Tuesday, October 3, 2017

ଦୁଇଟି ପ୍ରେମ କବିତା :- ଚିଠି ଓ ବିରହ

●ଚିଠି●

ଦିଅ ପ୍ରିୟା ତୁମ ମଧୁର ପରଷ
ଦିଅ ନାହିଁ ମନେ ମୋର
ଦୁଃଖ କିମ୍ବା କ୍ଲେଷ ।
ଭଲପାଏ ଭଲ ପାଉଥିବି ତୋତେ
ଚାଲିଯିବୁ ନାହିଁ ପ୍ରିୟା
ଏକାକରି ମୋତେ ।
ଚାଲିଗଲେ କି ହେବ
ମନରେ ତ ଅଛୁ
ସଞ୍ଜ ଆଉ ସକାଳରେ
ମୋତେ ତୁ ଖୋଜୁ.....!
ପ୍ରେମ ଛଡ଼ା ଜୀବନର ମାନେ କିଛି ନାହିଁ
ପ୍ରେମ ଠାରୁ ବଡ଼ ଧନ ସଂସାରରେ ନାହିଁ ।
ମୋ ପାଇଁ ତୁ ସୁନା
ତୁ ରୂପା ପୁଣି
ଆଉ କେ ହେବ ଅବା ତୋହରି ପରି ।
ଦୂରେ ରହି ଲେଖୁଅଛି
ଚିଠିରେ ମନ କଥା
ଲେଖିପାରୁ ନାହିଁ ପ୍ରିୟା ବିରହ ର ଗାଥା.....

●ବିରହ ●
ଚାଲିଗଲୁ ଚାଲିଗଲୁ କରି ସାତ ପର
ପାଇଲିନି ପାଇଲିନି ଠିକଣାଟା ତୋର
ଭାଙ୍ଗିଗଲା ଭାଙ୍ଗିଗଲା ମନ କାଚଘର
ଯୋଡିକି ପାରିବ କୁହ କେଉଁ କାରିଗର
ହାରିଗଲି ହାରିଗଲି ଜୀବନଯୁଦ୍ଧରେ
ତୋ ପାଇଁ ନୂଆଜନ୍ମ ନେବି ମୁଁ ପ୍ରିୟାରେ
ଦେଇଗଲୁ ଦେଇଗଲୁ ଦୁଃଖ ଯେତେ ମୋତେ
ଫେରି କି ପାଇବି କହ ମୁଁ ପ୍ରିୟା ତୋତେ ?
ଫେରିବନି ଫେରିବନ ଆଉ ଏକ ଦିନ
ଥରେ ଚାଲିଗଲେ ଆଉ ମିଳେନା ଯୌବନ
ମିଳିଥିଲା ମିଳିଥିଲା ଯାହା ମୋତେ ଦିନେ
ଝଡି ଗଲା ପତ୍ର ଭଳି ଅକାଳେ ଅଦିନେ
ପାଇଥିଲି ପାଇଥିଲି ଯେଉଁ ଭାବ ସବୁ
ସମୟର ସ୍ରୋତରେ ଯେତେ ଭାସିଗଲା ସବୁ
ରହିଗଲା ରହିଗଲା ତୋ ସ୍ମୃତି ଯେତେ
ନେଇଯାଏ ମୋତେ ସେ କ୍ଷଣକେ ଅତୀତେ
କହିଦେଲି କହିଦେଲି ମୋ ମନର କଥା
ସରିନାହିଁ ମୋ କଥା ହୃଦୟର ଗାଥା

No comments:

Post a Comment

ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...