ଜଣେ ସାଧବ କୌଣସି କାର୍ଯ୍ୟବସତଃ 
ବହୁଦୂର ସ୍ଥାନକୁ ଯାତ୍ରା କରୁଥାଅନ୍ତି ।
ବାଟରେ ଏକ ରାଜ୍ୟର କୌଣସି ଗ୍ରାମରେ ପହଞ୍ଚି 
ସଂଧ୍ୟା ବୁଡି଼ଯିବାରୁ ସେ ଗ୍ରାମ 
ମଧ୍ୟକୁ ନଯାଇ ଗ୍ରାମପ୍ରାନ୍ତରସ୍ଥ 
ଯେକୌଣସି ଗୃହର ଦାଣ୍ଡପିଣ୍ଡାରେ 
ରାତ୍ରୀଯାପନ କରିନେବେ ବୋଲି 
ବିଚାର କଲେ ।
ସେ ଗାଆଁର ସବା ମୁଣ୍ଡରେ 
ମାଧସାହୁର ଘର । ଜାତିରେ ସେ ତେଲି ।
ତେଲ ପେଡି଼ ତାହା ବିକ୍ରି କରି ଧନ ଉପାର୍ଜନ କରେ । ମାଧସାହୁର କୃପଣପଣ ଆଉ ଚାଲାକି 
ବିଷୟରେ ସେ ଗାଆଁ କଣ୍ ଆଖପାଖ ର 
10 ଖଣ୍ଡର ଗାଆଁର ଲୋକ ଜାଣନ୍ତି ।
   ସାଧବ ଜଣକ ତ ସହଜେ 
ବିଦେଶୀ ସେ ବା କୋଉ ମାଧସାହୁ ବିଷୟରେ ଜାଣନ୍ତା....
ସାଧବ ନିଜ ଘୋଡା଼କୁ ମାଧସାହୁର ଦାଣ୍ଡପଟେ 
ଥିବା ତେଲଘଣାର ଗଣ୍ଡିରେ  ବାନ୍ଧି 
ଶୋଇପଡିଲା.....
ସକାଳୁ ସାଧବ ସେ ଘୋଡା଼ କୁ ଫିଟାଇକରି ନେଲାବେଳେ ମାଧସାହୁ ସେ ଘୋଡା଼କୁ ତା'ର 
ବୋଲି ଦାବିକରି ସାଧବ ସାଙ୍ଗରେ 
ଝଗଡା଼ ଲାଗିଲା.....
ଦୁହିଁଙ୍କ ଭିତରେ କଳି ଏତେ 
ବଢିଲା ଯେ 
ଉକ୍ତ ଗ୍ରାମର ପଞ୍ଚମାନେ ମଧ୍ୟ 
ସେହି କଳିର ସମାଧାନ କରିପାରିଲେ ନାହିଁ ...
ସେଇଠୁ ଏ ଝଗଡା଼ ଯାଇ 
ସେ ରାଜ୍ୟର ରାଜସଭାରେ ବିଚାର ହେଲା.....
ସେ ରାଜ୍ୟର ରାଜାଙ୍କ ନାମ 
ଅବୁଝାମଣା ଓ ତାଙ୍କର ସବୁଠାରୁ ବିଦ୍ବାନ ମନ୍ତ୍ରୀ ଥାଆନ୍ତି ତାଙ୍କୁ ସମିତେ ପାଳବିଣ୍ଡା ମନ୍ତ୍ରୀ କହୁଥିଲେ....
ସାଧବ ରାଜାଙ୍କୁ ନିଜ ଦୁଃଖ କଥା ଜଣେଇଲା 
ମାଧସାହୁ ବି ତା ପକ୍ଷ ରଖିଲା...
ଅବୁଝାମଣା ରାଜା ଏ ସଂକ୍ରାନ୍ତରେ ତାଙ୍କ  
ପାଳବିଣ୍ଡା ମନ୍ତ୍ରୀଙ୍କୁ ପଚାରନ୍ତେ 
ତାଙ୍କ ମୁହଁରୁ ପାଳବିଣ୍ଡା ଖୋଲି ମନ୍ତ୍ରୀ ବୋଇଲେ 
“ତେଲଘଣା-ଗଣ୍ଡିର ମୁହଁରେ ପଣାଯିବା ତୈଳବୀଜମାନ ପୁଆଦ୍ବାରା ପେଶି ହେବାରେ 
ସେଥିରୁ ନିଗିଡି଼ବା ତେଲ ଗଣ୍ଡି ଭିତରର କୋରଡ଼ରେ ଜମା ହୁଏ ! ଅର୍ଥାତ୍ ଘଣା ଯୋଗୁଁ  ତୈଳ ହେଉଥିଲେ ହେଁ ଘଣାଗଣ୍ଡିର କୋରଡ଼ରୁ 
ତାହା ପ୍ରାପ୍ତ ହୁଏ ! ତେଣୁ ଖୁବ୍ ସମ୍ଭବ ତୈଳ ଭଳି 
ଉକ୍ତ ଘୋଡା଼ ଟି ମଧ୍ୟ ସେହି ତେଲଘଣାର ଗଣ୍ଡି 
ପ୍ରସବ କରିଥିବ...”
ପାଳବିଣ୍ଡାମନ୍ତ୍ରୀଙ୍କର ଯୁକ୍ତି ଟି ଅବୁଝାମଣା ରାଜାଙ୍କ ମନକୁ ପାଇଲେ 
ସେ ତହିଁପରେ ଘୋଡା଼ଟି ମାଧସାହୁକୁ ପ୍ରଦାନ କଲେ ଓ ବିଚରା ସାଧବଟି ଏଭଳି ଅବାନ୍ତର
ରାଜବିଚାର ଦେଖି ଦୁଃଖମନରେ ଲେଉଟି ଗଲା 
ସେହିଦିନ ଠାରୁ କୌଣସି ମାମଲାର 
ଅଯୁକ୍ତିଯୁକ୍ତ ରାୟ ହେଲେ 
ସେଭଳି ବିଚାରକୁ ଏ ଗଳ୍ପକୁ ଲକ୍ଷ୍ୟ କରି 
ଗଣ୍ଡି ଘୋଡା଼ ବେଇବା ନ୍ୟାୟ କୁହାଗଲା ।
No comments:
Post a Comment