୁ ବା ବୁଦ୍ଧୂ ଶବ୍ଦ ହୋଇଥିବା ଏବଂ ସନାତନୀ ମାନେ ଭଗବାନ ବୁଦ୍ଧଙ୍କୁ ଗାଳୀ ଦେବା ପାଇଁ ବୁଦ୍ଧୂ ଶବ୍ଦ ପ୍ରଚଳନ କରାଇଥିବା କୁହାଯାଇଛି ।
ତେବେ ସେ ଯାହା ହେଉ ନା କାହିଁକି
ଓଡ଼ିଆ ଭାଷାକୋଷ ଭଳି ଅଧିକାଂଶ ପ୍ରାଚୀନ
ଅଭିଧାନରେ ବୁଦ୍ଧୂ ଶବ୍ଦ ନାହିଁ । ବୋଧହୁଏ ଆମ ପୂର୍ବଜ ମାନେ ଆଗେ ଏ ବୁଦ୍ଧୂ ନାମକ ଶବ୍ଦକୁ ଜାଣିଶୁଣି ବ୍ୟବହାର କରୁନଥିଲେ ।
ବୋଧହୁଏ ଆମ ପୂର୍ବଜ ଜାଣିଥିଲେ ଯେ
ଏ ବୁଦ୍ଧୂ ଶବ୍ଦଟି ଏକ ମତବାଦ ,ଏକ ଧର୍ମ ବିଶେଷ ବିରୋଧରେ ସୃଷ୍ଟ ଶବ୍ଦ ତେଣୁ ସେମାନେ ଓଲୁ,ଓଲା,ଗଧ,ନିର୍ବୁଦ୍ଧିଆ, ଗଧ କହୁଥିଲେ ହେଁ ବୁଦ୍ଧୁ ,ବୁଦ୍ଦୁ ବା ବୁଦ୍ଧୂ ଶବ୍ଦର ବ୍ୟବହାର କରୁନଥିଲେ ।
ଏବେ ନିର୍ଣ୍ଣୟ କରିବାର ଅଧିକାର ଆପଣଙ୍କ ପାଖରେ ଅଛି ଯେ '
କଣ୍
ଆପଣ ନିଜ ସୁଯୋଗ୍ୟ ପୂର୍ବଜଙ୍କର
ଅଯୋଗ୍ୟ ଦାୟାଦ ହୋଇ କୌଣସି ପନ୍ଥ ବା ଧର୍ମ ବିପକ୍ଷରେ କୁଠାରାଘାତ କରୁଥିବା ଶବ୍ଦ ବ୍ୟବହାର କରିବେ ନା
ନିଜ ପୂର୍ବଜଙ୍କ ସୁଯୋଗ୍ୟ ସନ୍ତାନ ହୋଇ ଏଭଳି ମୌଳିବାଦୀ ଶବ୍ଦର ବ୍ୟବହାରରୁ ବିରତ ରହିବେ ।
No comments:
Post a Comment