Friday, August 12, 2016

ସମ୍ବେଦନା ର ଶବ

ସମ୍ବେଦନା ମରିଗଲାଣି
କିନ୍ତୁ ଏଯାଏଁ ହୋଇନାହିଁ
ତା'ର ଅନ୍ତିମ ସଂସ୍କାର..

.

ସମ୍ବେଦନା ର ସଡ଼ିଯାଇଥିବା ମଢ଼ରେ
ସାଲୁବାଲୁ ହେଉଛନ୍ତି ବ୍ୟଭିଚାରୀ କୀଟ..
.

ତାଙ୍କ ପାଇଁ ସ୍ତ୍ରୀ,
ଶରୀର ଛଡ଼ା କିଛି ନୁହେଁ.
ସମ୍ବେଦନହୀନ ମକ୍ଷିକା,ପୋକଯୋକ
ଉଡ଼ୁଛନ୍ତି ,ଚାଲୁଛନ୍ତି
ମରିଯାଇଥିବା ମୂର୍ଦାର ର ଚତୁର୍ପାସେ.
ଏମାନେ କରିଦେବେ ଦିନେ
ତୁମ ଲାଶ କୁ ଖାଇ ଖାଇ ମାଟିମୟ
ନ ଥିବ ଶବ ନା ତୁମ ଲାଶ କୁ ନେଇ
ବିବାଦ ର ସୂତ୍ରପାତ ହେବ.

.

ପ୍ରାୟଃ ପଚିଯାଇଥିବା ମଢ଼ରୁ ହେଉ ଥାଏ ଦୂର୍ଗନ୍ଧ.....
ହେଲେ ସମ୍ବେଦନା !
ତୁମ ଶବ ରୁ ଆସୁ ନାହିଁ ଗନ୍ଧ !
ଲୋଡ଼ା ହେଉନାହିଁ ରୁମାଲ ଟିଏ.
ପଡ଼ୁ ନାହିଁ କରିବାକୁ ଆମ ନାକ ରୁଦ୍ଧ !!

.

ସମ୍ବେଦନା !
ତୁମେ ଏଇମିତି ଘୁରୁଥାଅ,
କରନ୍ତିନି କୀଟ ମାନେ କ୍ରିୟାକର୍ମ
ତୁମ ଭାଗ୍ୟ ରେ ନାହିଁ ଶ୍ରାଦ୍ଧ !!

ମୂଳ ରଚନା - कश्यप संजय

No comments:

Post a Comment

ଓଡ଼ିଆ ଭାଷାରେ ଜିନିସ ଶବ୍ଦ ଜିନିଷ କେମିତି କାହିଁକି ହେଲା ?

ଓଡ଼ିଆ ଭାଷାର ଶବ୍ଦଭଣ୍ଡାରରେ ଅନେକ ଵିଦେଶୀ ଶବ୍ଦ ସ୍ଥାନ ଲଭିଛି । କେତେକ ଶବ୍ଦ କ୍ଷେତ୍ରରେ ଵିଦେଶୀ ଶବ୍ଦର ଧ୍ୱନି ଓଡ଼ିଆର ନିଜସ୍ୱ ଧ୍ୱନିତତ୍ତ୍ୱ (phonology) ଓ ଲେଖନ...