ଆମ ଦେଶରେ ଯଦି ଦୁଇଜଣ ମଟର ସାଇକାଲ ଚାଳକଙ୍କ ମଧ୍ୟରେ ଧକ୍କା ହୋଇଯାଏ ତେବେ ସେମାନଙ୍କର ପ୍ରଥମ କର୍ତ୍ତବ୍ୟ ହୋଇପଡେ଼, ଆଗେ ପରସ୍ପରରେ ଝଗଡ଼ା ଲାଗିବେ ଏବଂ ସର୍ବ ଶେଷରେ ଧୂଳି ଝାଡ଼ଝୁଡ଼ କରିବେ ।
ଏହି ପଦ୍ଧତି ଖୁବ୍ ମାନ୍ୟତାପ୍ରାପ୍ତ ଆଉ
ଯଦି କୌଣସି ମଟରସାଇକେଲ୍ ଚାଳକ ଧକ୍କା ଯୋଗୁଁ ପଡି଼ଯାଇ ଝଗଡ଼ା ନକରେ ତାକୁ ଭୀରୁ ମାନାଯାଏ,କ୍ଷମାଶୀଳ ସନ୍ଥ ନୁହେଁ ।
ଦିନେ ସେଇଭଳି ଦୁଇଟି ମଟରସାଇକେଲ୍ ପରସ୍ପରରେ ଧକ୍କା ହୋଇଗଲେ । ତହିଁ ର ଚାଳକଦ୍ବୟ ଦୁହେଁ ଦୁହିଁଙ୍କୁ ଉତ୍ତମ ଅଳଙ୍କାର ଯୁକ୍ତ ଗାଳୀ ଶବ୍ଦମାନରେ ଆଭୂଷିତ କରାଇଲେ ।
ଜଣେ କହିଲା ଅନ୍ଧ ଟା କିରେ ?
ଦିଶୁନି ତୋତେ ?
ଆର ଜଣକ କହିଲା
'ସଳେ,
ରଂଗ୍ ସାଇଡ୍ ରେ ଗାଡ଼ି ଚଳେଇବେ
ଆହୁରି ଆଖି ବି ଦେଖେଇବେ ।’
ପ୍ରଥମ ଲୋକ ଟି ଏ କଥାର ଜଵାବରେ
କହିଲା 'ମୁହଁ ସମ୍ଭାଳି କଥାବାର୍ତ୍ତା କର ନହେଲେ
ଗୋଟାଏ ମୁଥା ମାରି ତୋ ମୁଣ୍ଡ ଫଟେଇ ଦେବି !!’
ଦ୍ବିତୀୟ ଜଣକ ଏ କଥା ଶୁଣି ଚିହିଁକି ଗଲା ।
ସେ ମୁଣ୍ଡ ଉପରକୁ ଉଠେଇ ଆହୁରି ଉଚ୍ଚ ସ୍ବରରେ ଚିତ୍କାର ପୂର୍ବକ କହିଲା
‛ଆବେ,ତୁ କଣ୍ ମୋ ମୁଣ୍ଡ ଫଟେଇବୁ କିବେ ?
ଖାଲି ମୋ ଦେହରେ ହାତ ଦେଇକି ଦେଖ୍
ଏଇଠେ ଏକା ଚାପୁଡ଼ା କେ ତୋ କାନମୁଣ୍ଡା ଫଟେଇ ଦେବି ।’
ଠିକ୍
ସେ ଦି ଜଣ ପରସ୍ପର ମଧ୍ୟରେ ବାଡି଼ଆପିଟା ଲାଗିବାକୁ ଯାଉଥିଲେ କି ଏତିକି ବେଳକୁ ଜଣେ
ତୃତୀୟ ବ୍ୟକ୍ତି ସେ ଦୁହିଁଙ୍କ ମଧ୍ୟରେ ଆସିଗଲା
ଆଉ କହିଲା,
'ଆରେ ଭାଇମାନେ ଦେଖ,
ମୋ କଥା ଆଗ ଶୁଣି ନିଅ,
ତୁମେ ଦିହେଁ ପରସ୍ପରର ମୁଣ୍ଡ ଫଟେଇବାକୁ ଚାହୁଁଛ ! ଯା' ହେଲେ ବି ତୁମ ଦୁହିଁଙ୍କ ମୁଣ୍ଡ ଫାଟିବା ଦରକାର ?
ଏଇକଥା ନା ?
ତେବେ ଗୋଟାଏ କାମ କର
ଦିହେଁ ଯାକ ଯାଇ ସେହି ବିଜୁଳି ଖମ୍ବରେ
ମୁଣ୍ଡ ବାଡେଇ ଫଟେଇ ଦିଅ !!!
ତୁମ ସମସ୍ୟାର ସମାଧାନ ହୋଇଯିବ ।’
ତୃତୀୟ ଲୋକର
କଥାଟା ଶୁଣି ଆଖପାଖ ରେ ଝଗଡା଼ ଦେଖିବାପାଇଁ ଛିଡା଼ ହୋଇଥିବା ଲୋକେ ହସି ଦେଲେ ଆଉ
ତାଙ୍କ ହସ ଦେଖି ଝଗଡା଼ ଲାଗୁଥିବା ସେ ଦି ଜଣ ବି ହସକୁ ରୋକି ନ ପାରି ହସିଦେଲେ ।
ଏମିତିରେ ସେମାନଙ୍କ ମଧ୍ୟରେ ମିଂମାଶା ହୋଇଗଲା ।
(ହିନ୍ଦୀ ବ୍ୟଙ୍ଗକାର ଶ୍ରୀ हरिशंकर परसाई ଙ୍କର ଏକ ଲଘୁକଥାରୁ ପ୍ରେରିତ)
No comments:
Post a Comment