Friday, August 4, 2017

ରକ୍ଷାମନ୍ତ୍ରୀଙ୍କ ପୁତ୍ତଳିକା

ଥରେ ଏକ ରାଜ୍ୟର ଗୋଟିଏ ସହରରେ ପୁଲିସ ଜୁଲୁମ୍ ହେଲା । ଏହାର ବିରୋଧ ହେତୁ ଲୋକେ ଠିକ୍ କଲେ ଯେ ରାଜ୍ୟର ରକ୍ଷାମନ୍ତ୍ରୀଙ୍କର ପୁତ୍ତଳିକା ଦାହ କରାଯିବ ।

ଆଗକାଳରେ କୌଣସି ବ୍ୟକ୍ତିର ମୃତଶରୀର ପ୍ରାକୃତିକ ଦୁର୍ବିପାକ ଯୋଗୁଁ  ନମିଳିଲେ ତାହାର ପଳାଶ ପତ୍ର ତଥା କୁଶାଦିରେ  ପୁତ୍ତଳିକା ତିଆରି କରାଯାଇ ଏକପ୍ରକାରର ଦାହ ସଂସ୍କାର କରାଯାଉଥିଲା । ତେବେ ଆଜିକା ମନୁଷ୍ୟ ଜୀଅନ୍ତା ଲୋକର ବି କୁଶପୁତ୍ତଳିକା ଦାହ କରିଦିଅନ୍ତି ଯାହା ଏବେ ବିରୋଧ ପ୍ରଦର୍ଶନ ର ଏକ ଚିହ୍ନ ହୋଇଯାଇଛି ।

ସେ ଯା ହେଉ ରକ୍ଷାମନ୍ତ୍ରୀଙ୍କର ପୁତ୍ତଳିକା ବା ପ୍ରତିକାତ୍ମକ ପ୍ରତିମାଟି ଅତି ବିଭତ୍ସ ଓ ଭୟାନକ କରାଯାଇଥିଲା । କିନ୍ତୁ ସହରରେ ୧୪୪, ଦଫା ଲାଗିଗଲା ଏବଂ ପୋଲିସ ଉକ୍ତ ପୁତ୍ତଳିକାଟିକୁ ଜବତ୍ କରିନେଲା । ଏବେ ପୋଲିସ ପାଇଁ ବଡ଼ ସମସ୍ୟା ହେଲା "ରକ୍ଷାମନ୍ତ୍ରୀଙ୍କ ପୁତ୍ତଳିକାର କଣ୍ କରାଯିବ" ?
ଜଣେ ଇନ୍ସପେକ୍ଟର ହେଡକ୍ୱାଟର୍ସକୁ ଯାଇ  ଉପର ହାକିମ ଙ୍କୁ ଜଣେଇଲେ....
ଆଜ୍ଞା ! ରକ୍ଷାମନ୍ତ୍ରୀଙ୍କ ପୁତ୍ତଳିକାଟି ସେଇଭଳି ପଡ଼ି ରହିଥିବ ନା ତାକୁ ଜଳେଇ ଦିଆଯିବ କିମ୍ବା ନଷ୍ଟ କରିଦେବା ?
ଉଚ୍ଚପଦସ୍ଥ ଅଫିସର :- ସାମାନ୍ୟ ବିରକ୍ତିରେ କହିଲେ - କିହୋ ଗଧ ଭଳି କଣ୍ କଥା କହୁଛ ?
ସେଇଟା ଖୋଦ୍ ମନ୍ତ୍ରୀଙ୍କ ପୁତ୍ତଳିକା ଟି !!!
ଜାଳିଦେବ ? ଚାକିରୀ ପିତା ଲାଗିଲାଣି କି ?

ଏମିତିରେ ଦଶହରା ସିଜିନ୍ ଆସିଗଲା । ବିଭିନ୍ନ ସ୍ଥାନରେ ରାମଲୀଳା ଅଧିକାଂଶ ସ୍ଥଳରେ ଦେବୀ ଦୂର୍ଗାଙ୍କ ପୂଜାମଣ୍ଡପ ଲାଗିଗଲା ।

ଜଣେ ପୋଲିସ ଅଫିସରଙ୍କ ମୁଣ୍ଡକୁ ଏକ ବୁଦ୍ଧି ଯୁଟିଲା ।
ସେ ରାମଲୀଳା ବାଲାଙ୍କୁ ଡାକିଆଣି
ନେତାଙ୍କ ପୁତ୍ତଳିକା ଦେଖେଇ କହିଲେ -
"ତୁମକୁ ଦଶହରାରେ ଜଳାଇବାକୁ ଏକ ପୁତ୍ତଳିକା ଲୋଡ଼ା ହେବନା । ଏଇଟାକୁ ନେଇଯାଅ । ଏଥିରେ ଖାଲି ୯ଟି ମୁଣ୍ଡ କମ୍ ଅଛି  ଯେ ସେତକ ଯୋଖିଦେବ । "

ହିନ୍ଦୀ ବ୍ୟଙ୍ଗକାର ସ୍ବର୍ଗତ ଶ୍ରୀ ହରିଶଙ୍କର ପରସାଇଙ୍କର ଏକ ବ୍ୟଙ୍ଗ ରଚନା "पुलिस मंत्री का पुतला" ର ଓଡ଼ିଆ​ ଅନୁବାଦ ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...