Saturday, August 27, 2016

ମଦୁଆ

ଗଲା ବର୍ଷ ଝାମୁଯାତ୍ରା ,ମେରୁଯାତ୍ରା ସମୟର ଘଟଣା ।
ରାତି ପ୍ରାୟ 8ଟା ହୋଇଥିବ ! ଆମ ଗାଆଁମୁଣ୍ଡ ଦୋଳମଣ୍ଡପ ଠାରେ ଜନୈକ ବ୍ୟକ୍ତି ଆସି ଝୁଲିବାକୁ ଲାଗିଲା । ସେଦିନ ରାତିବେଳା କରେଣ୍ଟ ଚାଲିଯାଇଥିଲା ପୁଣି ଏଣେ ଖରାଦିନ ହୋଇଥିବାରୁ
ଗ୍ରାମର ଅଧିକାଁଶ ଲୋକେ ଦାଣ୍ଡରେ ବସି ଗପସପ ହେଉଥାଅନ୍ତି ! ଉପରସାହୀ ର ଲୋକେ ଦେଖିଲେ ଲୋକଟେ ପାଲାମଣ୍ଡପ ପାଖରେ ଝୁଲୁଛି । ଏକେ ତ ଦେବସ୍ଥଳ ଦେବୀ ଆସ୍ଥାନ
ଏଣେ ଝାମୁଯାତ୍ରା ଚାଲିଛି
ଲୋକମାନେ ଝୁଲୁଥିବା ବ୍ୟକ୍ତି କୁ ଦେଖି ସ୍ଥିର କଲେ
ଯଥା ସମ୍ଭବ ଆଠିଁ ଟାକୁରାଣୀ ଆସିଛନ୍ତି ।
ତା ପରେ
ଧୂପ ଦୀପ ଝୁଣା ଅଗରବତୀରେ ଉପରସାହୀ
ଉଠିଲା କମ୍ପିଲା ।
ଏଇମିତି କିଛି ସମୟ ଚାଲିଲା !
ବ୍ୟକ୍ତିଜଣକ ଯନ୍ତ୍ରବତ୍ ଝୁଲୁଥାଏ ।
ଲୋକେ ତାକୁ ଭଲ ମନ୍ଦ ପଚାରୁଥାନ୍ତି
ସେ ଖାଲି ହୁଁ ହାଁ ହେଉଥାଏ
ହେଲେ କିଛି କହୁ ନ ଥାଏ !
ଏଣେ ଗୁଡ଼ାଏ ଲୋକଙ୍କୁ ଦେଖି ଲୋକଟା ସେଠୁ ଚାଲିଯାଇ ଖଣ୍ଡେ ଦୂର ରେ ପୁଣି ଝୁଲିଲା ।

ରାଧୁ ମଉସା ଶିବ ପ୍ରଧାନ ଭଳି ପୁରୁଖା ଲୋକେ କଣ ବୁଝିଲେ କେଜାଣି ଯାଇ ତା ମୁଁହ ଶୁଙ୍ଗିଲେ
ଫେରିଲା ବେଳେ
ରାଧୁ ମଉସା
ଶିବ ପ୍ରଧାନକୁ
କହୁଥାନ୍ତି
"ଛି ଛି ଛି ଆଜିକାଲିକା ଜୁଆନ ଭେଣ୍ଡାଯାକ ଏ ଟିଭି ମୋବାଇଲୀ ଦେଖିକି ପୁରା ଅକାଳକୁଷ୍ମାଣ୍ଡ ,କୁଳାଙ୍ଗର ହୋଇଗଲେଣି କିହୋ"
ଶିବପ୍ରଧାନ ତାଙ୍କ କଥାକୁ ତାଳ ଦେଇ କହୁଥାଏ

"ହଇହେ କକା ! ଏଟା ଦାମ ପୁଅ ଟା କେବେ ମଦ ପିଆ ପିଇ କରେ ମୁଁ ତ ଜାଣି ନ ଥିଲି ।
ରାଧୁ ମଉସା ମୁରୁକି ହସି କହିଲେ ବୁଝିଲୁ ବାପ
ଏ କଣ ଆମ ତମ ଯୁଗ ହୋଇଛି
ଏ ଯୁଗେ ପ୍ରେମରୋଗରେ ପଡ଼ି କିଏ କେତେ ଏଇମିତି ବିଅର ପିଇକି ଝୁଲୁଛନ୍ତି ,ଦଉଡ଼ି ଲଗେଇ ଝୁଲୁଛନ୍ତି
ଘୋର କଳିକାଳ ଚାଲିଛି ଜାଣିଲୁ !!!

[ ରୋଗୀ କୁ ପରିକ୍ଷା ନକରି ଔଷଧ ଦେଲାଭଳି ଚାରିଆଡ଼କୁ ବିଚାର ନକରି ସତ ନ ଜାଣି ଅନ୍ଧ ଭାବେ କୌଣସୀ ଘଟଣା କୁ ନେଇ କାର୍ଯ୍ୟ କରୁଥିବା ଲୋକମାନଙ୍କୁ ହିଁ ଅନ୍ଧବିଶ୍ଵାସୀ କୁହାଯାଏ ]

Friday, August 26, 2016

🐒🐒🐒🐒 ଲୋକହସା 🐒🐒🐒🐒

ବିଶ୍ଵାଳ ଘର ବୁଢ଼ୀକୁ ଆଜିକାଲି ବାର୍ଧକ୍ୟ ଯୋଗୁଁ ନା ଆଖି କୁ ଭଲ ଦିଶୁଚି ନା କାନ କୁ ଶୁଣାଯାଏ ।

ଚାରି ଚାରି ଟା ପୁଅ ଦୁଇଟି ଝିଅଙ୍କୁ ବାହାଦେଇ ନାତୀ ନାତୁଣୀ ଦେଖି ବୁଢ଼ୀ ତା'ର ତିନି ପାଆ ଜୀବନ ବିତାଇ ସାରିଲାଣି ।

ତା ବୟସର ବୁଢ଼ା ବୁଢ଼ୀ କେବେଟୁଁ ଆର ପାରି କୁ ଚାଲିଗଲେଣି
ତେବେ ସୁଖରେ ହେଉ ଅବା ଦୁଃଖରେ ସେ କିନ୍ତୁ ଏବେ ବି ବଞ୍ଚିଛି ।

ପ୍ରତିଦନ ଭଳି ବୁଢ଼ୀ ଦିନେ ସଂଧ୍ୟା ସମୟେ ପୋଖରୀ ପାଣି ଯାଇଥାଏ ।

ବୁଢ଼ୀ ଫେରିଲା ବେଳେ ତାଙ୍କ ବାଡ଼ି ମୁଣ୍ଡ ପାଦଚଲା ରାସ୍ତା ପାଖ ତାଳଗଛ ମୂଳେ ହନୁଟିଏ ଲାଙ୍ଗୁଡ ଲମ୍ବାଇ ବସିଥିଲା ।

ବୁଢ଼ୀ କି ତ ଠିକ ସେ ଦିଶେନି
ପୁଣି ସହଜେ ସଂଧ୍ୟାକାଳ
ତାକୁ ଲାଗିଲା କେହି ଜଣେ କାଳେ ସେଠି ଝାଡ଼ା ଫେରୁଛି !!!

ବୃଦ୍ଧାବସ୍ଥା,ବାଳକାଳରେ ଟିକେ ଟିକେ କଥାରେ ମାନବ କ୍ରୋଧିତ ହୋଇଯାଅନ୍ତି !

ବୁଢ଼ୀ ବି ରାଗି କି ହନୁମାଙ୍କଡ଼ ଟାକୁ ବହେ ଗାଳିମନ୍ଦ କଲା !

ସେତିକି ହୋଇଥିଲେ ସବୁକିଛି ଠିକଥାନ୍ତା ।
ସେମିତିରେ ହନୁମାଙ୍କଡ଼ କାହାଠାରୁ ଆଘାତ ନ ପାଇଲା ଯାଏଁ କୌଣସି ହରକତ କରନ୍ତିନି !

ବୁଢ଼ୀ କିନ୍ତୁ ଏକାବାରେ ଖଫ୍ଫା !
କିହୋ ଲୋକଟା ଏଡେ ଥୋବରା !!
ଏତେଗାଳି ଖାଈ କି ମଧ୍ଧ ଉତ୍ତର ଦେଉନି କି ଉଠିଯାଉନି !

5 ହାତ ଦୂର ରେ ବସିଥିବା ହନୁମାଙ୍କଡ଼ ପାଖକୁ ଯାଇ ତାକୁ ହାତ ବଢ଼ାଈ ଛୁଁଇବାକୁ ଚୈଷ୍ଟା କରନ୍ତେ
ହନୁଟା ରାଗିକି ତା ଦି ଗାଲ ରେ ଦୁଇଟା ଚଟକଣା କଶିଦେଲା !!!

ବୁଢ଼ୀ ସେଇଠୁ କାନ୍ଦି କାନ୍ଦି ଖଞ୍ଜା କୁ ଗଲା, ତା ପୁଅ ନାତୀ ସମସ୍ତଙ୍କୁ ଏ ଘଟଣା କହିଲା ।

ଏକଥା ଶୁଣି କି ସ୍ତ୍ରୀ କି ପିଲା କୁଟୁମ୍ବଟା ଯାକ ଲୋକ ଠେଙ୍ଗା ବାଡ଼ି ଧରି ବାଡ଼ି ତଳକୁ ଧାଇଁଲେ ।

ଲୋକ କୋଳାହଳ ଶୁଣି ଏଣେ ହନୁ ଟା ପାଖ ଗଛକୁ କୁଦା ମାରିଦେଇଥାଏ ।

ବିଶ୍ଵାଳଘର ପଞ୍ଝା ପୁରା ଅଞ୍ଚଳଟା ଯାକ ଖେଦିଗଲେ
ହେଲେ ସେଠି ଆଉ କେହି ନ ଥିଲେ ।

ସେଇଠୁ ବୁଢ଼ୀର ଗୁଣମନ୍ତୀ ବୋହୂ ମାନେ ଗାଳୀପୁରାଣ ଆରମ୍ଭକରି ଦେଲେ !

ଯେତେ ପରକାର ସ୍ତ୍ରୀସୁଲଭ ଗାଳି ମନ୍ତ୍ର ଭଳି ଗଗନପବନ ପ୍ରକମ୍ପିତ କଲା !

ଏତିକି ବେଳେ ପାଖ ଗଛ ଉପରୁ ଗୋଟାଏ ଡାଳରୁ ଆଉ ଏକ ଡାଳକୁ ହନୁମାଙ୍କଡ଼ଟା ଡେଇଁ ପଡ଼ିଲାରୁ ଗଛ ଦୋହଲିଲା,
ବଢ଼ୀର ଜଣେ ପୁଅ ସେଆଡେ ଟ୍ରଚ ମାରିଦେଲା ।

ତା ପରଦିନ ସକାଳଯାଏଁ
କଥାଟା ଗାଆଁ ଯାକ ରାଷ୍ଟ୍ର ହୋଇ ଯାଇଥାଏ !!

"ହେଇ ଶୁଣିଲଣି ବିଶ୍ଵାଳଘର ବୁଢ଼ୀକୁ ହନୁମାଙ୍କଡ଼
ଦି ଗାଲରେ ଦୁଇଟି କଶି ଦେଇ ଗଲା,,,,,,,

କଥାଟା ଉଡ଼ି ଉଡ଼ି ସର ଭାଉଜଙ୍କ କାନକୁ ଗଲା !!

ସେ
ତାଙ୍କ ରୋମାଣ୍ଟିକ ଠାଣୀ ରେ
କହିଲେ
"ବୁଢ଼ୀ ଟା ବୋଲୀ ଚାପୁଡ଼ା ଖାଇଲା

ଟୋକୀଟାଏ ହୋଇଥାନ୍ତା ଯଦି

କି ଭେଣ୍ଡା

କି କୋଦା
ତାକୁ ଚୁମା ଦେଇ ଯାଇଥାନ୍ତା ଯେ "

😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂

Thursday, August 25, 2016

ତାଳଚେର ସହର ର ନାମକରଣ ଚାଳଚେର କେମିତି ହେଲା ?

ଜୟପୁର ରାଜାଙ୍କ ଚାରି ପୁତ୍ର ଜଗନ୍ନାଥ ଦର୍ଶନ ଲାଗି ପୁରୀ ଆସିଥିଲେ ।
ସେମାନେ ସୂର୍ଯ୍ୟବଂଶୀ ଓ ରାଣା ଠାକୁରଙ୍କ ବଂଶଧର ବୋଲି ବଡ଼ ଗର୍ବକରୁଥିଲେ ଏବଂ ସେହିହେତୁ ପୁରୀ ରାଜାଙ୍କୁ ଦଣ୍ଡବତ କଲେ ନାହିଁ ,ତାଙ୍କୁ ତିରଷ୍କାର କରିବା ସହ ଗାଳିମନ୍ଦ କଲେ ।
ପୁରୀ ରାଜା ସେମାନଙ୍କୁ ଜଗନ୍ନାଥ ଦର୍ଶନ କରିବାକୁ ବାରଣ କରନ୍ତେ
ସେମାନେ ଜୋରଜବଦସ୍ତ ମନ୍ଦିର ପ୍ରବେଶ କରିବାକୁ ଚୈଷ୍ଟା କଲା ରୁ ଖଣ୍ଡାୟତ ସୈନିକଙ୍କ ହାତରେ
ସେମାନଙ୍କ ମଧ୍ଧରୁ ଦୁଇଜଣ ନିହତ ହେଲେ ।
ଅନ୍ୟ ଦୁଇଭାଇ ପଳାୟନ କରି ଢ଼େଙ୍କାନାଳ ରାଜ୍ୟ ନାଧରା ରେ ରହିଲେ ଏବଂ ସେଠାରେ ଦୁର୍ଗନଗରୀ ନାମକ ଦୁର୍ଗ ନିର୍ମାଣ କଲେ ।
ସେମାନେ ଦୁର୍ଗ ନିକଟରେ ଗୋଟିଏ ଦେଉଳ ନିର୍ମାଣ କଲେ ଏବଂ ସେଠାରେ ରାମଚଣ୍ଡୀ ଠାକୁରାଣୀଙ୍କ ମୂର୍ତ୍ତି ପ୍ରତିଷ୍ଠା କରାଇଲେ ।
ରାଜ୍ୟ ବସିଲାବେଳେ ଉତ୍ତରସୀମା
ବାମଣ୍ଡାର ଗଙ୍ଗାନାଳ ପର୍ଯ୍ୟନ୍ତ ଥିଲା ।
ଦକ୍ଷିଣ ସୀମା ଢ଼େଙ୍କାନାଳର କାମଳାଙ୍ଗ ପର୍ଯ୍ୟନ୍ତ ଥିଲା ।
ପୂର୍ବ ରେ ଢେଙ୍କାନାଳର ସୀମା ଆଲଟମା ଯାଏଁ ଥିଲା ,ପଶ୍ଚିମ ସୀମା ବାମଣ୍ଡା ଓ ଅନୁଗୁଳ ପର୍ଯ୍ୟନ୍ତ ଥିଲା ।

ପୁରୀ ରାଜାଙ୍କ ସହ ତାଳଚେର ରାଜାଙ୍କ ଯୁଦ୍ଧ ହେଲାରୁ ପୁରୀରାଜା ବିଜୟୀ ହେଲେଏବଂ ନାଧରା ରାମଚଣ୍ଡୀ ,ପରଜଙ୍ଗ ,ପଲାଶୁଣୀ ଓ ସୁବଳୟା ଅଧିକାର କରିନେଇ ଡ଼େଙ୍କାନାଳ ରାଜାଙ୍କୁ ଅର୍ପଣ କଲେ ।
ଗାଙ୍ଗନାଳ ବାମଣ୍ଡାରାଜା ନେଇଗଲେ ।
ଏ ରାଜବଂଶ ସୋନପୁର ରାଜ୍ୟର ସୁବଳୟା ପର୍ଯ୍ୟନ୍ତ ରାଜତ୍ଵ କରିଥିଲେ କିନ୍ତୁ କାଳକ୍ରମେ ସେଠାରୁ ବିତାଡ଼ିତ ହେଲେ ।
ଏ ବଂଶର ଜଣେ ରାଜା ବ୍ରାହ୍ମଣୀ ନଦୀ ପାର ହୋଇ ଶିକାରକୁ ଯାଇଥିଲେ ।
ତାଳେଶ୍ଵରୀ ଠାକୁରାଣୀଙ୍କ ନିକଟରେ ରାଜାଙ୍କ କୁକୁର କୁ ଠେକୁଆ ମାରିପକାଇଲା ।
ରାଜା ସେଠାରେ ଗୋଟିଏ ଦୁର୍ଗ ନିର୍ମାଣ କରାଇଲେ ।
କେତେଦିନ ପରେ ସ୍ଥାନୀୟ କନ୍ଧମାନଙ୍କ ଦ୍ଵାରା ପରାଜିତ ହୋଇ ପଳାୟନ କଲେ ।
ଦିନେ ଜଙ୍ଗଲରେ ଶୋଇଥିବା ବେଳେ
ହେଙ୍ଗୁଳା ଦେବୀ ସ୍ଵପ୍ନରେ କହିଲେ
"ତୁମ୍ଭେ ଯେବେ ମୋତେ ଓ କାଳେଶ୍ଵରୀ ଦେବୀଙ୍କୁ ପୂଜାକରିବ ତେବେ ଶତ୍ରୃ କୁ ଜିଣିବ ! ଏ ସ୍ଥାନର ନାମ ତାଳଚେର ହେବ ।"
ରାଜା ଏହି ବର ପାଇ ଯୁଦ୍ଧ କଲେ ।
ଯୁଦ୍ଧ ବେଳେ ହେଙ୍ଗୁଳା ଦେବୀ ବ୍ୟାଘ୍ର ରୁପରେ ଶତ୍ରୁ କୁ ନିହତ କଲେ ।
ପରେ ରାଜା ଶୋଇଥିବା ବେଳେ ଦେବୀ ପୁଣି ସ୍ଵପ୍ନରେ କହିଲେ ଯେ "ଯେଉଁ ବ୍ୟାଘ୍ର ଶତ୍ରୃ ନିହତ କଲା ସେ ବ୍ୟାଘ୍ର ନୁହେଁ ସେ ସ୍ଵୟଂ ଠାକୁରାଣୀ ।"
ରାଜା ସ୍ଥାନର ନାମ ଦେଲେ ତାଳଚେର ଏବଂ ପଦ୍ମନାଭପୁରରେ ବ୍ରାହ୍ମଣଶାସନ ବସାଇ ସେଇ ଗ୍ରାମ ସହ ଆଉ କିଛି ଭୂଭାଗ ବ୍ରାହ୍ମଣଙ୍କୁ ଦାନ ଦେଇଥିଲେ ।

...

ତାଳଚେର ସହର ନାମକରଣ ସଂକ୍ରାନ୍ତିୟ ଏହି କିମ୍ବଦନ୍ତୀଟି
ଐତିହାସିକ ଜଗବନ୍ଧୁ ସିଂହଙ୍କ ପୁସ୍ତକ 'ପ୍ରାଚୀନ ଉତ୍କଳ' ର ଦ୍ଵିତୀୟ ଭାଗରୁ ନିଆଯାଇଅଛି ।
ଏକଥା ସତ ଯେ ,
କିମ୍ବଦନ୍ତୀ ,ଇତିହାସ ନୁହେଁ
କିନ୍ତୁ ସମ୍ପୁର୍ଣ ମିଥ୍ୟା ମଧ୍ଧ ନୁହେଁ ।
ନିଶ୍ଚିତ ଭାବେ ଯୁଦ୍ଧ ହୋଇଥିଲା ଏବଂ ସେଥିରେ ପରାଜୀତ ହୋଇ ଏଠିକା ରାଜାପରିବାର ପୁନଃ ଯୁଦ୍ଧ କରିଥିବେ
ଏବଂ ଅକସ୍ମାତ ଶତ୍ରୃ ଉପରେ ବାଘ ଆକ୍ରମଣ କରିବା ଫଳରେ ରାଜା ବିଜୟୀ ହୋଇ ତାଳକେଶ୍ଵରୀ ଙ୍କ ନାମାନୁସାରେ ଏ ଅଞ୍ଚଳର ନାମକରଣ ତାଳଚେର କରିଥିବେ ।
ଆଗକାଳେ ଓଡ଼ିଶାରେ ବ୍ରାହ୍ମଣଶାସନ ବସାଇବା ରାଜାମାନଙ୍କ ପାଇଁ ପ୍ରତିଷ୍ଠା ତଥା ଗୌରବ ର ବିଷୟ ଥିଲା ।
ତେଣୁ ଯଥାସମ୍ଭବ ତାଳଚେର ରାଜା ନିଜରାଜ୍ୟରେ ଅନେକ ଗୁଡ଼ିଏ ବ୍ରାହ୍ମଣ ଶାସନ ବସାଇ ସେମାନଙ୍କ ପୃଷ୍ଠପୋଷକତ୍ଵ ଗ୍ରହଣ ପୂର୍ବକ ନିଜରାଜ୍ୟ ପ୍ରତି ସ୍ଥାନୀୟ ଲୋକଙ୍କ ଆସ୍ତା ବଢ଼ାଇଥିବା ଅନୁମିତ ହୁଏ !!

ସମ୍ବଲପୁର ର ପ୍ରତିଶୋଧ

କଳାପାହାଡ଼ କିଏ ଓଡ଼ିଆ ,ବଙ୍ଗାଳୀ ନା ଆଫଗାନ ?ସେ ଯେଉଁ ଜାତିର ହେଇଥାଉନା କାହିଁକି
ଓଡ଼ିଶା ର ଅନେକ କ୍ଷତି କରିଯାଇଛି ।
କେତେକ ଲୋକ କୁହନ୍ତି ସେ କୁଆଡ଼େ ଆଗେ ପୁରୀ ଗଜପତି ରାଜା ମୁକୁନ୍ଦ ଦେବ ଙ୍କର ସେନାପତି ଥିଲେ ।

ଧର୍ମ ପରିବର୍ତ୍ତନ କରି ବିଧର୍ମୀ କନ୍ୟା ବରଣ କରିଥିବାରୁ ରାଜନିପତିତଜ୍ଞାତି କୁଟୁମ୍ବଙ୍କ ଠାରୁ ଅପମାନିତ ହୋଇ ଓଡ଼ିଶା ର ପରମ ଶତ୍ରୃ ପାଲଟିଯାଇଥିଲା ।
ଏଇ ରାଜିବ ଲୋଚନ ରାୟ ଓରଫ କଳାପାହାଡ ଅନେକ ମନ୍ଦିର ଲୁଟ କରି
ଜଗନ୍ନାଥ ଙ୍କୁ ଚମ ଦଉଡ଼ିରେ ବଡ଼ଦାଣ୍ଡରେ ଘୋଷାରି ଥିବା
ଏବଂ ହୁଗୁଳିରେ ଅଧାଜଳା ବ୍ରହ୍ମହୀନ ଜଗନ୍ନାଥ କାଷ୍ଟମୂର୍ତ୍ତି ଭଷାଇଦେଇଥିବା
କିମ୍ବଦନ୍ତୀ ମଧ୍ଧ ପ୍ରଚଳିତ ।
ବହୁ ମନ୍ଦିର ଲୁଣ୍ଠନକରି ନବମହଲା ବିଶିଷ୍ଟ ବାରବାଟୀ ଦୂର୍ଗ ଭାଙ୍ଗି କଳାପାହାଡ଼ ହୁମାପ୍ରଦେଶ ଅର୍ଥାତ୍ ଆଜିର ସମ୍ବଲପୁର ଆକ୍ରମଣ କରିବାକୁ ମହାନଦୀ କୂଳେ କୂଳେ ମାଡ଼ି ଆସୁଥାଏ ।
କଳାପାହାଡ଼ ଯେଉଁ କୋକୁଆ ଭୟ ସୃଷ୍ଟିକରିଥିଲା ହିନ୍ଦୁମାନେ ତାକୁ ପଙ୍ଗପାଳ ପରେ ସପ୍ତମ ବିପତ୍ତି ମାନି ନେଇଥିଲେ ।
ସମ୍ବଲପୁର ରାଜାଙ୍କୁ ଗୁପ୍ତଚରଙ୍କ ଠାରୁ ଏ ବିସମ୍ବାଦ ମିଳିଲା !
ଚିନ୍ତିତ ରାଜା ଏବଂ ତାଙ୍କ ମନ୍ତ୍ରୀ ଅମାତ୍ୟ ମାଆ ସମଲେଇଙ୍କ ମନ୍ଦିରରେ ଅଧିଆ ପଡ଼ିଲେ ।
ଯୋଗକୁ ମାଆଙ୍କ କପାଳରୁ ଫୁଲଟିଏ ଝରିପଡ଼ିଲା ।
ରାଜା ଖୁସି ହୋଇ ନିଜ ରାଜ୍ୟର ବଛା ବଛା ସୈନ୍ୟ ସାମନ୍ତଙ୍କୁ ତଥା ବୁଦ୍ଧିଆ ଲୋକଙ୍କୁ ଏକାଠି କରି ଆସନ୍ନ ବିପତ୍ତି ରୁ ଉଦ୍ଧାର ହେତୁ ବିଚାର ବିମର୍ଶ ଆରମ୍ବ କରିଦେଲେ ।
ଏଣେ 2 ଦିନ ପରେ ସଂଧ୍ୟା ପୂର୍ବରୁ କଳାପାହାଡ଼ ଦଳବଳ ଘେନିସମ୍ବଲପୁର ରେ ହାଜର ହୋଇଗଲା ।
ଆଜିର ସମ୍ବଲପୁର ୟୁନିବର୍ସିଟି ଠାରେ କଳାପାହାଡ଼ ଶିବିର ଲଗାଇଲା ।
ସଂଧ୍ୟା ହେବା ଆଗରୁ ତମ୍ବୁ ଲାଗିଗଲା ଏତେ ବାଟ ଚାଲି ଚାଲି ଆସି ପୁଣି ବିଶ୍ରାମ ନକରି ଶିବିର ଲଗାଇଥିବାରୁ
କଳାପାହାଡ଼ ତା'ର ଅନୁଚର ମାନଙ୍କୁ ଦୈବ ପ୍ରେରଣାରେ ଶୋଷ ଲାଗୁଥାଏ ।
କୋଉଠୁ ଟୋପାଏ ପାଣୀ ମିଳିଯାଅନ୍ତା କି ?

ଏତିକିବେଳେ ଗଉଡ଼ୁଣୀ ଜଣେ
ଘୋଳଦହୀ ମୁଣ୍ଡାଇ ସେଇବାଟ ଦେଇ ଚାଲି ଯାଉଥାଏ ।

କଳାପାହାଡ଼ ତା ବାଟ ଓଗାଳି
ତାକୁ ଘୋଳଦହୀ ଦେବାକୁ କହିଲା ।
ସ୍ତ୍ରୀ ଲୋକ ଜଣକ କପଟ ହାସ୍ୟ ପୂର୍ବକ
ସମସ୍ତଙ୍କୁ ମାଟିପାତ୍ର ରେ ଘୋଳଦହି ପିଈବାକୁ ଦେଲା ।

ଘୋଳଦହୀ ପାଈଲା ମାତ୍ରେ କଳାପାହାଡ଼ ଏବଂ ତା ଅନୁଚର ମାନେ ଅନ୍ଧ ହୋଇଗଲେ ।
ଭୟାନକ ଶବ୍ଦ ,ଅଟ୍ଟହାସ୍ୟ ଶୁଣି ସେମାନେ ଡରିଗଲେ ଏବଂ ଏଣେତେଳେ ଦଉଡ଼ିବାକୁ ଲାଗିଲେ ।
ରାଜା ଏବଂ ତାଙ୍କ ସୈନ୍ୟ ସାମନ୍ତ ଏଇ ମଉକା ରେ ସେମାନଙ୍କୁ ଗୋଟି ଗୋଟି କରି କାଟି ପକାଇଲେ ।
କଳାପାହାଡ଼ ଅଂଧ ହୋଇଗଲେ ହେଁ
ଖଣ୍ଡା ବୁଲାଇ ବୁଲାଇ ଲଢ଼ୁଥାଏ
ଶେଷରେ ସେ ରାଜା ଖଣ୍ଡାଚୋଟରେ ମଲା ।
କଳାପାହାଡ଼ ମଲାରୁ ପୁଣି ଭାଳେଣି ପଡ଼ିଲା ଏବେ କଣ କରାଯିବ !!
କଳାପାହାଡ଼ ଯେ ବଙ୍ଗ ନବାବଙ୍କ ଜ୍ଵାଇଁ !!
ସେ ଯଦି ଜାଣନ୍ତି ସମ୍ବଲପୁର ଶାସକ କଳାପାହାଡକୁ ମାରିଦେଇଛନ୍ତି , ରାଜ୍ୟ ର କି ଦୂର୍ଦସା ହେବ କହି ହେଉନି ।
ରାଜା ସ୍ଥିତପ୍ରଜ୍ଞ ଭଳି କହିଲେଏଇ କଥା ରହୁମୁସଲମାନ ଶାସକ ଜାଣନ୍ତୁ ଆମ ଦେବାଦେବୀ ପଥର ନୁହନ୍ତି ।
ନିଜ ଭକ୍ତ କୁ ରକ୍ଷା କରିବାକୁ ଯାଇ ଗଉଡୁଣୀ ହୋଇପାରନ୍ତି ।
ଏ ଶବଗୁଡ଼ିକୁ ଏଇଠି ପୋତିଦିଅ ଏବଂ ବଙ୍ଗ ନବାବ ପାଖକୁ ଏଇ କଥା ଲେଖି ପଠାଇ !
ତେଣିକି ଜଗନ୍ନାଥ ଙ୍କ ଯା ଇଚ୍ଛା !!!

(ଏହା ଇତିହାସ ନୁହେଁ କିନ୍ତୁ କିମ୍ବଦନ୍ତୀଟିକୁ ତର୍ଜମା କଲେ ଜଣାଯାଏ
ସମ୍ବଲପୁର ଶାସକ କୌଶଳକ୍ରମେ
କଳାପାହାଡ଼ କୁ ମାରିପାରିବାରେ ସକ୍ଷମ ହୋଇଥିଲେ । 2006 ଯାଏଁ ସମ୍ବଲପୁର ରେ କଳାପାହାଡ଼ର ସମାଧି ଥିଲା
କିନ୍ତୁ ପରେ କିଛି ହିନ୍ଦୁବାଦୀ ଦନ୍ତାସ୍ଥାନୀୟ ବ୍ୟକ୍ତିବିଶେଷ ଏହାକୁ ଭାଙ୍ଗିଦେଇଥିଲେ )

Monday, August 22, 2016

ଆପଣା କଲା କର୍ମ ମାନ

ମଧୁଆ ଭାଇ ପେଶାରେ ଜଣେ ପକେଟମାର ଭୂବନେଶ୍ଵର ର ମନ୍ଦିର ଗୁଡ଼ିକରେ ବୁଲି ବୁଲି ଲୋକ ଙ୍କର ପର୍ସ ଗହଣା ଯାହା ମିଳିଲେ ମାରି ନେଉଥିଲା ।
ସେ ଚୋରି କରି କରି ଟଙ୍କା ସବୁ ଖର୍ଚ ନକରି ସାଇତି କରି ରଖୁଥାଏ ।
ଏଇମିତି ଟଙ୍କା ରଖି ରଖି ସିଏ ଧନି ହେବାରେ ଲାଗିଲା ।
ଏବେ ତାର ତ ଯୁବାକାଳ ।
ବାହା ହେବାକୁ ମନ ଡହଳ ବିକଳ ହେଉଥାଏ ।
ହେଲେ ଚୋର ପକେଟମାର କୁ ଓଡ଼ିଶାରେ କିଏ ଝିଅ ଦେବ !
ବିହାର,ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ , ହରିୟାଣା ର ଧନୀ ଘର ପୁଅ ସବୁ
ଓଡ଼ିଶା ଆସି ଏଠିକା ଲୋକଙ୍କୁ ପ୍ରଲୋଭନ ଦେଖାଇ ତାଙ୍କ ଝିଅ ମାନଙ୍କୁ ବାହା ହୋଇ ଲେଉଟିଯାଅନ୍ତି !
କେତେ ଯେ ଓଡ଼ିଆ ଝିଅ ଅନ୍ୟ ରାଜ୍ୟ କୁ ଚୋରା ଚାଲାଣ ହେଉଛନ୍ତି ,
ଏକଥା ମଧୁଆ ଭାଇ ଜାଣେ, ସରକାର ବାହାଦୂର ଜାଣିଛି
ଲୋକେ ଦେଖୁଛନ୍ତି !

ସେ ଯା ହେଉ
ମଧୁଆ କପାଳ କିନ୍ତୁ ଫଟା !
ଗୋଟାଏ ହେଲେ କନ୍ୟାରତ୍ନ ତା ଭାଗ୍ୟରେ ଯୁଟନ୍ତିନି ! କିଏ କେଉଁଠି
ମିଳିଲେବା ମଧୁଆ ର ମୂର୍ଖାମି ଯୋଗୁଁ ତାକୁ ଶକ୍ତ ଚଟକଣା କଷିଦେଇଯାଏ ।
ଦିନେ ଏଇମିତି ମଧୁଆ ଭାଇ ଆମର ମନ୍ଦିର ଯାଇଥାଏ
ସେଠି କନ୍ୟାଟିଏ ପକେଟମାରୁଥିବା ଦେଖି ସେ ତାକୁ ମନେ ମନେ ଭଲ ପାଇଗଲା ।
ଏକା ପେଶା ସମ ଦଶା ଯୋଗୁଁ ସେମାନଙ୍କୁ ଏକାଠି ହେବାକୁ ବେଶି ଦିନ ଲାଗିଲାନି !
ତାଙ୍କର ବାହାଘର ହୋଇଗଲା ।
ଏମାନେ ଏବେ ମିଳିମିଶି ପକେଟ ମାରିଲେ । ଠିକ ବରଷକ ପରେ ପୁଅଟିଏ ଜନ୍ମ ହେଲା
ହେଲେ ଏ କଣ ?
ତା ହାତ ର ମୁଠି ବନ୍ଦ ଥିବା ଦେଖି
ମଧୁଆ ନିରାଶ ! ! !
ଏବେ ଆଗକେ ଏ ପକେଟ କେମିତି ମାରିବ ଯେ ?

ମଧୁଆ ଆଉ ତା ସ୍ତ୍ରୀ ଅନକେ ଡାକ୍ତରଖାନା ବୁଲିଲେ
ହେଲେ କେଉଁଠି କୃତକାର୍ଯ୍ୟ ହୁଅନ୍ତିନି

ଶେଷରେ ସେମାନେ ଜଣେ ପ୍ରସିଦ୍ଧ ଡାକ୍ତର ପାଖକୁ ଗଲେ ।

ସେ ଡାକ୍ତର ମଧ୍ଧ ଏହାର ସମାଧାନ କରିବାରେ ବିଫଳ ହେଲା ।

ତେବେ ଡାକ୍ତର ଜଣକ ମଧୁଆ କୁ କହିଲେ
ଇନ୍ଦୋର ସହର ର ଜଣାଶୁଣା ମନୋଚିକିତ୍ସକ ଡା.ପ୍ରତାପ ତ୍ରିପାଠୀଙ୍କୁ ଯାଇ ଭେଟ

ପତିପତ୍ନୀ ଚିକିତ୍ସକ ମହୋଦୟଙ୍କୁ ନିଜ ପୁଅ କୁ ଦେଖାଇଲାରୁ

ପ୍ରତାପ ବାବୁ କିଛି ସମୟ ନିରିକ୍ଷଣ କରି ମଧୁଆ କୁ ଦେଖି ପଚାରିଲେ

ଆଛା ତୁମ ମାନଙ୍କ ପେଶା କଣ ?
ମଧୁଆ ସଙ୍କୋଚରେ ଜବାବ ଦେଲା
ଆଜ୍ଞା ଆମେ ଦିହେଁ
ସ୍ଵାମୀ ସ୍ତ୍ରୀ ଏଇ କିଛିମାସ ଆଗରୁ ପକେଟମାର ଥିଲୁ !

ପୁଅ ଜନମ ହେଲାରୁ ସେ କରମ ଛାଡ଼ି ଏବେ କାମଦାମ କରି ଚଳୁଛୁ !

"ଆଛା ତା ହେଲେ ତୁମେ ମାନେ ଯେହେତୁ ପକେଟମାର
ତେଣୁ ସେ ଗୁଣ ଏ ପିଲା ଭିତରେ ବି ଥିବ !
ଯେମିତି ଅଭିମନ୍ୟୁ ଚକ୍ରବ୍ୟୁହ ଭେଦ ମାଆ ଗର୍ଭରେ ଥାଇ ଜାଣିପାରିଥିଲା"

ଡାକ୍ତରବାବୁ ପୁଣି କହିଲେ
"ଶୁଣ ଏଥି ସକାଶେ ଗୋଟାଏ ଉପାୟ ଅଛି '
ତୁମେ ମାନେ ଏକ ସୁନ୍ଦର ହାର ଆଣ !
ସେଥିରେ ରୂବୀ, ହୀରା ଏବଂ ଅନ୍ୟ ମୂଲ୍ୟବାନ ପଥର ଜଡ଼ିତ ହୋଇଥିବ !
ଯେମିତି ପିଲା ତାକୁ ଦେଖିବଛଡ଼େଇ ନେବାକୁ ହାତ ବଢ଼େଇବ ଯେ !"

ପୁଅ ର ମାତାପିତା ସେଇଆ କଲେ

ଯେମିତି ପିଲା କୁ ଏ ବହୁମୂଲ୍ୟ ହାର ଟି ଦିଶିଗଲା
ସେ ହାତମୁଠା ଖୋଲି
ତାକୁ ଧରିବାକୁ ଚୈଷ୍ଟା କଲା ।

ପିଲାଟି ହାତମୁଠା ଖୋଲିଲାରୁ ଗୋଟାଏ ହାତମୁଦି ତଳେ ପଡ଼ିଗଲା ।
ଏହା ଦେଖି ସେଠାରେ ଉପସ୍ତିତ ସମସ୍ତେ
ଆଶ୍ଚାର୍ଯ୍ୟ ଚକିତ ହୋଇଗଲେ !

ସେଇ ମୁଦି ଟି ଜଣେ ନର୍ସ ର ଥିଲା ଯିଏ
ସେଇ ପକେଟମାର ଧନୁଆ ସ୍ତ୍ରୀ ର ଡେଲିଭରୀ କରାଇ ଥିଲା ।

ଜୀବ ର କଲା କର୍ମ ମାନ ଦିନେ ନା ଦିନେକର୍ମ ଅନୁସାରେ ତାକୁ ସକାରାତ୍ମକ କିମ୍ବା ନକାରାତ୍ମକ ଫଳ ଭୋଗ କରିବାକୁ ବାଧ୍ୟ କରିଥାଏ !!

ଏହା ଏକ ଶାସ୍ଵତ ଚିରନ୍ତନଦୈବିକ ନିୟମ ସମସ୍ତ ଧର୍ମ ଏ ନିୟମର ସମର୍ଥନ ତଥା ପୋଷଣ କରନ୍ତି !

ବ୍ରାହ୍ମଣୀ ନଦୀ ତୀରେ ସଂଧ୍ୟା

ଜଳାଶ୍ରୟ ଦଳେ କମୁଦିନୀ
ରାତ୍ରେ କରି ଶୃଙ୍ଗାର
ଚନ୍ଦ୍ର ମନ ମୋହିବାକୁ
ପାଉଅଛି ଶୋଭା

ରସିକ ଭ୍ରମରେ
ଲୋଭେ ଉଡ଼ୁଛନ୍ତି ଚତୁଃପାର୍ଶ୍ଵେ
ମଧୁ ଆଶେ

କୁମୁଦ ଯେ ସତୀ ସାଧ୍ଵୀ
ତେଣୁ
ତେଣେ ନାହିଁ ନିଘା ।

ରୁଚିରରୁଚି ସେ ଚନ୍ଦ୍ର ପ୍ରେୟଶୀ
ହୃଦେ ଧରି ପ୍ରେମଧନ
ପ୍ରିୟ ଯୋଗେ
ପ୍ରତିକ୍ଷାରେ ହୋଇଅଛି ଉଭା !

ସନ୍ଧ୍ୟା ଆଗମନେ
ବାହୁଡ଼ନ୍ତି ବକାବଳୀ
ବାହୁଡୁଛି ଚଷା ପୁଅ
କୂଳବଧୂ ଫେରେ ସ୍ନାନ ସାରି
ନୀଶାକାଳ ଆଗମନେ
ଗାଭି ନେଇ ଫେରେ ଗଉଡ଼ ଟୋକା
ସୂରୁଯ ବୁଡ଼ିଲେ ପଶ୍ଚିମାକାଶେ
ବ୍ରାହ୍ମଣୀ ନଦୀର ଜଳ
ଦିଶେ ଅବା ସ୍ଵର୍ଣ
କି ଉପମା ତାରେ ଦେବା !

Friday, August 19, 2016

ଦୋସ୍ତୀ କର

ଆଶା ଭୂଲି,
ସ୍ଵପ୍ନ ସହ ଦୋସ୍ତୀ କର,

ଅନ୍ଧକାର ପାଖ ନ ଆସିବ,
ଦୀପ ସହ ଦୋସ୍ତୀ କର |

ବୁଲୁଛନ୍ତି ଏଠି ବହୁରୁପୀ ଲୋକ ଯେତେ,
ଚେହେରା ଛାଡ଼ି ତୁ ହୃଦୟ ସହ ଦୋସ୍ତୀ କର |

ଦିନେ ସବୁ କିଛି ଛାଡ଼ି,
ଯା କୌଣିସି ବଗିଚା ବୁଲି ।
ଫୁଲଙ୍କ ସହ ଦୋସ୍ତୀ କର
ସୁବାସ ସହ ଦୋସ୍ତୀ କର ।

ଛିଡ଼ାଇ ସମସ୍ତ ବନ୍ଧନ
ଯଦି ଉଡ଼ିବାକୁ ଇଚ୍ଛା ଥାଏ

ପର ର ଆକାଁକ୍ଷା ଛାଡ଼
ସାହସ ସହ ଦୋସ୍ତୀ କର ।

ଖୋଜି ଲେ ଖୋଜ ତାରା ,ଜହ୍ନ
ଦୁନିଆ ଟା ସାରା
ମାଆ ବାପା ଙ୍କ ପରି କେହି ନ ମିଳିବେ
ଯେତେ ଯା ସଙ୍ଗେ ଦୋସ୍ତୀ କର |

Sunday, August 14, 2016

*କର୍ମ ଭୋଗ*

ଦେଶ ର କୌଣସୀ ଏକ ଗାଆଁ ରେ ଜଣେ କୃଷକ ମାଧବ ରହୁଥିଲା ।
ତା ପରିବାର ରେ ତାକୁ ତା ସ୍ତ୍ରୀ ପୁତ୍ରକୁ ମିଶାଇ ତିନିପ୍ରାଣୀ ବାସ କରୁଥିଲେ !
କିଛି ବର୍ଷ ପରେ ମାଧବ ର ପତ୍ନୀ ଆରପାରି କୁ ଚାଲିଗଲା । ସେତେବେଳକୁ ପୁଅ ର ବୟସ ମାତ୍ର 10 ବରଷ ହୋଇଥାଏ ।
ମାଧବ ଦ୍ଵିତୀୟ ବିବାହ କରିନେଲା ।
ଦ୍ଵିତୀୟ ପତ୍ନୀ ଠାରୁ ମଧ୍ଧ କୃଷକ କୁ ଏକ ପୁତ୍ରରତ୍ନ ପ୍ରାପ୍ତ ହେଲା ।
ହେଲେ ଦୂର୍ଭାଗ୍ୟ କୁ ନବ ବିବାହିତା ପତ୍ନୀ ର ମୃତ୍ୟୁ ଜ୍ଵର ରେ ହେଇଯିବାରୁ ମାଧବ ଆଉ ବିବାହ ନକରି ଦୁଇ ପୁତ୍ରଙ୍କୁ ପାଳିଲା ।
ମାଧବ ର ବଡ଼ପୁଅ ବିବାହଯୋଗ୍ୟ ହେବାରୁ ତା'ର ବାହାଘର ଅନ୍ୟ ଏକ ଗ୍ରାମ ର କନ୍ୟା ସହ କରିଦିଆଗଲା ।
ଏମିତି କିଛିକାଳ ସୁଖରେ କାଟିଲା ପରେ ମାଧବ ବି ଦୂନିଆ ଛାଡ଼ିଗଲା ପଛ ରେ ରହିଗଲେ ଘର ପରିବାର ଲୋକ !
ମାଧବ ର ଦୁଇ ପୁତ୍ର ସାଥିରେ ରହୁଥାନ୍ତି । କିଛି ଦିନ କଟିଯାନ୍ତେ ଥରେ ସାନ ଭାଇ କୁ ଭୟାନକ ରୋଗ ଧରିଲା ।
ଯେତେ ପରକାର ଔଷଧ ଉପଚାର କଲେ ହେଁ ସେ ସୁସ୍ଥ ସବଳ ହେଉ ନଥାଏ ।
ଗୁଡ଼ାଏ ଖର୍ଚ୍ଚ ଏପଟେ ଧାଁ ଧପଡ଼ କରି କରି ବଡ଼ ଭାଇ ନୟାନ୍ତ ହୋଇଯାଇଥିଲା ।
ଶେଷରେ ବଡ଼ଭାଇ ଭାଉଜ ମନ୍ତ୍ରଣା କଲେ
ସାନ ଭାଇ କୁ ବରଂ ବିଷ ଦେଇ ମାରିଦେବା !
ତା ହେଲେ ଏତେ ପରକାର ଦହଙ୍ଗଜ ହେବାରୁ ଟିକିଏ ମୁକ୍ତି ମିଳିଯିବ !
ସ୍ତ୍ରୀ ବୁଦ୍ଧି ରେ ପଡ଼ି ବଡ଼ଭାଇ ଜଣେ ବଇଦ ଠାରୁ ବିଷ ଆଣି
ସାନ ଭାଇ କୁ ଔଷଧ କହି ପିଲେଇ ଦେଲା !
ଏପଟେ ସାନ ଭାଇର ଅକାଳମୃତ୍ୟୁ ହେଉଥିଲା ବେଳେ ବଡ଼ ଭାଇଭାଉଜମନେ ମନେ ଖୁସି ହେଉଥାନ୍ତି !

ଭାଇ କୁ ମୁଖାଗ୍ନୀ ଦେଉଥିଲା ବେଳେ ବଡ଼ଭାଇ ମନେ ମନେ ଭାବୁଥାଏ !
ଯା ହେଉ ରାସ୍ତା ରୁ କଣ୍ଟା ଗଲାଏବେ ସମସ୍ତ ପୈତୃକ ସମ୍ପତ୍ତି ଆମର...

ଠିକ ବର୍ଷକ ପରେ
ବଡ଼ ଭାଇ ଘରେ ପୁଅଟିଏ ଜନ୍ମହେଲା ।
ମାଆ ବାପା ସ୍ନେହ ରେ ଡ଼ାକିଲେ ମୋହନ !
ଘର ର ଏକମାତ୍ର ସନ୍ତାନ ହୋଇଥିବାରୁ ମୋହନ ପ୍ରତି ପିତାମାତାଙ୍କ ସ୍ନେହ ଅଧିକ ହେବାଟା ସ୍ଵାଭାବିକ କଥା !

କଥାରେ ଅଛି ଲେମ୍ବୁ ଅତି ଚିପୁଡ଼ିଲେ ପିତା !
ମାତାପିତା ଙ୍କ ଅତ୍ୟଧିକ ସ୍ନେହ ପାଇ କୁସଙ୍ଗ ରେ ପଡ଼ି ଦୂର୍ଯ୍ୟୋଧନ ଭଳି ଅଭିମାନୀ କିନ୍ତୁ ସହୃଦୟ ଦୟାଳୁ ବାଳକ ବଡ଼ ହୋଇ ଦୁରାଚାରୀ ଅତ୍ୟାଚାରୀ ଦୂର୍ଯ୍ୟୋଧନ ପାଲଟି ଥିବା କଥା ସାରା ଜଗତ ଜାଣେ ।

ମୋହନ ମଧ୍ଧ ଛୋଟବେଳୁଁ ନିଜ ବାପ ଟଙ୍କା ବଳରେ ଗୁଡ଼ାଏ ପିଲାଙ୍କୁ ନେଇ ଗୋଟାଏ ଦଳ ଗଢ଼ିଥିଲା !

ଏମାନେ ଛୋଟବେଳେ କାକୁଡ଼ି ପିଜୁଳି ଚୋରଉ ଥିଲେ ବଡ଼ ହେଲାରୁ ଡ଼କାୟତ ପାଲଟିଲେ ।
ଏପଟେ ମୋହନ ଚୋରୀ ଧନରେ ବହୁନାରୀ ସଂସର୍ଗରେ ମାତିଲା !
ତା'ର ଗତିମତି ଠିକ ନଥିବା ଦେଖି ତା ବାପା ତାକୁ ଜଣେ ଧନୀକ ଝିଅ ସହ ବିବାହ ଦେଇଦେଲେ ।
ହେଲେ ସେତେବେଳକୁ ବହୁତ ବିଳମ୍ଭ ହୋଇଯାଇଥାଏ !

କେତେ ଦେଶ ରୁ ବଇଦ ଆସି ମୋହନ କୁ ଦେଖି ଗଲେ
ମୋହନ ଭଲ ହେଲାନି !
ଦିନେ ହିମାଳୟ ପାଦ ଦେଶରୁ ଜଣେ ସାଧୁ ସେ ଗାଆଁ ଦେଇ ଉତ୍କଳ ଦେଶ ଯାଉଥିଲା ବେଳେ ସେଠା ବରଗଛ ମୂଳେ ବିଶ୍ରାମ କରୁ ଥିଲେ !

ମୋହନ ର ପିତା ସେ ସାଧୁଙ୍କୁ ନିଜ ଦୁଃଖ ଜଣାଇବାରୁ ସେ ମୋହନ କୁ ଦେଖିବାକୁ ତାଙ୍କ ଘର କୁ ଗଲେ !

ସେତେବଳକୁ ରୁଗ୍ଣ ଶରୀର ଦୂର୍ବଳ ଅସ୍ତି ପିଞ୍ଜରା ସାର ମୋହନ ଖଟରେ ମୂର୍ମୁଷୁ ପ୍ରାୟ ପଡିଥାଏ ।
ଋଷି ମୋହନ କୁ ଦେଖି ନିରାଶ ହେଲେ ।

ତା ବାପ କୁ ଦୁରକୁ ନେଇଯାଇ କହିଲେ

"ତୁମ ଭାଇ ଦୁଃସାଧ୍ୟ ରୋଗ ର ଶିକାର ହୋଇ ଅଛନ୍ତି !
ଏ ରୋଗ ସମସ୍ତ ରୋଗ ମଧ୍ଧେଁ ସମ୍ରାଟ !
ଅତ୍ୟଧିକ ନାରୀ ସମାଗମ ତଥା ଅପ୍ରାକୃତିକ କୃତ୍ୟ ଯୋଗୁଁ ହୋଇଥାଏ ।
ଏ ରୋଗ ହେଲେ ମାନବ ଦିନକୁ କ୍ଷୀଣ ହୋଇ ହୋଇ ଅକାଳମୃତ୍ୟୁ ମୁଖରେ ପଡ଼େ !
ତେଣୁ ଏହା କ୍ଷୟ ରୋଗ ମଧ୍ଧ କୁହାଯାଏ ।

ଚନ୍ଦ୍ର ଙ୍କୁ ପ୍ରଥମେ ଏ ରୋଗ ହେଲାରୁ ସେ ଦେବତ୍ଵ ହରାଇ ଧରାଧାମ ରେ ଅନେକ କାଳ ଯାଏଁ ତପସ୍ୟା କରିଥିବା ପୁରାଣ କହେ ।

ମହାଭାରତ କାଳ ରେ ବିଚିତ୍ରବିର୍ଯ୍ୟ ମଧ୍ଧ ଏହି ରୋଗ ରେ ଆକ୍ରାନ୍ତ ହୋଇଥିଲେ ।
ଏ ସବୁ ଶୁଣି ଦୁଃଖ ଆଶ୍ଚର୍ଯ୍ୟ ରେ ମୋହନ ର ପିତା ସାଧୁ ଙ୍କ ଆଡ଼କୁ ବଲ ବଲ କରି ଚାହିଁ ରହିଥାଏ

ସାଧୁ ପୁଣି କହିବା ଆରମ୍ବ କଲେ

"ହେ ଗୃହ ସ୍ଵାମୀ ତୁମେ ଯେଉଁ ଭାଇ କୁ ସମ୍ପତ୍ତି ପାଇଁ କପଟରେ ବିଷ ଦେଇ ମାରିଦେଇଥିଲ
ଏଇ ମୋହନ ହେଉଛି ସେଇ ଭାଇ !
ସେ ତା'ର ଅର୍ଧେକ ସମ୍ପତ୍ତିର ହିସାବ ନେବାକୁ ତୁମ ପୁତ୍ର ହୋଇ ଜନ୍ମ ହୋଇ ଅଛି ଏବଂ ତୁମେ ତାକୁ ଏଯାବତ ଯେଉଁ ସ୍ନେହ କରୁଥି ଲତାହା ଥିଲା ତାହାର ସୁଧ ! ଯାଅ ତାକୁ ଖୁସି ମନରେ ବିଦାୟ ଦିଅ "

ଏତିକି କହି ସାଧୁ ସେ ଗାଆଁ ଛାଡ଼ି
ଉତ୍କଳ ଦେଶ ଅଭିମୂଖେ ଚାଲିଗଲେ ।

***
ଯ ଯସ୍ୟ କରୋତି ଯାଦୃଶଂ
ସ ତଦା ତାଦୃଶ୍ମତେ ପ୍ରାପ୍ତେ ଫଳମ

କର୍ମ ଅନୁଯାଇ ଫଳ ପାଇ
ଏ କଥା ଅନ୍ୟଥା ନୁହଇ

ତେଣୁ
ତୁମେ ଯେଉଁ ଭଳି କର୍ମ କରୁ ଅଛ ତତ୍ ଅନୁଯାଇ ଫଳ ଭୋଗ କରିବାକୁ ତିଆର ହୋଇଯାଅ !

Friday, August 12, 2016

ସମ୍ବେଦନା ର ଶବ

ସମ୍ବେଦନା ମରିଗଲାଣି
କିନ୍ତୁ ଏଯାଏଁ ହୋଇନାହିଁ
ତା'ର ଅନ୍ତିମ ସଂସ୍କାର..

.

ସମ୍ବେଦନା ର ସଡ଼ିଯାଇଥିବା ମଢ଼ରେ
ସାଲୁବାଲୁ ହେଉଛନ୍ତି ବ୍ୟଭିଚାରୀ କୀଟ..
.

ତାଙ୍କ ପାଇଁ ସ୍ତ୍ରୀ,
ଶରୀର ଛଡ଼ା କିଛି ନୁହେଁ.
ସମ୍ବେଦନହୀନ ମକ୍ଷିକା,ପୋକଯୋକ
ଉଡ଼ୁଛନ୍ତି ,ଚାଲୁଛନ୍ତି
ମରିଯାଇଥିବା ମୂର୍ଦାର ର ଚତୁର୍ପାସେ.
ଏମାନେ କରିଦେବେ ଦିନେ
ତୁମ ଲାଶ କୁ ଖାଇ ଖାଇ ମାଟିମୟ
ନ ଥିବ ଶବ ନା ତୁମ ଲାଶ କୁ ନେଇ
ବିବାଦ ର ସୂତ୍ରପାତ ହେବ.

.

ପ୍ରାୟଃ ପଚିଯାଇଥିବା ମଢ଼ରୁ ହେଉ ଥାଏ ଦୂର୍ଗନ୍ଧ.....
ହେଲେ ସମ୍ବେଦନା !
ତୁମ ଶବ ରୁ ଆସୁ ନାହିଁ ଗନ୍ଧ !
ଲୋଡ଼ା ହେଉନାହିଁ ରୁମାଲ ଟିଏ.
ପଡ଼ୁ ନାହିଁ କରିବାକୁ ଆମ ନାକ ରୁଦ୍ଧ !!

.

ସମ୍ବେଦନା !
ତୁମେ ଏଇମିତି ଘୁରୁଥାଅ,
କରନ୍ତିନି କୀଟ ମାନେ କ୍ରିୟାକର୍ମ
ତୁମ ଭାଗ୍ୟ ରେ ନାହିଁ ଶ୍ରାଦ୍ଧ !!

ମୂଳ ରଚନା - कश्यप संजय

ବିଶ୍ଵ ର ପ୍ରଥମ ଜନସଂହାର Armenian Genocide

ଅଟୋମାନ୍ ସରକାର ଦ୍ଵାରା ଯୋଜନାବଦ୍ଧ ଭାବେ ଆର୍ମେନିଆନ୍ ଲୋକଙ୍କର ଯେଉଁ ନରସଂହାର କରାଯାଇଥିଲା ତାକୁ ଆର୍ମେନିଆନ୍ ନରସଂହାର,ଏବଂ କେହି କେହି Armenian Genocide ତଥା Armenian Holocaust ମଧ୍ଧ କୁହନ୍ତି ।

ଏହି ନରସଂହାରରେ ପ୍ରାୟଃ ୧୦ ରୁ ୧୫ ଲକ୍ଷ ଯାଏଁ ଆର୍ମେନିଆନ୍ ଲୋକଙ୍କ ହତ୍ୟା ହୋଇଥିବା ଅନୁମାନ କରାଯାଏ ।

୨୪ ଏପ୍ରିଲ ୧୯୧୫ ରେ ଯେତେବେଳେ ଅଟୋମାନ୍ ସରକାର ଦ୍ଵାରା 250 ଆର୍ମେନିଅ ଲୋକ କନଷ୍ଟେଣ୍ଡିନେପୋଲ ରେ ବନ୍ଦୀ କରିନିଆ ଯାଇଥିଲା ସେତେବେଳେ ଏହାକୁ ବିରୋଧ କରି ଆର୍ମେନିୟ ଲୋକେ ଏକ ରକମ ମରଣଯନ୍ତା ରେ ପଡ଼ିଯାଇଥିଲେ ।


ଏହାର ଠିକ ପରେ ପରେ ପ୍ରଥମ ଵିଶ୍ଵଯୁଦ୍ଧ ଆରମ୍ଭ ହୋଇଥିଲା ଏବଂ ଏହି ଯୁଦ୍ଧ ର ସମାପ୍ତି ପର୍ଯ୍ୟନ୍ତ ଆର୍ମେନିୟ ପ୍ରଜାଙ୍କ ନରସଂହାର ଜାରୀ ରହିଥିବା କୁହାଯାଏ ।

ଏହି ନରସଂହାର ଦୁଇଟି ଚରଣରେ କରାଯାଇଥିଲା ।

ପ୍ରଥମେ କେବଳ ପୁରୁଷ ମାନଙ୍କର ହତ୍ୟା କରିଦିଆଗଲା,

କିଛି ଆର୍ମେନିୟ ପୁରୁଷଙ୍କୁ ସେନା ଦ୍ଵାରା ଜୋରଜବରଦସ୍ତ ଗୁଲାମୀ କରିବାକୁ ବାଧ୍ୟ କରାଗଲା
ଏବଂ
ମହିଳା ତଥା ବାଳକ ବୃଦ୍ଧ ଆଦି ଅବଶିଷ୍ଠାଶଁ ଆର୍ମେନିୟ ପ୍ରଜାକୁ ସରକାରୀ ଅନୁମତି ଦିଆଗଲା କି ସେମାନେ ସୀରିଆ ର ମରଭୂମି ପାର କରି ଅନ୍ୟ ଦେଶକୁ ଯାଇପାରନ୍ତି ।

ଏହା ଏକ ପ୍ରକାର ଡେଥ୍ ମାର୍ଚ ଅର୍ଥାତ୍ ମୃତ୍ୟୁ ର ପଦଯାତ୍ରା ଭଳି କଥା !

ସୈନିକ ଅତ୍ୟାଚାରରେ ପିଡିତ ଶତାଧିକ ପ୍ରଜା ବାରମ୍ବାର ଭୋକ ଓପାସ ,ଲୁଟତରାଜ ,ମାରପିଟ ବଳାତ୍କାର ର ଶିକାର ହୋଇ ଅକାଳେ ମୃତ୍ୟୁ ମୁଖରେ ପଡ଼ିଥେଲେ ।

ଆର୍ମେନିଅନ୍ ପରି ଅନ୍ୟ ଈସାଈ ଜନଜାତି ଆସିରିୟାଈବ ,
ଅଟୋମାନ ତଥା ୟୁନାନୀ ଆଦି ମଧ୍ଧ ଏହି ନରସଂହାର ର ଶିକାର ହୋଇଥିବା କୁହାଯାଏ ।

ଐତିହାସିକ ଏହି ନୃଶଂସ ଘଟଣାକୁ ଅଟୋମାନ ସାମ୍ରାଜ୍ୟବାଦ ନୀତି ର ଏକ ଅଂଶ ବିଶେଷ ବୋଲି କୁହନ୍ତି ।

ରାଫାଏଲ ଲେମ୍କିନ ଏହି ଘଟଣା ରୁ ଏତେ ପରିମାଣରେ ଆହତ ହୋଇଥିଲେ ଯେ ୧୯୪୩ ରେ ସେ ନରସଂହାର କୁ genocide ଶବ୍ଦ ର ପରିଭାଷା ଦେଇଥିଲେ ।

ପ୍ରାୟୋଜିତ ତଥା ଯୋଜନାବଦ୍ଧ ହତ୍ୟାକାଣ୍ଡ ଯୋଗୁଁ ଏହି ଆର୍ମୀନୀୟ ନରସଂହାର କୁ ଆଧୁନିକ କାଳ ର ସର୍ବ ପ୍ରଥମ ନରସଂହାର ଭାବେ ଗଣନା କରାଯାଏ ।

ଓଡ଼ିଶା ରେ ଓଡ଼ିଆ ମାନଙ୍କ ଭଳି ଆର୍ମେନିଆ ର ପ୍ରାଚୀନ ଅଧିବାସୀ ପୁରା କାଳ ରେ ବୀରତା ର ପଦର୍ଶନ କରିଅଛନ୍ତି !

ପାରସ୍ୟ ଏବଂ ଆରବ ଦେଶ ର ମଧ୍ୟଭାଗରେ ଥିବାରୁ ଆର୍ମେନିଆ ର ମାଟିରେ ସଦାସର୍ବଦା ଯୁଦ୍ଧ ଲାଗିରହୁଥିଲା ।
ପୁଣି କୁହାଯାଏ
ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଥିବା ପ୍ରଥମ ରାଷ୍ଟ୍ର ମଧ୍ଧ ଆର୍ମେନିଆ !!
ପ୍ରସିଦ୍ଧ ଜଳପ୍ରଳୟ କଥା ଅନୁଯାଇ
ବିଶ୍ଵ ର ପ୍ରଥମ ମାନବ ନୂହ/ନୁଆ ବା ମନୁଙ୍କ ଜଳଜାହଜଟି ପ୍ରଥମେ ଏଇ ଦେଶ ର ରାଜଧାନୀ ଅରଵାନ ରେ ଆସି ଲାଗିଥିଲା ।
ତୁର୍କୀ ଏବଂ ଆର୍ମେନିଆ ମଧ୍ଧରେ ଶତ୍ରୃତା ସାମାଜିକ କଟ୍ଟରତା ରୁ ଆରମ୍ବ ହୋଇ ରାଜନୈତିକ ରୁପ ଧାରଣକରୀ ଏଇ ଜନସଂହାର ସଂଘଟିତ ହୋଇଥିଲା ! ଧାର୍ମିକ ତଥା ଜାତିଗତ ମତଭେଦ ହିଁ ବର୍ତ୍ତମାନ ବିଶ୍ଵରେ ଦଙ୍ଗା ଏବଂ ଜନସଂହାର ର ପ୍ରକୃତ କାରକ !

ମିସଅଣ୍ଡରଷ୍ଟାଣ୍ଡିଙ୍ଗ୍

ଝିଅ ଟିଏ ଦେଖିଥିଲି
ହସି ଥିଲା ପ୍ରଥମ ଦେଖା ରେ !!!

ଖୁସି ହେଲି ଯା ହେଉ
ପରୀଟିଏ ମିଳିଗଲା
ବହୁ ଦିନ ପରେ !!!

ଧକ୍ ଧକ୍ ଛାତି କଲା
ମନ ମୋର କ୍ରେଜି ହେଲା
ପଡ଼ିଗଲି ମୁଁ ତା ପ୍ରେମରେ !!!

ଭାଇ ଜଣେ ଯାଉଥିଲେ
ସେ ମଧ୍ଧ ହସୁଥିଲେ
ପଚାରିଲି କି ହେଲା ଯେ
ହସୁଛନ୍ତି ଏତେ !!!

ନାହିଁ ଭାଇ କିଛି ନାହିଁ
ହସି ହସି କହିଲେ ସେ ଭାଇ
ତୁମ ପ୍ୟାଣ୍ଟ ର ଜୀପ୍ ଖୋଲା
ତାକୁ ଛାଡ଼ି ଏଆଡ଼ୁକୁ ଧ୍ୟାନ ଦିଅ ଥରେ

LOL :-D :-D :-D
ଟୋକା ଭାବିଥିଲା ଟୋକୀ ତାକୁ ପସନ୍ଦ କରୁଛି ତେଣୁ ହସୁଛି କିନ୍ତୁ ଟୋକି ତ ଟୋକା କୁ ଦେଖିକି ହସୁଛି
ଯେମିତି ଟୋକା ଟା ଟୋକା ନ ହୋଇ ମର୍କଟଟିଏ ତାକୁ ଲାଇନ ମାରୁଛି :-P

Wednesday, August 10, 2016

ଏକତା

ମୁଠ୍ଠି ଖୋଲିଗଲା ହାଥ ର ଅଙ୍ଗୁଷ୍ଟି ମାନଙ୍କ ମଧ୍ୟରେ ଝଗଡ଼ା ହୋଇଗଲା !
ବଢ଼ା ଆଙ୍ଗୁଠି କହିଲା ଯେହେତୁ ସେ ହୃଷ୍ଟପୃଷ୍ଟ ପୁଣି ବିଶ୍ଵାସ ର ପ୍ରତୀକ !
ସମସ୍ତ ସରକାରୀ ବେସରକାରୀ ସଂସ୍ଥା ତଥା ନ୍ୟାୟାଳୟ ରେ ମୋର ହିଁ ମାନ୍ୟତା !

ତର୍ଜନୀ ଆଙ୍ଗୁଳି କି ରହୁଚି
ଚିହିଁକି ଯାଇ କହିଲା
ଆରେ କଥା କଥା କେ ମୁଁ ଆଗଭର ହୋଇ ଶତ୍ରୃ କୁ ଚେତାବନୀ ଦେଇଥାଏ'

ମଧ୍ୟମା କଣ ଶୁଣନ୍ତା'
କହିଲା
ଆଲୋ ମୁଁ ତ ତୁମ ସବଠୁଁ ଅଧିକ ଲମ୍ବା,
ପ୍ରତ୍ୟକ୍ଷ ଦେଖି ନିଆ ନା ।

ଅନାମିକା ନିଜର ମହତ୍ତ୍ଵ କହିଲା
'ହେଇଟି ବହୁମୂଲ୍ୟ ମୁଦୀ ପିନ୍ଧି ମୁଁ ଶୋଭା ପାଏଟି '

କନିଷ୍ଠା ସେ ଭଲା ଶାନ୍ତ ରୁହନ୍ତା,
ମୁଁହ ମୋଡ଼ି ଦେଇ କହିଲା ! ହେଲା ହେଲା
ଆରେ ତମେ ସବୁ ନିଜ ନିଜ ବଡ଼େଇ କଲ ମୁଁ ଶୁଣିଲି

ହେଇ ମୋତେ ତୁମେ ଚେମେଟି ଭାବିଛ କି ?

ସ୍ଵୟଂ ଶ୍ରୀକୃଷ୍ଣ ପରା ମୋ ସାହାରା ରେ ଗୋବର୍ଧନ ପର୍ବତ ଉଠାଇ ଦେଇଥିଲେ ।

ଏମିତି ସମସ୍ତେ ନିଜ ନିଜ ଗୁଣ ବଖାଣୀ ପରସ୍ପର ରେ କଳହ କରିବାରେ ମସଗୁଲ ହୋଇଗଲେ ।

ଏବେ ଯେତେବେଳେ ଲଡୁ ତିଆରି କରିବାର ସୁଅବସର ଆସିଲା ,
ପୃଥକ ପୃଥକ ଲଡ଼ୁ ତିଆରି କରିବାକୁ ଯାଇ ବୃଦ୍ଧାଙ୍ଗୁଳି, ତର୍ଜନୀ , ମଧ୍ୟମା , ଅନାମିକା ଏବଂ କନିଷ୍ଠା ସରବେ ହୋଇଲେ ଅସମର୍ଥ ଏବଂ ବିବଶ ସମସ୍ତଙ୍କ ଅଭିମାନ ଭାଙ୍ଗି ଚୂରମାର ହୋଇ ଗଲା ।

ପୁଣି ବୃଦ୍ଧାଙ୍ଗୁଷ୍ଠି ସମସ୍ତ ସଖି ଙ୍କୁ ଡାକିଲା , ' ଆସ ଗୋ ସଖିଏ ସଭିଏଁ ମିଳିମିଶି ଚଳିବା କାମ କରିବା !
ସମସ୍ତେ ଏକ ହେଲେ
ଲଡ଼ୁବନି ଗଲା
ହାତ ପୁଣ ମୁଠା ହେଲା !!

ଚାଲି ଚାଲି ଦାଣ୍ଡି ରାସ୍ତା ଟିଏ
କିଛି ଦିନ କିଛି ବର୍ଷ ପରେ ବଡ଼ ଚଲାପଥ ବନିଯାଏ ।
ବହୁ କାଠି ବିଶିଷ୍ଟ କାଠିଗୋଛା ଭାଙ୍ଗିବା କଷ୍ଟସାଧ୍ୟ , ଗୋଟାଏ କାଠି ସହଜରେ ଭାଙ୍ଗିଯାଏ । କଥାରେ ଅଛି, ଯୋଡ଼ା କୁ ଘୋଡ଼ା ସରି ନୁହେଁ !!
ଏକତା ଆଗରେ ସମସ୍ତେ ହାରିଯାଅନ୍ତି ।‪‬

Tuesday, August 9, 2016

ପଇଡ଼/ନଡ଼ିଆ ଗଛ

ପଇଡ଼/ନଡ଼ିଆ ଗଛ ବିଷୟକ ଅନେକ କଥା କାହାଣୀ ଏ ଦେଶ ରେ ଶୁଣାଯାଏ ପୁଣି ନଡ଼ିଆ କୁ ନେଇ ଅନେକାନେକ ପ୍ରଥା ରୀତିନୀତି ମଧ୍ଧ ପ୍ରଚଳିତ !

ସ୍ତ୍ରୀଲୋକ ମାନେ ନଡ଼ିଆ ନ ଭାଙ୍ଗି ପୁରୁଷ ଲୋକ ଙ୍କ ସାହାଯ୍ୟ ନେଇ ଥାଅନ୍ତି ! ନଡ଼ିଆ ଏକ ଫଳ ନୁହେଁ ବରଂ ଏକ ବୀଜ ବା ମଞ୍ଜି । ବୀଜ ରୁ ହିଁ କୌଣସୀ ବାଳକ ଅଥବା ଜୀବ ର ଜନ୍ମ ହୋଇଥାଏ । ଯେହେତୁ ମହିଳା ମାନେ ମଧ୍ଧ ଶିଶୁ ଜନ୍ମ ଦିଅନ୍ତି, ଏମିତି ରେ ସେମାନେ ଏଡେବଡ଼ ବୀଜକୁ କାହିଁକି ନଷ୍ଟ କରିବାକୁ ଚାହିଁବେ ! ତେଣୁ ସମାଜରେ ପ୍ରଚଳିତ ହେଲାଯେଉଁ ନାରୀ ନଡ଼ିଆ ଭାଙ୍ଗିବସେ ପୁଣ୍ୟ ଫଳନୁଯାଇ ଏ ଜନ୍ମ ନହେଲେ ପରଜନ୍ମରେ ବାଞ୍ଝ ହେବ । ନଡ଼ିଆ ର ଜନ୍ମ ବିଶ୍ଵାମିତ୍ର ଙ୍କ ଯୋଗୁଁ ହୋଇଥିବା କଥା ପୁରାଣରେ ବର୍ଣିତ ହୋଇଅଛି । ରାଜା ସତ୍ୟବ୍ରତ ସ୍ଵର୍ଗ କୁ ଯାଇ ଇଂଦ୍ର ଦ୍ଵାରା ନିପତିତ ହେଲା ପରେ ତ୍ରିଶଂକୁ କୁହାଇଲେ । ତ୍ରିଶଂକୁ କୁ ସ୍ଵର୍ଗ ନେଇଯିବାର କଥା ଦେଇଥିବାରୁ ବିଶ୍ଵାମିତ୍ର ଙ୍କୁ ଅନ୍ୟ ଏକ ସ୍ଵର୍ଗ ସୃଷ୍ଠି କରିବାକୁ ହେଲା । କିନ୍ତୁ
ବିଶ୍ଵାମିତ୍ର ଚିନ୍ତିଲେ ଯଦି ଏ ସ୍ଵର୍ଗ ଟି ଗଳିପଡ଼େ ???

ତେଣୁ ସେ ଏଇ ନୂଆ ସ୍ଵର୍ଗ ତଳେ ଏକ
ଖମ୍ବ ପୋତି ଦେଲେ କାଳକ୍ରମେ ଏଇ ଖମ୍ବ ନଡ଼ିଆ ଗଛ ରେ ପରିଣତ ହେଲା ଏବଂ ତ୍ରିଶଂକୁ ର ମୁଣ୍ଡ ପଇଡ଼ ହୋଇଥିବା କୁହାଯାଏ ।

ଅନ୍ୟ ଏକ ମତ ଅନୁଯାଇ ନଡ଼ିଆ ପୃଥିବୀରେ ଫଳିଥିବା ପ୍ରଥମ ଫଳ ! ଏହା ଭଗବାନ ଵିଷ୍ଣୁ ଙ୍କର ଅତିପ୍ରିୟ ଫଳ ଏବଂ ଶ୍ରୀଲକ୍ଷୀ ଙ୍କ ଛଡ଼ା ଅନ୍ୟ ନାରୀ ର ଏଥିରେ ଅଧିକାର ହେଲେ ଲକ୍ଷୀ କୋପ କରିବେ ବିଚାର କରି ନାରୀମାନଙ୍କୁ ନଡ଼ିଆ ଭାଙ୍ଗିବା ରୁ ବାରଣ କରାଯାଏ । ନଡ଼ିଆ ବା ପଇଡ଼ ଗଛ କୁ ବେଦ ରେ କଳ୍ପ ଵୃକ୍ଷ କହାଯାଇଅଛି । ହିନ୍ଦୁ ମତ ଅନୁଯାଇ ଏହି ବୃକ୍ଷରେ ବ୍ରହ୍ମା ବିଷ୍ଣୁ ମହେଶ ଙ୍କ ବାସ ମାନାଯାଇଥାଏ ।

- ଏକ ପଇଡ଼ ଗଛରୁ ବର୍ଷ କୁ 70-100 ନଡ଼ିଆ ମିଳି ଥାଏ ।

- ପ୍ରାୟ 1.5 କୋଟି ନଡ଼ିଆ ଗଛ କେବଳ କେରଳ ରେ ଅଛି। ନାରିକେର ସଂସ୍କୃତ ଶବ୍ଦ ରୁ ତେଣୁ କେରଳ ନାମ ଆସିଥିବା କଥା ଭାଷାବିଦ କହିଥାନ୍ତି । କେରଳ କୁ ତେଣୁ କୋକୋନଟ ଲୈଂଡ ମଧ୍ଧ କୁହାଯାଏ ।

- ବାର୍ଷିକ 13 ବିଲିଅନ ନଡ଼ିଆ ଉତ୍ପାଦନ କରି ଭାରତ ଦୁନିଆ ର ସବଠୁଁ ବଡ଼ ନଡ଼ିଆ ଉତ୍ପାଦକ ଦେଶ ହୋଇପାରିଛି ।

- 2 ସେପ୍ଟେମ୍ବର କୋ ଵାର୍ଲ୍ଡ କୋକୋନଟ ଡେ ବିବେଚିତ କରି ପାଳନ କରାଯାଇଥାଏ ।

- ପଶ୍ଚିମ ର ସଭ୍ୟତା ନଡ଼ିଆ ବିଷୟରେ ଷଷ୍ଠ ସତାବ୍ଦୀ ଯାଏଁ ଜାଣି ନଥିଲା ! ଏହା ଭାରତ ମହାସାଗର ଦେଇ ଆମ ଦେଶରୁ ଇଜିପ୍ଟ ରେ ପହଞ୍ଚିଥିଲା ।

- ମାର୍କୋ ପୋଲୋ ତାଙ୍କ ପ୍ରଥମ ଭାରତ ଯାତ୍ରା ସମୟେ ନଡ଼ିଆ କୁ ଦେଖି ଏହାର ନାମକରଣ କରିବାକୁ ଯାଇ 'ଫେରାଓ ନଟ' ନାମ ଦେଇଥିଲେ ।

- about . com ହିସାବରେ, coconut (ନଡ଼ିଆ) ଶବ୍ଦ ଟି ଇଂଗ୍ରେଜୀ ଖବରକାଗଜରେ ପ୍ରଥମେ 1555 ରେ ପ୍ରକାଶିତ ହୋଇଥିଲା ।

- ବିଁଶ ଶତାବ୍ଦୀ ଯାଏଁ ନିକୋବାର ଦ୍ଵୀପ ରେ ଦ୍ରଵ୍ୟ କିଣାବିକା ର କରେଁସୀ ଥିଲା ନଡ଼ିଆ ।

- ପଇଡ଼ ପାଣୀରେ ଶୁଗର, ଫାଇବର, ପ୍ରୋଟୀନ, ଏଣ୍ଟି ଅକ୍ସିଡେଣ୍ଟ୍ଷ ଏବଂ ଭିଟାମିନସ୍ ର ଭରପୂର ମାତ୍ରା ରହିଛି , ତେଣୁ ଏହା ଶୋଷ ମେଣ୍ଟାଇବା ସହ ଥକା ମଧ୍ଧ ଦୂର କରି ଦେଇଥାଏ ।

- 48.5 ପ୍ରତିଶତ ଲୋରିକ୍ ଏସିଡ ଥିବା ଯୋଗୁଁ ପଇଡ଼ ପାଣୀ କୁ ମା କ୍ଷୀର ବରବାର ପୌଷ୍ଟିକ ମାନାଯାଏ ।

- କୋକୋନଟ ଅଏଲ ଏଡ୍ସ ବିରୁଧରେ ଶରୀର ର ପ୍ରତିରୋଧ କ୍ଷମତା ବଢ଼ାଇବାରେ ସାହାଯ୍ୟ କରେ !
ଏମିତି କି ଭାଇଇରଲ, ଫଙ୍ଗଲ୍, ବୈକ୍ଟେରିଅଲ ଇଂଫେକ୍ଶନ ରୋକିବାରେ ମଧ୍ଧ କୋକୋନଟ ଅଏଲ କାମରେ ଆସିଥାଏ । ପଥରୀ, ବ୍ଲଡ ପ୍ରେଶର, ଶୁଗର, ଅନିଦ୍ରା, ମୁହାସେ, ରୂସୀ, ମୁଣ୍ଡଦରଜ ପେଟର କୃମିପୋକ ଭଳି ରୋଗ ପାଇଁ ପଇଡ଼ ରସ ରାମବାଣ ଔଷଧ !

ଆମ ଅଞ୍ଚଳରେ ଆଜକୁ ପଚାସ ସାଠିଏ ବର୍ଷ ତଳେ ପଇଡ଼ ଗଛ ଲଗାଇବାର ଏକଚାଟିଆ ଅଧିକାରକେବଳ ବ୍ରାହ୍ମଣ ମାନଙ୍କର ଥିଲା ।
ଏହି ବୃକ୍ଷକୁ ଦେବତୁଲ୍ୟ ବିଚାର କରାଯାଏ ତେଣୁ ଜନସମାଜରେ ଲୋକବିଶ୍ଵାସ ଥିଲା ଏବଂ ଗ୍ରାମାଞ୍ଚଳ ଗୁଡ଼ିକରେ ଉଣା ଅଧିକେ ଆଜି ବି ଲୋକେ କୁହନ୍ତି ନଡ଼ିଆ ବା ପଇଡ଼ ଗଛ ସମସ୍ତଙ୍କ ହାତରେ ଉଧାଏନୀ !!!

କେହି କେହି କୁହନ୍ତି ପଇଡ଼ ଗଛ ତଳେ ତୁମେ ରାତି ରେ ଶୋଇ ଯାଅ ଦେଖିବ
ତୁମ ଉପରେ ଗୋଟାଏ ହେଲେ ପଇଡ଼ ପଡ଼ିବନିଯା ଭାଗ୍ୟ ରେ ଥିବ କେବଳ ତା ଉପରେ ହି ପଡ଼େ !!

ତେବେ ତାଳଗଛ କଥା ଅଲଗା !
ପାଚିଲା ତାଳଗଛ ମୂଳରେ ଥିଲେ
ତୁମ ଉପରେ ନିଶ୍ଚୟଁ ତାଳ ଟିଏ ପଡ଼ିବ ହିଁ ପଡ଼ିବ !
ତାଳ ଗଛ ବିଷୟ ରେ ପରେ ଆଲୋଚନା କରିବା
ସେ ଯା ହେଉ ନା କାହିଁକି
ଧାନ ,ଆଖୁ ଭଳି ନଡ଼ିଆ ଗଛ ସହ ଆମ ଭାରତୀୟ ମାନଙ୍କର ପ୍ରାଚୀନ ସଂସ୍କୃତି ଯୋଡ଼ି ହୋଇ ରହିଯାଇଛି ଏବଂ ମୁଁ କହିବି ଏହା ଏହିଭଳି ଯଡ଼ିତ ରହିବ ଯେତେଦିନ ଯାଏଁ ମାନବ ସଭ୍ୟତା ଏ ଧରା ରେ ଜୀବିତ ରହିଥିବ !

Sunday, August 7, 2016

ମୁଁ ଆରୋହ

ମୁଁ ଅପରିଚିତ ନୁହେଁ
ତୁମରୀ ହିଁ ପ୍ରତିକ୍ରିୟା ମୁଁ ,
ପ୍ରତିବାଦ ମୁଁ ,
ପ୍ରତିଧ୍ଵନି ମୁଁ,

ତୁମରୀ
ଏ ଯେଉଁ ଧ୍ଵନି ପ୍ରତିଧ୍ଵନୀତ ହୁଏ
ମୋର ଏ କାନ୍ଥ ରେ ବାଧାପାଇ ,
ହଁ ସେହି ଗୁମ୍ଫା ମୁଁ ।

ଗୀତ ଗାଇଲେ
ଗୀତ ହିଁ ପ୍ରତିଧ୍ଵନୀତ ହେବ

କର ଯଦି ଯୁଦ୍ଧ ଖଣ୍ଡା ଖଡ୍ଗ ର
ତୁମୁଳ ହେବ ପ୍ରତିନାଦିତ ।
ଗାଇବ ଯଦି ଋଚା
ଶାନ୍ତି ବରଷିବ ।

ଫୁଟିବେ ପୁଷ୍ପ
ଧରା ଖୂବ ସରସିବ ।

ମୁଁ ଆରୋହ
ଶିଖର ମୋର ଲକ୍ଷ୍ୟସ୍ଥଳ
ଶପଥ ଅବରୋହ କରେ ଯିଏ
ତାକୁ ରଣ ରେ ହରାଏ ମୁଁ ।

ଜୟ ଜୟତି ଭାରତ ଭାରତୀ !

ଜୟ ଜୟତି ଭାରତ ଭାରତୀ !

ଅକଳଙ୍କ ଶ୍ଵେତ ସରୋଜ ପରେ
ସେହି ଜ୍ୟୋର୍ତିଦେହ ବିରାଜିତ ତୁହି !

ନଭ ନୀଳ ବୀଣା ସ୍ଵରମୟୀ
ରବିଚନ୍ଦ୍ର ଦୁଇ ଜ୍ୟୋର୍ତିଳଶ ସମ
ଗୁଞ୍ଜେ ଗଂଗା ଜ୍ଞାନ
ପ୍ରତିଧ୍ଵନୀତ ହେଉଅଛି ଶାଶ୍ଵତ ସୁଯଶ ତୁମ

ପ୍ରତି ଥର ପ୍ରତ୍ୟେକ ଝଙ୍କାରେ
ଆଲୋକ ନୃତ୍ୟ ନିଖରୀତ
ଜୟ ଜୟତି ଭାରତ ଭାରତୀ !

ହେଉ ଦେଶେ
ଭୂ ଉର୍ବର
ପ୍ରତ୍ୟେକ ଶବ୍ଦ ଜ୍ୟୋର୍ତିକଣ ହେଉ !
ଵରଦାନ ଦେ ମାଆ ଭାରତୀ !!!
କି ଅଗ୍ନି ମଧ୍ୟ ଚନ୍ଦନ ହେଉ !

ଆମ୍ଭେ ଶତନୟନ ଦୀପକ ବାଳ
ହେ ଭାରତ ଭୂମି !
କରୁ ଅଛୁ ଆରତୀ
ଜୟ ଜୟତି ଭାରତ ଭାରତୀ !

-ମୂଳ ରଚନା -
ଏହି କବିତା ଟି ନରେଂଦ୍ର ଶର୍ମା ଙ୍କ ହିନ୍ଦୀ କବିତା ର ଓଡ଼ିଆ ଭାବାନୁବାଦ !!
କବି ଏଠାରେ ଦେଶ କୁ ଜ୍ଞାନପ୍ରଦାୟିନୀ ମାତା ସରସ୍ଵତୀ ଜ୍ଞାନକରୀ ସ୍ଥୁତି କରିଥିବା ଅନୁମିତ ହୁଏ ।
ବାସ୍ତବିକ ଏହା ହିନ୍ଦୀ ଭାଷା ରେ ଲେଖାଯାଇଥିବା ଏକ ଚମତ୍କାର ଦେଶାତ୍ମବୋଧକ କବିତା ।

ହେ ମାତୃଭୂମି

ହେ ମାତୃଭୂମି !
ଜୟ ହେଉ ତୋର
ବିଜୟ ହେଉ
.

ପ୍ରତ୍ୟେକ ଭକ୍ତ ତୋର,
ସଖ-ଶାନ୍ତି-କାନ୍ତିମୟ ହେଉ
ପ୍ରାଣପଣେ ଲଢ଼ୁ ସାହସୀ ହେଉ
.
ଏ ଘୋର ତମସା ରଜନୀ ନିଶା ରେ,
ଦୁଃଖପୂର୍ଣ ତୋର ପଥରୁ
ନବ ଏକ ପ୍ରଭାତ ର ଉଦୟ ହେଉ ।

ବିଶ୍ଵ ପାଇଁ କ୍ରୋଧ ତୋର ହୋଉ ମହାପ୍ରଳୟ
ତୋର ପ୍ରସନ୍ନତା ହିଁ ଆନନ୍ଦ ର ନବ ଵିଷୟ ହେଉ

ଏମିତି ଭକ୍ତି ଦେ ଭରି ଏ ହୃଦୟେ
କି
'ବିସ୍ମିଲ' ସୁଖେ ମଧ୍ଧ ତୋତେ ନ ଭୂଲୁ

ଦେ ଶକ୍ତି ଦେ ମାତା
ଦୁଃଖ ରେ
ଭିରୁ ଏ ହୃଦୟ ନ ହେଉ

ମୂଳ ରଚନା- ରାମପ୍ରସାଦ ବିସ୍ମିଲ

ଜୟ ଜନ ଭାରତ

ଜୟ ଜନ ଭାରତ
ଜନ-ମନ ଅଭିମତ
ଜନ ଗଣତନ୍ତ୍ର ଵିଧାତା
ଜୟ ଗଣତନ୍ତ୍ର ବିଧାତା

ଗୌରବ ଭାଲ ହିମାଳୟ ଉଜ୍ଵଳ
ହୃଦୟ ହାର ଗଙ୍ଗା ଆଦି ନଦୀ ଜଳ

କଟି ବିନ୍ଧାଞ୍ଚଳ
ସିନ୍ଧୁ ଚରଣ ତଳ
ମହିମା ଶାଶ୍ଵତ ଗାଥା

ଜୟ ଜନ ଭାରତ ...

ସବୁଜ ଖେତେ ହସଇ ଶସ୍ୟ
ନଦ-ନିର୍ଝର ଜୀବନ ଶୋଭା
ଉର୍ବର ଵିଶ୍ଵ କର୍ମରତ କୋଟି ବାହୁକର
ଅଗଣିତ-ପଦ-ଧ୍ରୁବ ପଥ ପରେ

ଜୟ ଜନ ଭାରତ ..

.ପ୍ରଥମ ସଭ୍ୟତା ଜ୍ଞାତା
ସାମ ଧ୍ଵନିତ ଗୁଣ ଗାତା
ଜୟ ନବ ମାନବତା ନିର୍ମାତା
ସତ୍ୟ ଅହିଂସା ଦାତା

ଜୟ ହେ- ଜୟ ହେ-ଜୟ ହେ
ଶାନ୍ତି ଅଧିଷ୍ଠାତା
ଜୟ -ଜନ ଭାରତ...

ମୂଳ ରଚନା-ସୁମିତ୍ରା ନନ୍ଦନ ପନ୍ଥ୍

Thursday, August 4, 2016

ନୂଆ ପଡ଼ୋଶୀ

ମଧୁ ପୁନା ସହର ରେ ଏକ ନୂଆ ଘର କିଣିଲା ! ସେ ଘରର ପଛପଟ ବାଡ଼ି ପଟେ ଫଳ ବଗିଚା ମଧ୍ଧ ଥିଲା ।
ପାଖକୁ ଲାଗି ଜଣେ ମରାଠୀ ପଡ଼ୋଶୀ ର ପୁରୁଣା ଘର ଏବଂ ସେ ଘର ପ୍ରାୟ କୋଳାହଳମୟ ଯେହେତୁ ଅନେକ ଲୋକ ରୁହନ୍ତି ।
..,.
କିଛି ଦିନ ପରେ ମଧୁ ଦେଖିଲା, ତା ଘର କବାଟ ଆଗରେ କେହି ବାଲ୍ଟିଏ ଅଳିଆ ରଖିଯାଇଛି ।
ଦିନେ ଦୁଇ ଦିନ ଏଇମିତି ତିନି ଦିନ ହେଲାରୁ
ଚତୁର୍ଥ ଦିନ
ମଧୁ କାମକୁ ନଯାଇ
ସେଠି ଅଳିଆ କିଏ ରଖୁଛି ଜାଣିବା ଉଦ୍ଦେଶ୍ୟରେ
ଲୁଚି ବସି ରହିଲା ।
ଅଧ ଘଣ୍ଟାଏ ପରେ
ଠିକ 9 ଟା ରେ ମରାଠୀ ପରିବାର ର ମୁରବୀ
ଜଣକ ଅତି ସାବଧାନତା ର ସହ ଚାରିଆଡ଼ ଦେଖି
ବାଲ୍ଟିଏ ଅଳିଆ ଆଣି ମଧୁ ଘର ସାମ୍ନା ରେ ଢ଼ାଳିଦେଇ ଗଲା ।
ମଧୁ ଚାହିଁଥିଲେ ପୋଲିସ କେଶ୍ କରିପାରିଥାଅନ୍ତା,
ଲୋକ ଲଗେଇ ମରାଠୀ ପଡ଼ୋଶୀ କୁ ଥଣ୍ଡା କରିପାରିଥାଅନ୍ତା !
କିନ୍ତୁ ଲୋକଲ ଲୋକଙ୍କ ସହ ଝଗଡ଼ା କରିବାଟା ଠିକ ନୁହେଁ ଚିନ୍ତା କରି ସେ ଅନ୍ୟ ପରକାରେ ଲୋକ ଟାକୁ ବୁଝାଇବାକୁ ଉପାୟଟିଏ କଲା !
ମରାଠୀ ଲୋକ ଜଣକ ସରକାରୀ ବାବୁ !
ତେଣୁ ତାକୁ ପ୍ରାଇଭେଟିଆ କର୍ମଚାରୀ ପସନ୍ଦ ନୁହେଁ
,
ଓଡ଼ିଆ ଲୋକ ପସନ୍ଦ ନୁହେଁ !
ଅନ୍ୟ ର ସୁଖ ସ୍ଵାଛନ୍ଦ୍ୟ ତାକୁ ହଜମ ହୁଏନା ।
ତେଣୁ ସେ ଏଇମିତି ଅନେକ ଲୋକଙ୍କୁ ନାନା ରୀତି ରେ ହଇରାଣ କରିଥାଏ ।
ତେବେ ସେ ଯା ହେଉ
ମଧୁ କିନ୍ତୁ ସେଦିନ ସଂଧ୍ୟାରେ
ବାଲ୍ଟିଏ ଫଳନେଇ
ପଡ଼ୋଶୀ କବାଟ ଆଗରେ ହାଜର ହୋଇଗଲା ।
କଲିଁଗ୍ବେଲ୍ ବଜାଇଲାରୁ ମରାଠୀ ବ୍ୟକ୍ତି ଜଣକ କବାଟ ଖୋଲି ଦେଖେ ! ନୂଆ ପଡ଼ୋଶୀ ହସ ହସ ବଦନରେ ତା ସାମ୍ନାରେ ଦଣ୍ଡାୟମାନ !!
ମରାଠୀ ଲୋକ ଜଣକ ମନେ ମନେବଡ଼ ଆଶ୍ଚର୍ଯ୍ୟ ହେଉ ଥାଏ !
ମଧୁ ତାକୁ ବିନମ୍ର ଭାବେ ମରାଠୀ ରେ କହିଲା ...
ଆଜ୍ଞା ବହୁତ ଦିନ ହେଲାଣି ଆପଣମାନଙ୍କ ସହ ଦେଖା କରିବାକୁ ସମୟ ମିଳୁ ନଥିଲା !
ଆଜି ସେ ସୁଯୋଗ ମିଳିଛି
"ମୋ ପାଖରେ ଯାହା ଥିଲାମୁଁ ଏଇ ବାଲ୍ଟି ରେ ଭରି ଆଣିଛି "
ଆଶାକରେ
ଆପଣଙ୍କୁ ନିଶ୍ଚୟଁ ଭଲ ଲାଗିବ !
ମରାଠୀ ଏସବୁ ଦେଖି ଆବାକାବା !!ସେ ଭାବି ଥିଲା ଏମିତି କଲେ
ଲୋକ ଟା ଯଦି ଝଗଡ଼ା କରେ ତ
ଠିକ ନ ହେଲେ ଆହୁରି ହଇରାଣ କରିବି !
କିନ୍ତୁ ମଧୁ କଥା ପୁରାପୁରୀ ଅଲଗା !
ତାର ଏଇ କଥା ପଦକରେ ମରାଠୀ ପାଇଁ ଥିଲା ଶକ୍ତ ଚାପୁଡ଼ା !!!
ସାଧାରଣତଃ ଯା ପାଖରେ ଯାହା ଥିବ
ସେ ତାହା ଅନାୟସ ରେ ଦେଇପାରିବ
ମଧୁ ପାଖରେ ଭାତୃଭାବ ଥିଲା ବେଳେ
ମରାଠୀ ବ୍ୟକ୍ତି ଜଣକ ପାଖରେ କୂଟ କପଟ ଥିବାରୁ
ସେ ପଡ଼ୋଶୀ ଘର ଆଗରେ ଅଳିଆ ଢ଼ାଳିଦେଇ ଯାଉଥିଲା ।
ତା ପରଠାରୁ ମଧୁ କୁ ମରାଠୀ କେବେ ବି ହଇରାଣ କରେନୀ ।

ନମାମି ମାତୁ ଭାରତୀ !

ନମାମି ମାତୁ ଭାରତୀ !
ହିମାଦ୍ରି-ତୁଙ୍ଗ-ଶୃଙ୍ଗିନୀ
ତ୍ରିରଙ୍ଗ-ଅଙ୍ଗ-ରଙ୍ଗିନୀ
ନମାମି ମାତୁ ଭାରତୀ
ସହସ୍ତ୍ର ଦୀପ ଆରତୀ ।
.
ସମୁଦ୍ର-ପାଦ-ପଲ୍ଲବେ
ବିରାଟ ଵିଶ୍ଵ-ଵଲ୍ଲଭେ
ପ୍ରବୁଦ୍ଧ ବୁଦ୍ଧ ଙ୍କ ଧରା
ପ୍ରଣମ୍ୟ ହେ ଵସୁନ୍ଧରା ।
.
ସ୍ଵରାଜ୍ୟ-ସ୍ଵାବଲମ୍ଭିନୀ
ସଦା ସତ୍ୟ-ସଙ୍ଗିନୀ
ଅଜେୟ ଶ୍ରେୟ-ମଣ୍ଡିତା
ସମାଜ-ଶାସ୍ତ୍ର-ପଣ୍ଡିତା ।
.
ଅଶୋକ-ଚକ୍ର-ସଂଯୁତେ
ସମୁଜ୍ଜ୍ଵଳେ ସମୁନ୍ନତେ
ମନୋଜ୍ଞା ମୁକ୍ତି-ମନ୍ତ୍ରିଣୀ
ଵିଶାଳ ଲୋକତଂନ୍ତ୍ରିଣୀ ।
.
ଅପାର ଶସ୍ୟ-ସମ୍ପଦେ
ଅଜସ୍ତ୍ର ଶ୍ରୀ ପଦେ-ପଦେ
ଶୁଭଙ୍କରେ ପ୍ରିଯମ୍ବଦେ
ଦୟା-କ୍ଷମା-ଵଂଶବଦେ ।
.
ମନସ୍ଵିନୀ ତପସ୍ଵିନୀ
ରଣସ୍ଥଳୀ ଯଶସ୍ଵିନୀ
କରାଳ କାଳ-କାଳିକା
ପ୍ରଚଣ୍ଡ ମୁଣ୍ଡ-ମାଳିକା ।
.
ଅମୋଘ ଶକ୍ତି-ଧାରିଣୀ
କୁରାଜ କଷ୍ଟ-ବାରିଣୀ
ଅଦୈନ୍ୟ ମଂତ୍ର-ଦାୟିକା
ନମାମି ରାଷ୍ଟ୍ର- ନାୟିକା ।

- କବିଗୋପାଲ ପ୍ରସାଦ ବ୍ୟାସ ଙ୍କ କାଳଜୟୀ କବିତା "ନମାମୀ ମାତୁ ଭାରତୀ" ଭାରତ ର ସମସ୍ତ ଆର୍ଯ୍ୟଭାଷାଭାଷୀ ଙ୍କ ପାଇଁ ଅତି ସହଜ ବୋଧଗମ୍ୟ ! ଏହି ଦେଶାତ୍ମବୋଧକ ହିନ୍ଦୀ କବିତାଟିରେ ସଂସ୍କୃତ ଶବ୍ଦାଧିକ୍ୟ ଯୋଗୁଁ ମୋତେ ଏହାକୁ ଓଡ଼ିଆ ରେ ଭାଷାନ୍ତର କରିବାରେ ଅଧିକ ପରିଶ୍ରମ କରିବାକୁ ହୋଇନାହିଁ । କେବଳ ଲ ବଦଳ ରେ ଳ ଶବ୍ଦ ପ୍ରୟୋଗ ସହ କେତେକ ଯାଗାରେ ସାମାନ୍ୟ ଶବ୍ଦ ପରିବର୍ତନ କରିଦେଲା ପରେଏହା ସମ୍ପୂର୍ଣ ଓଡ଼ିଆ କବିତା ଭଳି ଲାଗୁଛି !

ଶ୍ରମିକ

ସହି ରୌଦ୍ରତାପ,
ମଥାରୁ ବହିଯାଉଥାଏ ଶ୍ଵେଦ
ବିଷମତା ଆଉ ବିବଶତା ରେ ସେ ଯେ ସଦା ଘାଣ୍ଟି ହେଉଅଛି,
ବିତିଲାଣି କେତେ ଯୁଗ
.
ସଭ୍ୟତା ସୃଜନ କର୍ତ୍ତା ସିଏ
ଚିରି ଚଟ୍ଟାଣ ଗଢ଼ିଛି ରାସ୍ତା,
.
ନାଳମନ୍ଦିର ପ୍ରାସାଦ ଶସ୍ୟ ଖେତରେ ତା'ର ପରିଶ୍ରମ ଯେବେ ହସେ
ପ୍ରତିଟି ଉଦର ଶାନ୍ତ ହୁଏ ତେଣୁ
କୃଷ୍ଟି ଲବ୍ଧ ସେଇ ଶସ୍ୟେ
.
ତା'ର ପରାକ୍ରମେ ଗଗନ ଚୁମେ ଅଟ୍ଟାଳିକା
ପ୍ରକଟିତ କେତେ ସେତୁ, ବନ୍ଧ, କେନାଲ ,ଭବନ ଯେତେ
.
ଦେଶ ସମ୍ପନ୍ନତା ତା'ର ଭୂଜବଳେ ହୋଇଥାଏ ଯେଣୁ ସାର୍ଥକ
କହିଥିଲେ ତେଣୁ ଲାଲବାହାଦୁର ଶ୍ରମିକ ମାନଙ୍କୁ ନାୟକ
.
ଅଳ୍ପ ରେ ସନ୍ତୁଷ୍ଟ ରହିଯାଏ ସିଏ,
ଘରେ ତାର ଘୋଡ଼ା ଗାଡ଼ୀ ନାହିଁ
ଦେଖେନା ଦିବା ମିଥ୍ୟା ସ୍ଵପ୍ନ
ଚେଷ୍ଟିତ ସଦା ଉନ୍ନତି ପାଇଁ
କରେ ନାନା ଯତ୍ନ !

Tuesday, August 2, 2016

🔵🔵 Fart science 🔴🔴 ଆପାନ ବାୟୁ ର ବିଜ୍ଞାନ

[Caution: ଦୟାକରି ନାକ ରେ ରୁମାଲ ରଖି ପୋସ୍ଟ ପଢ଼ିବା ହେବେ]]

ଆମେ ମାନେ ଖାଇଲା ପିଇଲା ବେଳେ ଖାଦ୍ୟ ସହ କିଛି Air ମଧ୍ଧ ଦେହକୁ ଚାଲିଯାଇଥାଏ ।
ତେବେ ସେହି ପବନରୁ ଅଧିକାଂଶ
ଗୋଟାଏ ହାକୁଟିରେ ଆମ ଶରୀର ରୁ ବାହରକୁ ବାହାରି ଯାଏ
ଆଉ... ଯୋଉ ବାୟୁ ବାହାରି ପାରେନା
ତାହା ଶରୀର ର ମଳଦ୍ଵାର ରୁ Through asshole ବାହରକୁ ବାହାରେ ତାକୁ ଶୁଦ୍ଧଭାଷା ରେ ଆପାନ ବାୟୁ କହନ୍ତି ।
ଏହି କ୍ରିୟା କୁ ଇଂରାଜୀ ରେ ଫାର୍ଟ ,ହିନ୍ଦୀରେ पादना ଏବଂ ଓଡ଼ିଆ ରେ ପାଡ଼ କୁହାଯିବା ଆପଣ ଜାଣିଥିବେ ।

.

ପାଡ଼ିବା ଅତି ସାଧାରଣ କଥା । ଜଣେ ବ୍ୟକ୍ତି ଦିନକେ ରେ ଅନ୍ୟୁନ10-15 ଥର ଆପାନ ବାୟୁ ଛାଡ଼ିଥାଏ । ଯଦି ଆପଣ କହିବେ ଆପଣ ପାଡ଼ନ୍ତିନି
ତାହେଲେ ନିଶ୍ଚୟଁ ଆପଣଙ୍କ ଅଜାଣତ ରେ ଆପାନ ବାୟୁ ଦୀର୍ଘଶଂକା ବେଳେ କିମ୍ବା
ଶୋଇଲା ସମୟେ ବାହାରି ଯାଉଥିବ ।
ଏମିତି କି ମରିବା ପରେ ମଧ୍ଧ କୌଣସି ଲାଶ୍ 3 ଘଣ୍ଟା ଯାଏଁ ପାଡ଼ିପାରେ.

..

ତ ଏ ଆପାନ ବାୟୁ ଏତେ ଦୂର୍ଗନ୍ଧ କାହିଁକି କରେ ? ?
Well.. unique 
Finger print ଅଥବା DNA କିମ୍ବା tongue print ଭଳି..
.
ଦୁନିଆରେ ଦୁଇଜଣ ଲୋକଙ୍କ Fart ବା ପାଡ଼ ମଧ୍ଧ ଅଲଗା ଅଲଗା ହୋଇଥାଏ ।

.

.
ଏବଂ ଏହି ପାଡ଼ ଆସିଥାଏ ସେହି ଥିରୁ ଯାହା ଆପଣଙ୍କ ଭିତରେ ରହୁ ଅଛି
(And they are still not... you)

Means ବ୍ୟାକ୍ଟେରିଆ...

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଆପଣଙ୍କ ଶରୀର ରେ ଯେତିକି ଜୀବକୋଶ
ରହିଛି (10000000000000) ...

ତା ଠାରୁ 10 ଗୁଣା ଅଧିକ ବ୍ୟାକ୍ଟେରିଆ ଆପଣଙ୍କ ଶରୀର ରେ ଘର କରି ରହୁଛନ୍ତି ।

ଆପଣଙ୍କ ଅନ୍ତ୍ର ରେ ରହୁଥିବା ଏବଂ ଭୋଜନ ପାଚନ ହେତୁ ସହାୟକ ବ୍ୟାକ୍ଟେରିଆ କୁ ଏକ ସ୍ଵତଂତ୍ର ନାମ ରେ ଜଣାଯାଏ"ଗଟ ଫ୍ଲୋରା" !!

ଏହି ଗଟ ଫ୍ଲୋରା ଭୋଜନ କୁ ପାଚନ କରିବା ସମୟେ ଏମିତି କେତେକ କେମିକଲ ସୃଷ୍ଟି କରିଥାଅନ୍ତି ଯା ଫଳରେଏଇ ଆପାନ ବାୟୁ ଏତେଟା ଦୂର୍ଗନ୍ଧମୟ ହୋଇଥାଏ ।.

Believe it or not...

ପ୍ରତ୍ୟେକ ମଣିଷ ଶରୀର ରେ ଡେଲୀ ବେସିସ ରେ ପ୍ରାୟ ଏକ ଆଧା ଲୀଟର ଗିଲାସ ରୁ ଅଧିକ ପରିମାଣ ର ଆପାନ ବାୟୁ ତିଆର ହୋଇଥାଏ ଏବଂ ଏହି ଆପାନ ବାୟୁ ରେ ଦ୍ରଵ୍ଯମାନ ହେବା କାରଣରୁ...

"ପ୍ରତି ପାଡ଼ ସହିତ ଆପଣଙ୍କ ଓଜନ ମଧ୍ଧ କମ ହୋଇଯାଏ"କେତେ ଓଜନ ?

well... ଏକ ଟିପିକଲ ପାଡ଼ ର ଆୟତନ ପ୍ରାୟଃ 35.7 cubic cm ତଥା ସଂରଚନା ଏଇଭଳି ହୋଇଥାଏ

59% Nitrogen (0.0263 grams)
21% Hydrogen ( 0.0003 grams)
9% Carbon Dioxide (0.0063 grams)
7% Methane 0.0018 grams)
3% Oxygen (0.0016 grams)
1% Stinky stuff like sulfar (.0008 grams).

So ଏହି କୈଲକୁଲେଶନ ଆଧାର ରେ ମୈଥମେଟିକଲୀ କହିଲେ..

ପ୍ରତ୍ୟେକ ପାଡ଼ ସହ ଆପଣଙ୍କ ଓଜନ ପ୍ରାୟ...

"0.0371 ଗ୍ରାମ କମ ହୋଇ ଯାଇଥାଏ". ଏବଂ 
ଜାଣିଛନ୍ତି ପାଡ଼ ମଧ୍ଧ "ଜ୍ଵଲନଶୀଳ" !!

ଯଦି ଏକ ମାଚିସ କାଠି କୁ ଜଳେଇ ତା ପରେ ପାଡ଼ିବା କୁ ଚୈଷ୍ଟା କରନ୍ତି ତା ହେଲେ .....???????
"ପିଚା ରୁ ନିଁଆ ବାହାରିବା" ଭଳି ଲୋକକ୍ତି ...

ଆପଣ ନିଜ ଆଖୀ ସାମ୍ନାରେ ସତ ହେଉଥିବାର ଦେଖି ପାରିବେ । .
.
ଆପଣଙ୍କ ପାଡ଼ 10 ଫୀଟ ପ୍ରତି ସେକେଣ୍ଡ ର ସ୍ପୀଡ ରେ ମଳଦ୍ଵାର ରୁ ବାହରକୁ ବାହାରି ଯାଏ
ଆପଣଙ୍କ ପାଡ଼ିବା ର ଧ୍ଵନି କି ଭଳି.... ???
Well
ଏହା ପାଡ଼ ର ସ୍ପୀଡ ଏବଂ ଆପଣଙ୍କ asshole ର ଶେପ ଉପରେ ନିର୍ଭର କରିଥାଏ । ଯା ହେଉ ନା କାହିଁକି...
ଏଇ funny ଦୁନିଆ ରେ ଏମିତି କିଛି ଜୀଵ ମଧ୍ଧ ଅଛନ୍ତି ଯେ କି ପାଡ଼ିଲେ "ମେଲୋଡୀ" ଅର୍ଥାତ music ଭଳି ଧ୍ଵନି ତରଙ୍ଗ ଝଙ୍କୁରିତ ହୋଇଥାଏ । 
ଏବଂ ତନ୍ମଧ୍ୟରୁ ଜଣେ"Mr. Methane"

(I highly suggest you to go and watch it)*

****************************************
And as always Thanks for reading!!!

@विजय सिंह ठाकुराय

ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...