*ପେରପେରିଆ*
*କବାଟକଣିଆଁ*
ଘରେ ରହୁଥିବା Cockroach ପାଇଁ 
ଓଡ଼ିଶା ଯାକର ଲୋକ *ଅସରପା* ଶବ୍ଦ ବ୍ୟବହାର କରନ୍ତି । ପଶ୍ଚିମ ଓଡିଶାରେ *ଜୁର୍ଲା* ଶବ୍ଦ Cockroach ପାଇଁ ପ୍ରଚଳିତ କିନ୍ତୁ ଢେଙ୍କାନାଳରେ ଗୋଟିଏ ନୁହେଁ ବରଂ କକରୋଚ୍ ପାଇଁ  ଦୁଇ ଦୁଇଟି ଶବ୍ଦ ଅଛି 
ପେରପେରିଆ ଏବଂ କବାଟକଣିଆଁ ....
*ଦୋବୋସା* (*ଦୋବସା*)
ଆମେ କାହାର ଦିବଙ୍ଗତ ଦିବସଟିକୁ
ସାଧାରଣତଃ ଶୁଦ୍ଧ ଓଡ଼ିଆରେ 
ଶ୍ରାଦ୍ଧ ବାର୍ଷିକୀ କହିଥାନ୍ତି !!!
କିନ୍ତୁ ଢେଙ୍କାନାଳରେ ଏଥିପାଇଁ ଏକ ଆଞ୍ଚଳିକ ଶବ୍ଦ ଅଛି ଦୋବସା ବା ଦୋବୋସା.....
*ଜାଲମ* 
ଓଡ଼ିଆରେ ଏକ ବୈଦେଶିକ ଶବ୍ଦ ମଧ୍ଯ ଜ଼ାଲମ୍ ଅଛି ଯାହା ଜା଼ଲିମ୍ ଶବ୍ଦରୁ ଆସିଅଛି 
କିନ୍ତୁ ଢେଙ୍କାନାଳର *ଜାଲମ*
ସଂପୂର୍ଣ୍ଣ ଆଞ୍ଚଳିକ ଶବ୍ଦ....
ଝଡ଼ି ବର୍ଷା ଲାଗିରହି ଯଦି ଶୀତରୁ ପାଗ ହୁଏ ତେବେ ସେଭଳି ପାଗକୁ ଦେଖି 
ଏଠିକା ଲୋକେ କୁହନ୍ତି 
ଆଜି କି ଜାଲମ ହେଉଛି ସତେ.....
*ତର ହେବା*
ଏକ ଦେଶଜ କ୍ରିୟା ଶବ୍ଦ ଢେଙ୍କାନାଳର ଗ୍ରାମାଞ୍ଚଳ ଗୁଡିକରେ ଚଳେ 
*ତର ହେବା*
ଲୋକେ ବିଳମ୍ବରେ ଆସୁଥିବା ବ୍ୟକ୍ତିବିଶେଷଙ୍କୁ 
କୁହନ୍ତି *ତୋତେ ଏତେବେଳେ ଯାଇ ତର ହେଲା*
ତର => ବେଳ ବୋଧହୁଏ ?
*କାନ ତରା ହେବା*
କେହି କର୍କଶ ସ୍ବରରେ କହିଲେ 
ସାଧାରଣତଃ କୁହାଯାଏ 
*ମୋ କାନ ବଧିରା ହୋଇ ଗଲା*
କିନ୍ତୁ ସେହି ଏକା ଅର୍ଥ ରେ 
କାନ ତରା ହେବା ଶବ୍ଦ ମଧ୍ଯ 
ଢେଙ୍କାନାଳରେ ବ୍ୟବହୃତ ହୋଇଥାଏ ।
*ସେ ଏତେ ଯୋରରେ କହିଲା ଯେ ମୋ କାନ ତରା ହୋଇ ଗଲା*
ଦୂର୍ବଳିଆ ଲୋକ ପାଇଁ ନେମେରା ଏବଂ ଛେଲେପା ଶବ୍ଦ ଢେଙ୍କାନାଳରେ ଅଛି !!! ସ୍ତ୍ରୀ ଲିଙ୍ଗ ହେଲେ ନେମେରା- ନେମେରୀ ହୁଏ ଏବଂ ଛେଲେପା-ଛେଲିପି/ଛେଲେପି ହୁଏ ।
ଖାଞ୍ଚିବା ବୋଲି ଗୋଟିଏ କ୍ରିୟା ଶବ୍ଦ ଓଡ଼ିଆ ଭାଷାରେ ଚଳେ ଏହାର ଅନେକ ଅର୍ଥ 
କିନ୍ତୁ ଢେଙ୍କାନାଳରେ ବୋତଲରେ ଅଳ୍ପ ପାଣି ପୁରେଇ ହଲେଇବାକୁ ମଧ୍ୟ ଖାଞ୍ଚିବା କୁହାଯାଏ ।
#ଗୁହିଁ 
ଢେଙ୍କାନାଳରେ ଏ ଶବ୍ଦଟି କଥିତ ଭାଷାରେ ବ୍ୟବହୃତ ହୁଏ । 
ଖେଳରେ ଯଦି କେହି ଅନୀତି ଅନ୍ୟାୟ ଆଚରଣ ପୂର୍ବକ ଜୀତିବାକୁ ଚେଷ୍ଟା କଲା 
ସେଭଳି କୁ-କୃତ୍ୟ କୁ ଗୁହିଁ କରିବା କୁହାଯାଏ ।
ଢେ଼ଙ୍କାନାଳ ରେ ବାହାପିଆ,ଫୁଲାଣିଆ କଥା କହୁଥିବା ଗର୍ବ ଅହଂ ଭାବ ସହ ଲୋକ ବ୍ଯବହାର କୁ *ଫୁଟାଣି* କୁହାଯାଏ ।
*ଲୋକ ଟା କେତେ ଫୁଟାଣି ମାରୁଛି !!!!!*
*ସେ ଲୋକ ବଡ଼ ଫୁଟାଣିଆ ଟା*
*ଉଁ !!! କି ଫୁଟାଣି ଦେଖ !!!*
ଓଡ଼ିଶା ତଥା ଭାରତରେ ସର୍ବତ୍ର termaric 
ପାଇଁ ହଳଦୀ ଶବ୍ଦ ପ୍ରଚଳିତ କିନ୍ତୁ 
ଓଡ଼ିଶାର ଢେଙ୍କାନାଳ ଜିଲ୍ଲାରେ 
ହଳଦୀ ପାଇଁ ଶବ୍ଦଟିଏ ଅଛି ଓଡଶୀ....
ପ୍ରକୃତରେ ଉଡ୍ର ହଳଦୀକୁ #ଓଡଶୀ ହଳଦୀ କୁହାଯାଉଥିଲା ଯାହା ପରେ କେବଳ ଓଡଶୀ ରହିଯାଇଛି ।
ଘେର୍ତେଇ ହେବା....
ମାଆ ଯଦି ପିଲାଙ୍କୁ ଖାଇବା ପାଇଁ ଡାକୁଥାଏ 
ଖୋସାମତି କରୁଥାଏ 
ତାହାର ବାରମ୍ବାର ଡାକିହେବାକୁ ଢେଙ୍କାନାଳରେ 
ଘେର୍ତେଇ ହେବା କୁହାଯାଏ
ଏମନ୍ତ ଆହୁରି ଶତାଧିକ ଢେଙ୍କାନାଳିଆ ଶବ୍ଦ ଏଠାରେ ପ୍ରଚଳିତ ଅଛି ....
ଭବିଷ୍ୟତରେ ଆଉକିଛି ଶବ୍ଦ ଦିଆଯିବ....
(କ୍ରମଶଃ.......)
No comments:
Post a Comment