Thursday, August 31, 2017

ବାଳୁଙ୍ଗା ଧାନ

କଥାରେ ଅଛି -----

“ତିନି ବରଷରେ ଧାନ ବାଳୁଙ୍ଗା
ତିନି ପୁରୁଷରେ କୁଳ ବାଳୁଙ୍ଗା”

ଗଛରୁ ପଡ଼ି ଯେଉଁ ଧାନ ବିଲରେ ରହିଯାଇ ତହିଁ ଆରବର୍ଷ କୁ ଗଛ ଉଠେ ଓ ଫଳେ ତାକୁ ଓଡ଼ିଆ ରେ ରାହାଡି଼ ଧାନ କୁହାଯାଏ ।
ଧାନର ଦ୍ଵିତୀୟ ପୁରୁଷରେ ସ୍ବତଃ ଉଠିଥିବା ଏହି
ରିହାଡି଼ ଧାନର ଅଗରେ ବଡ଼ ବଡ଼ ଶିଙ୍ଘ ନଥାଏ କିନ୍ତୁ ବାଳୁଙ୍ଗା ଧାନ ରେ ଥାଏ ଏବଂ ଏହା ରୋପଣ କରାଯାଇଥିବା ନୂଆ ଧାନ ଅପେକ୍ଷା ଶିଘ୍ର ବଢ଼ିଯାଇ ପାଚିଥାଏ ।
ରିହାଡି଼ ଧାନର ବୀଜ ଯଦି ସେ ବର୍ଷ ମଧ୍ଯ ବିଲରେ ପାଚି ଝଡ଼ି ଯାଇ ତହିଁ ପର ବର୍ଷ ଉଠେ ସେଭଳି ତିନି ବର୍ଷରେ ଜାତ ଧାନକୁ ବାଳୁଙ୍ଗା ଧାନ କୁହନ୍ତି ।

ସଂସ୍କୃତରେ ବାଳୁଙ୍ଗା ଧାନ କୁ ତୃଣ୍ୟ ଧାନ ଏବଂ ଅରଣ୍ୟ ଶାଳୀ କୁହାଯାଏ । ବଙ୍ଗାଳାରେ ବାଳୁଙ୍ଗା ଧାନ କୁ
ওরিধান,উড ধান, ঝড়া ধান,
ଆଦି କୁହାଯାଏ ।
ସେଇଭଳି ଓଡ଼ିଆରେ ଏହାର ଅନେକ ନାଁ ଅଛି
ଉଦାହରଣ ସ୍ୱରୂପ:- ନିବାର ଧାନ, ଝଡ଼ା ଧାନ୍ୟ,ଋଷିଧାନ ଆଦି.....

ଧାନ ଅପେକ୍ଷା ବାଳୁଙ୍ଗା ଶିଘ୍ର ଉଠୁଥିବାରୁ ବିଲରେ ନୂଆ ରୁଆ ହୋଇଥିବା ଧାନ ଗଛ ଯାକ ଆଉ ଭଲ ଉଧେଇ ପାରନ୍ତି ନାହିଁ ।
ତେଣୁ କୃଷକ ମାନେ ଧାନ କିଆରୀରୁ ବାଳୁଙ୍ଗା ଗଛ ଗୁଡ଼ିକୁ ଆଗରୁ ଓପାଡି଼ ଦିଅନ୍ତି ।
ଚାଷୀମାନେ ରୁଆଧାନ ଏବଂ ବାଳୁଙ୍ଗା  ଉଭୟ ଗଛର ମୂଳ କୁ ଦେଖି ଚିହ୍ନି ବାଳୁଙ୍ଗା ଧାନ କୁ ଓପାଡି ଦିଅନ୍ତି ।
ରାଧାନାଥ ରାୟ ତାଙ୍କ  ‘ତୁଳସୀସ୍ତବକ’ ରେ
ଏଇ କଥାକୁ ନେଇ ପଦ ଟିଏ ଲେଖିଲେ

“କୃଷକେ ଉପାଡ଼ନ୍ତି ବାଳୁଙ୍ଗା କ୍ଷେତୁ ।
ସାଧୁ ଯେସନେ ଆତ୍ମବଡି଼ମା ଚିତ୍ତୁ ।।”

ପୂର୍ବ କାଳରେ ଋଷି ମାନେ ଏ ଚାଉଳ କୁ ଖାଉଥିଲେ ତେଣୁ ଏହାର ଅନ୍ୟନାମ​ ଋଷିଧାନ ପ୍ରଚଳିତ ହୋଇଛି ।
ବାଳୁଙ୍ଗା ଧାନ ର ଚାଉଳ ନୀରସ ଓ ରୁକ୍ଷ ।

ଧାନ ପ୍ରକୃତରେ ଏକ ଜଙ୍ଗଲି ଗଛ ଏବଂ ଯଦି ମଣିଷ ତାହାର କୃଷି ନକରେ ତେବେ ସ୍ବତଃ ସମ୍ଭୁତ ହୋଇ ଉଠିଲେ କିଛି ପୁରୁଷ ମଧ୍ୟରେ ପୁନଃ ପ୍ରାଚୀନ ସ୍ବରୂପ ଧାରଣ କରିଥାଏ ।

No comments:

Post a Comment

ଓଡ଼ିଆମାନେ Cockroachକୁ ଅସରପା କାହିଁକି କୁହନ୍ତି ?

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ  ଅସରପା ଶବ୍ଦର ଵିଶେଷ୍ୟ ଅର୍ଥ Cockroach ତଥା ଵିଶେଷଣ ଅର୍ଥ ମନ୍ଦବୁଦ୍ଧି,ଅପ୍ରତିଭ,ମୂର୍ଖ ତଥା ଅଥରପା ଲେଖା ହୋଇଛି । ଅଥରପ...