Friday, August 19, 2016

ଦୋସ୍ତୀ କର

ଆଶା ଭୂଲି,
ସ୍ଵପ୍ନ ସହ ଦୋସ୍ତୀ କର,

ଅନ୍ଧକାର ପାଖ ନ ଆସିବ,
ଦୀପ ସହ ଦୋସ୍ତୀ କର |

ବୁଲୁଛନ୍ତି ଏଠି ବହୁରୁପୀ ଲୋକ ଯେତେ,
ଚେହେରା ଛାଡ଼ି ତୁ ହୃଦୟ ସହ ଦୋସ୍ତୀ କର |

ଦିନେ ସବୁ କିଛି ଛାଡ଼ି,
ଯା କୌଣିସି ବଗିଚା ବୁଲି ।
ଫୁଲଙ୍କ ସହ ଦୋସ୍ତୀ କର
ସୁବାସ ସହ ଦୋସ୍ତୀ କର ।

ଛିଡ଼ାଇ ସମସ୍ତ ବନ୍ଧନ
ଯଦି ଉଡ଼ିବାକୁ ଇଚ୍ଛା ଥାଏ

ପର ର ଆକାଁକ୍ଷା ଛାଡ଼
ସାହସ ସହ ଦୋସ୍ତୀ କର ।

ଖୋଜି ଲେ ଖୋଜ ତାରା ,ଜହ୍ନ
ଦୁନିଆ ଟା ସାରା
ମାଆ ବାପା ଙ୍କ ପରି କେହି ନ ମିଳିବେ
ଯେତେ ଯା ସଙ୍ଗେ ଦୋସ୍ତୀ କର |

No comments:

Post a Comment

ଓଡ଼ିଆ ଭାଷାରେ ଜିନିସ ଶବ୍ଦ ଜିନିଷ କେମିତି କାହିଁକି ହେଲା ?

ଓଡ଼ିଆ ଭାଷାର ଶବ୍ଦଭଣ୍ଡାରରେ ଅନେକ ଵିଦେଶୀ ଶବ୍ଦ ସ୍ଥାନ ଲଭିଛି । କେତେକ ଶବ୍ଦ କ୍ଷେତ୍ରରେ ଵିଦେଶୀ ଶବ୍ଦର ଧ୍ୱନି ଓଡ଼ିଆର ନିଜସ୍ୱ ଧ୍ୱନିତତ୍ତ୍ୱ (phonology) ଓ ଲେଖନ...