Wednesday, October 4, 2017

●ଭୂମିକମ୍ପର ଭବିଷ୍ୟବାଣୀ●

ଭୂମିକମ୍ପର ଭୟରେ ଅସ୍ଥିର ହୋଇ
ଜଣେ ମୁସଲମାନ ବାଦଶାହା
ବହୁସଂଖ୍ୟକ ହିନ୍ଦୁ ପଣ୍ଡିତ ଓ ଜ୍ୟୋତିଷ ଙ୍କୁ ଡକାଇ
ପଚାରିଲେ
“ଭୂମିକମ୍ପର ସମୟ ସ୍ଥିର କରି ଆମ୍ଭକୁ କୁହ,ତାହା ହେଲେ ଆମ୍ଭେ ପୂର୍ବରୁ ସାବଧାନ ହୋଇଯିବା .....!”
ବାଦଶା କଥା ଶୁଣି ପଣ୍ଡିତ ମାନଙ୍କର ବୁଦ୍ଧିଶୁଦ୍ଧି ହଜିଗଲା .....😀😁😂
ବାଦଶା ଉତ୍ତର ନପାଇ ମହାବିରକ୍ତ ହୋଇ
ସେ ସମସ୍ତଙ୍କୁ ଜେଲ୍ ଖାନା କୁ ପଠେଈ ଦେବାର
ଆଦେଶ୍ ଦେଲେ....
ପଣ୍ଡିତ ମାନଙ୍କୁ କୁହାଗଲା ସପ୍ତାହକ ଭିତରେ
ଯଦି ବାଦଶାହାଙ୍କୁ ତାଙ୍କ ଉତ୍ତର ନମିଳେ
ତେବେ ସମସ୍ତ ପଣ୍ଡିତଙ୍କୁ ଶୂଳୀରେ ବସେଇବାର ପରଵାନା ଜାରୀ କରାଯିବ ....!

ବାଦଶା ଜିଅଲରେ ବନ୍ଦୀ ଥିବା
ପଣ୍ଡିତମାନଙ୍କ ମଧ୍ୟରୁ ଜଣକର ଭାଇ
ଗାଆଁରେ ରହୁଥିଲା
ସେ ଏ ଘଟଣା ଶୁଣିଲା ମାତ୍ରେ
ବାଦଶାହା ପାଖକୁ ଗଲା....

ସେ ପଣ୍ଡିତର ଭାଇ ବାଦଶାହାଙ୍କୁ
କହିଲା
“ହେ ଦିଲ୍ଲୀ ଅଧିପତି,
ଅକାରଣରେ ଆପଣ
ଏ ଗରିବ ବ୍ରାହ୍ମଣ ମାନଙ୍କୁ କଷ୍ଟ ଦେଉଛନ୍ତି !
ସେମାନେ କେବଳ ଆସମାନ୍ ର କଥା କହିପାରିବେ; ମାଟି ଭିତରର କଥା କାହୁଁ ଜାଣିବେ.....!”

ବାଦଶା କିଞ୍ଚିତ ବିରକ୍ତ ହୋଇ କାରଣ ଜିଜ୍ଞାସା କରନ୍ତେ ବ୍ରାହ୍ମଣ କହିଲେ,

“ଏ ସମସ୍ତ ସମାଚାର ପୂର୍ବପୁରୁଷମାନଙ୍କ ଠାରୁ ଜଣାଯାଏ । ସନାତନି ମାନଙ୍କର ପିତୃପୁରୁଷ
ମୃତ୍ୟୁ ପରେ ଅଗ୍ନିରେ ଦଗ୍ଧ ହୋଇ
ଅଗ୍ନିଶିଖା ସଙ୍ଗେ ଉର୍ଦ୍ଧ୍ଵ କୁ ଉଠିଯାନ୍ତି ଓ ଆକାଶରେ
ବୁଲୁଥାନ୍ତି । ସୁତରାଂ ଉପରର ଖବର ସେମାନଙ୍କୁ ଜଣା ।
ମୁସଲମାନ ମାନଙ୍କ ଶରୀର ଓ ଆତ୍ମା କବର ଭିତରକୁ ଯାଏ ଓ ଭୂମି ମଧ୍ୟରେ ବିଚରଣ କରୁଥାଏ ତେଣୁ ଭୂମିକମ୍ପର ବୃତ୍ତାନ୍ତ
ମୁସଲମାନ କାଜୀମାନେ କହିପାରନ୍ତି ....”
😝😝😝😝😝

କଥାଟା ବାଦଶାହାଙ୍କ ମନକୁ ବଡ଼ ମାନିଲା !
ସେ ତତ୍ କ୍ଷଣାତ୍ ଉକ୍ତ ଚତୁର ବ୍ରାହ୍ମଣ ପଣ୍ଡିତଙ୍କୁ
ଯଥେଷ୍ଟ ପୁରସ୍କାର ଦେଇ କରିଦେଲେ ଓ ବନ୍ଦୀ ପଣ୍ଡିତ ମାନଙ୍କୁ ମୁକ୍ତ କରିଦେଲେ...
😉😀😂😜😝
(★ଶ୍ରୀପଞ୍ଚାନନ)

No comments:

Post a Comment

Dancing Mania: ମଧ୍ୟଯୁଗୀୟ ୟୁରୋପର ରହସ୍ୟମୟ ମୃତ୍ୟୁ ନୃତ୍ୟ

ମଧ୍ୟଯୁଗୀୟ ଇଉରୋପରେ ପ୍ଲେଗ୍‌ ଵ୍ୟାପିଵା ସହିତ ଧର୍ମୀୟ ଉତ୍ତେଜନା ମନୁଷ୍ୟ ମନକୁ ଆତଙ୍କିତ କରୁଥିଲା ବେଳେ, ଏକ ଅଜଣା ଓ ରହସ୍ୟମୟ ଘଟଣା ସମାଜକୁ ଆହୁରି ଭୟଭୀତ କରିଥିଲା ...