“ସୁମିତ୍ରା, ଆଜିକାଲି ସବୁବେଳେ ଅନଲାଇନ ରହୁଛ,ଏତେ ସମୟ ଏଠି କଣ୍ କରୁଛ ”?
“ହଁ ସାଧନା ! ମୁଁ କବିତା ଲେଖିବା ସିଖୁଛି । କବିତାର ଏତେ ସବୁ ଶୈଳୀ ଏବଂ ଶ୍ରେଣୀ ଅଛି ତହିଁରୁ ଅଧିକ ଗୁରୁ ବି ଅଛନ୍ତି । ସମସ୍ତଙ୍କ ଠାରୁ ଶିଖିବାକୁ ସମୟ ଲାଗେ । କିଏ ଏମନ୍ତ କହେ,କିଏ ସେମନ୍ତ କହେ । କିଛି ଗୁରୁ ମୋ ଇନବକ୍ସକୁ ବି ଚାଲିଆସନ୍ତି କୁହନ୍ତି ମୁଁ ଆପଣଙ୍କୁ ଶିଖେଇବି ଆଉ ମୁଁ ପୁଣି ସିଆଡକୁ ଆକର୍ଷିତ ହୋଇଯାଏ । ଯାହା ହେଉ ପଛେ ମୋତେ ବି ତ ପୁଣି ଗୁରୁ ହେବାର ଅଛି ଏବଂ ତାହା ମଧ୍ଯ ରାତାରାତି ଯେମିତି ମୋର ବି ଚେଲା ହେବେ ଏବଂ ମୁଁ ପ୍ରଶିଦ୍ଧ ହୋଇ ଯାଏ”
“କିରା ! ତୁ ବି ଗୁରୁ ହେବାକୁ ଚାହୁଁଛୁ ?
ଭଲା ଏତେ ଲୋଭ କାହିଁକି ଲୋ ?
“ଆଲୋ ସାଧନା ! ତୋତେ ଜଣାନାହିଁ , ଆଜିକାଲି ଆର ହିଁ ଟ୍ରେଣ୍ଟ୍ ଚାଲିଛି |
ଗୁରୁ ହୁଅ ଆଉ ଚେଲା ବନାଅ ଏବଂ ମାଗଣାରେ ନାଆଁ କର !!!!
ଆଭାସୀ ଦୁନିଆରେ ଗୁରୁ-ଚେଲାର ଖେଳ ସଂପୂର୍ଣ୍ଣ ଦେୟମୁକ୍ତ....
ତେଣୁ ଏଇ ଖେଳ ସମସ୍ତେ ଖେଳିବାକୁ ଚାହାଁନ୍ତି ।
“No guru then no Dakshina”
“ଆଛା ସୁଚିତ୍ରା ଗୋଟିଏ କଥା ପଚାରିବି ସତ ସତ କହିବୁ
ସେ ଚେଲାଯାକ କଣ୍ ସତରେ ଗୁରୁ ସମ ସମ୍ମାନ କରନ୍ତି” ?
ସୁଚିତ୍ରା - “କରନ୍ତିନି ସାଧନା !! କାରଣ ସେ ବି ଗୁରୁ ହୋଇଯାନ୍ତି"
ସାଧନା- “ଧନ୍ୟ ହେ `ଲୋଭୀ ଗୁରୁ,
ଧନ୍ୟ କୃପଣ ଚେଲା ,ଧନ୍ଯ ତୁମ ଠେଲାପେଲା”
--------------
ଗାଳ୍ପିକା ଡ଼. ରମା ଦ୍ବିବେଦୀଙ୍କର ହିନ୍ଦୀ କ୍ଷୁଦ୍ରଗଳ୍ପ
“लोभी गुरु ,लालची चेला ”
ର ଓଡ଼ିଆ ଭାବାନୁବାଦ
-----------------
No comments:
Post a Comment