ବତାନ୍ତ ଦାନ୍ତ ସମାନ ହେମନ୍ତ ସମୟ ।
ଉପଗତ ଭରି ପ୍ରାଣିଶ୍ରେଣୀ ଚିତ୍ତେ ଭୟ ।।
ଶକ୍ରଚାପଶୂନ୍ୟ ଶୂନ୍ୟ ହୋଇଛି ଧୋବଲା ।
ପୁଷ୍କରିଣୀ ପରିଶୁଦ୍ଧ ସୁଶୀତଳଜଳା ।।
ନିର୍ଜିବ ପ୍ରତିମା ମଧ୍ଯ ଜାଡ଼ ଡରକୁଳା ।
ଘୋଡ଼ଲାଗି ହୋଇ ବହ୍ନି ସେବନେ ଆକୁଳା ।।
ରଜା ପରଜା ସମସ୍ତେ ଶୀତରେ କମ୍ପିତ ।
ଦେହୁଁ ଖଦି କାଢିବାରେ ନିତାନ୍ତ କୁଣ୍ଠିତ ।।
ଅତ୍ୟନ୍ତ ଶୀତଳ ହେଲା ରଜନୀବଲ୍ଲଭ ।।
ଲୋକଙ୍କର ପ୍ରିୟ ହେଲେ ଇନ ହୁତାଶନ ।
ଅହୋ ! ଦେଶକାଳ କର୍ମ ପରିବର୍ତ୍ତନରେ ।
ଅପ୍ରିୟ ପ୍ରିୟ ପ୍ରିୟ ଅପ୍ରିୟ ଜଗତରେ ।।
ନର ଶରୀର ଖଦଡା଼ କାକାଙ୍ଗ ଚିକ୍କଣ ।
ନିଶାରେ ପ୍ରକଟେ ଗ୍ରାମପ୍ରାନ୍ତେ ଶିବାସ୍ଵନ ।।
ପତି ସାନ ପତ୍ନୀ ବଡ଼ ରହିବା ନିଳୟ ।
ଫଳି ଅଛନ୍ତି ଆତ୍ପ୍ୟଫର କର୍ମ ରଙ୍ଗ ।
ନେଉଆ ବଦରୀ ଲେମ୍ଵୁ କମଳା ନାରଙ୍ଗ ।।
ସରୁ କୁହୁଡିରେ ସବୁଆଡ଼ ଆଚ୍ଛାଦିତ ।
ଦିବା ଖରାରେ ନିଶାରେ ଜାନୁ ଧରି କୋଳେ ।
ଦୀନହୀନ ଜନ କାଟେ ଏ କାଳ ରୀରୋଳେ ।।
କମ୍ଵଳ ଉପରେ ଭରି ପାଳ ପାଡି଼ ତଳେ ।
କ୍ଷେତରେ ଶୟନ କରେ କର୍ଷକ ନିଶ୍ଚଳେ ।।
ଭିକାରୀ ବାପୁଡା଼ ଭିକ ଲଭେ ଅଧିକରେ ।।
ଶୀତ ବାଧା ସହି ମୃଗ ମାରିବା ଆଶାରେ ।
କୁଣ୍ଠିତ ନୋହି କୁତ୍ସିତ କର୍ମକୁ କରଇ ।।
ଶସ୍ୟ ଭରିତ କ୍ଷେତ୍ରକୁ ବିଲୋକି କୃଷକ ।
ନିର୍ଭରାନନ୍ଦ ଲଭଇ ଚିତ୍ତୁଁ ତେଜି ଦକ ।।
★★★★★★■■■■■★★★★★★
କବି@ ସାହିତ୍ୟସମ୍ରାଟ ଶ୍ରୀ ବିକ୍ରମ ଦେବ ବର୍ମା
★★★★★★■■■■■★★★★★★
No comments:
Post a Comment