Monday, October 31, 2016

ମହାପ୍ରଭୂଙ୍କ ଲୀଳା

॥ ମହାପ୍ରଭୁଙ୍କ ଲୀଳା ,ମନ ଦେଇ ପଢିବ ॥

ବହୁ ବର୍ଷ ପୂର୍ବେ ଯେବେ ପୂରୀ ଏତେ ବିକାଶ ହୋଇ ନ ଥିଲା,
ଗଜପତି ମହାରାଜ ଙ୍କ ଶାସନ ଥିଲା,

ଏକଦା ଗଜପତି ମହାରାଜ ଘୋଡ଼ା ରେ ବସି ନଗର ପରିକ୍ରମା କରୁଥିଲେ। ବାଟରେ ଗୋଟେମନ୍ଦିର ପଡିଲା.ଜଗନ୍ନାଥ ଙ୍କ ମନ୍ଦିର,ଗଜପତି ରାଜା ଅଶ୍ୱ ରୁ ଓଲ୍ଲାଇ ମନ୍ଦିର ଭିତରକୁ ଗଲେ ଓ ଜଗନ୍ନାଥ ଙ୍କୁ ପ୍ରଣାମ କଲେ.

ପୂଜାରୀ ଗଜପତି ଙ୍କୁ ଦେଖି ପ୍ରଣାମ କଲେ ।ଓ ଭୋଗ ଦେଲେ,

ଦୁର୍ଭାଗ୍ୟ ବଶତଃ ପୂଜାରୀ ଙ୍କ ଗୋଟେ କେଶ ଭୋଗରେ ପଡିଯାଇ ଥିଲା, ଗଜପତି ଦେବରାଗିଗଲେ।

ଏବଂ ପଚାରିଲେ- ପୂଜାରୀ ଏ କେଶ କ।ହାର?
ପୂଜାରୀ ଡରିଗଲେ ଏବଂ ଭାବିଲେ ଯଦି ମୁଁ କହିବି ଏହା ମୋ କେଶ ତେବେ ରାଜ ଦରବାରରେ ରାଜl ନିଶ୍ଚୟ ମତେ ଦଣ୍ଡିତ କରିବେ,
ରାଜା ପୂଣି ପଚାରିଲେ ଆରେ ପୂଜାରୀ ଏ କେଶ କାହାର ?

ପୂଜାରୀଙ୍କ ମୁହଁରୁ ସ୍ଵତଃ ବାହାରି ଗଲା - ଜଗନ୍ନାଥଙ୍କର !

ଏହା ଶୁଣି ଗଜପତି ଭାବିଲେ ଏ ନିଶ୍ଚୟ ମିଛ କହୁଛି,ସେ କହିଲେ ଏହା କିପରି ସମ୍ଭବ ?
ଜଗନ୍ନାଥଙ୍କର କେଶ ତ ନାହିଁ ?

ଗଜପତି ମହାରାଜ କହିଲେ ହଉ ମୁଁ କ।ଲି ଆସିବି ପୁଣି,
ଦେଖିବାକୁ ଯେ ତୁମ ମନ୍ଦିରରେ ଥିବା ଜଗନ୍ନାଥଙ୍କ ପ୍ରତିମା ର କେଶ ଅଛି କି ନାହିଁ, ଯଦି ତୁମେ ମିଛ କହୁଥାଓ ତୁମକୁ କାରାଗାର ରେ ପକାଇ ଦିଆଯିବ ।ଗଜପତି ମହାରାଜ ଚାଲିଗଲେ ........

ପୂଜାରୀ ଦଉଡି ଆସିଲେ ଜଗନ୍ନାଥଙ୍କ ପାଖକୁ ,
ଏବଂ କହିଲେ ପ୍ରଭୁ ମୁଁ ଭୁଲ କରିଦେଇଛି,
ମୋ ପିଲାମାନେ ତୁମକୁ ଲାଗିଲେ ..
ରାଜା ନିଶ୍ଚୟ ମତେ କାରାଗାର କୁ ପଠାଇ ଦେବେ ଯେତେବେଳେ ସେ ଆପଣଙ୍କ ପ୍ରତିମାରେ କେଶ ନ ପାଇବେ ..

ଏହା କହି ମନ ଦୁଖ ରେ ପୂଜାରୀ ଘରକୁ ଗଲେ।
ରାତିରେ ପୂଜାରୀ ସପନ ଦେଖିଲା ଜଗନ୍ନାଥ କହୁଛନ୍ତି ତୁ ବ୍ୟସ୍ତ ହନ।,

ମୁଁ ଅଛି.

ପର ଦିନ ପୂଜାରୀ ମନ୍ଦିର ଗଲା ,
ସକାଳ ଧୂପ ସରିଲା |
ରାଜା ତାଂ କ ସୈନ୍ୟ ବାହିନୀ ଧରି ଆସିଲେ,ସିଧା ପଶିଗଲେ ଗର୍ଭଗୂହ କୁ..
ଜଗନ୍ନାଥ ଙ୍କ ପ୍ରତିମା ପାଖରେ ଠିଆ ହୋଇ ପୂଜାରୀ କୁ ଆଙ୍ଗୁଳି ଦେଖାଇ କହିଲେ-ପୂଜାରୀ ଯଦି କାଳିଆ ର କେଶ ନ ଥିବ ତତେ ଆଜି କାରାଗାର ହେବାରୁ କେହି ବଞ୍ଚାଇପାରିବେନି,

ତାପରେ ସେ ଜଗନ୍ନାଥଙ୍କ ମୁଣ୍ଡ ରୁ ପଛ ପଟକୁ ହାତ ମାରିଲେ ...ଏ' କଣ? ଗଜପତି ମହାରାଜ ଦେଖିଲେ ବାର ହାତ ଲମ୍ବର କେଶ ଗୁଛ ଲମ୍ବିଯାଇଛି ଜଗନ୍ନାଥଙ୍କ ମସ୍ତକରୁ,

ସେ ଭାବିଲେ ଏ ପୂଜାରୀ ନିଶ୍ଚୟ ନକଲି କେଶ ଲଗାଇ ଦେଇଛି ଜଗନ୍ନାଥଙ୍କ ମସ୍ତକରେ ,
ସେ କିଛି କେଶ କୁ ଧରି ଓପାଡି ଆଣିଲେ,ବହି ଆସିଲା ରକ୍ତର ଧାର ମହାପ୍ରଭୁଙ୍କ ମସ୍ତକରୁ ..

ଏହା ଦେଖି ଗଜପତି ଚିତ୍କାର କଲେ:ତ୍ରାହିମା ତ୍ରାହି ମାଁ ତ୍ରାହିମା :

ପୂଜାରୀ ସମେତ ସୈନ୍ୟଦଳ ଦଉଡ଼ି ଆସିଲେ...
ପୂଜାରୀ ଦେଖିଲେ ମହାପ୍ରଭୁଙ୍କ ମୁଣ୍ଡରେ ରକ୍ତ ,
ଗଜପତିଙ୍କ ହାତରେ କେଶ.. ସେସବୁ ବୁଝିଗଲେ ..

ଦଉଡ଼ିଗଲେ ନିଜ ପିନ୍ଧା ଲୁଗା ରେ ପ୍ରଭୁଙ୍କ ମୁଣ୍ଡ ରୁ ରକ୍ତ ପୋଛି ଦେଲେ, ଭାବରେ କାନ୍ଦି ପକାଇଲେ-କହିଲେ ପ୍ରଭୁ, ମୋ ପରି ଅଧମ ପାଇଁ ଆପଣ ଏତେ କଷ୍ଟ ପାଇଲେ... କାଳିଆ.. କିଏ ହବ ରେ ତୋ ଭଳିଆ.... :(

ଏପଟେ ଗଜପତି କାନ୍ଦୁଛନ୍ତି,
ସୈନ୍ୟଦଳ ପଚାରୁଛନ୍ତି ମଣିମା - ମଣିମା

ଆରପଟ ରେ ପୂଜାରୀ ସମେତ ଗ୍ରାମର ଲୋକେ ଜଗନ୍ନାଥ ଙ୍କ ଚରଣରେ କ୍ରନ୍ଦନରତ ..ଆ ହାରେ କାଳିଆ... ଭକ୍ତପାଇଁ ପରା ତୋ ଜୀବନ ...

ଏହି ଚିତ୍ର ସେ କାହାଣୀ ବର୍ଣ୍ଣନା କରୁଅଛି ।

Sunday, October 30, 2016

କ୍ଷୂଦ୍ରତୃଣ ପରି.......

କ୍ଷୁଦ୍ର ତୃଣ ପରି ଜୀବନ ମୋହର
ଅସାର ସଂସାରେ ନିଃସଙ୍ଗ ନଶ୍ବର
ସମୟ ମୋହର ଅତ୍ୟଳ୍ପ ସଂସାରେ
ତଥାପି ବଞ୍ଚେନା କାହାର ଦୟାରେ

ଚାହେଁ ସଂସାର ମଙ୍ଗଳକାମନା
ନାହିଁ ମନରେ କଞ୍ଚିତ ବାସନା

କ୍ଷୂଦ୍ର ତୃଣପରି.........

ଦେଲେ ନିଏ ନାହିଁ
ଦୟା କି ଆଦରେ
ପରିଶ୍ରମ କରି ତାହା ପ୍ରାପ୍ତକରେ

କୁହନ୍ତି ଜଗତେ ଯାଯାବର ମୋତେ
ଭିକାରୀ ସନ୍ୟାସୀ ନାମ କେତେ କେତେ

କ୍ଷୂଦ୍ର ତୃଣ ପରି..........

ସ୍ବାଭିମାନ ମୋର ଅମୂଲ୍ୟ ସମ୍ପଦ
ମୋ ମନ ଖୋଜେନା
ସୁରମ୍ୟ ପ୍ରାସାଦ
ଅଳ୍ପରେ ସନ୍ତୁଷ୍ଟ ଜୀବନ ମୋହର
ଆଶା କରେ ନାହିଁ ରାଜସମ୍ମାନର

କ୍ଷୂଦ୍ରତୃଣ ପରି............

(2005 notebook //////after 10th exam 😇😇😇 )

Tuesday, October 4, 2016

ଆଉ ଏଣିକିରେ ମନ-ଜଗନ୍ନାଥ ଦାସ

ଆଉ ଏଣିକିରେ ମନ
ଭୂଲୁ କାହିଁକି ?

ଉଡୁଛି କାଳ ଛଞ୍ଚାଣ
ମନେ ନାହିଁକି ?

ଅଇରି ତୋ କଳ ପଣା
ଛେଦିପକା ବେନି ଡେଣା

ଶୂନ୍ୟରେ ବାଜୁଛି ବୀଣା
ଶୁଣା ନାହିଁକି ?

ହାଟରେ ପାଞ୍ଚ ପାଇକ
ହେଉଛନ୍ତି ଡାକହାକ

ହାଟ ସରିଲେ
ବଣିକ ଆଉ ଥାଇ କି ?

ସୁନା ପଞ୍ଜରୀ ରେ ଶୁଆ
ଦିନା କେତେ ନୂଆ ନୂଆ

ଉଡ଼ିଗଲେ ଶାରୀ ଶୁଆ
ଧରା ପାଇ କି ?

ଭ୍ରୂଲତା ମଧ୍ଧରେ ଅନା
ତ୍ରିକୃଟେ ଉଡ଼ୁଛି ବାନା

ହଜିଲେ ପରମ ସୁନା
ଆଉ ପାଇକି ?

ॐ କାର ମଧ୍ଧରେ ଦେଖ
ଉଲଟି ରହିଛି ହଂସ

କହେ ଜଗନ୍ନାଥ ଦାସ
ଅନୁସରି କି ?

Sunday, October 2, 2016

ପ୍ରକୃତି ପୁରୁଷଙ୍କ ପ୍ରତି ଅନ୍ୟାୟ କରିନାହିଁ

ପୁରୁଷ ଙ୍କର ଶୃଙ୍ଗାର ସ୍ଵୟଂ ପ୍ରକୃତି କରିଥାଏ ।
ପୁରୁଷ ହୀରା ଭଳି କହିଲେ ଅତ୍ୟୁକ୍ତି ହେବନି କି କହୁଥିବା ବ୍ୟକ୍ତି ର ଜିଭ ଛିଡ଼ି ଯିବନାହିଁ । ଯାହା ସତ୍ୟ ତାହା ସତ୍ୟ, ପୁରୁଷଙ୍କ ଏହି ସତ୍ୟରୂପି ସୂର୍ଯ୍ୟ କୁ କେହି ମଧ୍ଧ ନାରୀବାଦ ର ବାଦଲ ବଳରେ ଲୁକ୍କାୟିତ କରିପାରିବନାହିଁ । ସୁନ୍ଦର ସଦା ମୟୁର , ମୟୁରୀ ନୁହେଁ ! ରଙ୍ଗବେରଙ୍ଗ ପକ୍ଷ ଅଚ୍ଛାଦିତ ମୟୁର ନୀଳ ସବୁଜ ରଙ୍ଗରେ ସୁଶୋଭିତ ! ଏଣେ ମୟୁରୀ ଟା ଦେଖିବାକୁ 90 ଦଶକ ପୂର୍ବର କୋଣାର୍କ ବ୍ଲାକ୍ ଏଣ୍ଡ୍ ହ୍ଵାଇଟ୍ ଟିଭି ଭଳି । ଆହୁରୀ ଆମ ପରମ ପୁରୁଷବାଦୀ ମୟୁର କେମିତି ଡ୍ୟାନ୍ସ କରେ
ଦେଖିଛ କି ନହିଁ !! ଆବେ ମାଇକେଲ ଠୁଁ ପ୍ରଭୁଦେବା ଯାଏଁ ନାଚିବେ ହେଲେ
ତା ଭଳିଆ ଡ୍ୟାନ୍ସ କରିପାରିବେନି ଟି !
ହାଁ !
ଶ୍ରୀକୃଷ୍ଣଙ୍କୁ ଏମିତି କି ଆମ ଜଗନ୍ନାଥ ଙ୍କୁ ମଧ୍ଧ ଆମେ ମୟୁରଚୂଳିଆ କହିଥାଉ । ଶ୍ରୀକୃଷ୍ଣ ତାଙ୍କ ମସ୍ତକରେ ମୟୁରର ପର ଧାରଣ କରିଥିଲେ ! ମୟୁରୀ ତ ନୀଳ ସବୁଜ ପରହୀନ ।
ଦାନ୍ତ ହାତୀ ର ଥାଏ,ହସ୍ଥନୀ ର ନୁହଁ । ହାତୀ ଦାନ୍ତ ଆଜିକାଲି ସୁନା ସମ ଦାମିକା । କସ୍ତୂରୀ ନରହରୀଣ ମଧ୍ଧରେ ମିଳିଥାଏ, ମାଈ ହରୀଣ ପାଖରୁ ମିଳେନା । ମଣି ନାଗ ପାଖରେ ଥାଏନାଗୁଣୀ ପାଖରେ ନୁହଁ । ରତ୍ନ ସାଗର ମଧ୍ଧରେ ମିଳେ , ନଦୀ ଗୁଡିକରୁ ମିଳେନା । 9 ମାସ ମାତୃଗର୍ଭରେ ରହି ମଧ୍ଧ ଅଧିକାଁଶ ପିଲାଙ୍କ ଚେହେରା ଏବଂ ସ୍ଵଭାବ ମାଆ ଭଳି ନହୋଇ ପିତା ଭଳି ହୋଇଥାଏ । ସଂସାର ର ଏହା ଏକ ବଡ଼ ଆଶ୍ଚର୍ଯ୍ୟ । ସଂସାର ର ସମସ୍ତ ମୂଲ୍ୟବାନ ତତ୍ଵ ପ୍ରକୃତି ପୁରୁଷଙ୍କୁ ଦେଇଅଚ୍ଛି, ପ୍ରକୃତି କେବେହେଁ ପୁରୁଷଙ୍କସହ ଅନ୍ୟାୟ କରିନାହିଁ ।

ଖଜରାହୋ

ରାତ୍ରି ର ଦ୍ଵିତୀୟ ପ୍ରହରରେ ହେମବତୀ ନାମ୍ନୀ ଏକ ସୁନ୍ଦର ରାଜକୁମାରୀ କାଶୀ ର ଗଂଗା ଘାଟ ରେ ସ୍ନାନ କରୁଥାଏ ......
ରାଜକୁମାରୀ ହେମବତୀ ର ସୌନ୍ଦର୍ଯ୍ୟ ଏତେ ଆକର୍ଷକ ଥିଲା ଯେ ତାକୁ ଦେଖିଲା ମାତ୍ରେ ବଡ଼ ବଡ଼ ଯୋଗି ମଧ୍ଧ ପଥଭ୍ରାନ୍ତ ହୋଇଯିବେ ..

ତେଣୁ ରାଜକୁମାରୀ ରାତି ଅଧ କୁ ସ୍ନାନକରେ ।
ରାଜବାଳା ଭାବିନେଇଥିଲା
ତାକୁ କେହି ମଧ୍ଧ ଦେଖୁନାହିଁ....
କିନ୍ତୁ ଚନ୍ଦ୍ରମା ସବୁ କିଛି ଦେଖୁ ଥିଲା ..

କେତେ କାଳରୁ ହେମବତୀକୁ ଦେଖି ଦେଖି
ଚନ୍ଦ୍ର ମନେ ମନେ ରାଜକନ୍ୟା କୁ ଭଲ ପାଇ ବସିଲେ ।

ଦିନେ ସେ ଧର୍ଯ୍ୟହରା ହୋଇ ଗଙ୍ଗାତଟ ରେ ହେମାବତୀ
ସନ୍ନିକଟରେ ଆସି ଉପସ୍ଥିତ ହେଲେ ।

ଚନ୍ଦ୍ର ଙ୍କ ରୁପ ତ ଶତ କାମଦେବଙ୍କ ସୌନ୍ଦର୍ଯ୍ୟ ସଙ୍ଗେ ସମାନ
ହେମବତୀ ଚୁମ୍ବକ ଲୁହା କୁ ଟାଣିଲା ଭଳି ଚନ୍ଦ୍ରଦେବଙ୍କ ଆଡକୁ ଆଗଭର ହୋଇଗଲେ ।
ଦୁଇଟି ହୃଦୟ ,ଦୁଇଟି ଶରୀର ସାରା ରାତି ପ୍ରଣୟ କ୍ରୀଡାରେ ମାତିଲେ.....
ମିଳନ ପରେ ବିଚ୍ଛେଦ ପ୍ରକୃତିର ଚିରାଚରିତ ନିୟମ

ସୂର୍ଯ୍ୟୋଦୟ ହେବାର ବେଳ ହେଲାରୁ ଚନ୍ଦ୍ର ଙ୍କ କାମନାସକ୍ତ ମନ ରେ ଜ୍ଞାନରବି ଉଦିତ ହେଲେ ।
ଚନ୍ଦ୍ର ହେମବତୀ କୁଯିବା ପୂର୍ବରୁ କହିଗଲେ
"ଦେବୀ !
ମୁଁ କୌଣସୀ ରାଜପୁରୁଷ ନୁହେଁ !
ମନ ,ଚନ୍ଦ୍ରଲୋକର ଅଧିଷ୍ଠାତା ଦେବତା ଚନ୍ଦ୍ର ।
ଚିନ୍ତା କରନା
ତୁମେ ଅକ୍ଷତାଯୋନୀ ରହିବ ଏବଂ ତୁମ ଗର୍ଭରୁ ମୋ ଅଂଶରୁ ଜାତ ପୁତ୍ର ଚନ୍ଦ୍ରବର୍ଧନ ଚାନ୍ଦେଲ ବଂଶ ର ସ୍ଥାପନାକରି ଅନେକ ଖ୍ୟାତି ଅର୍ଜନ କରିବ ।"

ଏତିକି କହି ଚନ୍ଦ୍ରଦେବ ଚାଲିଗଲେ ଏବଂ କେତେ କାଳ ପରେ
ହେମବତୀ ର ବିବାହ ବିନ୍ଧ୍ୟାଞ୍ଚଳରେ ଏକ ରାଜପରିବାର ହୋଇଗଲା
ଏବଂ ଯଥା ସମୟରେ ହେମବତୀ କୁ ଏକ ତେଜସ୍ଵୀ ପୁତ୍ରରତ୍ନ ର ପ୍ରାପ୍ତି ମଧ୍ଧ ହେଲା ।

ଏଇ
ଚନ୍ଦ୍ରବର୍ଧନଙ୍କ ରାଜତ୍ଵକାଳରେ
ଲୋକେ ଧୀରେ ଧୀରେ ଜ୍ଞାନାଲୋକ ରେ ଆଲୋକିତ ହୋଇ ଦେହ ଏବଂ ସଂସାର କୁ ଅସାର ଅନିତ୍ୟ
ନଶ୍ଵର ମନେକରି
ଗୃହ ପରିବାର ତ୍ୟାଗକରି ସନ୍ୟାସୀ ହେବାରେ ଲାଗିଲେ ।
ଚନ୍ଦ୍ରବର୍ଦ୍ଧନଙ୍କ ମାତା ବୃଦ୍ଧାବସ୍ତା ରେ ଚନ୍ଦ୍ରଦେବଙ୍କୁ ରାତ୍ରୀକାଳେ ଆକାଶରେ ଦେଖି ଦେଖି ରାଜ୍ୟ ର ବର୍ତ୍ତମାନ ସ୍ଥିତି କୁ ନେଇ ଚିନ୍ତିତ ରହୁଥାନ୍ତି ।
ଏମିତିରେ ତାଙ୍କ ବେମାରୀ ବଢ଼ିଗଲା !
ମରଣ ଶଯ୍ୟା ରେ ମାତା ହେମବତୀ ପୁତ୍ରଚନ୍ଦ୍ର ବର୍ଦ୍ଧନ ଙ୍କୁ କହିଲେ
"ପୁଅରେ ମୁଁ ଯାଉଛି
ରାଜ୍ୟଲୋକେ ତୋତେ ଲାଗିଲେ
ତୋ ରାଜ୍ୟରେ ଧର୍ମଭାବ ବଢ଼ିଲାରୁ ଲୋକେ
ଦିନୁଦିନ ବୈରାଗୀ ହୋଇଗଲଣି
ଏମିତିରେ ଏଠାରେ ବାଳକ ବାଳିକା ମାନଙ୍କ କଳରବ ଆଉ ଶୁଣାଯାଏନି
ତୁ ଏଥିର କିଛି ଉପାୟ କରିବୁ ।"
ଏହା କହି ରାଜମାତା ଆଖିବୁଜିଲେ

ସେଇଠୁ ଚନ୍ଦ୍ରବର୍ଦ୍ଧନ ବାତ୍ସାୟନ ଙ୍କ କାମସୂତ୍ର କୁ ଅବଲମ୍ଭନ କରି ଖଜାରାହୋ ର ମନ୍ଦିର ରେ ଅନେକ ମୂର୍ତ୍ତି ଗଢ଼ାଇଲେ ।

ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...