Tuesday, July 31, 2018

ବୋଇତିଆ ଜାହାଜିଆ ଦିଗ-କିଛି ଜାହାଜିଆ ଶବ୍ଦ

ଭାରତୀୟଙ୍କ ମଧ୍ୟରେ ଓଡ଼ିଆମାନେ ହିଁ ଥିଲେ ବୋଇତଯାତ୍ରାରେ ପ୍ରବୀଣ ତେଣୁ ଆମ ଭାଷାରେ ଚଳୁଅଛି ଶହ ଶହ ବୋଇତିଆ-ଜାହାଜିଆ ଶବ୍ଦ....

ନିମ୍ନରେ ଦିଗ ଗୁଡ଼ିକର ବୋଇତିଆ ପ୍ରତିଶବ୍ଦ ଦିଆଗଲା....

→ଗାହି―ଉତ୍ତର
→ସୋଇଲ―ଦକ୍ଷିଣ
→ଡହରା―ପୂର୍ବ
→ପିଛାଡ଼ି―ପଶ୍ଚିମ
→ଗାହିମତଲେଇ―ଉ. ପୂ.
→ବେଗଣିୟା ପିଛାଡ଼ି―ଉ, ପ.
→ଦକ୍ଷିଣ ପିଛାଡ଼ି―ଦ. ପ.
→ଦକ୍ଷିଣ ଡହରା=.ଦ. ପୂ.
→ଘୋଷ―ଊର୍ଦ୍ଧ୍ୱ
→ଦମନ୍―ତଳ
→ଉଚ୍ଚା―ଡାହାଣ
→ଡାହୁ—ବାମ

ଇତିହାସ ପୁସ୍ତକରେ ଯଦି ଓଡ଼ିଶାର ନୌବାଣିଜ୍ୟ ବାବଦରେ ଏକ ସ୍ଵତନ୍ତ୍ର ବିଷୟ ରୁହନ୍ତା ଏବଂ ସେଠାରେ ଏହି ଶବ୍ଦ ଗୁଡିକ ର ଆଲୋଚନା କରାହୁଅନ୍ତା ତେବେ ଏହି ଶବ୍ଦ ସବୁ ଲୁପ୍ତ ନହୋଇ ବଞ୍ଚିରୁହନ୍ତା.....

ଆଉ କିଛି ଜାହାଜିଆ ଶବ୍ଦ ଅର୍ଥ ସହ ଏଠାରେ ଦିଆଗଲା......
...
.
.
୧.ପତ୍ର→ନୌକାରେ ବ୍ୟବହୃତ ଆହୁଲାର ଚଟୁ ପରି ଚଉଡ଼ା ଅଗ୍ରଭାଗ ବା ଆହୁଲାର ପଙ୍ଖା
୨.ଘୋସ୍→ପାଲକୁ ଉପରକୁ ଟାଣି ନିଅ―ପାଲଟଣା ଡଙ୍ଗା ବା ଜାହାଜରେ ପାଲକୁ ଉପରକୁଟାଣି ଦେବାର ଆବଶ୍ୟକ ହେଲେ ନାହୁରି ମାନେ ଏ ଶବ୍ଦ ବ୍ୟବହାର କରନ୍ତି
୩.କଙ୍କଡ଼ାକୋଣ→ବାୟୁକୋଣ; ଉତ୍ତର ପଶ୍ଚିମ କୋଣ(ଉତ୍ତର ପଶ୍ଚିମ କୋଣକୁ ବେଗଣିୟା ପିଛାଡି଼ ମଧ୍ଯ କୁହାଯାଏ ତେବେ କଙ୍କଡାକୋଣ ଶବ୍ଦଟି ମୁଖ୍ୟତଃ ବାଲେଶ୍ବର ରେ ଚଳେ)
୪.ଘାଟ ଭିଡି଼ବା→ନୌକା ବା ଜାହାଜ ଆସି ଘାଟରେ ଲାଗିବା
୫.ଦଉଣୀ→ଛୋଟ ଜାହାଜ; ସୁଲୁପ୍ — A sloop.
୬.ବତାଲି→.ଜୀବନ ରକ୍ଷାକାରୀ ଛୋଟ ଡଙ୍ଗା ଯାହା ସାଧାରଣତଃ ବୋଇତ/ଜାହାଜ ମାନଙ୍କରେ ଥାଏ
୭.ପଡ଼ିଆଣି ଜୁଆର→ପାଣିର ଉଚ୍ଚତା କମି ଯାଉଥିବା ଜୁଆରର ଅବସ୍ଥା; ଛାଡେଣୀ
୮.କୋଳ→ଜାହାଜ ଲାଗିବାର ବନ୍ଦର( A seaport; harbour)
୯.ବାରି→ସପ୍ତାହ ମଧ୍ୟରେ ବୋଟ ବାଜାହାଜ କୌଣସି ସ୍ଥାନରୁ ଅନ୍ୟ ସ୍ଥାନକୁ ଛାଡ଼ିବାରି ନିର୍ଦ୍ଦିଷ୍ଟ ଦିବସ
୧୦.ଛଡା଼ଇବା→ଡଙ୍ଗା ବା ଜାହାଜ ଆଦିକୁ କୂଳରୁ ପାଣି ଭିତରକୁ ଚଳାଇବା(ଉ— ନାହୁରିମାନେ ହରିବୋଲ ପକାଇ ବଢ଼ିଲା ନଈରେ ଡ଼ଙ୍ଗାକୁ ଛଡ଼ାଇଲେ)
୧୧.ଗାଭି→ମାସ୍ତୁଲରେ ବନ୍ଧାଯିବା ପ୍ରଧାନ ପାଲ
୧୨.ଟବର→ମାସ୍ତୁଲ ଆଗପାଖରେ ବନ୍ଧାଯିବା ପାଲ
୧୩.ଜାଭି→ମାସ୍ତୁଲରେ ସଂଲଗ୍ନ ଲାଗିରେ ଲଟକା ହେବା ପାଲ
୧୪.ଶୁକାନି→ମାସ୍ତୁଲ ବା ଦିଗବାରଣ ଖୁଣ୍ଟି
୧୫.ସେଡ଼→ପାଲ
୧୬.ପାଗଡ଼→ବୋଟ ଆଦି ଟାଣିବାରେ ବ୍ୟବହୃତ ଦଉଡ଼ି
୧୭.ବାହୁଟିଆ→ନୌକା ବାହାକ
ଭାଷା କୋଷରେ ଖୋଜିଲେ  ଅନେକ ଶବ୍ଦ ମିଳିଯିବ ଏଠାରେ ଉଦାହରଣ ସ୍ୱରୂପ କିଛି ଶବ୍ଦ ଦିଆଯାଇଅଛି....

Sunday, July 29, 2018

ନିର୍ଲଜ ମାନସିକତାଯୁକ୍ତ ଓଡ଼ିଆ


୧.ଓଡ଼ିଆ ହୋଇ ନିଜକୁ ଓଡ଼ିଆ ବୋଲି ପରିଚୟ ନଦେବା ନିର୍ଲଜ ମାନସିକତା
୨.ଓଡ଼ିଆ ହୋଇ ଅନ୍ୟ ପ୍ରଗତିଶୀଳ ଓଡ଼ିଆ ଭାଇର ଗୋଡ଼ ଟାଣି ଧରିବା ନିର୍ଲଜ ମାନସିକତା
୩.ଯେଉଁ ମାନେ ସ୍ଵଚ୍ଛଳ ଓଡ଼ିଆ ସେମାନେ ବିଫଳ ଓ ଦରିଦ୍ର ଓଡ଼ିଆଙ୍କୁ ସାମର୍ଥ୍ୟ ଥାଇ ବି ସାହାଯ୍ୟ ନକରିବା ନିର୍ଲଜ ମାନସିକତା
୪.ନିଜ ନିଜ ମଧ୍ୟରେ,ଗାଆଁ ଗାଆଁ,ଅଞ୍ଚଳ ଅଞ୍ଚଳ ଭିତରେ, ଜାତି ଧର୍ମ ନାଆଁରେ ଭେଦଭାବ କରିବା ନିର୍ଲଜ ମାନସିକତା
୫.ଦେଶ ଠାରୁ ପେଟକୁ ଅଧିକ ମହତ୍ତ୍ଵ ଦେଉଥିବା ଓ କେବଳ ଖାଇବା ,ଶୋଇବା କୁ ହିଁ ଜୀବନର ସାର ମନେ କରିବା ଟା ନିର୍ଲଜ ମାନସିକତା
୬.କିଛି ନକରିବି କାହାର ପରିଶ୍ରମ ଚୋରି କରି ତଥା ଅନ୍ୟ ସହ ଅଯଥା କଳହ କରିଣ ସମୟ ନଷ୍ଟ କରିବା ଓ ଅସାଧୁ ହେଇ ବି ସ୍ଵୟଂ କୁ ସାଧୁ ପ୍ରମାଣ କରିବାକୁ ଚେଷ୍ଟା କରିବା ନିର୍ଲଜ ମାନସିକତା
୭.ହବନି,ହୁଏନ,ହଉନି କହି କହି ସଦା ନକାରାତ୍ମକତା କୁ ବୋହି ଚାଲିବା ଓ ପ୍ରାରମ୍ଭିକ ସ୍ଥରର କାର୍ଯ୍ୟକ୍ରମକୁ ତ୍ଵରାନ୍ଵିତ କରିବାକୁ ନଦେବା-ଦୀର୍ଘସୁତ୍ରତା ହେଉଛି ନିର୍ଲଜ ମାନସିକତା
୮.ଯେଉଁ ଦେଶ ତୁମକୁ ଖୁଏଇ ପିଏଇ ଏଡିଟେ ରୁ ଏଡେଟେ କରିଛି ତାକୁ ମାତା ନଭାବିବା ତଥା ଭାରତ/ଓଡ଼ିଶା ଆମକୁ-ତୁମକୁ କଣ୍ ଦେଇଛି ବୋଲି ସର୍ବସାଧାରଣଙ୍କ ସମ୍ମୁଖରେ ପ୍ରଶ୍ନ କରିବା ହେଉଛି ନିର୍ଲଜ ମାନସିକତା

ଏସବୁ ମାନସିକତା ଯଦି କାହା ପାଖରେ ଥାଏ ତେବେ ସେ ୧୦୦% ଓଡ଼ିଆ ନୁହେଁ
ସେଭଳି ଲୋକ ଖୋଡି଼ଆ ଅଟନ୍ତି ଓଡ଼ିଆ କେବେବି ହୋଇନପାରନ୍ତି

(ଗୋଟାଏ ଓଡ଼ିଶାରେ ଜନ୍ମ ଲାଭ କରିଥିବା ଏବଂ ଗୋଆରେ ଚାକରକାମ କରି ସ୍ଵୟଂ କୁ ଶ୍ରେଷ୍ଠ ମଣୁଥିବା ମୂର୍ଖ ଅହଂକାରୀ ବଙ୍ଗାଳି ଓଡ଼ିଆ ର ଅହମିକାପୂର୍ଣ୍ଣ ଆଳାପ ଶୁଣିଲା ପରେ ଏହି ଭାଵାଵେଗ ଉଦ୍ରେକ ହୋଇଥିଲା)

●ଫୁଟବଲ୍ ଓ ଫଲି●

ଥରେ କେତେଜଣ ପିଲା ଫୁଟବଲ ଖେଳୁଥାନ୍ତି ।  ସେଇପଟ ଦେଇ ସନ୍ଥ ଜଣେ ତାଙ୍କର
ଶିଷ୍ୟ ସହିତ  ଚାଲିଯାଉଥାନ୍ତି । ଫୁଟବଲ କୁ ଦେଖି ଶିଷ୍ୟ ଟି ସନ୍ଥଙ୍କୁ କୌତୁହଳ ବଶତଃ ପଚାରିଲା
“ଆଜ୍ଞା ! ଏଇ ‛କନ୍ଦୁକ’ଟି ଏମନ୍ତି କି କର୍ମ କରିଥିଲା ଯେ ତାକୁ ଏତେ ଲୋକଙ୍କ ନାତ ଗୋଇଠା ଖାଇବାକୁ ପଡୁଛି ?”

ସନ୍ଥ କହିଲେ
“ଵତ୍ସ ! ଏହା ତାହାର କର୍ମ ନୁହେଁ ବରଂ ତା ମଧ୍ୟରେ ପଵନ ପୁରିରହିଛି ତେଣୁ ତାକୁ ସମସ୍ତେ ଫଲି ମାରି ମାରି ଖେଳନ୍ତି....
ଏହିପରି ମଣିଷ ମଧ୍ୟରେ ବି ଯେତେଦିନ ଯାଏଁ ପବନ ରୂପକ ଅହଂ ଭରି ରହିଥାଏ ସେତେ ଦିନ ଯାଏଁ ତାକୁ ଜୀବନରୂପକ ଖେଳପଡି଼ଆରେ ନାତ ଗୋଇଠା ଖାଇବାକୁ ପଡି଼ଥାଏ ।

ॐ ହରି ॐ ହରି ଶରଣମ୍ ....

Wednesday, July 25, 2018

ପୁଲିସି କାହାକୁ ପିଇବାକେ୍ ମନା କରିପାରିବନି

ଦେଖ୍ ଭାଇ ପୁଲିସି କାହାକୁ
ପିଇବାକେ୍ ମନା କରିପାରିବନି

କାହିଁକି ନା

ପଞ୍ଜାବ ପୁଲିସିବାଲାଙ୍କ
କାନ୍ଧ ରେ ଲେଖାଥାଏ....
*(PP)*
*ପୁରା ପି-ପେଟ ଫଟେଇକି ପି*🍾

ହରିୟାଣା ପୁଲିସି
*(HP)*
*ହାଣ୍ଡିଆ ହେଉ କି ରମ୍ ସବୁ ପି*🍾

ଦିଲ୍ଲୀ ପୁଲିସି
*(DP)*
*ଡେଏଲି ପି-ଡେଇଁ ଡେଇଁ କି ପି*🍾

ରାଜସ୍ଥାନ ପୁଲିସି
*(RP)*
*ରୋଜ୍ ପି,ରାଗିଲେ ପି ରୁଷିଲେ ପି*🍾

ଅରୁଣାଞ୍ଚଳ ପୁଲିସି
*(AP)*
*ଆଜି ପୁଣି ପି*🍾

ଗୁଜରାଟ ପୁଲିସି
*(GP)*
*ଯେତେ ପାରୁଚୁ ସେତେ ପି*🍾

ମଧ୍ୟପ୍ରଦେଶ ପୁଲିସି
*(Mp)*
*ମଲାଯାଏଁ ପିଇ*🍾

ଉତ୍ତର ପ୍ରଦେଶ ପୁଲିସି
*(U.p.)*
*ଉତରିଲେ ନିଶା ଫିଣି ପି*🍾🍾🍾

ଓଡ଼ିଶା ପୁଲିସି
*(O.p.)*
*ଉକାଳି ଉକାଳି କି ପି*🍾🍾🍾
ଆଉ ସବୁଠାରୁ ଖାସ୍

ବିହାର ପୁଲିସି
*(B.p)*
*ବନ୍ଦ ହେଲା ପରେ ବି ପି*🍾
🍾🍾
   😜😜😜😜😜
    

Tuesday, July 24, 2018

■■■■■ମଧ୍ୟ ଓ ମଧ୍ଯ■■■■■

ପ୍ରାୟତଃ ଓଡ଼ିଆ ଲୋକଙ୍କ ମନରେ
ଏହି ଦ୍ଵନ୍ଦ ରହୁଥିବା ଦେଖାଯାଏ
ଯେ ‛ମଧ୍ଯ’ ଓ ‛ମଧ୍ୟ’ ସମାନ କି ନା ଭିନ୍ନ ଅର୍ଥବୋଧକ ଅଟେ ? ଏ ଉଭୟ ଶବ୍ଦ ମଧ୍ୟରେ କିଛି ପ୍ରଭେଦ, ପାର୍ଥକ୍ୟ ରହିଛି କି ?
କହିଲା ଵେଳେ ତ ‛ମଧ୍ୟ’ ଓ ‛ମଧ୍ଯ’ ଭିତରେ ସେମିତି କୌଣସି ପାର୍ଥକ୍ୟ ଦୃଶ୍ୟ ହୁଏ ନାହିଁ କିନ୍ତୁ ଗୁଗୁଲ  ଇଣ୍ଡିକ ଓ ଜିବୋର୍ଡ ପରି ଵର୍ଣ୍ଣଫଳକରେ ଲେଖିଲା ଵେଳେ ସାଧାରଣତଃ
‛ଧ୍’ ରେ ଅଵର୍ଗ୍ୟ ‛ଯ’ ଯୋଡି଼ଲେ ତାହା ଧ୍ଯ ହୋଇଣ ମଧ୍ଯ ରୂପ ହୁଏ
(ଉ→ମଧ୍+ଯ=ମଧ୍ଯ)
ଏବଂ ‛ଧ୍’ ରେ ‛ୟ’ ଯୋଡି଼ଦେଲେ
ତାହା ‛ଧ୍ୟ’ ରେ ପରିଣତ ହୋଇ
ମଧ୍ୟ ହୁଏ
(ଉ→ମଧ୍+ୟ=ମଧ୍ୟ) !

ତେବେ ଆମର ମୂଳ ପ୍ରଶ୍ନର ଏବେ ଵି ସମାଧାନ ହୋଇନାହିଁ ଏବଂ ସେତେବେଳ ଯାଏଁ ହେବ ନାହିଁ ଯେତେବେଳ ଯାଏଁ ଆମେ ଏ ଉଭୟ ଶବ୍ଦ ର ଵ୍ୟଵହାର ଓ ଅର୍ଥ ଵିଷୟର ଅନୁଧ୍ୟାନ କରିନାହେଁ.....
ଓଡ଼ିଆ ଭାଷାରେ ସାଧାରଣତଃ ମଧ୍ୟ ଶବ୍ଦକୁ ମଝି ଅର୍ଥରେ ଵ୍ୟଵହାର କରାଯାଉଥିବାର ଦେଖାଯାଏ କିନ୍ତୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ମଧ୍ୟ ଓ ମଧ୍ଯ ଶବ୍ଦକୁ ଗୋଟିଏ ହିଁ କୁହାଯାଇଛି ଅର୍ଥାତ୍ ମଧ୍ୟ ଅର୍ଥରେ ମଧ୍ଯ ଵି ଲେଖାଯାଇପାରେ
କିନ୍ତୁ ଓଡ଼ିଆ ଭାଷାରେ ପ୍ରକୃତରେ ଦେଖିବାକୁ ଗଲେ ମଧ୍ୟ ଓ ମଧ୍ଯ ଗୋଟାଏ ଶବ୍ଦ ନୁହେଁ ....

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ରେ ମଧ୍ୟ ଵା ମଧ୍ଯ କୁ ଏକ ସଂସ୍କୃତ ଵିଶେଷ୍ୟ ଶବ୍ଦ ଭାବେ ଅଵତାରଣା କରାଯାଇଛି ଯାହାର ନୈରୁକ୍ତି
→ମନ୍ ଧାତୁ+କର୍ମ ଅ; ନିପାତନ;
କିମ୍ୱା
→ମ=ସୌନ୍ଦର୍ଯ୍ୟ +ଧା ଧାତୁ=ଧାରଣ କରିବା+କର୍ତ୍ତୃ ଅ; ନିପାତନ
କୁହାଯାଇଛି ।

ଏହି ସଂସ୍କୃତ ଵିଶେଷ୍ୟ ମଧ୍ୟ ଵା ମଧ୍ଯ ଶବ୍ଦର
ନିମ୍ନଲିଖିତ ଅର୍ଥରେ ଵ୍ୟଵହାର ଅଛି

୧→ଅଣ୍ଟା; କଟିଦେଶ
୨→ମଝି; ଦୁଇ ଶେଷ ଭାଗର ମଧ୍ୟସ୍ଥଳ
୩→ଭିତର; ଅଭ୍ୟନ୍ତର; ଅନ୍ତର୍ଦେଶ
୪→ଅନ୍ତରାଳ
୫→ବିଶ୍ରାମ; ବିରାମ
୬→ସଂଗୀତର ତାଳ ବିଶେଷ
୭→ସଂଖ୍ୟା ବିଶେଷ; ଏକରେ ୧୬: ଟା ଶୂନ୍ୟ ଦେଲେ ହେବା ସଂଖ୍ୟା(Ten thousand trillions)
୮→ନୃତ୍ୟ ବିଶେଷ; ଖେମଟା ନାଚ
୯→ଗ୍ରହର ଗତି ବିଶେଷ —୯.
୧୦→ହାତର ମଝି ଆଙ୍ଗୁଠି(ମଧ୍ଯମା)
୧୧→ପଶ୍ଚିମ ଦିଗ
୧୨→ସୂଶ୍ରୁତ ମତେ ୧୬: ବର୍ଷଠାରୁ ୭ ବର୍ଷ ବୟସ ହେବା ପର୍ଯ୍ୟନ୍ତ ମନୁଷ୍ୟର ଅବସ୍ଥା
୧୩. ଭେଦ

ବିଶେଷଣ ଭାବରେ  -ସଂସ୍କୃତ “ମଧ୍ଯ ଵା ମଧ୍ୟ” ଶବ୍ଦ ର ଅର୍ଥ

୧→ଅନ୍ତର୍ବତ୍ତୀ
୨→ଉପଯୁକ୍ତ; ନ୍ୟାଯ୍ୟ
୩→ଅଭ୍ୟନ୍ତରସ୍ଥ
୪→ମଧ୍ୟମ
୫→ମଧ୍ୟବର୍ତ୍ତୀ
୬→ଅଧମ

କିନ୍ତୁ
ସଂସ୍କୃତ ମଧ୍ୟ ଵା ମଧ୍ଯ ଶବ୍ଦ ର ଏତେ ସବୁ ଅର୍ଥ ଭିତରେ କେଉଁଠି ହେଲେ
‘ଓ,ଵି,ଏବଂ’ ଆଦି
ଅର୍ଥ ଵହନ କରୁଥିବା ଓଡ଼ିଆ ‛ମଧ୍ଯ’ ଶବ୍ଦ ର ଅର୍ଥ ସହ ମେଳ ଖାଉନାହିଁ.....

ପ୍ରକୃତରେ ଓଡ଼ିଆ ଭାଷାରେ ଏହି ମଧ୍ଯ ହେଉଛି ଏକ ଦେଶଜ ଅବ୍ୟୟ ଏବଂ ଏହାର ଭାଷାକୋଷ ଅନୁସାରେ ତିନୋଟି ଅର୍ଥରେ ଵ୍ୟଵହାର

ହୋଇଥା
୧→ଅପିଚ; ପୁନଶ୍ଚ, ଆହୁରି,ପୁଣି,ଆଉଥରେ
୨→କିନ୍ତୁ,ହେଲେ,
୩→ଏବଂ,ଓ

ଆଜିକାଲି ଅର୍ଥଗତ ଦ୍ଵନ୍ଦ ରୁ ରକ୍ଷା ହେତୁରୁ  ଉଭୟ ଦେଶଜ ଓ ସଂସ୍କୃତ ଶବ୍ଦ
ମଧ୍ୟ ଏବଂ ମଧ୍ଯ  ଭିତରେ ଭେଦ ରଖି ସାଧାରଣତଃ
ଭିତରେ, ମଝିରେ ଆଦି ଅର୍ଥରେ ସଂସ୍କୃତ ‛ମଧ୍ୟ’ ଶବ୍ଦ
ତଥା ଓଡ଼ିଆ ଅଵ୍ୟୟ ଶବ୍ଦ ର ଵ୍ୟଵହାର କାଳରେ ‛ମଧ୍ଯ’ ଲେଖାଯାଇଥାଏ ....

ଉଭୟ ଶବ୍ଦର ଉଚ୍ଚାରଣ ର ସୁକ୍ଷ୍ମଦିଗକୁ ଅନୁଧ୍ୟାନ କଲେ ଵି ଆମେ ଜାଣିପାରିବା
ଯେ ମଧ୍ୟ(ମଧ୍+ୟ)କୁ ସାଧାରଣତଃ “Madhya”....କରାଯାଉଥିବା ଵେଳେ
ମଧ୍ଯ(ମଧ୍+ଯ)ଶବ୍ଦ ଉଚ୍ଚାରଣ କଲାବେଳେ
“madhh” ପରି ଉଚ୍ଚାରଣ କରାଯାଇଥାଏ....

ଓଡ଼ିଆ ଭାଷାର ମଧ୍ଯ ଏକ ଅଵ୍ୟୟ ଶବ୍ଦ ହୋଇଥିବା ହେତୁ ବହୁତ ସମ୍ଭବ ଗୁଗୁଲ
ଵର୍ଣ୍ଣଫଳକରେ ମଧ୍+ଯ ଲେଖାଯାଇ
ମଧ୍ଯ ଶବ୍ଦ ଲେଖିହୁଏ
ଏଠାରେ ଅଵର୍ଗ୍ୟ ଯ ଟି କେଵଳ ଓଡ଼ିଆ ଭାଷାରେ ହିଁ ଅଛି ଯାହା ଏହାର ଓଡ଼ିଆତ୍ଵ କୁ ପ୍ରକଟିତ କରେ ଯାହା ସଂସ୍କୃତ ମଧ୍ୟ ଶବ୍ଦ ଭିତରେ ଦୃଶ୍ୟ ହୁଏ ନାହିଁ......

ଓଡ଼ିଆ ଭାଷାର ଉପନ୍ୟାସର କଥା

୧୮୭୮ ମସିହା ଯାଏଁ ରମାଶଙ୍କର ରାୟଙ୍କ ସୌଦାମିନୀ ର ପ୍ରକାଶ ପର୍ଯ୍ୟନ୍ତ ଓଡ଼ିଆ ଉପନ୍ୟାସ ଆଧୁନିକ ଅର୍ଥରେ ଜନ୍ମଲାଭ କରିନଥିଲା । ତେବେ ଉତ୍କଳ ମଧୁପର ପୃଷ୍ଠା ଅତିକ୍ରମ କରି ସୌଦାମିନୀ କେବେ ବି ପୁସ୍ତକାକାରରେ ପ୍ରକାଶିତ ହୋଇପାରିନଥିଲା ଏବଂ ପରେ ଏହି ସମ୍ବାଦପତ୍ରର ପ୍ରକାଶନ ବନ୍ଦ ହୋଇଯିବା ହେତୁରୁ ଏହି ଉପନ୍ୟାସ ଟି ସବୁଦିନ ପାଇଁ ଅପୂର୍ଣ୍ଣ ରହିଯାଇଥିଲା ।
ଖ୍ରୀ ୧୮୭୮ରୁ ୧୮୮୯ ଯାଏଁ ଵିଭିନ୍ନ ପତ୍ରପତ୍ରିକାରେ ଏଭଳି ପାଞ୍ଚଥର ଅସଫଳ ପ୍ରୟାସ ହୋଇଥିଲା  ହେଲେ ୧୮୮୯ ମସିହା ଓଡ଼ିଆ ଭାଷା ପାଇଁ ଆଶା ଓ ଭଵିଷ୍ୟତ ର ସନ୍ଧାନ ଘେନି ଆସିଥିଲା । ଏହି ଵର୍ଷ ଓଡ଼ିଆ ଭାଷାର ପ୍ରଥମ ସ୍ଵୟଂ ସଂପୂର୍ଣ୍ଣ ଉପନ୍ୟାସ “ପଦ୍ମମାଳୀ” ଜନ୍ମଲାଭ କରିଥିଲା ଯାହାକୁ ଲେଖିଥିଲେ ଜନୈକ ବଙ୍ଗାଳୀ ବଂଶୋଭବ ଓଡ଼ିଆ ଉମେଶ ଚନ୍ଦ୍ର ସରକାର.....

ଏହି ସମୟକାଳକୁ ଓଡ଼ିଆ ଉପନ୍ୟାସ ଯୁଗର ଆଦିକାଳ କହିଲେ ମଧ୍ଯ ଅତିଶୟୋକ୍ତି ହେବନାହିଁ । ଗୋପାଳଚନ୍ଦ୍ଳ ଦାସଙ୍କର “ଭୀମାଭୂୟାଁ” ଓ ଫକୀର ମୋହନ ସେନାପତିଙ୍କର “ଛ ମାଣ ଆଠଗୁଣ୍ଠ” ପରି ଉପନ୍ୟାସ ତତ୍କାଳୀନ ସମାଜର ପ୍ରତିଲିପିର ପ୍ରତିଫଳନ କରିବାରେ ସଫଳ ହୋଇଥିଲା । ପରଵର୍ତ୍ତୀ କାଳରେ କାଳନ୍ଦୀଚରଣ,କାହ୍ନୁଚରଣ,ଗୋପୀନାଥ,ନିତ୍ୟାନନ୍ଦ ଓ ଶାନ୍ତନୁ ଆଚାର୍ଯ୍ୟ ଆଦି ଔପନ୍ୟାସିକ ମାନେ ଅନେକ ଵାସ୍ତଵଵାଦୀ ଉପନ୍ୟାସ ସୃଷ୍ଟି କରିଥିଲେ । ଏ ଯୁଗରେ  ‛ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ’ ପାଞ୍ଚ ପାଞ୍ଚ ଟି ଉପନ୍ୟାସ ଲେଖିଯାଇଅଛନ୍ତି ଏବଂ ତନ୍ମଧ୍ୟରୁ ତାଙ୍କର “ଗଡ଼ଜାତ କୃଷକ” ଓ “ଶିଶୁ” ଖୁବ୍ ଜଣାଶୁଣା ।
କାଳନ୍ଦୀଚରଣଙ୍କ ‛ମାଟି ର ମଣିଷ’ ହେଉ କି କାହ୍ନୁଚରଣଙ୍କର ‛ହା ଅନ୍ନ’ ଓ ‛ଶାସ୍ତି’ ହେଉ,
ଗୋପୀନାଥ ମହାନ୍ତିଙ୍କ ମାଟିମଟାଳ,ପରଜା ହେଉ କିମ୍ବା ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କର ଶକୁନ୍ତଳା ହେଉ ଉପନ୍ୟାସ ଲେଖନର ସେହି ଆଦିଯୁଗରେ ପ୍ରତ୍ୟେକ ଟି ଉପନ୍ୟାସରେ ଭରି ରହିଥିଲା ସାମାଜିକ ସମସ୍ୟା ଓ ଵିପ୍ଲଵର ସ୍ଵର....
ଧୀରେ ଧୀରେ ଓଡ଼ିଆ ଉପନ୍ୟାସ ଉନ୍ନତି ଆଡ଼କୁ ଗତି କରିବାକୁ ଲାଗିଲା ଏବଂ ଅନ୍ୟ ଭାରତୀୟ ଭାଷା ଗୁଡିକ ସହିତ ତାଳ ଦେଇ ଉପନ୍ୟାସ ରଚନା ହେବାକୁ ଲାଗିଲା....
ପ୍ରକୃତରେ ୧୮୦୩ ରୁ ୧୯୮୦ ମଧ୍ୟବର୍ତ୍ତୀ  ସମୟକାଳ ଓଡ଼ିଆ ଉପନ୍ୟାସ ସାହିତ୍ୟ ପାଇଁ ଏକ ଵିସ୍ତୃତ ପୃଷ୍ଠଭୂମି, ଏକ କୌତୁହଳପ୍ରଦ ସମୟକାଳ ଥିଲା କହିଲେ ଭୂଲ ହେବ ନାହିଁ ।
ସ୍ଵାଧୀନତା ପରଵର୍ତ୍ତୀ କାଳରେ କିନ୍ତୁ ଓଡ଼ିଆ ଉପନ୍ୟାସ ର ଵିକାଶଧାରାରେ କେତେକ ପ୍ରମୁଖ ପରିଵର୍ତ୍ତନ ଦେଖାଦେଇଥିଲା ।

ପୂର୍ଵେ ଓଡ଼ିଆ ଭାଷାର ଉପନ୍ୟାସ ଗୁଡିକ ସାମାଜିକ ସମସ୍ୟା ତଥା ଵିପ୍ଳବର କଥା କହୁଥିଲା ଵେଳେ ସ୍ଵାଧୀନତା ପରଵର୍ତ୍ତୀ ଉପନ୍ୟାସ ମାନ ମାନଵର ଦୈନନ୍ଦିନ ଜୀଵନ ଵିଷୟ ଆଧାରିତ ହେବାକୁ ଲାଗିଲା ।
ଉପନ୍ୟାସ ସାହିତ୍ୟରେ ଏଭଳି ପରଵର୍ତ୍ତନ ସପକ୍ଷରେ ଭଵିଷ୍ୟତଵାଣୀ ସମ
ଏ.ଏ. ମେଣ୍ଡିଲୋ ଙ୍କ ପରି ଚିନ୍ତାନାୟକ କୁହନ୍ତି
“ମାନବର ଦୈନନ୍ଦିନ ଜୀବନର ଵିଷୟକୁ ନେଇ
ଉପନ୍ୟାସ ର କଳେଵର ଗଢିଉଠିବ । ମାନଵର ରୀତି,ନୀତି ଉପନ୍ୟାସ ରେ ପ୍ରକଟିତ ହେବ”

ସ୍ଵାଧୀନତା ପରଵର୍ତ୍ତୀ କାଳରେ ସ୍ଵାଧୀନ ଚେତ୍ତା ଭାରତୀୟଙ୍କ ପ୍ରଚେଷ୍ଟାରୁ ଭାରତରେ ଯାନ୍ତ୍ରିକ ଉନ୍ନତି ତ୍ଵରାନ୍ଵିତ ହୋଇଥିଲା । ସେ ସମୟରେ।ସରକାରଙ୍କ କଳ୍ପିତ ଯୋଜନା ଓ ଯନ୍ତ୍ର ସଭ୍ୟତା ବହୁ ଓଡ଼ିଆ ଔପନ୍ୟାସିକଙ୍କ ଲେଖନୀ କୁ ଗତିଶୀଳ କରିଛି । କାହ୍ନୁଚରଣ ମହାନ୍ତିଙ୍କର
ବଜ୍ରବାହୁ ଓ ଵିଭୁତି ପଟ୍ଟନାୟକଙ୍କର ଏଇ ଗାଆଁ ଏଇ ମାଟି ପଞ୍ଚଵାର୍ଷିକ ଯୋଜନାର ପରିକଳ୍ପନା କୁ କେତେକାଂଶରେ ପ୍ରଚାର କରିଛି ।
ବଜ୍ରବାହୁ ରେ କାହ୍ନୁଚରଣ ଆର୍ଥିକ ଓ ଆଧୁନିକ ଵିକାଶ ବଳରେ କେମିତି ସାମାଜିକ କୁସଂସ୍କାର ଦୂରୀକରଣ ଓ ନୈତିକ ଵିକାଶ ସମ୍ଭବ ହୋଇପାରିବ ତାହା ରତ୍ନପୁର ଗ୍ରାମକୁ ଏକ ଆଦର୍ଶ ଗ୍ରାମର ଆଖ୍ୟା ଦେବା ଛଳରେ ଅଵତାରଣା କରିଅଛନ୍ତି । ଏଇ ଗାଆଁ ଏଇ ମାଟିରେ ଆମେ ଦେଖୁ ପଞ୍ଚାୟତିରାଜ ଵ୍ୟଵସ୍ଥା ଓ ତହିଁର ଗ୍ରାମାଞ୍ଚଳରେ ପ୍ରଭାବର ସାର୍ଥକ ଚିତ୍ର !
ବିଭୁତି ପଟ୍ଟନାୟକ ଏହି ଉପନ୍ୟାସରେ ପଞ୍ଚଵାର୍ଷିକ ଯୋଜନା ଦ୍ଵାରା ପ୍ରଭାବିତ ପଲ୍ଲୀ ଓ ତହିଁର ଅଧିବାସୀଙ୍କର ତତ୍ ପ୍ରତି ଉତ୍ତେଜନା ର ସୁନ୍ଦର ଵର୍ଣ୍ଣନା କରି ଶେଷ ପର୍ଯ୍ୟାୟରେ ଯନ୍ତ୍ର ସଭ୍ୟତା ମାନବର କିଭଳି ଅତୃପ୍ତି ଓ ଵ୍ୟର୍ଥତାର କାରଣ ହୋଇଛି ତାହାର ଏ ସୁନ୍ଦର ଆଲେଖ୍ୟ ପ୍ରଦାନ କରିଅଛନ୍ତି ।

ଭାରତରେ ଇଂରେଜ ଯୁଗ ସମୟରେ ଗ୍ରାମାଞ୍ଚଳର ଶାସନ ମୁଖ୍ୟତଃ ସାମନ୍ତଵାଦୀ ଥିଲା କିନ୍ତୁ ୧୯୫୧ରେ ଜମିଦାରୀ ଉଚ୍ଛେଦ ପରେ ପରେ ସବୁକିଛି ବଦଳିଗଲା । ସ୍ଵାଧୀନତା ପରଵର୍ତ୍ତୀ ପ୍ରାରମ୍ଭିକ ଵର୍ଷ ଗୁଡି଼କରେ ଏଇଥିଯୋଗୁଁ ଜମିଦାର ଙ୍କ ପ୍ରଭାବ ଓ ସାମନ୍ତଵାଦର ଶୋଷଣ ଵିଷୟକୁ ନେଇ ଅନେକ ଉପନ୍ୟାସ ଲେଖାଯାଇଛି । ବଜ୍ରବାହୁ ରେରଣଗଡ଼ର ଜମିଦାର ରଣସିଂହ,ମାଟି ମଟାଳର ବଟ ମହାନ୍ତି,ବଳରାମ ପଟ୍ଟନାୟକ ଙ୍କ ତିନି ଅଧ୍ଯାୟର ବଳିୟାର ସିଂହ ପରି ଜମିଦାର ଙ୍କର ଚରିତ୍ର ଵର୍ଣ୍ଣନା ଛଳରେ ତତ୍କାଳୀନ ସାମନ୍ତଵାଦର ଚିତ୍ର ପ୍ରଦାନ କରାଯାଇଛି ।
ସ୍ଵାଧୀନତା ପ୍ରାପ୍ତି ପରେ ସରକାର ନିଶା ନିବାରଣ ହେତୁରୁ ଅନେକ ଗୁଡିଏ ପ୍ରୟାସ କରିଥିଲେ । ତଥାପି ଏସବୁ ଯୋଜନା ସରକାରୀ କାଗଜପତ୍ର ଠୁଁ ଭିନ୍ନ ସେତେଟା ସଫଳ ହୋଇପାରିନାହିଁ । ଉପନ୍ୟାସକାର କମଳକାନ୍ତ ଙ୍କର ମଦଭାଟି ଉପନ୍ୟାସ ତତ୍କାଳୀନ ନିଶାନିଵାରଣ ନୀତି ସଂପର୍କରେ ସଂପୂର୍ଣ୍ଣ ଚିତ୍ର ପ୍ରଦାନ କରିଅଛନ୍ତି ।

ଏହି ସମୟରେ ଗାନ୍ଧୀଙ୍କ ଅହିଂସା ନୀତି କୁ ନେଇ ଅନେକ ଉପନ୍ୟାସ ଲେଖାହୋଇଥିଲା ତନ୍ମଧ୍ୟରେ ଗୋପୀନାଥ ମହାନ୍ତିଙ୍କ ରାହୁର ଛାୟା ଓ ଔପନ୍ୟାସିକ ଦଶରଥ ସାମଲଙ୍କ ସ୍ଥିର ତରଙ୍ଗ ଗାନ୍ଧୀଙ୍କ ଅହିଂସା ନୀତି ଓ ସ୍ଵରାଜ୍ୟ ଚେତନା ଉପରେ ସାର୍ଥକ ସୃଷ୍ଟି ଅଟେ ।
ସ୍ଵାଧୀନତା ପରଵର୍ତ୍ତୀ ସାହିତ୍ୟ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ,ଜାତି ଵା ସମ୍ପ୍ରଦାୟ ମଧ୍ୟରେ ସୀମାବଦ୍ଧ ହୋଇ ରହିନାହିଁ । ଏକ ମାନଵଵାଦୀ ଦୃଷ୍ଟିଭଙ୍ଗୀ ନେଇ ଏ ସାହିତ୍ୟ ତାହାର ଆଦର୍ଶ କୁ ଉପସ୍ଥାପିତ କରିପାରିଛି । ଗୋପୀନାଥ ମହାନ୍ତିଙ୍କ ହରିଜନ,ଅମୃତ ର ସନ୍ତାନ,ଶିବ ଭାଇ ଆଦି ଉପନ୍ୟାସ ଗୁଡିକ ଵର୍ଣ୍ଣ ଵୈଷାମ୍ୟ ଆଦି କୁସଂସ୍କାର କୁ କେନ୍ଦ୍ର କରି ରଚିତ ହୋଇଅଛି । ଏତଦ୍ବ୍ୟତୀତ କମଳାକାନ୍ତଙ୍କ ସଦର ମଫସଲ ଓ ମଣିଷର ଦାବୀ ତଥା ଓ ନରସିଂହ ସାହୁଙ୍କ ତଳମାଳ ଡାକେ କେତେକାଂଶରେ ଏହି ଵିଷୟ ଉପରେ ପର୍ଯ୍ୟଵେଶିତ ହୋଇଅଛି । ସେହିପରି
ନାରୀ ଜାଗରଣର କଥା ଓଡ଼ିଆ ଭାଷାର ବହୁ ଉପନ୍ୟାସ ରେ କୁହାଯାଇଛି । ସ୍ଵାଧୀନତା ପୂର୍ବରୁ ଏ ଵିଷୟ ଆଧାରରେ କୁନ୍ତଳା କୁମାରୀ ସାବତ ଅନେକ ଉପନ୍ୟାସ ଲେଖିଥିଲେ । ସ୍ଵାଧୀନତା ପରଵର୍ତ୍ତୀ ସୃଷ୍ଟି ମାନଙ୍କ ମଧ୍ୟରେ କାହ୍ନୁଚରଣ ମହାନ୍ତିଙ୍କର ମିଳନର ଛନ୍ଦ,ଝଞ୍ଜା,ଗୋପୀନାଥ ମହାନ୍ତିଙ୍କ ମାଟି ଓ ମଟାଳ,ସୀତାଦେବୀ ଖାଡାଙ୍ଗାଙ୍କ ଅଗ୍ରଜ,ବିଭୁତି ପଟ୍ଟନାୟକଙ୍କ ଉଜାଣି ଯମୁନା ଓ ବଧୂ ନିରୁପମାରେ ନାରୀ ଜାଗରଣର ପରିଚୟ ମିଳେ ।

Sunday, July 22, 2018

■■■■ଵିଵାହ-ପରିଣୟ-ପାଣିଗ୍ରହଣ■■■■

ଵି ଅଵ୍ୟୟ ପରସ୍ପର ଅର୍ଥରେ
ଵହ୍ ଧାତୁ ଶବ୍ଦ ସହ ଯୁକ୍ତ ହୋଇ ଵିଵାହ ହେଲା
✔ଵି+ଵହ୍ ଧାତୁ+ଭାବ. ଅ➡ଵିଵାହ
ଵହ୍ ଧାତୁର ଅନେକ ଅର୍ଥରେ ଵ୍ୟଵହାର ଅଛି....
୧.ଵହନ କରିବା―
୨.ଵହିବା―(ପ୍ରବାହିତ ହେବା)-
୩.ଚଳାଇବା
୪.ବାଟ କଢା଼ଇ ନେବା
୫.ଵିସ୍ତାରିତ କରିବା
୬.ଧାରଣ କରିବା
୭.ଘେନି ପଳେଇଯିବା,ଚୋରି କରିନେବା,ହରଣ କରିବା
୮.ପିନ୍ଧିବା
୯.ଗର୍ଭଧାରଣ କରିବା
୧୦.ଟାଣିବା
୧୧.ଟେକି ଧରିବା
୧୨.ଵିଵାହ କରିବା
୧୩.ସହ୍ୟ କରିବା
୧୪.ଅନୁଭବ କରିବା
୧୫.ନିଶ୍ଵାସ ମାରିବା

ଵହ୍ ଧାତୁର ଏତେ ଅର୍ଥ ଯୋଗୁଁ ଏଥିରୁ ଅନେକ ଅର୍ଥରେ ଶବ୍ଦ ନିଷ୍ପନ୍ନ ହୋଇଛି ଵିଶେଷତଃ ଵହିବା ଓ ଵହନ କରିବା ଅର୍ଥରେ ଵହନ,ଵହିତ୍ର,ଵହଳ ଆଦି ଅନେକ ଶବ୍ଦର ନୈରୁକ୍ତି ନିର୍ଣ୍ଣୟ ହୋଇଛି ....

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏକ ଵୈଦିକ ଶବ୍ଦ
ଵହତୁ(ଵହ୍ ଧାତୁ+କର୍ତ୍ତୁ. ଅତୁ)ରୁ ଵିଵାହ
ଓ ଉଦ୍ଦାହ(ଉତ୍[ଉପରେ]+ଵହ୍ ଧାତୁ+ଭାଵ.ଅ)ଶବ୍ଦ ସୃଷ୍ଟି ହୋଇଥିବା ଉଲ୍ଲେଖ ରହିଛି ।
ଵିଵାହ,ଉଦ୍ଦାହ ଓ ପରିଣୟ ଆଦି
ଏ ସମସ୍ତ ଶବ୍ଦ ର ଅର୍ଥ ଗୋଟାଏ ହିଁ ଅଟେ ଆଉ ତାହା ହେଉଛି ପଵିତ୍ର ବନ୍ଧନରେ ଆବଦ୍ଧ ହୋଇଯିବା .....

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ରେ ଵିଵାହ ଓ ଉଦ୍ଦାହ ଶବ୍ଦ ରେ ବହ୍ ଧାତୁକୁ ବହନ କରିବା ଅର୍ଥରେ ଵ୍ୟଵହାର କରାଯାଇଥିବା କୁହାଯାଇଥିଲେ ହେଁ ଏ ଧାତୁ ଶବ୍ଦର ଅନ୍ୟ ଅର୍ଥ ଯାକ ମଧ୍ଯ ଵିଵାହର ସଂଜ୍ଞା କୁ  ଉପସ୍ଥାପିତ କରୁଅଛି....

◆ବହନ◆→ଵିଵାହ ପରେ ସଂସାରର,ନିଜ ଗେରସ୍ତ କି ଭାରିଯାର  ସମସ୍ତ ସମସ୍ୟା ଵହନ କରିବାକୁ ହୋଇଥାଏ―

◆ବହିବା◆→ନିଜ ପତି କି ପତ୍ନୀ ର ସ୍ଵଭାବ ସମାନ ଵହିବାକୁ ପଡି଼ଥାଏ,ଅର୍ଥାତ୍ ପତି ଓ ପତ୍ନୀ ପରି ମନୋଭାବ ରଖିବାକୁ ହୋଇଥାଏ ଅନ୍ୟଥା ଗୋଟାଏ ସୁଖି ସଂସାର ଗଠନ ସର୍ଵଥା ଅସମ୍ଭବ ହୋଇପଡେ଼ । ପୁଣି ଦେଖାଯାଏ ଅଧିକାଂଶ ପତ୍ନୀ କି ପତିର କଥା ବହକିଯାଇଥାନ୍ତି(ଭୂଲିଯାଇଥାନ୍ତି)...

◆ଚଳେଇବା◆→ପତିଙ୍କ ପାଇଁ ତାଙ୍କର ଘରଣୀ ତାଙ୍କ ଜୀଵନ ଗାଡି଼ ଚଳାନ୍ତି―କାରଣ ପତ୍ନୀ ନଚାହିଁଲେ ଭାତ ମୁଠାଏ ଵି ମିଳିବାର ନାହିଁ 😀 ଆଉ ଯଦି ପତ୍ନୀ ରାଗିଯାଇ କେଶ୍ କରିଦିଏ ତ ଧନରେ ଫାଶୀ ଯାଏଁ କଥା ଯାଇପାରେ ନ ହେଲେ ଆତ୍ମହତ୍ୟା 😂😂😂
ପତ୍ନୀଙ୍କ ଆଖିରେ ପତି ଘର ସଂସାରରୂପି ଗାଡ଼ି କୁ କୃଷ୍ଟି କରି ଉକ୍ତ ପରିଶ୍ରମରୁ ପ୍ରାପ୍ତ ଅର୍ଥ ବଳରେ ଚଳେଇଥାଆନ୍ତି ......
(କାମଦାମ ନକଲେ,ଟଙ୍କା ନରଖିଲେ ତମକୁ ଝିଅ କିଏ ଦବ ଯେ ବାହା ହେବ 😉)

◆ବାଟ କଢାଇ ନେବା◆→ଜୀଵନ ସାଥିଟିଏ ଥିଲେ ଯେତେ ଵିପଦ ଆସୁ
ସବୁ ଵିପଦରେ ସାହାଯ୍ୟ କରେ ତହିଁରୁ ହାତ ଧରି ବାଟ କଢା଼ଇ ନିଏ.....

◆ବିସ୍ତାରିତ ହେବା◆→ଵିଵାହ ପୂର୍ବରୁ ଯେନତେନ ପ୍ରକାରେଣ ଚଳିଯାଉଥିବା ଲୋକର ଜୀଵନ ଵିସ୍ତାରିତ ହୁଏ
ତାହାର ଵିଚାର ଵିସ୍ତାର ଲାଭ କରେ....
ଆଗେ କେଵଳ ନିଜ ଵିଷୟରେ ଚିନ୍ତା କରୁଥିବା ଲୋକଟେ ଵି ନିଜର ନୂଆ ପରିବାରଟେ ପାଇ ତା’ର ଉନ୍ନତି ଵିଷୟରେ ଭାବିବାକୁ ବାଧ୍ୟ ହୁଏ....

◆ଧାରଣ କରିବା◆→ଵିଵାହ କଲାପରେ ପତି ଵା ପତ୍ନୀ ର ସବୁକିଛି ଧାରଣ କରିବାକୁ ହୋଇଥାଏ ....
ପତି ଓ ପତ୍ନୀଙ୍କୁ ପରସ୍ପରର
ଅଳିଅର୍ଦ୍ଦଳି,ସ୍ନେହ-ପ୍ରେମ,ରାଗ-ରୁଷା , ଦୋଷ ଓ ପାପ ଧାରଣ କରିବାକୁ ହୁଏ ଆଉ ପତ୍ନୀ କୁ ପତିର ସନ୍ତାନ ଧାରଣ କରିବାକୁ ହୋଇଥାଏ ।

◆ଚୋରିକରିବା,ହରଣ କରିବା,ନେଇ ପଳେଇବା◆→ଆଗକାଳରେ ଯେତେବେଳେ କୌଣସି କନ୍ୟାକୁ ଦେଖି କାହାର ହୃଦୟ ଚୋରି ହୋଇଯାଉଥିଲା,ସେ ଲୋକ ତାହାକୁ କନ୍ୟା ସମ୍ମତିରେ ହରଣ କରି ଵିଵାହ କରୁଥିବାର ଅନେକ ପୌରାଣିକ ଆଖ୍ୟାନ ରହିଛି ।
ଆଜିକାଲି ହୃଦୟ ଚୋରି ହେଲେ,କେହି କାହାର ହୃଦୟ ଚୋରି ହେଇଗଲେ ଆଉ ପରସ୍ପର ଠାରୁ
ଭିନ୍ନେ ନରହି ପାରି ପ୍ରେମ ଵିଵାହ କରିବାକୁ ବାଧ୍ୟ ହେଉଛନ୍ତି 😀 ନହେଲେ ଘର ଲୋକଙ୍କ ଅସହମତିରେ ଘରଛାଡି ଧରାଧରି ହେଇ ପଳଉଛନ୍ତି
(ଯୁଗ ବଦଳିଛି ଅର୍ଥ ର ସାର୍ଥକତା ବଦଳିନି😂)

◆ପିନ୍ଧାଇବା◆→ଆଗକାଳରେ ସ୍ଵୟଂବର ସଭାରେ ମାଳା ପିନ୍ଧାଇ ବର ଚୟନ ହେଉଥିଲା ଓ ଚୟନିତ ଵ୍ୟକ୍ତି ସହ କନ୍ୟାର ଵିଵାହ ସମ୍ପନ୍ନ କରାଯାଉଥିଲା ଆଜିକାଲି ତ ରାଜା,ରାଜକୁମାରୀ କି ରାଜପୁତ୍ର ସେତେ ନାହାନ୍ତି ତେଣୁ ସ୍ଵୟଂବର ସଭାର ସଂସ୍କୃତି ନାହିଁ କହିଲେ ଚଳେ ତେବେ
ଵିଵାହକାଳରେ କନ୍ୟା
ମଙ୍ଗଳସୂତ୍ର ଓ ବ୍ରତସୂତା ପିନ୍ଧୁଛି ଏବଂ ଵର ପଇତା ଧାରଣ କରୁଛି । ଆଜିରେ ବରକନ୍ୟା ପରସ୍ପରକୁ ଉଭୟ ବରମାଲ୍ୟ ପିନ୍ଧାନ୍ତି ଯାହା ଏବେ ଵିଵାହ ର ଗୋଟାଏ ବଡ଼ ବିଧି ମଧ୍ୟରେ ଅନ୍ୟତମ ହୋଇଅଛି...

◆ଗର୍ଭଧାରଣ କରିବା◆→ମୁନି ଋଷିଙ୍କ ଯୁଗରେ ଲୋକେ କେଵଳ ସନ୍ତାନ ଲାଭ ଆଶାରେ ଵିଵାହ କରୁଥିଲେ ବୋଲି ପୁରାଣ ମାନଙ୍କରେ ଉଲ୍ଲେଖ ମିଳେ ଵିଵାହ କରି ଗର୍ଭଧାରଣ କରିବା ଓ ନିଜ ଵଂଶର ରକ୍ଷା କରିବା କେଵଳ ମନୁଷ୍ୟ କାହିଁକି ସମସ୍ତ ଜୀବଙ୍କ ଜୀଵନର ଏକ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ ଅଟେ । ଆଜିର ଵସ୍ତୁଵାଦୀ ସମାଜର ଭୋଗଵାଦୀ ଚିନ୍ତାଧାରା ଯୋଗୁଁ ଲୋକେ ଏତେ ସନ୍ତାନ ଉତ୍ପନ୍ନ କରିସାରିଲେଣି ଯେ ପୃଥିବୀରେ ଜନସଂଖ୍ୟା ଵିସ୍ଫୋରଣ ହୋଇଯାଇଛି ।
◆ଟାଣିବା◆→ଵିଵାହ ପୂର୍ବରୁ ଯେତେ ସ୍ଵାଧୀନତା ମିଳିଥାଏ ଵିଵାହ ପରେ ସେ ସମସ୍ତ ଚାଲିଯାଏ । ଵିଵାହ ପରେ ଵ୍ୟକ୍ତି ର ଚର୍ତୁପାର୍ଶ୍ଵରେ ନୈତିକତା ଓ ନିଷ୍ଠାର ରେଖା ଟଣା ହେଇଯାଏ । ଦୁହେଁ ଦୁଇଜଣଙ୍କୁ ପରସ୍ପରରେ ଏକ ରେଖା ମଧ୍ୟରେ ବାନ୍ଧି ତତ୍ପର ଜୀଵନ କାଟିଦିଅନ୍ତି 😀😀😀

◆ଟେକି ଧରିବା◆→ଵିଵାହ ପରେ
ପତିପତ୍ନୀ ଙ୍କୁ ପରସ୍ପରର ମାନ ସମ୍ମାନ କୁ ଯଗିବାକୁ ପଡି଼ବ । ଜୀଵନସାଥିର ସମ୍ମାନ ପ୍ରତି ଯଦି ଆଞ୍ଚ ଆସେ ତେବେ ଵିରୋଧୀ ତତ୍ତ୍ୱ ଵିରୋଧରେ ଲଢିବାକୁ ପଡି଼ବ ..
ତେଣିକି କପାଳ ଫାଟୁ କି ଭାଗ୍ୟ ....

ନିଜ ନିଜର ସାଥିର ଦୋଷ ନଦେଖି ବଡେ଼ଇ କରିବା ଉଚିତ୍,ଟେକାଟେକି କରି ରଖିବା ଉଚିତ୍ ଅନ୍ୟଥା ସେ ଉଭୟ କେବେଵି ସୁଖି ହୋଇପାରିବେନି ! ସର୍ଵଦା ବାଡି଼ଆପିଟାରେ ତାଙ୍କ ଦିନକାଳ ଗତ ହେଇଯିବ .....
😀😀😀
◆ସହ୍ୟ କରିବା◆→ପ୍ରଵାଦ ଅଛି
“ସଂସାର ମଧ୍ୟରେ ଘର କରିଥିଲେ
          ପଥର ପଡି଼ଲେ ସହି”
ଵିଵାହ କଲା ମାତ୍ରେ ଯେତେବଡ଼ ସିଂହ ହେଇଥାଉ ତାକୁ ମେଣ୍ଢା ଭଳି ନିଜ ପତ୍ନୀ ର ସବୁ ରାଗରୁଷାକୁ ସହିବାକୁ ହୁଏ...ଗଧର୍ଭ ପରି ନିଜ ନୂଆ ପରିବାର ପାଇଁ ଖଟିବାକୁ ହୁଏ....
ଛାଞ୍ଚୁଣି ଠାରୁ ଚଟୁ ଓ ଚିମୁଟା ପାହାର ଯାଏଁ ସବୁ ସହିବାକୁ ହୁଏ....
ସାହି ପଡି଼ଶାଙ୍କର ଟାହିଟାପରା ଓ ଗେଲଗମାତ ଠାରୁ ନିନ୍ଦା ଅପଵାଦ ଯାଏଁ ସବୁ ସହିବାକୁ ହୁଏ...
ପତିକୁ ପତ୍ନୀ ର ହୁମୁଦୁମୁ ସହିବାକୁ ହୁଏ ପତ୍ନୀ କୁ ମଧ୍ଯ ପତିର ଅପାରଗତା ଯୋଗୁଁ ଅନେକ ନିନ୍ଦା ଅପମାନ ସହିବାକୁ ପଡେ଼....
ଵିଵାହ ପରେ ବଡ଼ ବଡ଼ ଅଧର୍ଯ୍ୟ ମଣିଷ ସେଇଥିପାଇଁ ଧୈର୍ଯ୍ୟଵାନ୍ ହୋଇଯିବାର ଦେଖାଯାଏ
ବାର ଵର୍ଷ କୁକୁର ଲାଞ୍ଚ ନଳୀରେ ପୁରେଇ ସିଧା ହେଉ କି ନହେଉ ବଙ୍କା ବୁଦ୍ଧିଆ ମଣିଷ କିନ୍ତୁ ଏକା ପାହାରକେ ସିଧା ହେଇଯାଆନ୍ତି
😂😂😂😂
◆ଅନୁଭବ କରିବା◆→ଜୀଵନରେ ଵିଵାହ କଲାପରେ ଅନୁଭବ କରିନଥିବା ଅନେକ
କଥା ଅନୁଭୁତ ହୋଇଥାଏ । ରାଗରୁଷା ଠାରୁ ଆରମ୍ଭ କରି ଦାମ୍ପତ୍ୟ ସୁଖଯାଏଁ,ଛାଞ୍ଚୁଣି ଠେଙ୍ଗା ମାଡ଼ଠାରୁ ଆରମ୍ଭ କରି ପ୍ରେମାଲିଙ୍ଗନ ଓ ଚୁମ୍ଵନ ଯାଏଁ ଯେତେ ଯେତେ ଵିଵାହ ପରଵର୍ତ୍ତୀ ଅନୁଭବ ଅଛି ସବୁ ଅନୁଭୂତ ହୋଇଥାଏ ।
😉😉😉
(ଉତ୍ତମ ଅନୁଭବ ସୁଖି ଵୈଵାହିକ ଜୀଵନ ପାଇଁ ଉପଯୁକ୍ତ ହୋଇଥାଏ ଦୁଃଖଯୁକ୍ତ ଅନୁଭବ ଵିଵାହ ଵିଚ୍ଛେଦର କାରଣ ହେଇଥାଏ)

◆ନିଶ୍ଵାସ ମାରିବା◆→ଵିଵାହ ପୂର୍ବରୁ ଏକାକୀ ଶାନ୍ତି ରେ ନିଶ୍ଵାସ ମାରୁଥିବା ଲୋକକୁ ନିଜର ସାଥିପାଇଁ ମଧ୍ଯ ସୁଖ ଶାନ୍ତି ର ନିଶ୍ଵାସ ପ୍ରଶ୍ଵାସ ପାଇଁ ଅନେକ ପରିଶ୍ରମ କରିବାକୁ ହୁଏ....
ଆଉ ବେଳେ ବେଳେ ସେ ସ୍ଵୟଂ ବରଂ ନିଶ୍ଵାସ ନେଉ କି ନ ନେଉ ନିଜ ସାଥି ପାଇଁ ସୁଖଶାନ୍ତିର ନିଶ୍ଵାସ ପ୍ରଶ୍ଵାସ ପାଇଁ ଲଢିବାକୁ ହିଁ ପଡି଼ଥାଏ
😀😀
ଵିଵାହ ଶବ୍ଦ ର ଆଉ କିଛି ପ୍ରତିଶବ୍ଦ....
●(ଦାରା)ପରିଗ୍ରହ●→ପରି(ସଂପୂର୍ଣ୍ଣ ଭାବେ)+ଗ୍ରହ ଧାତୁ(ଗ୍ରହଣ କରିବା)+ଭାବ.ଅ
●ପରିଣୟ●→ପରି(ସଂପୂର୍ଣ୍ଣ ଭାବେ)+ନୀ ଧାତୁ(ନେବା,ପାଇବା)ଭାବ.ଅ
●ପାଣିଗ୍ରହ/●→ପାଣି(ହସ୍ତ)+ଗ୍ରହ୍ ଧାତୁ.ଅଧିକରଣେ.ଅ(ଅନ୍ୟ ରୂପ-ପାଣିଗ୍ରହଣ)
ଓଡ଼ିଆରେ ଆମେ ବାହାଘର,ଵିହା ଓ ଵିଭା ଆଦି କହିଥାନ୍ତି ବଙ୍ଗାଳୀରେ ଵିଵାହ ଛଡ଼ା ପାର୍ସୀ ରୁ ଆନୀତ ଶାଦୀ ଓ ମିଲନ୍ କରିବା ଆଦି ଶବ୍ଦ ମଧ୍ଯ ଚଳୁଅଛି ...

◆◆◆◆ଵିଵାହ ଓ ଧର୍ମ◆◆◆◆

ସନାତନ ଧର୍ମର ଦଶବିଧ ସଂସ୍କାର ମଧ୍ୟରୁ ଵିଵାହ ହେଉଛି ଗୋଟିଏ ମୁଖ୍ୟ ସଂସ୍କାର....
ସନାତନ ଧର୍ମଗ୍ରନ୍ଥ ଓ ଶାସ୍ତ୍ର ଗୁଡି଼କରେ ଆଠ ପ୍ରକାରର ଵିଵାହ ଵିଷୟରେ ଉଲ୍ଲେଖ
କରାଯାଇଛି
●→ବ୍ରାହ୍ମ
●→ଦୈଵ
●→ଆର୍ଯ୍ୟ
●→ପ୍ରାଜାପତ୍ୟ

(ଏସବୁଥିରେ ଵହ୍ ଧାତୁ ର ଅଧିକାଂଶ ସାତ୍ତ୍ଵିକ ଅର୍ଥ ଯଥା:-ଵହନ କରିବା,ଵହିବା,ଚଳାଇବା,ବାଟ କଢା଼ଇ ନେବା,ଵିସ୍ତାରିତ କରିବା,ଧାରଣ କରିବା ଆଦି କାର୍ଯ୍ୟ କରୁଅଛି)

●→ଆସୁର ବିବାହ—କନ୍ୟାକୁ କିଣିକି ଵିଵାହ
(ଏଭଳି ଵିଵାହ ଆଜି ଵି ଵିଶ୍ଵର କେତେକ ଜାତିରେ ହେଉଥିବା ଦେଖାଯାଏ/ଗୁଜରାଟ ର କେତେକ ଜାତି କନ୍ୟା ଘରକୁ ଆର୍ଥିକ ସହାୟତା ଦେଇ ଵିଵାହ କରୁଥିଲା ଵେଳେ ଭାରତର ଅଧିକାଂଶ ଅଞ୍ଚଳରେ ଵରକୁ ଯୌତୁକ ରୂପକ ଉତ୍କୋଚ ଟଙ୍କା ଦେଇ କିଣାଵିକା କରାଯାଏ ଯାହା ନିଶ୍ଚିତ ଭାବରେ ଆସୁରିକ ଵିଵାହ କୁହାଯିବା କଥା)
●→ଗାନ୍ଧର୍ବ ବିବାହ—ବରକନ୍ୟାଙ୍କ ଅନୁରାଗ ବଶତଃ ମିଳନ (ଏଠାରେ ଵହ୍ ଧାତୁ ର ପିନ୍ଧିବା ଅର୍ଥ କାର୍ଯ୍ୟ କରୁଅଛି ଯେହେତୁ ସାଧାରଣତଃ ଗନ୍ଧର୍ବ ଵିଵାହ ବରକନ୍ୟାଙ୍କ ମଧ୍ୟରେ ମାଳା ଅଦଳଵଦଳରୁ ଆରମ୍ଭ ହୋଇ ପରେ ବେଦିରେ ଵିଵାହ କଲାରୁ ସମ୍ପନ୍ନ ହେଉଥିଲା)
●→ରାକ୍ଷସ ବିବାହ— କନ୍ୟାପକ୍ଷୀୟ ଲୋକମାନଙ୍କୁ ହାଣି ମାରି କନ୍ୟା ର ଇଛା ଵିରୁଦ୍ଧରେ ତାକୁ ବଳପୂର୍ବକ ହରଣ କରି ବିବାହ କରିବା(ଏଠାରେ ଵହ୍ ଧାତୁ ର ଘେନି ପଳେଇଯିବା,ଚୋରି କରିନେବା,ହରଣ କରିବା ଆଦି ଅର୍ଥ କାର୍ଯ୍ୟ କରୁଅଛି)

●→ପୈଶାଚ—ନିର୍ଜନରେ ନିଦ୍ରା ବା ମଦ୍ୟପାନଦ୍ୱାରା ଅଚେତନା ବା ଉନ୍ନତ୍ତା କନ୍ୟାର ସହବାସ ପୂର୍ବକ ତାହାକୁପତ୍ନୀ ରୂପେ ଗ୍ରହଣ କରିବା(ଏଠାରେ ଵହ୍ ଧାତୁର ସହ୍ୟ କରିବା ଅର୍ଥ କାର୍ଯ୍ୟ କରୁଅଛି)

★→ଭାରତୀୟ ଵୈଵାହିକ ନୀତି ଅପେକ୍ଷାକୃତ ଅଧିକ ଉନ୍ନତ ସାମାଜିକ ଵ୍ୟଵସ୍ଥା କହିଲେ ଅତ୍ୟୁକ୍ତି ହେବ ନାହିଁ । ପୁଣି ଏଥିରେ ପୃଥିବୀରେ ମନୁଷ୍ୟ ମାନଙ୍କ ମଧ୍ୟରେ ପ୍ରଚଳିତ ପ୍ରାୟ ସମସ୍ତ ପ୍ରକାରର ଵିଵାହ ପ୍ରଥାକୁ ଗ୍ରହଣ କରାଯାଇଥିଲେ ହେଁ ସାଧାରଣତଃ ସାତ୍ତ୍ଵିକ ନୀତି ଗୁଡି଼କୁ ଅଧିକ ଗୁରୁତ୍ୱ ଦିଆଯାଇଛି ।
★→ଖ୍ରୀଷ୍ଟିଆନ ତଥା ପଶ୍ଚିମ ଵିଶ୍ଵର ଅତ୍ୟାଧୁନିକ ଵିଵାହପ୍ରଥା ଗନ୍ଧର୍ବ ଵିଵାହ ପ୍ରକାରର
★→ମୁସଲମାନ ମାନଙ୍କ ଵିଵାହ ନୀତି
କେଵଳ ଏକ ସାମାଜିକ ଚୁକ୍ତିନାମା ଏବଂ ତାହା କେବେଵି ଭଙ୍ଗ କରାଯାଇପାରିବାର ମଧ୍ଯ ଵ୍ୟଵସ୍ଥା ରହିଛି ପୁଣି ଏକପତ୍ନୀବ୍ରତ ବଦଳରେ ଏଥିରେ ବହୁପତ୍ନୀଗ୍ରହଣର ସୁଵିଧା ମଧ୍ଯ ପ୍ରଦାନ କରାଯାଇଛି । 

ଶ୍ଲୋକାର୍ଥ-୫-ଭଗଵାନ କେଉଁଠି ମିଳିବେ


ନା ହଁ ତିଷ୍ଠାମି ବୈକୁଣ୍ଠେ ଯୋଗିନାଂ ହୃଦୟେ ନ ଚ ।
ମଦଭକ୍ତ୍ୟା ଯତ୍ର ଗାୟନ୍ତି ତତ୍ର ତିଷ୍ଠାମି ନାରଦ ।।

ହେ ପ୍ରିୟ ନାରଦ !!

ଭାଵାର୍ଥ:-ମୁଁ ନା ତ ଵୈକୁଣ୍ଠରେ ରହେ ନା ଯୋଗୀମାନଙ୍କ ହୃଦୟରେ..
ଯେଉଁଠି ମୋର ଭକ୍ତ ଥାଅନ୍ତି
ତୁମକୁ ମୁଁ ସେଇଠି ଦିଶିଯିବି !

ଭଗଵାନ ସବୁଠାରେ ଵିଦ୍ୟମାନ କିନ୍ତୁ ସର୍ଵତ୍ର ଥାଇ ଵି ସମସ୍ତଙ୍କୁ ସେ ଦୃଶ୍ୟ ହୁଅନ୍ତି ନାହିଁ ।
ତାଙ୍କୁ ଦେଖିବାକୁ ହେଲେ ଅର୍ଜୁନଙ୍କ ପରି ଭକ୍ତ ହେବାକୁ ହୁଏ....
ନାରଦ ମଧ୍ଯ ଵିଷ୍ଣୁ ଭକ୍ତ ତେଣୁ ଜଣେ ଭକ୍ତ କୁ ଈଶ୍ୱର କହୁଅଛନ୍ତି ଯେ ହେ ଭକ୍ତ ନାରଦ
ତୁମେ ମୋତେ ଏଠି ସେଠି ଏଷଣା କରି କିଛି ଲାଭ ନାହିଁ ବରଂ ଯେଉଁଠି ମୋର(ତୁମପରି) ଭକ୍ତ ଅଛନ୍ତି ସେଇଠି ହିଁ ତୁମକୁ ମୁଁ ମିଳିଯିବି..
ସାରା ଵିଶ୍ଵ ଖୋଜିଲେ ଵି ସେ ଈଶ୍ୱର ମିଳନ୍ତି ନାହିଁ କିନ୍ତୁ ଖୋଜୁଥିବା ଲୋକ ଯଦି ନିଜକୁ ଭକ୍ତ କରି ତା ହୃଦୟ ମଧ୍ୟରେ ତାଙ୍କୁ ଖୋଜେ ତାହେଲେ  ତାକୁ ପ୍ରାପ୍ତ ଦିଵ୍ୟ ଚକ୍ଷୁ ଵଳରେ ସେ ପରମେଶ୍ବରଙ୍କର ଦର୍ଶନ କରିପାରିବ !

“ଵୈକୁଣ୍ଠେ ରୁହେନି
ନା ରହେ ମୁଁ ଯୋଗୀର ହୃଦୟେ
ମୋତେ ପାଇଯିବ ନାରଦ !
ମୋର ଭକ୍ତ ଯେଉଁ ଠାରେ”

(ଶ୍ଳୋକ:-ପଦ୍ମପୁରାଣ)

ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...