Friday, August 25, 2017

ଗଣପତି ବାପ୍ପା ମୋରୟାରେ "ମୋରୟା" ଶବ୍ଦ ର ବିଶ୍ଳେଷଣ


“ମୋରୟା ମୋରୟା,ଗଣପତି ବପ୍ପା ମୋରୟା”
ଗଣପତି ଗଜଵନ୍ଦନରେ “ମୋରୟା” ର ଏହି ନାଦ କିଛି ଶତାବ୍ଦୀ ମଧ୍ୟରେ  ମହାରାଷ୍ଟ୍ରରୁ
ଉତ୍ତର ଭାରତରେ ଲୋକପ୍ରିୟ ହୋଇ ଆଜି ଓଡ଼ିଶାରେ ମଧ୍ଯ ଆଦୃତ ହେଲାଣି !!!!

ଅଧୁନା ଦେଶରେ  ଗଣେଶ ଚତୁର୍ଥୀ ଠାରୁ ଗଣେଶ ବିସର୍ଜନ ଯାଏଁ “ମୋରୟା” “ମୋରୟା” ଗୁଞ୍ଜରଣରେ ଗଗନ ପବନ ପ୍ରତିଧ୍ୱନିତ ହେଉଅଛି !

“ଗଣପତି ବପ୍ପା ମୋରୟା,ମଙ୍ଗଳମୂର୍ତ୍ତି ମୋରୟା,ପୁଢ଼ଚ୍ୟାଵର୍ଷୀ ଲବକରୟା"

ଅର୍ଥାତ୍ ‘ହେ ମଙ୍ଗଳକାରୀ ପିତା,ଆର ଥର କୁ ଆହୁରି ଶିଘ୍ର ଆସବ !!!!’

ଗଣପତି ବପ୍ପା ସହ ଯୋଡ଼ା ଯାଉଥିବା ଏହି ମୋରୟା ନାମ ପଛରେ ଅଛି ଜନୈକ ଗଣେଶ ଭକ୍ତଙ୍କ କାହାଣୀ !!!!!

କୁହନ୍ତି,
୧୪ଶ ଶତାବ୍ଦୀରେ ପୁଣେ ସହର ସମୀପସ୍ଥ
ଚିଁଚଵଡ ଅଞ୍ଚଳରେ  ମୋରୟା ଗୋସାବୀ ନାମଧେୟ ଜଣେ ଗଣେଶ ଭକ୍ତ ରହୁଥିଲେ ।
ଚିଁଚଵଡରେ ସେ କଠୋର ଗଣେଶସାଧନା କରି ଶେଷରେ ଜୀବନ୍ତ ସମାଧୀ ନେଇ ଯାଇ ଥିଲେ ।
ସେହି ଦିନ ଠାରୁ ଚିଁଚଵଡର ଗଣେଶ ମନ୍ଦିର ପଶ୍ଚିମ ଭାରତରେ ବିଖ୍ୟାତ ହେଲା ଏବଂ ଗଣପତିଙ୍କର ନାମ ସହ ମୋରୟା ନାମ ଯୋଡାଯାଇ ଭକ୍ତ ଏବଂ ଭଗବାନଙ୍କର ଜୟଘୋଷ ପ୍ରଚଳିତ ହେଲା !!!

ଅନ୍ୟ ଏକ ତଥ୍ୟ ଅନୁଯାୟୀ
'ମୋରୟା' ଶବ୍ଦ  ମୋରଗାଁଵ୍ ର ଗଣେଶଙ୍କର ଯୋଗୁଁ ପ୍ରସିଦ୍ଧ ହୋଇଅଛି !

ମୋରୟା ଗୋସାବୀଙ୍କର ପିତା ବାମନଭଟ ଏବଂ ମାତା ପାର୍ବତୀବାଈ ୧୬ଶହ ଶତାବ୍ଦୀରେ (ମତାନ୍ତରେ ୧୪ଶ ଶତାବ୍ଦୀ) କର୍ଣ୍ଣାଟକ ରୁ ଚାଲି ଆସି ପୁଣେ ନିକଟସ୍ଥ ମୋରଗାଁଵ ଅଞ୍ଚଳରେ ରହିବାକୁ ଲାଗିଲେ ।

ମୋରଗାଁଵ୍ ପ୍ରାଚୀନ କାଳରୁ ଗାଣପତ୍ୟ ସମ୍ପ୍ରଦାୟର ପ୍ରମୁଖ କେନ୍ଦ୍ର ଭାବରେ ଜଣାଶୁଣା ଥିଲା !!!
ବାମନଭଟ ମଧ୍ଯ ଗାଣପତ୍ଯ ସମ୍ପ୍ରଦାୟର ଲୋକ ଥିଲେ ତେଣୁ ଏ ଅଞ୍ଚଳରେ ତାଙ୍କ ପରିବାରକୁ ଅଧିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିନଥିଲା  ।

କୁହାଯାଏ ଆଗେ ମୋରଗାଁବ୍ ରେ ବହୁତ ମୟୁର ଥିଲେ ତେଣୁ ଏ ଅଞ୍ଚଳର ଏଭଳି ନାମକରଣ ହୋଇଅଛି !!!

ଏଠାରେ ଗଣେଶଙ୍କର ସିଦ୍ଧ ପ୍ରତିମା ମଧ୍ଯ ଅଛି ଯାହାକି ମୟୁରେଶ୍ବର ନାମରେ ଖ୍ୟାତ !!!

ମୋରଗାଁଵ୍ ର
ମୟୁରେଶ୍ବର ଭଳି ଥେରୁର, ସିଦ୍ଧଟେକ,ରାଂଜଣଗାଂଵ,ଓଝର,ଲେଣ୍ୟାଦ୍ରି,ମହଡ଼ ଏବଂ ପାଲୀ ଆଦି ଆଠ ଟି ମୁଖ୍ୟ ଗାଣପତ୍ୟ ପୀଠଗୁଡ଼ିକୁ ଅଷ୍ଟବିନାୟକ ପୀଠ କୁହାଯାଏ !!!!

ଗଣେଶ ପୁରାଣ ଅନୁଯାୟୀ
ଦାନବ ସିନ୍ଧୁ ର ଅତ୍ୟାଚାରରୁ  ରକ୍ଷାହେତୁ ଦେବତାମାନେ ଶ୍ରୀଗଣେଶଙ୍କର ଆହ୍ୱାନ କଲେ । ଶ୍ରୀଗଣେଶ ମୟୂର କୁ ନିଜ ବାହନ କରି ଷଡଭୂଜଯୁକ୍ତ ଅବତାର ନେଇ ଦୁଷ୍ଟ ସିନ୍ଧୁ କୁ ନିପାତ କରିଥିଲେ ।

ମୋରଗାଁଵ୍ ରେ ସେହି ମୟୁରେଶ୍ବରଙ୍କର ପ୍ରତିକାତ୍ମକ ପ୍ରତିମାକୁ ପୂଜା କରାଯାଇଥାଏ !!!!
ସେହି ମୟୁରେଶ୍ବରଙ୍କୁ ଆଜି ସ୍ଥାନୀୟ ଲୋକେ ମୋରେଶ୍ବର କହୁଛନ୍ତି ।

କୁହାଯାଏ ବାମନଭଟ ଏବଂ ପାର୍ବତୀ ଦେଈଙ୍କୁ ଏହି ମୋରେଶ୍ବରଙ୍କ କୃପାରୁ ପୁତ୍ରଲାଭ ହୋଇଥିଲା । ପରମ୍ପରା ଅନୁସାରେ​ ନିଜ ଆରାଧ୍ୟ ଦେବତା ଙ୍କ ନାମନୁଯାୟୀ ବାମନଭଟ ନିଜ ପୁତ୍ରର​ ନାମ ମୋରୟା ରଖିଲେ । ମୋରୟା ମଧ୍ଯ ବାଲ୍ୟକାଳରୁ ଗଣପତି ଭକ୍ତ ହେଲେ !
ସେ ଥେଊର ଅଞ୍ଚଳକୁ ଯାଇ ସେଠାରେ କଠୋର​ ତପ କରି ଶେଷରେ ସିଦ୍ଧାବସ୍ଥା ଲାଭକଲାରୁ ତାଙ୍କୁ ଗଣେଶଙ୍କର ପ୍ରତ୍ୟକ୍ଷ ଅନୁଭୂତି ହେଲା ।
ସେଇଦିନଠାରୁ ତାଙ୍କର ମୋରୟା ବା ମୋରୋବା ଗୋସାଵୀ ନାମରେ ଖ୍ୟାତି ହୋଇଗଲା ।

ମୋରୟା ଗୋସାବୀ ବେଦ-ବେଦାଙ୍ଗ,
ପୁରାଣୋପନିଷଦ ର ଗହନ ଶିକ୍ଷା ପ୍ରାପ୍ତ କରି ଯୁବାବସ୍ଥାରେ ହିଁ ଗୃହସ୍ଥ-ସନ୍ଥ ହୋଇଗଲେ ।
ମାତା-ପିତାଙ୍କ ସ୍ଵର୍ଗବାସ ପରେ ସେ ପୁଣେ ସନ୍ନିକଟ ପଵନା ନଦୀ କୂଳେ ଚିଁଚଵଡ୍ ରେ ଆଶ୍ରମ ସ୍ଥାପନ କରି ଗଣେଶଙ୍କର ଆରାଧନା ଆରମ୍ଭ କରିଦେଲେ ।

ଦେଶରେ ତାଙ୍କର ଖ୍ୟାତି ଆହୁରି ବଢିଲା ।
ସମର୍ଥ ରାମଦାସ ଏବଂ ସନ୍ଥ ତୁକାରାମ ବହୁତ ଥର ଚିଁଚଵଡ୍ ଆସି ମୋରୟା ଗୋସାବୀଙ୍କ ସହ ସମ୍ମିଳିତ ଧର୍ମଚର୍ଚ୍ଚା କରୁଥିବା ପ୍ରମାଣ ମିଳେ ।
ପ୍ରଶିଦ୍ଧ ଗଣପତି ଭଜନ
“ସୂଖକର୍ତ୍ତା-ଦୁଃଖହର୍ତ୍ତା ଵାର୍ତ୍ତା ଵିଘ୍ନାଚୀ”
ର ରଚନା କବି ସମର୍ଥ  ରାମଦାସ ଚିଁଚଵଡ୍ ର ହି ସିଦ୍ଧକ୍ଷେତ୍ରରେ ମୋରୟା ଗୋସାବୀଙ୍କ ସାନ୍ନିଧ୍ୟରେ ହିଁ କରିଥିଲେ !!!

ମୋରୟା ଗୋସାବୀ ହିଁ ଅଷ୍ଟବିନାୟକ ଯାତ୍ରା ର ପ୍ରବର୍ତ୍ତକ ବୋଲି ଲୋକବିଶ୍ବାସ ରହିଛି ।
ସେ ଅଷ୍ଟବିନାୟକ ଯାତ୍ରା ମୋରଗାଁଵର ମୟୁରେଶ୍ବର ମନ୍ଦିରରୁ ଆରମ୍ଭ କରିଥିଲେ,ଆଜି  ମଧ୍ଯ ସେହି ଧାରା ଅବଲମ୍ବନ ପୂର୍ବକ ସେହିଠାରୁ ଅଷ୍ଟବିନାୟକ ଯାତ୍ରା ହୋଇଥାଏ ।

ଆଉ ଏକ ମତ ଅନୁଯାୟୀ
ମୋରୟା ଶବ୍ଦଟି ମୋରୟା ଗୋସାବୀଙ୍କ ନାମରୁ ନୁହେଁ ବରଂ ଦୁଇଟି ଶବ୍ଦର ମିଶ୍ରଣରେ ସୃଷ୍ଟ ବୋଲି କୁହାଯାଇଥାଏ  ।
ମୋର+ୟା=ମୋରୟା ହୋଇଛି ବୋଲି କିଛି ଲୋକ ମତ ଦିଅନ୍ତି ।
ତେଣୁ ମୋରୟା ଅର୍ଥ=> come ahead(And bless us)
ଆଉ କିଛି ଭାଷାବିଦ ମରାଠୀ ଶବ୍ଦ “ମ୍ହୋର୍ ୟା” ଅପଭ୍ରଂଶ ହୋଇ ମୋରୟା ହୋଇଥିବା ଅନୁମାନ କରନ୍ତି !!!!
ମ୍ହୋର ୟା ର ଶବ୍ଦିକ ଅର୍ଥ ହେଉଛି =>
Go ahead  ( ଯାଉଛ ଯଦି ଯା ....ଆର ବରଷକୁ ଜଲଦୀ ଆ)

ସେ ଯାହା ହେଉ ଆଜି ଗଣପତିଙ୍କ ସହ ମୋରୟା ଶବ୍ଦ ଟି ଯୋଡ଼ି ହୋଇସାରିଛି
ଏବଂ ବୋଧହୁଏ ଆଗକୁ ମଧ୍ଯ ରହିବ !!!!

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...