Wednesday, October 4, 2017

●ମହାକାଳ' ନୁହେଁ , ଵରଂ 'ମହାଜୀଵନୀ' ଗଛ●

କୁଷ୍ମାଣ୍ଡାଦି ବର୍ଗର ସଦସ୍ୟ ପାଦପ ଯେମିତିକି କଖାରୁ, ବୋଇତାଳୁ, ଲାଉ, ତରଭୁଜ, ଖରଭୁଜ, କଲରା, ଜହ୍ନି, କୁନ୍ଦୁରୀ, ପୋଟଳ, ଛଚିନ୍ଦ୍ରା ଆଦି ଙ୍କ ପରି ସେହି ବର୍ଗର ଗୋଟିଏ ପାଦପ ଜାତି ହେଉଛି ମହାକାଳ ଫଳ ଗଛ । ଏହା ପାଦପ
ପରିଵାର : Cucurbitaceae (ଖ୍ୟୁଖରବିଟାସୀ) ର ଅନ୍ତର୍ଗତ ଏକ ଔଷଧୀୟ ଲତିକା ।Cucurbitaceae ପରିଵାର ର ଅଧିକାଂଶ ପାଦପ ସଦସ୍ୟ ଆମ୍ଭ ଦେଶରେ ପରିବା ଓ ଫଳ ଭାବେ ଭକ୍ଷଣ କରାଯାଏ ।

“ମହାକାଳ' ନୁହେଁ , ଵରଂ 'ମହାଜୀଵନୀ' ଗଛ”

କିଛି ବୁଦ୍ଧିଜୀବୀଙ୍କ ମତରେ
ଏହି ପରିଵାରଟି ମଣିଷକୁ ଏତେ ପ୍ରକାରର ଖାଦ୍ୟ ଦେଇ ସାରିବା ପରେ ଯଦି ଏକ ଔଷଧୀୟ ଵୃକ୍ଷ ଵିଵର୍ତ୍ତନ କଲା ତାହାକୁ ଆମେ ମହାକାଳ କହିବା ଉଚିତ ହେବ କି ? ଏହି ତଥାକଥିତ ମହାକାଳ ଗଛକୁ ପୋଟଳ ଓ ଛଚିନ୍ଦ୍ରା ସହ ମିଶାଇ ଗୋଟିଏ 'ଜାତି' ବ 'ଜୀନସ୍' ରେ ରଖାଯାଇଛି .ଏବଂ ଏହା ଵିଷାକ୍ତ ନୁହେଁ ଵରଂ ଔଷଧୀୟ l କେଵଳ କଳା ରଙ୍ଗକୁ ଦେଖି 'ମହାକାଳ' କହିବା ଅପେକ୍ଷା ଗୁଣକୁ ଦେଖି 'ମହାଜୀଵନୀ' ନାମକରଣ ଯଥାର୍ଥ ହେବ !”

ତେବେ ଆଉ କିଛି ଲୋକ ଙ୍କ ଅନୁସାରେ
ଭାରତରେ
ପ୍ରାଚୀନ କାଳରୁ ଏହାକୁ ମହାକାଳ କୁହାଯାଉଛି
ହିନ୍ଦୀ ଭାଷୀ ଏ ସଂସ୍କୃତ ଶବ୍ଦ ବଦଳରେ
ଇନ୍ଦ୍ରାୟନ କୁହନ୍ତି
କିନ୍ତୁ ଆମର ଷ୍ଟାଣ୍ଡାର୍ଡ ଓଡ଼ିଆରେ ମହାକାଳ ଅଦ୍ୟପି ମଧ୍ୟ ବହୁପ୍ରଚଳିତ ....
ଏହାର ନିରୁକ୍ତୀ ----
ମହାନ୍ କାଳ :- ମହାକାଳ

ସକାରତ୍ମକ ଦୃଷ୍ଟିକୋଣରୁ ଦେଖିଲେ....
ରୋଗଙ୍କର ମହାନ୍ କାଳ  ଯେ
ସେ ବୋଧହୁଏ ମହାକାଳ 😉
ସଂସ୍କୃତରେ
ଏହାକୁ ମହାଫଳ ଭଳି ଚିତ୍ରଫଳ ମଧ୍ଯ କୁହାଯାଏ ବୋଲି ଭାଷାକୋଷରେ ଉଲ୍ଲେଖ ଅଛି ।
Cucurbitaceae ପରିବାରରେ ଏଇ ଜାତୀୟ ଲତିକାର ଔଷଧୀୟ ଗୁଣାଧିକ୍ୟ ଥିବା ହେତୁ ଏହା ମହାଫଳା ହୋଇପାରେ....
ଚିତ୍ରଫଳ ....
Cucurbitaceae ପରିବାର ର ସବୁଠାରୁ ସୁନ୍ଦର ଫଳ ବୋଧହୁଏ ଏହି ପାଦପର
ତେଣୁ ଚିତ୍ରଫଳ ନାମ ହୋଇଯାଇପାରେ ।

ଓଡ଼ିଶାର କେତେକ ସ୍ଥାନରେ ଏହି ଲତାକୁ ଗୁଳୁଚି ଲତା ମଧ୍ଯ କୁହାଯାଏ । ସେହିପରି ଗଞ୍ଜାମରେ ଏହାକୁ ମେହେଙ୍କକାଳ ଓ ମାହାଙ୍କାଳ କୁହାଯାଏ ।

ଏ ଲତିକାଟିର ବୈଜ୍ଞାନିକ ନାମ

.....ଵିଭିନ୍ନ ଭାଷାରେ ମହାକାଳ ଫଳ.....

■ସଂସ୍କୃତ■- ଇନ୍ଦ୍ରାବରୁଣୀ, ଦୀର୍ଘବଲ୍ଲୀ, ମହାକାଳ, ଚିତ୍ରା, ଗବାକ୍ଷୀ, ଗବାଦନୀ, ବାରୁଣୀ, ଅମରା, ନିଶାଳା, ଶ୍ୱେତପୃଷ୍ପା, ମୃଗାକ୍ଷୀ, ମୃଗୈର୍ବାରୁ, ମୃଗାଦନୀ, ମହାଫଳା, ଚିତ୍ରଫଳା, ଐନ୍ଦ୍ରୀୟ....

■ବଙ୍ଗାଳୀ■: মাকাল, রাখালশশা....

■ହିନ୍ଦୀ■: लालइन्द्रायणा, इन्द्रायन....

■ମରାଠୀ■. କୌଣ୍ଡଳ, ଇନ୍ଦ୍ରବଣ ....

■ତେଲୁଗୁ■ - ଅବଗୁଡ଼ପଣ୍ଡୁ, ଏତିପୁଚ୍ଛା....

■ଗୁଜରାଟୀ■. ଇନ୍ଦରୀବାଣୀଷୁଁ, ଗାବସୁକଣୁ....

■ଫାର୍ସୀ■ ଖର୍ଯ୍ୟୁଜାତଲ୍ଖ .....

■ଆରବୀ■ - ହଂଜଲ....

—ଏଥିର ପତ୍ର ପାଞ୍ଚଆଙ୍ଗୁଳି, ପତ୍ରର ତଳ ପାଖ ରୋମହୀନ, ଫୁଲ ପୀତବର୍ଣ୍ଣ; ଫଳଗୁଡ଼ିକକ ଦେଖିବାକୁ ଛୋଟ ବେଲ ପରି ଗୋଲ ଓ ପାଚିଲେ ଖୁବ୍ ନାଲି, କିନ୍ତୁ ଫଳ ଭିତରେ ଗୋବର ପରି କୃଷ୍ଣବର୍ଣ୍ଣ ବିଷାକ୍ତ ରସ ଥାଏ । ଫଳ କ୍ଷୁଦ୍ର ଓ ବୃହତ୍ ଭେଦରେ ଏହା ଦୁଇପ୍ରକାର ବୈଦ୍ୟଶାସ୍ତ୍ର ମତରେ ଏହା ତିକ୍ତରସ, କଟୁବିପାକ, ସାରକ, ଲଘୁ ଓ ଉଷ୍ଣବୀର୍ଯ୍ୟ ଏହା କାମଳା, ପିତ୍ତ, କଫ, ପ୍ଳୀହା ଉଦର ରୋଗ, ଶ୍ୱାସ, କାସ କୁଷ୍ଠ, ଗୁଳ୍ମ,
ଗ୍ରନ୍ଥି, ବ୍ରଣ, ପ୍ରମେହ, ମୃଢ଼ଗର୍ଭ, ଆମଦୋଷ, ଗଳଗଣ୍ଡରୋଗରେ ଉପକାରୀ ।

★★★ତଥ୍ୟ:-ଡ଼.ଦେଵାଶିଷ ଜ୍ଯୈଷ୍ଠୀ★★★

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...