Friday, September 1, 2017

●●ବାରଭାଇଆ ଗେଧ●●

ଆମ୍ଭ କନ୍ତିଓ ପୁଟସାହି ଗ୍ରାମ ପଞ୍ଚାୟତରେ ଏଇମାତ୍ର 10 ରୁ 15 ବର୍ଷ ହେଲା ହନୁପଲ୍ଲ ସ୍ଥାୟୀ ବାସିନ୍ଦା ହୋଇଛନ୍ତି ।

ଆଗେ ଗାଁ ପାଖ ଜଙ୍ଗଲରେ ରହୁଥିଲେ କିନ୍ତୁ ତାଙ୍କ ବାସସ୍ଥାନ ଚାଲି ଗଲାରୁ ସେମାନେ ଗ୍ରାମାଞ୍ଚଳ ଆଡେ଼ ମୁହାଁଇଲେ ।

ମୁଁ ଆଗେ ଭାବୁଥିଲି ଆମ୍ଭ ଗ୍ରାମରେ ଦୁଇ  ହନୁପଲ୍ଲ ଅଛନ୍ତି ଏବଂ ସେମାନେ ମଣିଷ ଭଳି ଜାତି ଧର୍ମ ସମ୍ରଦାୟ ନାମରେ ପରସ୍ପର ସହ ବାଡି଼ଆପିଟା ଲାଗନ୍ତି କିନ୍ତୁ ତାହା ଥିଲା ମୋର ମନର ଭ୍ରମ ।

ହନୁମାଙ୍କଡ ଦଳରେ ଗୋଟିଏ ଏକଛତ୍ରବାଦୀ ଦଳପତି ଥାଏ ।

ଓଡ଼ିଆରେ ସେ ଦଳପତି କୁ ଗେଧ, ଗୋଦା ବା କୋଦା କୁହାଯାଏ ।
ଦଳର ସମସ୍ତ ମର୍କଟୀଙ୍କ ଉପରେ ଗୋଦାର ଏକାଧିପତ୍ୟ ଥାଏ ।

ଦଳରେ ଯଦି କୌଣସି ପୁରୁଷ ହନୁ ଜନ୍ମ ହୁଏ ତାକୁ ସେ ଦଳପତି ଶିଶୁକାଳରେ ମାରିପକାଇ ନିଷ୍କଣ୍ଟକ ପ୍ରଭୂତ୍ବ ଭୋଗ କରେ ।

ଯେଉଁ ଶିଶୁ ହନୁମାଙ୍କଡ ଯାକ ଦଳପତିର ତଣ୍ଟିଚିପା ଠାରୁ ତ୍ରାହି ପାଇବା ପାଇଁ ପିଲାବେଳୁ ଦଳଛାଡି଼ ଚାଲି ଯାଆନ୍ତି ସେମାନେ
ଗୋଟିଏ ସ୍ବତନ୍ତ୍ର ଦଳ ଗଠନ କରନ୍ତି ।

ଏ ବାରଭାଇଆ ଗେଧ ମାନେ ବାଧ୍ୟତାମୂଳକ ବ୍ରହ୍ମଚର୍ଯ୍ୟ ଅବଲମ୍ବନ କରୁଥିବା ରୁ ସାଧାରଣତଃ ଭାରି ବଳୁଆ,ହୁରୁମା ଓ ଦୁଷ୍ଟ ହୁଅନ୍ତି ।
ଏମାନେ ନିଜ ପୁରୁଣା ଦଳର ଦଳପତି କୁ ପରାଜିତ କରିବାପାଇଁ ବାରମ୍ବାର ତା' ଉପରେ ଆକ୍ରମଣ କରିଥାନ୍ତି ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...