Thursday, August 31, 2017

☆☆☆☆☆☆ବେତାଳ ପଞ୍ଚିସା☆☆☆☆☆☆

●●●●ଶ୍ରୀ ଗଣେଣାୟ ନମଃ●●●●●

ବେତାଳ ପଞ୍ଚିସା କଥା ଲିକ୍ଷ୍ୟତେ ।
ବିଘ୍ନରାଜଂ ଗଣାଧ୍ଯକ୍ଷମଂ ମେକଦନ୍ତଂ
ଗଜାନନଂ ଗଣେଶଂ ଚ ମହାକାୟଂ ନମାମି
ପାର୍ବତୀ ସୁତଂ ।।୧।।
ବାଳାନଂ ଶିଷ୍ୟବୋଧାୟ ଅଜ୍ଞାନାଂ ଚ ହିତାୟ ଚ ।। ବେତାଳ ପଞ୍ଚସା ଗ୍ରନ୍ଥଂ ପ୍ରାକୃତେନ କରୋମ୍ୟହଂ ।।୨।।

।।◇◇◇◇◇◇କଥା◇◇◇◇◇◇◇।।
↓       




                                                        
ଦକ୍ଷିଣରେ  ପ୍ରତିଷ୍ଠା ନାମ ପୁର ଅଛି । ସେ ପୁରେ ଗନ୍ଧର୍ବସେନ ରାଜା ।
ସେ ସମୟେ ସେ ରାଜା ମୃଗୟାର୍ଥେ ଗଲା ।
ସେ ବନରେ ବକ୍କଳାଶନ ମୁନିଙ୍କୁ ଦେଖି ବିଚାର କଲା ।

ମୁଁ ଜନ୍ମକାଳରୁ ବହୁତ ପାପ କରିଛି । ଏବେ ମୁନିଙ୍କ ଦର୍ଶନ ମାତ୍ରକେ ମୋର ସର୍ବପାପ ବିନାଶ ହେବ ।  ସେ ମୁନି ନିମ୍ବ ବୃକ୍ଷ ବକଳ କବଳେ ଖାନ୍ତି । ଏ ରୂପେ ସେ ମୁନିଙ୍କର ସହଶ୍ରେ ବର୍ଷ ଗଲା । ରାଜା ଘୋଡ଼ାରୁ ଉତ୍ତୁରି ଆଶ୍ରମକୁ ଜାଇ ଧ୍ଯାନି ଦେଖି ମୌନ  ହୋଇ ନିକଟେ ରହିଲା । ସୂର୍ଯ୍ୟ ଅସ୍ତ  ଦେଖି ସମସ୍ୟା ନ ପାଇ ଗୃହକୁ ଗଲା । ଦ୍ବିତୀୟ ଦିନ ନିତ୍ୟକର୍ମ ସାରି ମୁନିଙ୍କ ଆଶ୍ରମ କୁ ଗଲା ।
ତପକାରି ମୁନିଙ୍କୁ ଦେଖି ବିଚାରିଲା ।

ମୋ ଠାରେ ଅଳଙ୍କାର କଲେ । ଭଲ ଜାଣିମ ଧ୍ଯାନ ଭଗ୍ନ କରିବି ବୋଲି ନଗ୍ରକୁ ଗଲା । ପାତ୍ରମନ୍ତ୍ରୀ ଅମନୀତ୍ୟାଦିଙ୍କୁ ବୋଇଲେ ।
- ମୁନିଙ୍କ ତପସ୍ୟା ବିଘ୍ନ କର  !
ତାହାକୁ ମୋ ରାଜ୍ୟରୁ ଅର୍ଦ୍ଧେକ ଦେବି । ବୋଲନ୍ତେ ଏକ ବେଶ୍ୟା ଉତ୍ତର ଦେଲା ।

- ଭୋ ରାଜନ ! ମୁହିଁ ମୁନିଙ୍କ ତପ ଭଗ୍ନ କରିବି ।
ମୋହୋର ସୌନ୍ଦର୍ଯ୍ୟ ଲାବଣ୍ୟ ଚାତୁର୍ଯ୍ୟନୃତ୍ୟଗାୟନ-ମାନଙ୍କରେ ମୋହିତ ହୋଇ ବଗ୍ୟକର ହେବ ।

ଶ୍ଳୋକ::::::::::::

ଘୃତକୁମ୍ଭସମାନାରି ତପ୍ତାଙ୍ଗାରସମଃ ପୁମାନ୍ ।
ତସ୍ମାଦ୍ ଘୃତାଂ ବହ୍ନି ଚ ନୈକତ୍ର ସ୍ଥାପୟେଦ୍ ବୁଧଃ ।।୩।।

ଅର୍ଥଃ::::::::::
ଘୃତ ସମାନ ସ୍ତ୍ରୀ । ଅଗ୍ନି ସମାନ ପୁରୁଷ ।। ପୁରୁଷ ସ୍ତ୍ରୀ ସଂଯୋଗ ନକରି ।।
ଅଗ୍ନୀରେ ଘୃତ ସଂଯୋଗ କଲେ ତରଳଇ ।
-ମୁଁ ତପ ଅବସ୍ୟ ବିଘ୍ନ କରିବି ।

ରାଜା ଆଜ୍ଞାରେ ବେଶ୍ୟା ଗଲା । ମୁନିଙ୍କ ନିକଟରେ ରହିଲା । ସୂର୍ଯ୍ୟୋଦୟାସ୍ତ ପର୍ଯ୍ୟନ୍ତେ
ମୁନି ତପ କରୁଛନ୍ତି କେମନ୍ତେ ବସ୍ୟ କରିବି ରାତ୍ରେ ସେ ମୁନି ନିମ୍ବ ବୃକ୍ଷରୁ ବକଳ କବଳେ ଖାଇଲେ । ବେଶ୍ୟା ଦେଖି ଗୃହକୁ ଜାଇ ନାନାପ୍ରକାରର ମୋଦକ ଧାନ କରିଆଣି ।
ସେ ବୃକ୍ଷ ମୂଳରେ ଏକ ମୋଦକ ରଖି ଅନ୍ତରେ ରହିଲା । ସେ ମୁନି ମୋଦକରୁ କବଳେ ଖାଇଲେ । ଜିହ୍ବାକୁ ସ୍ବାଦୁ ଲାଗିଲା । ପୁଣି ଏହି ରୂପେ ଦ୍ବିତୀୟ ତୃତୀୟ ଅନୁକ୍ରମେ ବିଂଶତି ପଞ୍ଚବିଂଶତି କବଳ ଭଖିତଂ । ଶରୀର ପୁଷ୍ଟଂ ଭବତି । ଧ୍ଯାନଭଗ୍ନଂ ।

ଏମନ୍ତେ ମୁନି ବେଶ୍ୟା କୁ ଦେଖି କାମବାଧାରେ କହୁଚି ।।

ଶ୍ଳୋକଃ:::::::

ସ୍ତ୍ରୀ ସଂଭୋଗାତ୍ ତ୍ରୟଲୋକେ ନ ସୌଖ୍ୟଂ
ନ ରସାୟକଂ ନଂ ।
କରିଣୀନାଂ କୁ ଅର୍ଥାୟ ଯୂପପଦ୍ଦେବ ଜାୟତେ ।।

ଅର୍ଥଃ ::::::::::
ହେ ବେଶ୍ୟା !!! ତ୍ରୈଲୋକ୍ୟରେ ସ୍ତ୍ରୀସଂଭୋଗକୁ
ବଳିଆନେ ସୁଖ ନାହିଁ । କରିଣି ଠାରେ କରିର ଯେଉଁ ସୁଖ । ଏତେ ଦିନେ ମୋହୋର ବ୍ୟର୍ଥ ଗଲା ।
-ତୁହି କେ ?
-ମୁଁ ଇନ୍ଦ୍ରର ଉର୍ବଶୀ ।
-ତୋ ଠାରେ ମୋ ମନ ରହିଲା ମୋ ଭାର୍ଯ୍ୟା ହେବୁ । ଏ ବନରେ ରହିବା ।
-ମୋ ଘର ସ୍ବର୍ଗଲୋକେ
ମୁଁ ଇନ୍ଦ୍ର ସମୀପେ ଥାଇ ।
-ମୋତେ ଏମନ୍ତ ନ ବୋଲ ।
ହେ ଶୁଭ୍ରକେସୀ ଶୁଣ । ମୋହର ଆଶ୍ରମେ କେତେ ଦିନ ରହ ।
-ସ୍ବଇଛାରେ ମୁଁ ଏଠାରେ ଥିବି ।

ମୁନି ଶୁଣି ଗୃହବିଧାନ କରି ବେଶ୍ୟା ସଙ୍ଗତେ କ୍ରୀଡ଼ା କଲା । ଏମନ୍ତେ ଗର୍ଭ ଦସମାସ ସଂପୂର୍ଣ୍ଣେ ପୁତ୍ରଜାତ ହେଲା ।

ପୁତ୍ରକୁ କୋଡରେ ଧରି ଆନନ୍ଦ ହୋଇ ବର୍ଷ ପୂର୍ଣ୍ଣେ ବେଶ୍ୟା ବୋଇଲା ---
-ଗୃହବାସୀ ବନରେ ଥିବାର ଭଲ ନୋହଇ ।
-ହେ ପ୍ରିୟା ତୋହର ମନ ।
- ଭୋ ମୁନି ମୁଁ ଏକ ନଗ୍ରେକ ଦେଖିଚି ଯିବା ।

ପୁତ୍ରକୁ ଧରି ବେଶ୍ୟା ପଛରେ ପ୍ରତିଷ୍ଠା ନଗ୍ରେ
ରାଜସଭାରେ ପ୍ରବେଶ ହେଲା ।
ରାଜା ଦେଖି
-ଭୋ ମୁନେ ତପସ୍ୟା ପୂର୍ଣ୍ଣ ହେଲା ।
ମୁନି କହୁଚି

ଶ୍ଳୋକଃ::::::::::::

ଦ୍ବିଜରାଜମୁଖୀ ମୃଗରାଜକଟୀ କରିରାଜବିରାଜିତ ମନ୍ଦଗତି ।
ଯଦି ସାରମଣୀ ହୃଦୟଂ ରମତେ
କ୍ବ ତପଃ କ୍ବ ଜପଃ କ୍ବ ସମାଧିବିର୍ଧିନଃ ।।

ଅର୍ଥ :::::::::::::::::
ଚନ୍ଦ୍ରମୁଖୀ,ସିଂହରାଜକଟୀ ହସ୍ତିଗମନା ସା ନାୟିକାକୁ ରମଣ କଲେ
କି ଜପ,କି ତପ,କି ଯୋଗ , କି ଧ୍ଯାନ !!

ତହୁଁ ମୁନି କୋପେ ପୁତ୍ରର ଦୁଇପାଦ ଧରି ଭୂମିରେ ପିଟିଲେ । ତିନିଖଣ୍ଡ ହୋଇ ରାଜଦ୍ବାରେ ଶିର ପଡିଲା । ମଧ୍ୟଭାଗ କୁମ୍ଭାର ଘରେ ପଡିଲା । ପାଦ ଦ୍ବୟ ତେଲି ଘରେ ପଡିଲା । ମୁନି ବନକୁ ଗଲେ । ବେଶ୍ୟା ତା ଘରକୁ ଗଲା । ସେହିଦିନ ପାଟମହାଦେଇ,କୁମ୍ଭାରୁଣୀ,ତେଲୁଣୀ ଗର୍ଭ ହେଲେ । ଦଶମାସେ  ଏକଲଗ୍ନେ ତିନିଙ୍କର ତିନିପୁତ୍ର ଜନ୍ମ ହେଲେ ।

(ଡ଼ ବୃନ୍ଦାବନ ଆଚାର୍ଯ୍ୟ ଙ୍କ ଦ୍ବାରା ପାରଳାଖେମୁଣ୍ଡି ର ଏକ ତାଳପତ୍ର ପୋଥି “ବେତାଳ ପଞ୍ଚିସା” ର ନକଲ)

No comments:

Post a Comment

ଓଡ଼ିଆମାନେ Cockroachକୁ ଅସରପା କାହିଁକି କୁହନ୍ତି ?

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ  ଅସରପା ଶବ୍ଦର ଵିଶେଷ୍ୟ ଅର୍ଥ Cockroach ତଥା ଵିଶେଷଣ ଅର୍ଥ ମନ୍ଦବୁଦ୍ଧି,ଅପ୍ରତିଭ,ମୂର୍ଖ ତଥା ଅଥରପା ଲେଖା ହୋଇଛି । ଅଥରପ...