Saturday, July 14, 2018

ଜଗନ୍ନାଥ ଓ Juggernaut;ଏକ ଈଶନିନ୍ଦା ର ଗାଥା

ସାତ ସମୁଦ୍ର ତେର ନଈ ପାର ହେଇ ଇଂରେଜ ଜାତି ଯେତେବେଳେ ଭାରତଵର୍ଷରେ ପଦାର୍ପଣ କଲେ ସେମାନେ ଏ ଦେଶର ସଂସ୍କୃତି ଦେଖି ଆଚମ୍ବିତ ହେଲେ । ନିହାତି ସାଧାରଣ କିନ୍ତୁ ଭୋଗଵାଦୀ ସମାଜରେ ବଢିଥିବା ଏହି ଵୈଦେଶିକ ଜାତିର ଲୋକଙ୍କ ଆଖିରେ
ଭାରତୀୟଙ୍କ “ତ୍ୟାଗ―ଯୋଗ ର ସଂସ୍କୃତି”
ନିହାତି ଅଵାନ୍ତର,ହୀନମାନର ବୋଧ ହେବାକୁ ଲାଗିଲା । ଇଉରୋପୀୟ ଜାତୀୟ ଲୋକେ ବହୁତ କାଳ ଯାଏଁ ସ୍ଵୟଂ ର ଭୋଗଵାଦୀ ଵାସ୍ତୁଵାଦୀ ସଂସ୍କୃତି କୁ ହିଁ ଶ୍ରେଷ୍ଠ ମଣି ଏକ କିଂଭୂତକିମାକାର ଅହମିକାରେ ବୁଡି଼ ରହି ଦ୍ଵିତୀୟ ଵିଶ୍ଵଯୁଦ୍ଧ ପରଵର୍ତ୍ତୀ କାଳରେ ଯାଇ ପ୍ରକୃତିସ୍ଥ ହେଇଅଛନ୍ତି.....
ଏବେ ପାଶ୍ଚାତ୍ୟ ଦେଶର ଲୋକଙ୍କ ଆଖିରେ
ଭାରତର ଆଧ୍ୟାତ୍ମିକତାରେ ପରିପୂର୍ଣ୍ଣ ସଂସ୍କୃତି ର କିଛି ମର୍ଯ୍ୟାଦା ବଢିଛି କିନ୍ତୁ
ଆଜକୁ ପ୍ରାୟ ଦୁଇ ଶହ ତିନି ଶହ ଵର୍ଷ ତଳେ ଏମନ୍ତ ନଥିଲା.....

ଇଂରେଜ ମାନେ ଯେତେବେଳେ କଳିଙ୍ଗୋତ୍କଳ ର ଅଧିକାଂଶ ଭୂଭାଗକୁ ଅଧିକାର କରିନେଇ
ଶାସନ କରିବା ଆରମ୍ଭ କରିଥିଲେ
ସେତେବେଳେ ସେମାନଙ୍କର ମନରେ
ରଥଯାତ୍ରା ଦେଖି ଅନେକ ଗୁଡି଼ଏ ଭ୍ରାନ୍ତି ଆସିଯାଇଥିଲା ।
ରଥଯାତ୍ରାରେ ରଥର ଵିଶାଳତା ସେମାନଙ୍କୁ ଏତେ ଆଶ୍ଚର୍ଯ୍ୟ ଚକିତ କଲା ଯେ ଧର୍ମଦ୍ଵେଷରେ ହେଉ କିମ୍ବା  ଅଜ୍ଞାନତାଵଶତଃ ସେମାନେ
ଶ୍ରୀଜଗନ୍ନାଥଙ୍କୁ ଏକ ରାକ୍ଷସ ଭାବେ ଆକଳନ କରିବାକୁ ଲାଗିଲେ ।
ତେଣୁ ଏହି “ଜଗନ୍ନାଥ” ଶବ୍ଦରୁ ଗୋଟାଏ ଇଂରାଜୀ ଶବ୍ଦ ସୃଷ୍ଟି କରାଗଲା “Juggernaut”
ଏବଂ ଏହି ଶବ୍ଦର ଵ୍ୟଵହାର ସର୍ଵଥା ଏକ ନକାରାତ୍ମକ ଵିଶାଳ ଅପ୍ରତିଦ୍ଵନ୍ଦ୍ଵୀ ଶକ୍ତି ଭାବେ ହିଁ କରାଗଲା....
ଏକ ଇଂରାଜୀ naut ପ୍ରତ୍ୟୟ ଯୋଡି଼ ଗଢାଯାଇଥିବା Juggernaut ଶବ୍ଦର ଅର୍ଥ  “ଏଭଳି ଏକ ଅପରାଜିତ ନକାରାତ୍ମକ ଶକ୍ତି ଯାହା ନିଜ ସମ୍ମୁଖରେ ଆସୁଥିବା ସମସ୍ତ ଵ୍ୟକ୍ତି ଓ ଵସ୍ତୁ କୁ ଧ୍ଵସ୍ତ କରିଦିଏ”

ପରେ ଏହି Juggernaut ଶବ୍ଦ ଓ ତହିଁର ଅର୍ଥ ଆଧାରରେ “Marvel comics”ର ନିର୍ମାତାମାନେ X-men #12 (ଜୁଲାଇ ୧୯୬୫)କମିକ୍ ସଂଖ୍ୟାନରେ ଗୋଟାଏ ନକାରାତ୍ମକ କମିକ୍ ପାତ୍ର ଵା ଚରିତ୍ର ସୃଷ୍ଟି କରି ତା ନାଆଁ ଦେଇଥିଲେ
Juggernaut....

(X-Men: The Last Stand,X-Men: Days of Future Past ଓ Deadpool 2 ହଲିଓଡ୍ ଚଳଚ୍ଚିତ୍ର ଗୁଡି଼କରେ Juggernaut ଚରିତ୍ରର ଅଵତାରଣା କରାଯାଇଛି)

ତେବେ ମନରେ ସ୍ଵତଃ ପ୍ରଶ୍ନ ଉଠେ ଯେ
ସ୍ଵୟଂ ଜଗତର ନାଥ ଜଗନ୍ନାଥ ଯିଏ,
ଯାହାଙ୍କର ରଥ ଠାରୁ ଵସ୍ତ୍ର ଯାଏଁ―
ଗୃହ ଠାରୁ ଖାଦ୍ୟ ଯାଏଁ ସବୁ କିଛି ଶ୍ରେଷ୍ଠ-ଉତ୍କୃଷ୍ଟ- ମହାନ ତାଙ୍କୁ ପୁଣି ଏ ମ୍ଲେଚ୍ଛ ମାନେ
ଏତେ ହୀନ ଚିତ୍ରଣ କେମନ୍ତ କରିପାରିଲେ.....?

ଏହାର ଉତ୍ତର
ପୂର୍ବକାଳରେ ରଥଯାତ୍ରା ସମୟରେ ହେଉଥିବା ଘଟଣାଵଳୀ ମଧ୍ୟରେ ଲୁଚିରହିଛି....

କୁହାଯାଏ ଆଗେ ଯାତ୍ରୀମାନେ କେହି କେହି ରଥମାନଙ୍କର ଚକ ସାମନାରେ ପଡ଼ିଯାଇ ପ୍ରାଣ ଝାସୁଥିଲେ ଓ ଏହା କରିବାଦ୍ୱାରା ସେମାନଙ୍କର ସ୍ୱର୍ଗଲାଭ ହେବ ବୋଲି ଆଶା ଓ ଵିଶ୍ଵାସ ରହୁଥିଲା ।
କେହି କେହି ଲୋକ ମଧ୍ଯ ଭିଡ଼ରେ ରଥଚକରେ ପେଷି ହୋଇ ଯାଉଥିଲେ
ଵା ଦଳାଚକଟା ରେ ପ୍ରାଣ ହରାଉଥିଲେ  .....
କଳିଙ୍ଗୋତ୍କଳ କୁ ଶାସନକରିବାକୁ ଆସିଥିବା, ଭାରତୀୟ ସଂସ୍କୃତି ଵିଷୟରେ ଵିନ୍ଦୁ ଵିସର୍ଗ ସୁଦ୍ଧା ଜାଣିନଥିବା ସେହି ଵିଦେଶୀମାନେ ଏମନ୍ତ  ଅଭାବନୀୟ ଘଟଣାମାନ ଦେଖି ନିଜର ଵାଳଚପଳ ମନରେ ଯାହା ପ୍ରାରମ୍ଭିକ ମତ ପୋଷଣ କରିଥିଲେ ତାହା ଦୃତ ଵେଗରେ ପ୍ରଚାର ପ୍ରସାର ହେଇଯାଇଥିଲା ।
ସେଇଠୁ ଇଂରାଜୀ ଭାଷାରେ
ରାକ୍ଷସ ର ଗାଡ଼ି ଅର୍ଥରେ ଏକ
ପ୍ରଵାଦ ଚଳିବା ଆରମ୍ଭ ହୋଇଯାଇଥିଲା
'The car of Jagannath'

ଵିଂଶ ଶତାବ୍ଦୀରେ ସୁଦ୍ଧା ଵିଦେଶୀ ମାନଙ୍କ ଭ୍ରମ ସଂପୂର୍ଣ୍ଣ ଦୂର ହୋଇପାରିନଥିଲା....
ଗତ ଶତାବ୍ଦୀରେ Burton ନାମକ ଜଣେ ଵିଦେଶୀ ପୁରୀଧାମକୁ ଆସି
ଜଗନ୍ନାଥଙ୍କୁ ଏକ ପକ୍ଷଧାରୀ ଅସୁର—ଦେବତା ବୋଲି ବର୍ଣ୍ଣନା କରିଯାଇଥିଲା ଓ ତାଙ୍କ ରଥ ଚକତଳେ ମନୁଷ୍ୟ ବଳି ଦିଆଯିବା କଥା ମଧ୍ୟ ଲେଖିଥିଲା । ସନାତନ ଧର୍ମ ର ଆରାଧ୍ୟ ଦେଵତା ଜଗନ୍ନାଥଙ୍କୁ ଜଣେ ନିର୍ଦ୍ଦୟୀ ରାକ୍ଷସ ଭାବେ ଚିତ୍ରଣ କରି ୟୁରୋପୀୟ ଜନସମାଜ ଯୋଉଁ ଈଶନିନ୍ଦା କରି ଅଛନ୍ତି ତାହା ଯୁଗ ଯୁଗ ଧରି ସେମାନଙ୍କର ହୀନମନ୍ୟତାର ପରିଚାୟକ ହୋଇରହିଥିବ । ତେବେ ସେ ଯାହା ହେଉ ନା କାହିଁକି ଉତ୍କଳୀୟ ମାନଙ୍କର ଏବଂ ତତ୍କାଳୀନ ସରକାରଙ୍କର କଟକଣା ଯୋଗୁଁ ରଥମାନ ଚଳିବା ସମୟରେ ମାଜିଷ୍ଟ୍ରେଟ୍ ଓ ପୋଲିସ ଵଳ ସହ ସାହେବମାନେ ନିଜେ ଉପସ୍ତିତ ରହି ଚଳୁଥିବା ରଥର ଚାରିପାଖରୁ ଲୋକଙ୍କୁ ଆଡ଼େଇ ଦେଉଥିଲେ ତେଣୁ ତାପରେ ସେପରି ଦୁର୍ଘଟଣା ପ୍ରାୟ ଆଉ ଏତେ ଘଟିଲା ନାହିଁ ନହେଲେ ଆଜକୁ ପୁରୀ ରଥଯାତ୍ରା କୁ ଲୋକେ
“Suicide spot”କରି ଛାଡ଼ି ସାରନ୍ତେଣି......

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...