Wednesday, August 9, 2017

Telomere: ଆପଣଙ୍କ ଶରୀରର ଡେଥ୍ କ୍ଲକ୍

Telomere: Death Clock In Your DNA●.
#विजय_सिंह_ठाकुराय

ପୃଥିବୀରେ ପ୍ରତିଦିନ ପ୍ରାୟ 151600 ଲୋକ ନିଜ ଜୀବନ ପୂର୍ଣ୍ଣ କରି ମୃତ୍ୟୁ ମୁଖରେ ପଡ଼ନ୍ତି ।
ତନ୍ମଧ୍ୟରୁ କେତେକ ମୃତ୍ୟୁ ଭୟାନକ ରୋଗ କିମ୍ବା ଦୂର୍ଘଟଣା ଯୋଗୁଁ ହୋଇଥାଏ ।
କିନ୍ତୁ ମୁଁ ଏଠାରେ ବୃଦ୍ଧାବସ୍ଥା କଥା କହୁଥିଲି ।
ମଣିଷ ମନରେ ସବୁଠାରୁ ବଡ ପ୍ରଶ୍ନ !
ଆମେ ବୁଢା କାହିଁକି ହୁଅନ୍ତି ?
କଣ୍ ଏଭଳି କୌଣସି ଉପାୟ ଅଛି ଯଦ୍ବାରା ମନୁଷ୍ୟକୁ ଚିର ଅମରତ୍ବ ଲାଭ ହୋଇପାରିବ ?

ଆମ ଶରୀର କୋଟି କୋଟି କୋଷ ବା ସେଲ୍ସ ରେ ତିଆରି । ଏହି ଜୀବକୋଷ  ପ୍ରତିକ୍ଷଣରେ ମରନ୍ତି ପୁଣି ନୁଆ ଜୀବକୋଷର ଜନ୍ମ ହୋଇଥାଏ ।
ପ୍ରତ୍ୟେକ ଜୀବକୋଷରେ ଥିବା D.N.A  ସଂରଚନାର ଦୁଇପଟରେ ମୃତ Non coding D.N.A ର କ୍ୟାପ୍ ଲାଗିରହିଥାଏ ।
ଏହି ମୃତ D.N.A କୁ Telomere କୁହାଯାଏ ।
ଏହି ଟେଲୋମିଅର୍ ଆମ ଡି.ଏନ୍.ଏ ର ରକ୍ଷା କବଚ ରୂପେ କାର୍ଯ୍ୟ କରିଥାଏ ।
କୌଣସି ଜୀବକୋଷ ଯେତେବେଳେ ଏକ ନୂଆ ଜୀବକୋଷକୁ ଜନ୍ମଦେଇଥାଏ ସେତେବେଳେ ଏହି ପ୍ରକ୍ରିୟା ରେ ନୂଆ ଜୀବକୋଷରେ ଥିବା ଟେଲୋମିଅର ଟିକିଏ ଛୋଟ ହୋଇଯାଏ ।
50-60 ଥର ଏହି ପ୍ରକ୍ରିୟା ର ପୁନରାବୃତ୍ତି ହେଲାପରେ ଏହି ଟେଲୋମିଅର୍ ଅନ୍ତତଃ ଶେଷ ହୋଇଯାଏ ।
ଯେବେ ଏଭଳି ହୁଏ ଠିକ୍ ସେତିକିବେଳେ ନବ ନୂତନ ଜୀବକୋଷର ସୃଷ୍ଟି ବନ୍ଦ ହୋଇଯାଏ ।
ପୁରୁଣା କୋଷ ଗୁଡ଼ିକ କିଛି ଦିନ ମଧ୍ୟରେ ଶିଥିଳ ହୋଇ ଗଡବଡ୍ ଉତ୍ପନ କରନ୍ତି ।
ପରିଣାମ ସ୍ବରୂପ ଆମେ ବୁଢ଼ା ହେବାକୁ ଲାଗନ୍ତି......
ଶରୀରର କାର୍ଯ୍ୟ ପ୍ରଣାଳୀ ଧ୍ୱସ୍ତ ହେବାକୁ ଲାଗେ ଏବଂ finally ଦିନେ......
ଆମେ ମରିଯାଅନ୍ତି..........
କୌଣସି ଜୀବ କେତେ ଦିନ ବଞ୍ଚିବ ତା'ର ସମ୍ବନ୍ଧ ଟେଲୋମିଅରର ଦୈର୍ଘ୍ଯ ତଥା ଜୀବକୋଷର ଦ୍ବିଗୁଣିତ ହେବା କ୍ଷମତା ବା Hayflick Limit ଉପରେ ନିର୍ଭର କରିଥାଏ ।
କଇଁଛ ୨୦୦ ବର୍ଷଯାଏଁ ଜୀବିତ ରହିପାରନ୍ତି
ତାଙ୍କ ଲିମିଟ୍ ୧୧୦ ଥିଲାବେଳେ ମୂଷାମାନଙ୍କର ବୟସସୀମା ଅତ୍ୟଳ୍ପ ଯେହେତୁ ୧୦-୧୫ କ୍ଷମତାର ଟେଲୋମିଅର୍ ମିଳିଥାଏ ।
ମନୁଷ୍ୟ ମାନଙ୍କର ଡିଏନଏ ୪୦-୬୦ ଟେଲୋମିଅର କ୍ଷମତା ବିଶିଷ୍ଟ ଅର୍ଥାତ
ଯେକୌଣସି ମନୁଷ୍ୟ ବଡ଼ ହେଲେ ୧୨୦ ବର୍ଷ ଯାଏଁ ବଞ୍ଚି ପାରିବ ତହିଁରୁ ଅଧିକ କାଳ ଯାଏଁ ବଞ୍ଚି ରହିବା ସହଜ ସାଧ୍ୟ ହୋଇନପାରେ ।

ଆପଣ କହିବେ ଜେନେଟିକ୍ ଇଂଜିନିୟରିଂ ବଳରେ ଟେଲୋମିଅରର ଦୈର୍ଘ୍ୟ ବଢେଇଦେଲେ ତ ମନୁଷ୍ୟ ଲମ୍ବା ସମୟକାଳ ଯାଏଁ ବଞ୍ଚି ପାରିବ !!!

କିଛି ବୈଜ୍ଞାନିକଙ୍କ ମୁଣ୍ଡକୁ ଏଇ ଉପାୟ ଆସିଥିଲା । କିନ୍ତୁ ସେମାନେ ମୂଷାଙ୍କ ଉପରେ ଏହାର ପରିକ୍ଷଣ କରି ଅକୃତକାର୍ଯ୍ୟ ହୋଇ ଯାଇଥିଲେ ।
ପ୍ରୟୋଗଶାଳାରେ ଟେଲିମିରେସ୍ ନାମକ ଏନ୍ଜାଇମ୍ ସହାୟତାରେ ଟେଲୋମିଅର ର କ୍ଷମତାକୁ କୃତ୍ରିମ ଭାବେ ବୃଦ୍ଧି କର କରାଯାଇପାରିବ
କିନ୍ତୁ !!!!!!!!!!!
ଆପଣ ସେହି
ଅମରତ୍ବ ନାମକ ସିଡ଼ିରେ ପାଦଦେଲା ମାତ୍ରେ ମୃତ୍ୟୁର ତକ୍ଷଣ ଦର୍ଶନ ଲାଭ କରିବେ !!!!!

କେମିତି ???????

ଆଗରୁ କୁହାଯାଇଛି
ଲକ୍ଷାଧିକ ଜୀବକୋଷକୁ ନେଇ ଆମ ମାନବ ଶରୀର ଗଠିତ ହୋଇଛି ।
ସେହି ଜୀବକୋଷ ମାନ ନିଜ ମଧ୍ୟରେ ସ୍ଥିତ ଡିଏନଏ କୁ କଽପି ଓ ଟ୍ରାନ୍ସଫର୍ କରି ନୂଆ ଜୀବକୋଷ କୁ ସୃଷ୍ଟି କରୁଥାନ୍ତି ।
D.N.A କଽପିର ଏହି ପ୍ରକ୍ରିୟାରେ ଆମ ଜୀବକୋଷ ମାନ ହାରାହାରି 120000 ଭୂଲ୍ ପ୍ରତି କୋଡିଂ କରିଥାଆନ୍ତି  ।
ସେତେବେଳେ ଆମର "Auto Correct Mode" ରେ ଚଳୁଥିବା ଶରୀର ସେହି ତ୍ରୁଟିପୂର୍ଣ୍ଣ ଜୀବକୋଷ ମାନଙ୍କୁ ଆତ୍ମହତ୍ୟାର  ଆଦେଶ ଶୁଣାଇଦିଏ  ।
ତେଣୁ ଭୂଲ୍ ଥିବା ନୂଆ ଜୀବକୋଷମାନ  ଶିଘ୍ର ଶିଘ୍ର ଦ୍ଵିଗୁଣିତ ହୋଇ ନିଜ ନିଜର ଟେଲୋମିଅର୍ ଶେଷ କରି ମୃତ ହୋଇଯାଆନ୍ତି ।
କିନ୍ତୁ କିଛି ଅବଜ୍ଞାକାରୀ(ଧୃଷ୍ଟ) ଜୀବକୋଷମାନ
ଆତ୍ମହତ୍ୟା ଆଦେଶକୁ ଅଗ୍ରାହ୍ୟ କରି 
ନିଜ ମଧ୍ୟରେ ଥିବା ଟେଲୋମିରେସ୍ ନାମକ ଏନ୍ଜାଇମ୍ କୁ ସକ୍ରିୟ କରିଦିଅନ୍ତି ।
ଫଳରେ ସେହି ଏନ୍ଜାଇମ୍ କୋଷ ମଧ୍ୟସ୍ଥ D.N.Aରେ ଥିବା ଟେଲୋମିଅର୍ ର ସ୍ଥିତିକୁ  ସ୍ଥିର କରିଦିଏ । ଯ ଦ୍ବାରା ତୃଟିପୂର୍ଣ୍ଣ କୋଷଯାକ ଅମର ହୋଇଯାଇ ନୂଆ Defaulter (ବ୍ୟତିକ୍ରମୀ,ତୃଟିକର୍ତ୍ତା) ଜୀବକୋଷ ମାନଙ୍କୁ ସୃଷ୍ଟି କରିବା ଆରମ୍ଭ କରିଦିଅନ୍ତି
ଫଳରେ ଭବିଷ୍ୟତରେ ସେମାନଙ୍କର ଏକ ବିଶାଳ ସମୂହ ଗଠିତ ହୋଇଯାଏ ।
ସେହି ସମୂହକୁ ଆମେ ଏକ ଫ୍ଯାନ୍ସି ଏବଂ ବହୁତ ଭୟଙ୍କର ନାମରେ ଜାଣନ୍ତି ,
କର୍କଟ ରୋଗ ବା  କ୍ଯାନସର୍ ନାମରେ........
ହଁ ଆଜ୍ଞା !!!!!
ଏତେକଥା କହିବାର ନିହିତାର୍ଥ ଏତିକି ଥିଲା,
ଯଦି ଟେଲୋମିଅର୍ କୁ କୌଣସି ପ୍ରକାରରେ କ୍ଷୁଦ୍ର ହେବାରୁ ରୋକିବାକୁ ଚେଷ୍ଟା କରାଯାଏ ତେବେ ପରିଣାମ ସ୍ବରୂପ ଖରାପ ଜୀବକୋଷ ମାନ ଅନିୟନ୍ତ୍ରିତ ହୋଇ ଆହୁରି Defaulter cells ତିଆରି କରିବା ଆରମ୍ଭ କରିଦେବେ ।
ଯଦ୍ବାରା ବହୁତ ଅଳ୍ପଦିନରେ ପୃଥିବୀର ପ୍ରତ୍ୟେକ ମନୁଷ୍ୟ କ୍ଯାନସର୍ ରୋଗରେ ପୀଡିତ ହୋଇଯିବେ......

ତେଣୁ ପ୍ରକୃତିର ନିୟମ ସହ ଖେଳି ବର୍ତ୍ତମାନ ସମୟର ଅଳ୍ପ ବୈଷୟିକ ବୈଜ୍ଞାନିକ ଜ୍ଞାନ ବଳରେ ଆମେ ଅମରତ୍ବ ପ୍ରାପ୍ତି କରିପାରିବାନି ....
ପ୍ରତ୍ୟେକ ଯୁବକ ବୃଦ୍ଧ ହେବ ହିଁ ହେବ
ଯଦି ପ୍ରକୃତିର ବିପକ୍ଷରେ ଯାଇ ଆମେ ମାନେ ଭୁଲ୍ କରନ୍ତି ତେବେ
ପ୍ରକୃତି ଆମକୁ ଦଣ୍ଡିତ କରିବ ହିଁ କରିବ .....

(ସନାତନ ଧର୍ମର ପଣ୍ଡିତ ମାନେ ବହୁ ପ୍ରାଚୀନ କାଳରେ କହିଦେଇଥିଲେ ଯେ ପ୍ରତ୍ୟେକ ମନୁଷ୍ୟର ବୟସ ତା'ର ଜନ୍ମ ସହ ଠିକ୍ ହୋଇଯାଇଥାଏ, ଲେଖାଯାଇଥାଏ !!!
ବ୍ରହ୍ମା ପ୍ରତ୍ୟେକ ବ୍ଯକ୍ତିର ବୟସ ଲେଖିଦେଇଥାନ୍ତି....
ଏଠି ବ୍ରହ୍ମା ଡିଏନଏ ନୁହେଁ ତ ?
କେ ଜାଣି ?????????
ତେବେ ଆପଣଙ୍କର ବୟସ ନିଶ୍ଚୟ Telomere
ନିର୍ଦ୍ଧାରିତ କରିଥାଏ
ହଁ ଏହା ହିଁ ଆପଣଙ୍କ ଡିଏନଏର ଡେଥ୍ କ୍ଲଽକ୍

........
ମୂଳ ଲେଖକ :- ବିଜୟ ସିଂହ ଠାକୁରାୟ (ଫେସବୁକ୍)

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...