Wednesday, October 11, 2017

●ଦିଣ୍ଡା-ଡିଣ୍ଡା-ଧିଣ୍ଡା●

ଆମ ଭାଷାରେ Unmarried /Young girls ମାନଙ୍କ ପାଇଁ ଅନେକ ଶବ୍ଦ ଅଛି
ଯେମିତିକି →ଯୁବତୀ,ତରୁଣୀ, ନବୀନା, ନବଯୌବନା ଆଦି
କିନ୍ତୁ ଏସବୁ ଶବ୍ଦ ଅନ୍ୟ ଭାରତୀୟ ଭାଷାରେ ଊଣା ଅଧିକେ ଚଳୁଅଛି
ତେବେ ଓଡ଼ିଆରେ ଗୋଟିଏ ଶବ୍ଦ ଅଛି
ଡିଣ୍ଡା ବା ଦିଣ୍ଡା ଯାହା କେବଳ ଯୁବତୀ କନ୍ୟା କି ମହିଳା
ପାଇଁ ପ୍ରୟୋଗ କରାଯାଏ ।
ଦିଣ୍ଡା ଶବ୍ଦଟି ସମ୍ଵଲପୁର ଠାରୁ ଆରମ୍ଭ କରି ଢେଙ୍କାନାଳ
ଯାଏଁ ସବୁଠି ଚଳେ ।
ସେହିପରି ବିଚ୍ଛିନ୍ନାଞ୍ଚଳ ବସ୍ତରରେ
ଡିଣ୍ଡା ଶବ୍ଦ ଯୁବତୀ ମହିଳା ପାଇଁ ବ୍ୟବହୃତ ହୁଏ ।
ତେବେ ଏ ଉଭୟ ଶବ୍ଦର ପୁଂଲିଙ୍ଗବାଚକ ଶବ୍ଦ ନାହିଁ କହିଲେ ଚଳେ
ଅର୍ଥାତ୍
ପୁଂଲିଙ୍ଗ ବାଚକ ଶବ୍ଦ ପାଇଁ
ଡିଣ୍ଡା-ଡିଣ୍ଡ ହୁଏନି କି ଦିଣ୍ଡା-ଦିଣ୍ଡ ହୁଏନା....
ଲାଗୁଛି ଏ ଶବ୍ଦଟି ବିଶେଷ ଭାବେ କେବଳ
ଯୁବତୀ ମହିଳାଙ୍କ ପାଇଁ ହିଁ ହୋଇଅଛି ।

ଯୁବକ ମାନଙ୍କୁ ଏହାର ବିପରୀତାର୍ଥେ
ଭେଣ୍ଡା କୁହାଯାଏ କିନ୍ତୁ ଏହା ଏ ଶବ୍ଦର
ବିପରୀତାର୍ଥକ ପ୍ରତିଶବ୍ଦ ନୁହେଁ ।
ପ୍ରକୃତରେ ଭେଣ୍ଡା ଶବ୍ଦ ସହ ତାମିଲ ର
ବେଣ୍ଡା ଶବ୍ଦର ସାମଜସ୍ୟ ଅଛି
ଏବଂ ଏ ଉଭୟ ଶବ୍ଦ ଏକାର୍ଥକ ....
ଖୁବ୍ ସମ୍ଭବ ଭେଣ୍ଡା ଶବ୍ଦଟି ଦ୍ରାବିଡ଼ ଶବ୍ଦ
ଏବଂ ଏ ଶବ୍ଦର ସ୍ତ୍ରୀଲିଙ୍ଗବାଚକ ଶବ୍ଦ ହେଉଛି
ଭେଣ୍ଡୀ(ଭେଣ୍ଡି=ପରିବା ବିଶେଷ)

ସେହିପରି
ଆଠମଲ୍ଲିକରେ ଦିଣ୍ଡା ବା ଡିଣ୍ଡା ଶବ୍ଦ
ଧିଣ୍ଡା ହୋଇଅଛି
କିନ୍ତୁ
“ଧିଣ୍ଡା”
ଏଠାରେ ଯୁବତୀ ଅର୍ଥରେ ବ୍ୟବହୃତ
ନହୋଇ ଯୁବକ ଅର୍ଥରେ ବ୍ୟବହୃତ
ଏବଂ ଯେହେତୁ
ଧିଣ୍ଡା ଶବ୍ଦ ଯୁବକ ଅର୍ଥରେ ବ୍ୟବହୃତ
ହୁଏ ତେଣୁ ଏଠି ଏହାର
ସ୍ତ୍ରୀଲିଙ୍ଗ ବାଚକ ଶବ୍ଦ କରିବା ସହଜସାଧ୍ୟ ହେଲାରୁ
ଧିଣ୍ଡା ଶବ୍ଦ ଯୁବା ରମଣୀ ପାଇଁ ଧିଣ୍ଡି ହେଲା....

ତେବେ
ହିନ୍ଦୀଭାଷାରେ
ଧିଣ୍ଡା,ଦିଣ୍ଡା,ଡିଣ୍ଡା ଶବ୍ଦର ପ୍ରଚଳନ ଯୁବତୀ ଅର୍ଥରେ ନାହିଁ
ତାହେଲେ କ’ଣ ଏ ଶବ୍ଦଟି
ଓଡ଼ିଆ ଭାଷାର ନିଜସ୍ଵ ଶବ୍ଦ କି ନାହିଁ ତାହା ଜାଣିବା ହେତୁ ଆହୁରି ଅଧିକ ଗବେଷଣା ହେବା ଦରକାର ତାହେଲେ ଯାଇ ଅଧିକ ତଥ୍ୟ ଲାଭ ହୋଇପାରିବ....

No comments:

Post a Comment

Dancing Mania: ମଧ୍ୟଯୁଗୀୟ ୟୁରୋପର ରହସ୍ୟମୟ ମୃତ୍ୟୁ ନୃତ୍ୟ

ମଧ୍ୟଯୁଗୀୟ ଇଉରୋପରେ ପ୍ଲେଗ୍‌ ଵ୍ୟାପିଵା ସହିତ ଧର୍ମୀୟ ଉତ୍ତେଜନା ମନୁଷ୍ୟ ମନକୁ ଆତଙ୍କିତ କରୁଥିଲା ବେଳେ, ଏକ ଅଜଣା ଓ ରହସ୍ୟମୟ ଘଟଣା ସମାଜକୁ ଆହୁରି ଭୟଭୀତ କରିଥିଲା ...