ମୁଖ୍ୟାର୍ଥ ବା ବାଚ୍ୟାର୍ଥ ଅପେକ୍ଷା ବ୍ୟଙ୍ଗ୍ୟାର୍ଥ ଅଧିକ ଭାବରେ ଚମତ୍କାରପୂର୍ଣ୍ଣ ହେଲେ
ତାହାକୁ ଉତ୍ତମ କାବ୍ୟ ବା ଧ୍ବନି-କାବ୍ୟ କୁହାଯାଇଥାଏ ।
“କମଳା ପାଣି କରି କୁମ୍ଭେ ସାଚି,
ସର ସେରେ ଯେ କରପୂରେ ରୁଚି ।
ଅଶନମତି ତେଜ ପଥିକରେ,
ବିକୃତେ ଆସିବ ଉପବାସରେ ।
ନ ଦେବି ତ ମୁହିଁ
ଚ୍ୟୁତ ଆଚାର କିଛି ହୋଇନାହିଁ ।”
( ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର)
●●●●● ମୁଖ୍ୟାର୍ଥ●●●●
ବୈଦ୍ୟ ରୋଗୀକୁ କହୁଛି ଯେ ଏକ ମାଠିଆ
କମଳା ପାଣିରେ ସାଚି (ନବାତ) ସେରେ ସର ଓ କର୍ପୂର ପକାଇ ଖାଇବାକୁ ଯେଉଁ ଇଛାପ୍ରକାଶ (ଅଶନମତି) କରିଛୁ,ତାହା ତ୍ୟାଗ କର ।
ଅନାହାରରେ(ଉପବାସ) ରହିଲେ ଦେହ ବିକୃତି ହେତୁ ଖରାପ ହେବ ଓ ଆମ୍ବ ଆଚାର ପ୍ରଭୃତି ଖାଇବାକୁ ଇଚ୍ଛା କରୁଥିଲେ ହେଁ ମୁଁ ତାହା ଦେବି ନାହିଁ ।
●●●●●ବ୍ୟଙ୍ଗାର୍ଥ●●●●●
ସ୍ବୟଂ ଦୁତୀ-ନାୟିକା ପଥିକକୁ କହୁଛି ଯେ ଲକ୍ଷ୍ମୀଙ୍କ ହସ୍ତରେ ଯେଉଁ ହସ୍ତିର ଶିର ଶୋଭା ପାଉଛି, ତାହାର କୁମ୍ଭ ସଦୃଶ ମୋର ସ୍ତନ ।
ଏହା ଅତ୍ୟନ୍ତ ସୁନ୍ଦର ହୋଇଛି (ସାଚି) ।
ପୁନଶ୍ଚ ତାହା ରସପୂର୍ଣ୍ଣ (ସରସେ-ରେ) ହୋଇଛି ଓ ଆକାରର ବିଶାଳତା ହେତୁ ହାତରେ ପୂରିବା ଶୋଭା(କରପୂରେ)କୁ ଧାରଣ କରିଛି ।
ତେଣୁ ହେ ପଥିକ ! ତୁ ଅସ୍ବୀକୃତିଭାବ(ଅଶନମତି)ତ୍ୟାଗକର ।
ଛଳନାକରି (ବିକୃତେ)ମୋର ପିଣ୍ଡାକୁ (ଉପବାସେ) ଆସିବୁ । ତୁ ବିତ୍ତ ନଦେବାକୁ ଇଛା କଲେ ମଧ୍ଯ ମୋର ଆପତ୍ତି ନାହିଁ ।
କାରଣ ମୁଁ ବୈଶ୍ୟାବୃତ୍ତି (ଚ୍ୟୁତ ଆଚାର କରିନାହିଁ ।
ସୌଜନ୍ୟ(●)ଅଳଙ୍କାର-ଶାସ୍ତ୍ର ପରିଚିତି(●)
No comments:
Post a Comment