Alstonia scholaris
ପ୍ରାକ୍ କାଳରେ ଏହାର କାଠରେ
ସିଲଟ ତିଆରି ଉପକରଣ ହେଉଥିଲା ବୋଲି ତାହାର ପ୍ରଜାତିକୁ ଶିକ୍ଷାର୍ଥୀ ଵିଦ୍ୟାର୍ଥୀ ଵା scolaris ରଖାଯାଇଅଛି।
ଏହି ପାଦପଟି
Apocyananceae ପରିବାରର ।
ଏହି ପରିବାରରେ ଟଗର, କନିଅର, କରବୀର, ସଦାବିହାରୀ, ପାତାଳ ଗରୁଡ଼ ଗଛ ଅଛନ୍ତି ସେହି ପରିବାରରେ ଏତେ ବିରାଟ ଦ୍ରୁମ ଦେଖିଲେ ସବୁ ବେଳେ ଆଶ୍ଚର୍ଯ୍ୟ ଲାଗେ ଓ ଘୁରି ଘୁରି ବାରମ୍ବାର ଦେଖିବାକୁ ଇଛା ହୁଏ ।
ଇଂରାଜୀରେ ଏହାର ଅନେକ ନାମ ଅଛି
ଯଥା
blackboard tree,devil tree,ditabark,milkwood-pine ଆଦି ଆଦି....
Alstonia scholaris ର ଆଦିଭୂମି
ଦକ୍ଷିଣ ଏସିଆ,ପୂର୍ବ ଭାରତୀୟ ଦ୍ବୀପପୁଞ୍ଜ ତଥା ଅଷ୍ଟ୍ରେଲିଆର ବିସ୍ତୃତ ଅଞ୍ଚଳ....
ଭାରତର ବିଭିନ୍ନ ଭାଷାରେ ଏହାର ଭିନ୍ନ ଭିନ୍ନ ନାମ ଥିବା ଦୃଷ୍ଟିଗୋଚର ହୁଏ
ହିନ୍ଦୀ:सतौना,छितवन
ତେଲୁଗୁ:-Edakula Ponna, Edakulariti
ବଙ୍ଗଳା –Chatim
ପଞ୍ଜାବୀ–ସତୌନା
ମରାଠୀ–सातविण
ଗୁଜରାଟୀ–ସତବନା,ସପ୍ତପର୍ଣ୍ଣ
କନ୍ନଡ଼–Maddale(ಹಾಲೆ ಮರ)
Tamil ଓ ମଲାୟଲମ୍ ରେ–Pala
ଏହାର ସଂସ୍କୃତ ନାମ ସପ୍ତପର୍ଣ୍ଣା
ଏହାର ଓଡ଼ିଆ ନାମ ଛଚିନା
ତେବେ Alstonia scholaris ର ସପ୍ତପର୍ଣ୍ଣ ବା ସପ୍ତପର୍ଣ୍ଣା ନାମକରଣ ଅଧିକ ଯୁକ୍ତିଯୁକ୍ତ ଲାଗୁଅଛି : କାରଣ ଏହା ଏହି ଗଛର ଵିଶେଷ ପର୍ଣ୍ଣ ଵିନ୍ଯାସକୁ ସୂଚାଏ ।
ପର୍ଣ୍ଣ ଵିନ୍ଯାସ ୩ ପ୍ରକାରର :
୧) ଏକାନ୍ତର ଵା alternate : ଉସ୍ଵ କନିଅର
୨) ଵିପରୀତ ଵା opposite : ଉସ୍ଵ ସଦାଵିହାରୀ (Vinca)
୩) ଚକ୍ରାକାର ଵା whorled : ଉସ୍ଵ କରଵୀର (Nerium), Alstonia.
କ) କରଵୀରର ଗୋଟିଏ ଚକ୍ରରେ ୩ଟି ପତ୍ର ଵା ପର୍ଣ୍ଣ ଥାଏ
ଖ) ଏଲଷ୍ଟୋନିଆର ଗୋଟିଏ ଚକ୍ରରେ ୭ ରୁ ୧୦ ପତ୍ର ଵା ପର୍ଣ୍ଣ ଥାଏ ...
ତଥ୍ୟ@ଡ଼.ଦେବାଶିଷ ଜେଠୀ
No comments:
Post a Comment