Saturday, August 19, 2017

ମୋଦୀଙ୍କ ବିଶ୍ଵରୂପ ଦର୍ଶନ

ବିଜେପି ପ୍ରେମୀ ଭାରତୀୟ ମାନେ ନିଜ ପାର୍ଟି କମ୍ ପ୍ରିୟ ନେତା ମୋଦୀଙ୍କ ପ୍ରତି ଅତି ମାତ୍ରାରେ ଆସକ୍ତ । ଯଦି କେହି ତାଙ୍କ ପ୍ରିୟ ନେତାଙ୍କ ବିରୋଧରେ କିଛି କହିଲା ତେବେ କଥା ସରିଲା ଜାଣ । ଫେସବୁକ୍ ରେ ବିରୋଧୀକୁ ଗୋଡ଼େଇ ଗୋଡ଼େଇ ମାରିଲେ ଯାଇ ଏ ବୈଚାରିକ ଗୁଣ୍ଡାମାନେ ଶାନ୍ତିରେ ନିଶ୍ବାସ ନିଅନ୍ତି ।
କଥାରେ ଅଛି,
"ସତରକଥାରେ ସତୀ ଭୂଲେ"
ନିଜ ପତି ବିଷୟରେ ଲୋକଙ୍କ ଠାରୁ ବାରମ୍ବାର ଦୁର୍ନାମ ଶୁଣିଲେ ନିରୀହ ପତ୍ନୀଟି ମଧ୍ଯ ସ୍ବାମୀ ପ୍ରତି ବିମୁଖ ହୋଇଯାଏ
କିନ୍ତୁ ମୋଦୀ କି କିମିଆ କରିଛନ୍ତି କେଜାଣି
ବିପକ୍ଷ ଦଳଙ୍କ ସତ ପ୍ରଚେଷ୍ଟା ସତ୍ତ୍ୱେ ତାଙ୍କ ଭକ୍ତଙ୍କ ଭକ୍ତି କମୁନାହିଁ ବରଂ ଉତ୍ତୋରତ୍ତର ବୃଦ୍ଧି ହେବାରେ ଲାଗିଛି । ସତରେ ଏ ଦେଶର ଜନତା ବହୁତ ଥର ନେତାଙ୍କ ମାୟାରେ ବାୟା ହୋଇଛି ହେଲେ ନେତା ପଦାଙ୍କ ଅନୁସରଣ ତଥା ପଦବନ୍ଦନା ଛାଡ଼ି ନାହିଁ ।
ଗାନ୍ଧୀ ଯୁଗରେ ଯେଉଁ ମାହାପୁରୁଷମାନେ ଜଣେ ଗୁଜରାଟୀ ବୃଦ୍ଧଙ୍କ ପାଦ ଧୋଇ ପାଣି ପିଉଥିଲେ ତାଙ୍କରି ନାତୀ ମାନେ ଆଜି ସେହି ଗାନ୍ଧୀଙ୍କ ଦୂର୍ଗୁଣ ଗାଉଛନ୍ତି,ଗାଳି ଦେଉଛନ୍ତି .....
କେଡ଼େ ହାସ୍ୟାସ୍ପଦ କଥା ସତେ !!!!

ଜଣେ ବିଜେପି କୁଜିନେତାଙ୍କ ସହ ନିକଟରେ ହିନ୍ଦୀଭାଷୀଙ୍କ ଗାଲୁଆମୀ ଏବଂ ରାଷ୍ଟ୍ରବାଦ୍ ନାମରେ ଫେସବୁକ୍ ରେ ହେଉଥିବା ଜାତୀୟ ହିଂସା ବିଷୟରେ କଥା ହେଉଥିଲି ।
ସ୍ଥାନୀୟ ନେତା ଜଣକ ସାମାନ୍ୟ ବୟୋବୃଦ୍ଧ ଥିଲେ....
ମୋ କଥାଯାକ ମୁରୁକି ହସା ସହ ଶୁଣୁଥାଆନ୍ତି
ଶେଷରେ ଯାହା କହିଲେ ତାକୁ ବୁଝିବାକୁ
ମୋତେ କେତେକ ବୃଦ୍ଧ ବୃଦ୍ଧାଙ୍କ ଶରଣାପନ୍ନ ହେବାକୁ ହେଲା !!!!
ସେ ବାବୁ ନିଶରେ ହାତ ବୁଲେଇ ଆଣି କେବଳ ଏତିକି କହି ଗଲେ
ବାବୁରେ "ଠିକିଲା ନାରୀ ଘର କରେ"
ଉତାଵଲ୍ ଵାଲୋଁ ସେ ନା ହୋଗା"
😂😂😂
ବୁଝୁ ବୁଝୁ ଏହାର ଅର୍ଥ ଜାଣିଲି
"ଯେ ଯେଉଁ ସ୍ତ୍ରୀ ସଂସାରରେ ବହୁତ ଦୁଃଖ ପାଇଥାଏ ସେ ଖୁବ୍ ଅଭିଜ୍ଞତା ଲାଭ କରି ପରବର୍ତ୍ତୀ କାଳରେ ଭଲ ଘର ଚଳାଏ ....."
ମାନେ ନେତାଜୀଙ୍କ ହିସାବରେ ୭୦ ବର୍ଷ ହେଲା ସେମାନେ କୁଆଡେ କଂଗ୍ରେସୀ, ବାମପନ୍ଥୀ, ବିଜେଡି ଆଦି ଦଳମାନଙ୍କ ଦ୍ବାରା ଗୁଡାଏ ଦୁଃଖ ପାଇଥିଲେ । ୭୦ବର୍ଷର ଦୁଃଖରୁ ଅଭିଜ୍ଞତା ହାସଲ କରି ମୋଦୀ ଶାସନକାଳରେ ରାମରାଜ୍ୟ ର ସୁଖ ଭୋଗ କରୁଅଛନ୍ତି 😀😀😀
ହଁ ବା ହେଇଥିବ ଯେ ମୋ ଭଳି ମୂର୍ଖ ମାନଙ୍କୁ କଣ୍ ମୋଦୀରାଜ୍ ର ଅଚ୍ଛାଦିନ୍ ଦିଶିବ କି ?
ଏଥିପାଇଁ ମୋଦୀଙ୍କ ମୁଖରୁ ସମୟେ ସମୟେ
"ଆଧୁନିକ ଅରଚିତ ଗୀତା" ଶୁଣିବାକୁ ହେବ
ତାହେଲେ ଯାଇ ସିନା ମୋଦୀ ମୋତେ ଅର୍ଜୁନ ଭାବି ଦିବ୍ୟଚକ୍ଷୁ ପ୍ରଦାନ କରିବେ ଯେ ମୁଁ ତାଙ୍କ ବିଶ୍ବରୂପ ଦର୍ଶନ କରିବି
😂😂😂

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...