Tuesday, August 22, 2017

<<<<<<ମମତା>>>>>>

‘‘ମୁଁ ଲେଡିଜ୍ କ୍ଲବ୍ ର ଏକ ଜରୁରୀ ମିଟିଂ କୁ ଯାଉଛି ! ବାବୁ ଉଠିଲେ ତାକୁ ଉପର ଥାକରୁ ଖେଳନା ନେଇ କି ଦେଇ ଦେବ ।
ଆଉ ଯଦି ବେଶି କାନ୍ଦେ ତ କାଲି କାଣିଥିବା ଚକୋଲେଟ୍ ଖୁଆଇଦେବ ଯେ ସେ ଶୋଇ ପଡ଼ିବ ।’’
............
............
............
ମହାନଦୀରେ ଆ ମଧ୍ୟରେ କେତେ ଯେ ପାଣି ବହି ଯାଇଥିଲା....
.........
ତିରିଶ ବର୍ଷ ପରେ ବୃଦ୍ଧ ପିତାମାତା  ନିଜ ଏକମାତ୍ର ପୁଅକୁ ନିଶାମୁକ୍ତି କେନ୍ଦ୍ର ନେଇ ଯାଉଥିଲେ ।
ସେଠାରେ ଚିକିତ୍ସକ ଜଣକ ମାଆ ଠାରୁ ଜାଣିବାକୁ ଚାହିଁଲେ ଯେ ତାଙ୍କ ପୁଅ ଡ୍ରଗ୍ସ କବଳରେ କେମିତି ପଡିଗଲା !
ଡାକ୍ତର କଥା ଶୁଣି ମାଆ ଟି ଅପରାଧବୋଧରେ
କାନ୍ଦି ପକାଇଲା ।
ପତି ଏହା ମାଆ ର ପୁଅ ପ୍ରତି ମମତା ମନେ କରି ପତ୍ନୀ ଙ୍କ ଆଡକୁ କରୁଣା ଦୃଷ୍ଟିରେ ଦେଖିବାକୁ ଲାଗିଲେ ।

No comments:

Post a Comment

•Project Karachi: ଭାରତ ପାକିସ୍ତାନର ଏକ ଅର୍ଥନୈତିକ ଯୁଦ୍ଧ•

ପାକିସ୍ତାନ , ଆମ ଦେଶକୁ ସାମରିକ ଯୁଦ୍ଧରେ ପରାସ୍ତ କରିଵାରେ ଵିଫଳ ହେଵା ପରେ ଏକ ଅଦୃଶ୍ୟ ଯୁଦ୍ଧ ଆରମ୍ଭ କରିଦେଇଥିଲା। ଏହି ଯୁଦ୍ଧର ନାମ ଥିଲା Project Karachi। ଏହା ...