Ipomoea carnea 
ଓଡ଼ିଆରେ ଆମେ କୁହନ୍ତି ଅମରୀ ....
ଛୋଟ ବେଳେ ଏ ଗଛ ପ୍ରତି ମୋର ମୋଟେ ଆଦର ନଥିଲା କାରଣ ଏ ଗଛର ବ୍ୟବହାର ଛାଟ ପାଇଁ ହେଉଥିଲା । 
ବଡ଼ ହେଲାରୁ ଜାଣିଲି ଏ ଗଛ ଯେଉଁ ଜାତି ସହ ସମ୍ବନ୍ଧିତ ତାହା କୁଆଡେ଼ ଭାରତର ସବଠୁ ବଡ଼ 
ପାଦପ Species ମଧ୍ୟରୁ ଅନ୍ୟତମ....
ତେଣୁ ମୁଁ ଏ ଗଛ ବିଷୟରେ ଆହୁରି 
ଜାଣିବାକୁ ଚାହିଁ ଆଗେ ଭାଷାକୋଷରେ
ଦେଖିଲି.....
ଅମରୀ....
କିନ୍ତୁ ମୁଁ ଏହା ଦେଖି ଆଶ୍ଚର୍ଯ୍ୟ ହେଲି ଯେ ଉକ୍ତ 
ଶବ୍ଦ 
“ଅମରୀ/ଅମରି” 
ତଳେ 
ଏ ବୃକ୍ଷ ବିଷୟରେ କିଛି ନାହିଁ 
ଏପରିକି ଅମରୀ ବୋଲି ଏକ ଗଛ ଅଛି 
ବୋଲି ମଧ୍ୟ ଭାଷାକୋଷ ଲେଖକ 
ଯୋଡ଼ି ନାହାନ୍ତି .....
ଅମର ଶବ୍ଦ ତଳେ ଯାଇ ଦେଖିଲି....
ହେଲେ କୌଣସି ଅମର ଗଛ ତ ନାହିଁ 
ତେବେ 
ତଳକୁ ତଳକୁ ଦେଖି ଲାଗିଥାଏ 
ମୋତେ 
ଅମର ଶବ୍ଦଯୁକ୍ତ କେତୋଟି ବୃକ୍ଷ ବିଶେଷର ନାମ
ମିଳିଲା 
1.→ଅମରଜଡା଼=ବାଇଗଣ 
2.→ଅମରଦାରୁ=ଦେବଦାରୁ
3.→ଅମରପୁଷ୍ପକ=କାଶତୃଣ
4.→ଅମରପୋଇ=ଫୁଟିଫୁଟିକା ଗଛ
5.→ଅମରବଲ୍ଲୀ=ଆକାଶବଲ୍ଲୀ 
6.→ଅମରବେଲ=ଆକାଶବଲ୍ଲୀ
ମୁଁ ତ ଆଚ୍ଛା ଗୋଲକଧନ୍ଦାରେ ପଡି଼ଲି ......
😫😫😫😫😫😫😫😫😫
ଯେଉଁ ଅମରୀଗଛର ବାହିରେ ମାଡ଼ ଖାଇ ଖାଇ 
ହାତରେ “ନୋଳା” ବସିଯାଇଥିଲା 
ମୁଁ ଆଜି ଏ କଣ୍ ଦେଖୁଛି 
ସେ ବିଚରାର ନାଆଁ ବି ନାହିଁ ଭାଷାକୋଷରେ 
ମୋତେ କାହିଁକି କେଜାଣି ଭାରି ସନ୍ଦେହ ହେଲା 
ହଁ
ସନ୍ଦେହ ହେଲା.......
ଆକାଶବଲ୍ଲୀ ଶବ୍ଦ କୁ ନେଇ 
😱😱😱😱😱
ମୁଁ ସେ ଶବ୍ଦକୁ ଯାଇ ଦେଖିଲାରୁ 
ସେଠି ଲେଖାହୋଇଥିବାର ପାଇଲି 
“ମାନ୍ୟବର-‛ଆକାଶମାଂସୀ’ ଦେଖିବା ହେବେ–” 😀😝😝😜😝😜
ଆଚ୍ଛା ତଥାପି ଧର୍ଯ୍ୟୋହରା ହୋଇନାହିଁ......
ସେ ଶବ୍ଦକୁ ଖୋଜି ଖୋଜି ପାଇଲାରୁ
ମୋତେ ପୁଣି ଦୁଇଟି ଶବ୍ଦ ଦେଖିବାକୁ କୁହାଯାଇଥିଲା 
1→ଜଟାମାଂସୀ
2.→ନିର୍ମୂଳୀ
ଆଚ୍ଛା 
ତଥାପି ମଧ୍ୟ ହାରିଯାଇନାହିଁ ମୁଁ.......!
ମୋତେ ଦୁଇଟି ଶବ୍ଦ 
ମିଳିଛି 
ଯାଇ ଦେଖିଲି ଜଟାମାଂସୀ ଟା 
ଆମର ଲୋକପ୍ରିୟ ଅମରୀ ଗଛ ନୁହେଁ 
ବରଂ Valeriana wallichii ନାମକ
ଏକ ବହୁତ ଭିନ୍ନ ପାଦପ 
😢😢😢
↓
ନିର୍ମୁଳୀ ଓ ଅମରୀ ଏ ଜାତିକୁ ବୋଧହୁଏ
ଆଗେ ଅମରବଲ୍ଲୀ କୁହାଯାଉଥିଲା
ଏବଂ 
ଶବ୍ଦ ସଂକ୍ଷିପ୍ତୀକରଣ ଯେହେତୁ 
ଆମ ଲୋକଙ୍କର ସ୍ଵାଭାବିକ ପ୍ରବୃତ୍ତି 
ତେଣୁ ସେମାନେ ହୁଏତ 
ଅମରବଲ୍ଲୀ ଶବ୍ଦରୁ  ବଲ୍ଲ କୁ କାଟି 
ଅମର ଶବ୍ଦରେ ଈ-କାର ଯୋଡ଼ି 
ନୂଆ ଶବ୍ଦ ଅମରୀ କରିଥିବେ ବୋଲି 
ମୁଁ ଅନୁମାନ କରୁଅଛି.....→→→
କିନ୍ତୁ 
ଅମରୀ ଗଛର କାହାଣୀ ଏଇଠେ 
ସରିଯାଇନାହିଁ .....
↓
କେତେକ ବିଶିଷ୍ଟ ଭାରତୀୟଭାଷା ଗୁଡି଼କରେ ଏ ଗଛକୁ 
କିଭଳି ନାମମାନ ମିଳିଅଛି 
ଚାଲନ୍ତୁ
ସେ ବିଷୟରେ ଟିକିଏ ଆଲୋଚନା କରିନେବା
●ହିନ୍ଦୀଭାଷୀ ଏ ଗଛକୁ ଯେଉଁ ନାମ ସବୁ ଦେଇଛନ୍ତି ସେଗୁଡିକ ବଡ଼ ରୋଚକ....
ହିନ୍ଦୀ ଭାଷୀ ଅମରୀ ଗଛକୁ 
बेहया,बेशर्म,थेथर ଏ ତିନୋଟି ଯାକ ନାମ ଦେଇଛନ୍ତି 😝😝😝😝
ତାଙ୍କ ହିସାବରେ ଏ ଅମରୀ ଗଛ ବଡ଼ ଅଲାଜୁକିଆ ଏକା୍ ....
ଯେତେ ଦୁଃଖ ସହ୍ୟ କରିବାକୁ ହେଉ ପଛେ 
ମରିବନାହିଁ ବଞ୍ଚି ରହିଥିବ ତେଣୁ ସେମାନେ 
ଏ ଗଛ ପାଇଁ ଏଭଳି ନାମଗୁଡି଼କ ଚୟନ କରିଛନ୍ତି  
Very intelligent 😜😜😜😜
ବୋଧହୁଏ ଭାରତରେ ଏଭଳିଆ ନାମ ଆଉ କୌଣସି ଗଛର ହୋଇନଥିବ .....
ତଥାପି
ପଞ୍ଜାବ ହରିୟାଣା ଆଦି ଅଞ୍ଚଳରେ ଲୋକେ 
ଏ ଗଛକୁ ଏଭଳି ନ କହି ଗୁଲାବସି କୁହନ୍ତି
ସେ ଅଞ୍ଚଳର ଲୋକଙ୍କ ଆଖିକୁ କେମିତି କେଜାଣି କାହାଳୀ ଆକାରର ଫୁଲମାନ 
ଗୋଲାପ ଦିଶିଲା ଭାବିଲେ 
ଆଶ୍ଚର୍ଯ୍ୟ ଲାଗେ ....
ନେପାଳୀ ମାନେ ଅମରୀ ଗଛକୁ ସହନାଇ ଗଛ କହନ୍ତି 
ଏ ଗଛର ଫୁଲ ସହନାଇ ବାଦ୍ୟ ପରି ତ ଏଣୁ 
ଏଭଳି ନାମକରଣ 😉 
ଆଉ 
ଆମ ବଙ୍ଗାଳି ଭାଇ ମାନେ ତହୁଁ ବଳି ସ୍ମାର୍ଟ 
କହିଲେ ଅତ୍ୟୁକ୍ତି ହେବନାହିଁ 
😀 
ଅମରୀକୁ ତାଙ୍କେ 
ঢোল কলমি କୁହନ୍ତି.....
ଏ ଶବ୍ଦର ଅର୍ଥ କେହି ସହୃଦୟ ବ୍ୟକ୍ତି ଜାଣିଥିଲେ ଜଣାଇବେ ବାକି ମୋତେ ତ ଲାଗୁଛି 
ଅମରୀ ବାଡି଼ରେ ଏମାନେ ଆଗେ ଢୋଲ ବଜାଉଥିଲେ ନା କଣ୍ ଏଭଳି ଏକ ନାମକରଣ ହୋଇଛି ...
😂😂😂😂😂😂
(ଆପଣଙ୍କ ଅଞ୍ଚଳରେ ଅମରୀ ପାଇଁ ଅନ୍ୟ କୌଣସି ଆଞ୍ଚଳିକ ଶବ୍ଦ ପ୍ରଚଳିତ ଥିଲେ ଦୟାକରି ଜଣାଇବେ)
No comments:
Post a Comment