Saturday, August 12, 2017

•••••••ବୋଝ••••••


ସଂଧ୍ୟା ସମୟ ଥିଲା ।
ଦୁଇଜଣ ବୌଦ୍ଧ ଭିକ୍ଷୁ ଆଶ୍ରମକୁ ଫେରୁଥାନ୍ତି ।
ଏଇ କିଛି ସମୟ ଆଗରୁ ବର୍ଷା ହୋଇଥାଏ ଏବଂ ସଡକରେ ପ୍ରାୟ ପାଣି ଜମି ରହିଥିଲା ।
ଆଶ୍ରମକୁ ଯାଉଥିଲା ବେଳେ ସେମାନେ ଦେଖିଲେ ଏକ ସୁନ୍ଦର ଯୁବତୀ ସଡ଼କ ପାର କରିବାକୁ ଚେଷ୍ଟା କରୁଅଛି
ହେଲେ ରାସ୍ତାରେ ପାଣି ଅଧିକ ଥିବାରୁ ଝିଅଟି ଆଗକୁ ବଢିପାରୁ ନାହିଁ .....

  ବୌଦ୍ଧଭିକ୍ଷୁଦ୍ବୟଙ୍କ ମଧ୍ୟରୁ ବୟସରେ ବଡ଼ ଭିକ୍ଷୁକ ଜଣକ ସେହି ଅସହାୟ ଝିଅଟିକୁ ବାହୁରେ ଉଠେଇ ସଡ଼କର ଆରପଟେ ନେଇ ଛାଡ଼ି ଆସିଲା ।
 
ଏହାପରେ ଉଭୟ ବୌଦ୍ଧଭିକ୍ଷୁ ଆଶ୍ରମକୁ ଲେଉଟି ଆସିଲେ ।

ସନ୍ଧ୍ୟା ବେଳକୁ ଅଳ୍ପ ବୟସ୍କ ବୌଦ୍ଧ ଭିକ୍ଷୁ ଜଣକ ସେହି ବୟସ୍କ ଭିକ୍ଷୁ କୁ ଆସି କହିଲା:-
"ଭାଇ,ଜଣେ ବୌଦ୍ଧଭିକ୍ଷୁ ହିସାବରେ ତୁମର କୌଣସି ନାରୀକୁ ସ୍ପର୍ଶ କରିବା ଅନୁଚିତ୍ ଥିଲା"

”“ହଁ,”
ବଡ ଭିକ୍ଷୁ ଜଣକ ଉତ୍ତର ଦେଲା ।

ସାନ ଭିକ୍ଷୁ ଜଣକର ସାହସ ବଢ଼ିଗଲା
ସେ ପୁଣି କହିଲା
“କିନ୍ତୁ ତୁମେ ତ ସେ ନବଯୌବନାକୁ ନିଜେ ଉଠେଇ ଧରିଥିଲ"
ଏହା ଶୁଣି ବଡ଼ ଭିକ୍ଷୁକ ଜଣକ ହସି ହସି କହିଲା,
“ମୁଁ ତ ତାକୁ ଉଠେଇ ରାସ୍ତାର ଅନ୍ୟ ପାର୍ଶ୍ୱରେ ନେଇ ଛାଡ଼ି ଦେଇଥିଲି ହେଲେ ତୁମେ ତ ତାକୁ ଏବେ ବି ଉଠେଇ ଧରି ବୁଲୁଛ"

No comments:

Post a Comment

•ଲୁପ୍ତ ପ୍ରାଚୀନ ଓଡ଼ିଆ ଶବ୍ଦ ‘କଣୟ’: ସୁନାର ପ୍ରାକୃତ ନାମ ଏଵଂ ତହିଁର ସାହିତ୍ୟିକ ଯାତ୍ରା•

ଓଡ଼ିଆ ଭାଷାରେ ହଜାର ହଜାର ପ୍ରାଚୀନ ଓଡ଼ିଆ ଶବ୍ଦ କଥିତ, ଲିଖିତ ଓ ସାହିତ୍ୟିକ ଭାଷାରେ ପ୍ରୟୋଗ ନହୋଇ ଲୋପ ପାଇଯାଇଛି ।‌ ଆଜିର ଓଡ଼ିଆ ଲୋକେ ଏଭଳି ଲୁପ୍ତ ଶବ୍ଦ ଯେବେ ପ୍...