Friday, August 4, 2017

ଅଶ୍ଳୀଳ ଭିଡିଓ ବିରୋଧୀ ଅଭିଯାନ

ସହରରେ ଅଶ୍ଳୀଳ ସିଡି ତଥା ଅଶ୍ଳୀଳ ଭିଡିଓ ଡାଉନଲୋଡିଂ  ଖୁବ୍ ବଢି ଯାଇଥିଲା ।  ଅନେକ ଡାଟା ଡାଉନଲୋଡିଗଂ ଦୋକାନ ଖୋଲି ଯାଇଥିଲା । ଏଭଳି ଦୋକାନ ଗୁଡ଼ିକରେ କମ୍ପ୍ୟୁଟର୍ ସାହାଯ୍ୟରେ  ଅଶ୍ଳୀଳ ଦୃଶ୍ୟ ସବୁ ମୋବାଇଲ୍ ରେ ଭରିଦିଆଯାଉଥାଏ ।
ଦଶ କୋଡିଏ ଟଙ୍କାରେ ଯେ କେହି ଏଭଳି ଭିଡିଓ ପାଇ ପାରୁଥିଲା । ଧୀରେ ଧୀରେ କିଛି ଯୁବକ ଏହାର  କୁପ୍ରଭାବ ହୃଦୟଙ୍ଗମ​କଲାପରେ ଏକ ସଂଗଠନ ଗଠନ କଲେ ...
ଯୁବକ ମାନଙ୍କର ସେ ସଂଗଠନ ଫେସବୁକ୍ ଏବଂ ଓ୍ବାଟସ୍ଆପ୍ ରେ ଏହା ବିରୋଧରେ ଯୋରଦାର୍ ଅଭିଯାନ ଆରମ୍ଭ କରି ଦେଲା ।
ଶେଷରେ ସଂଗଠନର ସମସ୍ତ ସଭ୍ଯ ସହରର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଏକତ୍ରିତ ହେଲେ ।
ସେଠାରେ ନିର୍ଣ୍ଣୟ ହେଲା ଯେ ଆସନ୍ତା ରବିବାର ଦିନ ସମସ୍ତ ଦୋକାନ ଆଦିରୁ ସେଭଳି ଅଶ୍ଳୀଳ ସିଡ଼ି, ଭିଡିଓ ଡାଟା ଜବତ୍ କରାଯିବ ଏବଂ ତାହାକୁ  ସମସ୍ତଙ୍କ ସମ୍ମୁଖରେ ଜଳାଯିବ ।
ରବିବାର ଦିନ ମିଳିତ ଅଭିଯାନ ଆରମ୍ଭ ହେଲା । ସେଥିରୁ ଗୁଡାଏ ଅଶ୍ଳୀଳ ସିଡି,ପ୍ଲଽପି,ପେନଡ୍ରାଇଵ୍, ଏବଂ ମେମୋରି କାର୍ଡ ଜବତ୍ କରାଗଲା ।
ସେଦିନ ବହୁତ ସମୟ ହୋଇଯାଇଥିଲା । ତେଣୁ ଦଳର ମୁଖ୍ୟ ଯୁବଜଣକ କହିଲେ
"ଆମେ ଏସବୁ ଆଜି ନ ଜଳାଇ ବରଂ ଅନ୍ୟ ଏକ ଦିନରେ ଗଣମାଧ୍ୟମକୁ ଜଣେଇ ଜଳେଇଲେ ସମାଜ ଉପରେ ଆମ ଆନ୍ଦୋଳନର ଅଧିକ ପ୍ରଭାବ ପଡିବ । ଆମଘରେ ଏକାବେଳକେ ଏତେ ସବୁ ଅଶ୍ଳୀଳ ସିଡି ପେନଡ୍ରାଇଭ୍ ରଖିବା ନିରାପଦ ନୁହେଁ । ବରଂ ସଦସ୍ୟ ମାନେ ଏଥିରୁ ସମସ୍ତେ କିଛି କିଛି ରଖିନିଅନ୍ତୁ । "

ତା' ହିଁ ହେଲା । ସମସ୍ତେ ସେ ସିଡି,ପେନଡ୍ରାଇଵ, ମେମୋରିକାର୍ଡ ଗୁଡିକୁ ପରସ୍ପର ମଧ୍ୟରେ ବାଣ୍ଟିନେଲେ ।

ନିର୍ଦ୍ଧାରିତ ଦିନ ଦଳର ମୁଖ୍ୟ ସମସ୍ତଙ୍କୁ ସୋସିଆଲ୍ ସାଇଟ୍ ଯୋଗେ ଡକାଇଲେ....

ସମସ୍ତେ ଆସିଲାରୁ ସେମାନଙ୍କୁ ଜବତ୍ କରାଯାଇଥିବା ଅଶ୍ଳୀଳ ଭିଡିଓ ର ସମସ୍ତ ସିଡି ପେନଡ୍ରାଇଵ,ମେମୋରି କାର୍ଡ ଆଦି ମଗାଗଲା ହେଲେ କେହି ଆଉ ଫେରେଇଲେ ନାହିଁ ।

କିଏ କହିଲା ସାଙ୍ଗକୁ ଦେଇ ଦେଇଛି ଆଉ କିଏ କହିଲା ବଡ଼ ଭାଇ ହାତରେ ପଡିଗଲା ବଡ଼ ଅପଦସ୍ତ ହେଲି ଗଲା ନେଲା ଜିନିଷ ଆଉ କି ମିଳୁଛି ? କେହି କେହି କହିଲେ ସମ୍ପର୍କୀୟା ଭାଉଜଙ୍କୁ ଦେଇ ଦେଇଛି ଆଉ କଣ୍ ମାଗିବି ଯେ ?

ସେ ସହରରେ  ଆଉ ଅଶ୍ଳୀଳ ଭିଡିଓ ଉପରେ କେବେବି କଟକଣା ଲାଗିପାରିଲାନି । ଏବେ ସହରଟା ଯାକର ଡାଟା ଡାଉନଲୋଡି଼ଙ୍ଗ ଦୋକାନରେ ଧୁମ୍ ବିଜନେସ୍ ହେଉଛି....

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...