ଏ ପ୍ରାଣବୀଜର ଅଟ ହେ ସବିତା,
ତୁମ୍ଭ ପ୍ରେମାଲୋକେ ସିନା 
ହେବ ଅଙ୍କୁରିତ
ପୁଷ୍ପିତ ଫଳିତ,
କାହିଁ ଗତି ତୁମ୍ଭ ବିନା  ।
ମନଲୋଚନର ଜ୍ଞାନାଲୋକ ତୁମ୍ଭେ
ସର୍ବଦର୍ଶନ ନିଦାନ,
ହିମ୍ଭେ ପରିପୂର୍ଣ୍ଣ ଆନନ୍ଦ ସ୍ବରୂପ
ମୁଁ ସେ ଆନନ୍ଦ ସନ୍ତାନ !
ମୁଁ ତ କ୍ଷୁଦ୍ର ଶିଶୁ
ତୁ ପ୍ରାଣ ଜନନୀ
ଆଚ୍ଛେଦ୍ୟ ନାଡ଼ୀ ବନ୍ଧନ,
ତୋ ପ୍ରେମ ନୟନ 
ନିରୁପମ ସ୍ନେହେ
ଅନାଇଛି ଅନୁକ୍ଷଣ  ।
ଏ କ୍ଷୁଦ୍ର ପ୍ରାଣର  ପ୍ରେମ ପ୍ରତିଦାନ
ପାଦପଦ୍ମେ ପ୍ରାଣବଳି,
ଅର୍ପଇ ଆନନ୍ଦେ ଘେନ ମହାପ୍ରଭୁ
ଘେନ ଏ ଦୁଃଖିର ଅଳି ।
“ଶ୍ରୀ ମଧୁସୂଦନ ରାଓ ଙ୍କ ରଚନାବଳୀ ରୁ”
No comments:
Post a Comment