Thursday, July 19, 2018

ଓଡ଼ିଆ  Vs ଫେକୋଶଲୀ

ଯେତେବେଳେ କୋଶଳର ସତ୍ୟତା ଉଦଘାଟନ କରି ତାହାର ବିରୋଧ
କରାଯାଏ କିଛି ଲୋକ ଜ୍ଞାନ ଦେଵାକୁ ଯାଇ କୁହନ୍ତି
“ତମେ ଓଡ଼ିଆ ମାନେ ଆଜି ଅଠରଶହ ଶତାବ୍ଦୀର ଵଙ୍ଗାଳୀମାନଙ୍କ ପରି ଵ୍ୟଵହାର କରୁଛ । ତମେ ମାନେ କହୁଛ “କୋଶଲୀ ଏକ ସ୍ଵତନ୍ତ୍ର ଭାଷା ନୁହେଁ” ଠିକ୍ ଯେମିତି ଦିନେ
ବଙ୍ଗାଳୀ ମାନେ  "ଓଡ଼ିଆ ଏକଟା ସ୍ୱତନ୍ତ୍ର ଭାଷା ନଏ" ବୋଲି କହୁଥିଲେ । ମନେ ଅଛି ନା ତାପରେ କଣ୍ ହେଇଥିଲା । ତାହାର ପରିଣାମ ହୋଇଥିଲା ଓଡ଼ିଆ ଭାଷା, ଆନ୍ଦୋଳନ ଆଉ ବଙ୍ଗ ଵିଭାଜନ । ଆମେ ଵି ସେମିତି ଓଡ଼ିଶାର ଵିଭାଜନ କରିଦେବୁ"
ଇତ୍ୟାଦି ଇତ୍ୟାଦି ....

ଯେଉଁ ମାନେ ଏମନ୍ତ ମତ ଦିଅନ୍ତି
ସେମାନେ ଆଖି ଥାଉ ଥାଉ ଅନ୍ଧ ନା ମୂର୍ଖଙ୍କର ସରଦାର ବୁଝିବା କଷ୍ଟକର ହୋଇପଡୁ଼ଛି ! ଏଗୁଡା଼ କାହା ସହିତ କାହାକୁ ତୁଳନା କରୁଛନ୍ତି ସେକଥା ଆଗ ବୁଝିଛନ୍ତି ନା ନାହିଁ ? ଯେମିତି ଶ୍ରୀରାମଚନ୍ଦ୍ରଙ୍କ ସହ ରାମିଆ ଭଣ୍ଡାରୀ ର ତୁଳନା କରିବା ହାସ୍ୟାସ୍ପଦ ଏକଥା ମଧ୍ଯ ତତୋଃଧିକ ମୂର୍ଖାଣ୍ଡିଆପଣ ବୋଧ ହେଉଅଛି ।
ଯେଉଁ ମାନେ ଓଡ଼ିଆ ଭାଷା ସହିତ #FakeKoshli ର ତୁଳନା କରୁଛନ୍ତି । ସେମାନେ କେଵଳ ଉପରଠାଉରିଆ ତୁଳନା କରୁଛନ୍ତି ଯଦି ଭିତରିଆ ଅନୁଧ୍ୟାନ କରୁଥାନ୍ତେ ତେବେ ଏମନ୍ତ ମନ୍ଦବୁଦ୍ଧିପଣ ଆଦୌ କରନ୍ତେ ନାହିଁ । ତେବେ
ଓଡିଆ ଭାଷା ସହ #ଫେକକୋଶଲ୍ ର ତୁଳନା କରିଦେଖାଯାଉ ।

୧-ପ୍ରାଚୀନତା→ଏକଥା ଆଜି ସାରା ଵିଶ୍ଵ ମାନୁଛି ଯେ ସଂସ୍କୃତ ପରେ ଜଗତର ସବୁଠାରୁ ଶୁଦ୍ଧ ଭାରୋପୀୟ ଭାଷା ହେଉଛି ଓଡ଼ିଆ ଓ ଲିଥୁଆନିଆ । ଓଡ଼ିଆ ଭାଷାର ମୌଳିକ ଵ୍ୟାକରଣ ଓ ଵିଭିନ୍ନାଦି ଶୈଳୀ ରହିଛି ଏବଂ ଏ ଭାଷାର ଲକ୍ଷ ଲକ୍ଷ ନିଜସ୍ଵ ଶବ୍ଦ ମଧ୍ଯ ଅଛି । ଓଡ଼ିଆ ଭାଷାର ପ୍ରାଚୀନ ଲିପିର ସର୍ଵ ପ୍ରଥମ
ପ୍ରମାଣ ଆମେ ପାଆନ୍ତି ଖାରବେଳଙ୍କ ଶିଳାଲେଖରେ ...
ଯଦି ଏହି ଆଧାରରେ ଫେକୋଶଲୀ ଭାଷାର ପ୍ରାଚୀନତା ପରଖାଯାଏ ତେବେ ଜଣାପଡେ଼ ଯେ ଏମନ୍ତ ଏକ ଭାଷା ଆଜକୁ ପ୍ରାୟ 25 କି ତିରିଶ୍ ଵର୍ଷ ତଳେ ଆଦୌ ନଥିଲା । ଲୋକେ ସମ୍ବଲପୁରୀ ଶୈଳୀ କୁ ଜାଣିଥିଲେ କିନ୍ତୁ କେହି ଵି ଉକ୍ତ ଭାଷାକୁ କୋଶଲୀ ଫୋସଲୀ କହୁନଥିଲେ । ଓଡ଼ିଆ ଭାଷା ପରି ଫୋଶଲୀ ଭାଷାର ସେମିତି କୌଣସି ପ୍ରାଚୀନ ପ୍ରମାଣ ଏଯାଏଁ ମିଳି ନାହିଁ । ପ୍ରକୃତରେ ସମ୍ଵଲପୁରୀ ବୋଲୀ ଓଡ଼ିଆ ଭାଷାର ଗୋଟାଏ ଶୈଳୀ ଯାହାକୁ ଯୋର କରି ଭିନ୍ନେ କରିବା ପାଇଁ ଉତ୍ତରଭାରତୀୟ ଷଡଯନ୍ତ୍ର ଚାଲିଛି ।

୨→ପ୍ରାଚୀନ ସାହିତ୍ୟ

ଓଡ଼ିଆ ଭାଷାର ପ୍ରାଚୀନ ସାହିତ୍ୟ ର ପ୍ରଥମ ନିଦର୍ଶନ ଆମେ ପାଆନ୍ତି ଚର୍ଯ୍ୟାଗୀତିରେ । ଏହି ଗୀତ ଗୁଡି଼କୁ ଏକ ସମୟରେ ହିନ୍ଦୀ, ବଙ୍ଗଳୀ ଓ ନେପାଳୀ ମାନେ ଆପଣାର ବୋଲି ପ୍ରମାଣ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଯେବେଠୁଁ ଓଡ଼ିଆ ଭାଷାକୁ ମୌଳିକ ଭାଷାର ମାନ୍ୟତା ମିଳିଛି ସେମାନଙ୍କ ମୁହଁ ସିଲେଇ ହେଇଯାଇଛି । ପ୍ରକୃତରେ ଚର୍ଯ୍ୟାଗୀତିରେ ଥିବା 80% ଶବ୍ଦ ଓଡ଼ିଆ ଭାଷାରେ ଆଜି ଵି ପ୍ରଚଳିତ କିନ୍ତୁ ଅନ୍ୟ ଦାବିଦାର ଭାଷାଗୁଡିକରେ ତହିଁ ର 10% ଵି ଚଳୁନାହିଁ । ଚର୍ଯ୍ୟାଗୀତି ପରେ ୮ଶହ ରୁ ୧୩ଶହ ଶତାବ୍ଦୀ ମଧ୍ୟରେ ଅନେକ ପ୍ରାଚୀନ ଓଡ଼ିଆ ସାହିତ୍ୟ ର ପ୍ରମାଣ ମିଳିଛି ।
କିନ୍ତୁ ଫେକୋଶଲୀ ଭାଷାରେ ଏଇ ଏକ ଶବ୍ଦାବ୍ଦୀ ପୁରୁଣା ପ୍ରାଚୀନ ସାହିତ୍ୟ ନାହିଁ 😂😂😂 ହେଲେ ତାଙ୍କ ଅହଂକାର କଳା ଓ ସଂସ୍କୃତିଚୋର ଵଙ୍ଗାଳୀ ମାନଙ୍କ ତୁଳନାରେ କିଛି କମ୍ ନୁହେଁ । ସେମାନଙ୍କୁ ଆପଣ ଯଦି ପ୍ରାଚୀନ ସାହିତ୍ୟ ମାଗିବେ ସେମାନେ ଓଡ଼ିଆ ଭାଷାକୁ ତାଙ୍କ ଫେକୋଶଲୀ ମାଆ ବେଇଥିବା ଜ୍ଞାନ ଦେବେ । 😀😀ଏମାନେ ଏତେ ତଳକୁ ଖସିଗଲେଣି ଯେ ପଞ୍ଚଦଶ ଶତାବ୍ଦୀର ଜନୈକ ଲୋକପ୍ରିୟ ଓଡ଼ିଆ କଵି ଅର୍ଜୁନ ଦାସଙ୍କୁ କୋଶଲୀ କଵି କହିବା ଆରମ୍ଭ କରିଦେଲେଣି 😀😀😀
ମାନେ ଵଙ୍ଗାଳୀ ମାନେ ଜୟଦେବଙ୍କୁ ଚୋରେଇବାକୁ ଚେଷ୍ଟା କରିଥିଲେ ଏମାନେ ଅର୍ଜୁନ ଦାସଙ୍କୁ ଚୋରେଇ ନେବାକୁ ଚେଷ୍ଟିତ 😀😀 ।

୩→ଓଡ଼ିଆ ଭାଷା ଵିଷୟରେ ନାଟ୍ୟଶାସ୍ତ୍ରରେ ଉଲ୍ଲେଖ
ଆନୁମାନିକ ଖ୍ରୀଷ୍ଟଜନ୍ମର ଚାରିଶହ ଵର୍ଷ ପୂର୍ବେ ରଚିତ ଭରତମୁନୀଙ୍କ କର୍ତ୍ତୁକ ନାଟ୍ୟଶାସ୍ତ୍ରରେ
ଉଡ୍ର ଵିଭାଷାର ଉଲ୍ଲେଖ ମିଳେ ଯାହାକୁ ଓଡ଼ିଆ ଭାଷାର ପ୍ରାଚୀନ ରୂପ ବୋଲି ମାନାଯାଏ ।

ଭରତମୁନୀଙ୍କ ସମୟରେ ମୁଖ୍ୟତଃ ସାତୋଟି ଆଞ୍ଚଳିକ ଭାଷା ଥିଲା ତେଣୁ ସେ ତାଙ୍କ ନାଟ୍ୟଶାସ୍ତ୍ରରେ ଲେଖିଛନ୍ତି

“ମାଗଧ୍ୟାବନ୍ତିକା ପ୍ରାଚ୍ୟ ଶୌରସେନାର୍ଧମାଗଧୀ
ବାହ୍ଲିକା ଦାକ୍ଷିଣତ୍ୟାଚ ସପ୍ତଭାଷା ପ୍ରକୀର୍ତ୍ତିତା ।”
ଶ୍ଲୋକରେ ଵର୍ଣ୍ଣନା କରାଯାଇଥିବା ଭାଷାଗୁଡି଼କ ହେଲା
୧→ମାଗଧୀ
୨→ଅବନ୍ତିକା
୩→ପ୍ରାଚ୍ୟ
୪→ଶୌରସେନୀ
୫→ଅର୍ଧମାଗଧୀ
୬→ବାହ୍ଲିକ
୭→ଦାକ୍ଷିଣତ୍ୟ ଭାଷା(proto David )

ଏଠାରେ ମାଗଧୀ ଓ ଅର୍ଧମାଗଧୀ କୁ ଭିନ୍ନ ଦର୍ଶେଇବା ପାଇଁ ଦୁଇଥର ଲେଖା ହେଇଚି ।
ସେହି ସମୟରେ ପ୍ରାଚୀନ ଓଡ଼ିଆ ଭାଷାକୁ ଅର୍ଧମାଗଧୀ କୁହାଯାଉଥିଲା ।
ମାଗଧୀ ସହିତ ପ୍ରାଚୀନ ଓଡ଼ିଆ ଵା ଅର୍ଧମାଗଧୀ ର ସାମଜସ୍ୟତା ଥିଲେ ହେଁ ସେ ଉଭୟ ଭାଷା ମଧ୍ୟରେ ଥିବା ଧ୍ଵନି ଓ ଗଠନଶୈଳୀରେ ଭିନ୍ନତା ଦୃଷ୍ଟିରୁ ଏଠାରେ ପୃଥକ ପୃଥକ ଲେଖା ହୋଇଛି । ପୁଣି କିଛି ଭାଷାଵିଦ୍ ମତ ଦିଅନ୍ତି ଉଡ୍ର
ମାଗଧୀ କୁ ମୁଦ୍ରାପ୍ରସାଦରେ ଅର୍ଦ୍ଧମାଗଧୀ କୁହାଯାଇଛି । ଏଥିରୁ ପ୍ରମାଣିତ ହୁଏ ଯେ ଓଡ଼ିଆ ଭାଷା ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀ ବେଳକୁ
ଵିକଶିତ ହୋଇ ତତକାଳୀନ ଭାରତରେ ପ୍ରଚଳିତ ହୋଇ ସାରିଥିଲା । ଏତଦ୍ବ୍ୟତୀତ ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀ ବେଳକୁ ଓଡ଼ିଶାର ଅଧିକାଂଶ ଅଞ୍ଚଳ ମଗଧର ନନ୍ଦଶାସକଙ୍କ ଦ୍ଵାରା ଶାସିତ ହେଉଥିଲା । ଏହି ହେତୁରୁ ମଧ୍ଯ ଏ ଉଭୟ ଭାଷାକୁ ଭିନ୍ନ କୁହାଯାଇଥାଇପାରେ ।

ତତ୍ ପରେ ମାଗଧୀ ଓ ଅର୍ଧମାଗଧୀ ମଧ୍ୟରେ ଭେଦ ଉପସ୍ଥାପନ କରିବାକୁ ଯାଇ ଭରତମୁନୀ କହିଛନ୍ତି

ମାଗଧୀତୁ ନରେନ୍ଦ୍ରଣାମନ୍ତଃ ପୁର ସମାଶ୍ରୟା,
ଟେଚିନାଂ ରାଜପୁତ୍ରାଣାଂ ଶ୍ରେଷ୍ଠିନାଞ୍ଚର୍ଧମାଗଧୀ ।।

ଅର୍ଥାତ୍:-ରାଜା,ରାଜପୁତ୍ର, ଅନ୍ତଃପୁର ରକ୍ଷକ ଓ ଟେଟୀ ମାନେ ମାଗଧୀ ତଥା ଶ୍ରେଷ୍ଠୀ ଵା ଓଡ଼ିଆ ସାଧଵ ଵଣିକ ମାନେ ଅର୍ଧମାଗଧୀ ଵ୍ୟଵହାର କରୁଥିଲେ ।

ଭରତ ମଧ୍ଯ ସ୍ଵରଚିତ ନାଟକରେ ଉଡ୍ରଜା ନାମକ ଏକ ଵିଭାଷାର ଉଲ୍ଲେଖ କରିଅଛନ୍ତି । ଵିଭାଷା ହେଲେ ହେଁ ଏହା ନାଟକରେ ଵ୍ୟଵହାର ହେଉଥିଲା ବୋଲି ସେ ଦର୍ଶାଇଛନ୍ତି ।

ଶକରାଭୀର ଚାଣ୍ଡାଳ ଶଵର ଦ୍ରାଵିଡୋ଼ଡ୍ରଜାଃ ।
ହୀନାବନେଚରାଣାଂ ଚ ଵିଭାଷାଃ ସପ୍ତକୀର୍ତ୍ତିତାଃ  ।।

ଏଠାରେ ଭରତମୁନୀ
ଶକ,ଶବର,ଅଭୀର,ଚାଣ୍ଡାଳ,ଦ୍ରାଵିଡ଼,ଉଡ୍ରଜା ଓ ବନାଚରୀ ଇତ୍ୟାଦି ସାତଗୋଟି ଵିଭାଷାର ଉଲ୍ଲେଖ କରିଅଛନ୍ତି
ଏଗୁଡି଼କ ଵିଭାଷା ହେଲେ ହେଁ ନାଟ୍ୟରେ ଵ୍ୟଵହୃତ ହେଉଥିଲେ । ଏହି ଶ୍ଲୋକ ଆଧାରରେ କେହି କେହି ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀ ବେଳକୁ ଓଡ଼ିଆ ଭାଷା ଏକ ଵିଭାଷା ଥିବା ମତ ଦିଅନ୍ତି । କିନ୍ତୁ ଭରତମୁନୀ ଉଡ୍ରଜା ଓ ଅର୍ଦ୍ଧମାଗଧୀ କୁ ଦୁଇଟି ଭିନ୍ନ ଭାଷା ରୂପେ ଦର୍ଶାଇଛନ୍ତି ।
ଏହାକୁ ଭିତ୍ତିକରି କେତେକ ଭାଷାଵିଦ୍ ମତ ଦିଅନ୍ତି ଯେ
ତତ୍କାଳୀନ ସମାଜରେ ଅର୍ଦ୍ଧମାଗଧୀ ଵା ଅର୍ଧମାଗଧୀ ଉଚ୍ଚଶ୍ରେଣୀୟ ଓଡ଼ିଆଙ୍କ ଭାଷା ଥିଲା ବେଳେ ଅନ୍ୟ ଓଡ଼ିଆ ଲୋକେ ଉଡ୍ରଜାରେ କଥୋପକଥନ କରୁଥିଲେ ।

ପୁନଶ୍ଚ ନାଟ୍ୟଶାସ୍ତ୍ରରେ ବିଭିନ୍ନ ପ୍ରବୃତ୍ତି ମଧ୍ୟରେ ମଧ୍ଯ ଓଡ଼ିଆ ଭାଷା ସ୍ଥାନ ପାଇଛି ।

ଆଵନ୍ତୀ ଦାକ୍ଷିଣାତ୍ୟାଚ ତଥା ଚୈବୋଡ୍ରମାଗଧୀ ।
ପାଞ୍ଚାଳୀ ମଧ୍ଯମି ଚେତି ଵିଜ୍ଞେୟାସ୍ତୁ ପ୍ରବୃତ୍ତୟଃ ।।

ଉପରୋକ୍ତ ଶ୍ଲୋକରେ ତତକାଳୀନ ସମୟରେ
ଚାରୋଟି ନାଟ୍ୟପ୍ରବୃତ୍ତି ଥିବା ଉଲ୍ଲେଖ ଅଛି
୧→ଆବଧୀ
୨→ଦାକ୍ଷିଣତ୍ୟ
୩→ପାଞ୍ଚାଳି
୪→ଉଡ୍ରମାଗଧୀ

ପୁଣି କୁହାଯାଇଛି
ଚର୍ତୁବିଧା ପ୍ରବୃତ୍ତିଶ୍ଚ ପ୍ରୋକ୍ତା ନାଟ୍ୟ ପ୍ରୟୋକ୍ତୃଭିଃ ।
ଆବନ୍ତି ଦାକ୍ଷିଣତ୍ୟାଚ ପାଞ୍ଚାଳି ଚୋଡ୍ର ମାଗଧୀ ।।

ଏଥିରୁ ଓଡ଼ିଆ ଭାଷା ତଥା ଉଡ୍ର ନାଟ୍ୟକଳାର ପ୍ରାଚୀନତା ସୁସ୍ପଷ୍ଟ ହୁଏ । ଓଡ଼ିଆ ଭାଷା ଯେ ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀ ବେଳକୁ ସୁଦୃଢ ସ୍ଥିତିରେ ଥିଲା ଏବଂ ଉତ୍ତରୋତ୍ତର ବିକାଶଲାଭ କରୁଥିଲା ଉପରୋକ୍ତ ତଥ୍ୟଗୁଡି଼କ ଦ୍ଵାରା ସ୍ପଷ୍ଟ ହୋଇଯାଉଛି ।
ତେବେ ନାଟ୍ୟଶାସ୍ତ୍ରରେ କୋଉଠି ଵି କୋଶଲୀ ବୋଲି ଗୋଟାଏ ଭାଷାର ନାଆଁ ନାହିଁ ତାହେଲେ କେଉଁ ପ୍ରମାଣ ବଳରେ କୋଶଲଵାଦୀ ମାନେ ତଥାକଥିତ କୋଶଲଫୋଶଲଭାଷା କୁ ଶାସ୍ତ୍ରୀୟ ଓଡ଼ିଆ ଭାଷାର ଜନନୀ କହୁଅଛନ୍ତି ତାହା ଜଣେଇଲେ ଉପକୃତ ହୁଅନ୍ତୁ....
(ବଙ୍ଗଳୀ ଯେମିତି ଓଡ଼ିଆ ଏକ୍ ସ୍ଵତନ୍ତ୍ର ଭାଷା ନୋୟ ଏବଂ ଓଡ଼ିଆ ଭାଷାଟା ବଙ୍ଗ ଭାଷାରୁ ଆସିଛି ବୋଲି ଯୁକ୍ତି ବଢୁଥିଲେ ଏ କୋଶଲୀ ଚୋର ଵି ସେଇଭଳି ବିନା ପ୍ରମାଣ ରେ ଖାଲି ହାଉଁ ହାଉଁ ସାଉଁ ସାଉଁ ହେଉଛନ୍ତି )

୪→ପ୍ରାଚୀନ ଵ୍ୟାକରଣ ଗ୍ରନ୍ଥ ଗୁଡି଼କରେ ଓଡ଼ିଆ ଭାଷାର ଉଲ୍ଲେଖ

◆ବ୍ୟାକରଣାକାର ମାର୍କଣ୍ଡେୟ ଉଡ୍ରୀ ଅପଭ୍ରଂଶର ଲକ୍ଷଣ ଉଲ୍ଲେଖ କରିବାକୁ ଯାଇ ତାଙ୍କ ପ୍ରାକୃତ ସର୍ଵସ୍ଵରେ ଲେଖିଛନ୍ତି
“ଶବର୍ଯ୍ୟାମେବୈଡ୍ରୀ ଯୋଗାତ୍ତଦ୍ଦେଶ୍ୟ ଶୌରସେନ୍ୟାଦେଃ ।”
ତାଙ୍କ ମତରେ ଉଡ୍ର ଦେଶର କଥିତ ଭାଷାରେ ଶୌରସେନୀ ଓ ଶଵର ଭାଷାର ପ୍ରଭାବ ଫଳରେ ଉଡ୍ରୀ ଅପଭ୍ରଂଶର ସୃଷ୍ଟି ।
ଉଡ୍ରୀ ଅପଭ୍ରଂଶର ନିମ୍ନଲିଖିତ ଉଦାହରଣ ସେ ଦେଇଛନ୍ତି

“ଦେବ ଜସୋଆ ଣ[ନ]ନ୍ଦଣ କର ମଇ କରୁଣା ଲେସ
ଏତ୍ତିକେ ଜମଉ ଅଚ୍ଛ (ଉ) ଇ ପିଟ୍ଟଇ ସବ୍ବ କିଳେସ”
। ଇତ୍ୟୋଡ୍ରୀ ।(୧୦)

ଏହାର ସଂସ୍କୃତ ରୂପ ଏଇଭଳି

“ଦେବ ଯଶୋଦା ନନ୍ଦନ କୁରୁ ମୟି କରୁଣା ଲେଶମ୍
ଇହତ୍ୟଃ ଜନ୍ମତଃ ଅସ୍ମି ଇତି ପୀଡ଼ୟତି ସର୍ଵ କ୍ଲେଶଃ ।”
ପଦଟିର ସମୟକାଳ ସମ୍ଭବତଃ ଦଶମ ଶତାବ୍ଦୀ ।

◆ବୈୟାକରଣୀକ ମାର୍କଣ୍ଡେୟ ଅନ୍ୟ ଏକ ସ୍ଥାନରେ ଭାରତର ୨୭ଟି ଅପଭ୍ରଂଶର ନାମୋଲ୍ଲେଖ କରିଅଛନ୍ତି ଏବଂ ତନ୍ମଧ୍ୟରେ ସେ କେଵଳ କେବଳ ଉଡ୍ର ଅପଭ୍ରଂଶ ନୁହେଁ ବରଂ କାଳିଙ୍ଗ୍ୟ ଓ ଉତ୍କଳୀ ଅପଭ୍ରଂଶ ଚଳୁଥିବା ଉଲ୍ଲେଖ କରିଛନ୍ତି ।

“ଗୌଡୌଡ୍ର ଚୈବ ପାଶ୍ଚାତ୍ୟ ପାଣ୍ଡ୍ୟ କୌନ୍ତକ ସିଂହଳା
କାଳିଙ୍ଗ୍ୟ ପ୍ରାଚ୍ୟ କର୍ଣ୍ଣାଟକାଞ୍ଚ୍ୟ ଦ୍ରାଵିଡ଼ ଗୌର୍ଜରା ।
◆ବିଖ୍ୟାତ ପ୍ରାକୃତ ବ୍ୟାକରଣାକାର ପୁରୁଷୋତ୍ତମ  ତାଙ୍କର ପ୍ରାକୃତାନୁଶାସନ ଗ୍ରନ୍ଥରେ ଔଡ୍ରୀ ଅପଭ୍ରଂଶର ଉଲ୍ଲେଖ କରିଛନ୍ତି ଓ ଏହାକୁ ଇ ଏବଂ ଓ ପ୍ରତ୍ୟୟ ବହୁଳ ଭାଷା(ଇକାରୌକାର ପ୍ରାୟ୍ୟୋଡ୍ରୀ) ବୋଲି ମତ ଦେଇଛନ୍ତି ।

◆ଅନିରୁଦ୍ଧ ଭଟ୍ଟ ତାଙ୍କର ପ୍ରାକୃତ କଳ୍ପତରୁ ଗ୍ରନ୍ଥରେ ଓଡ୍ରୀ ଅପଭ୍ରଂଶ ଛଡା଼ ଉତ୍କଳୀ ନାମକ ଆଉ ଏକ ଅପଭ୍ରଂଶର ଉଲ୍ଲେଖ କରିଛନ୍ତି ।
ଯଥା...
“ଆଭୀରକା ଦ୍ରାଵିଡି଼କୋତ୍କଳୀନ ବନୌକସୀ ମାଣ୍ଡୂରିକେତ ନାମ୍ନା ଶାକର ଓଡ୍ର ଦ୍ରାଵିଡାଦି ବାଚୋପଭ୍ରଂଶତାମ୍ ।”
କିନ୍ତୁ କୌଣସି ଵି ପ୍ରାଚୀନ ଵ୍ୟାକରଣଗ୍ରନ୍ଥରେ ଓଡ଼ିଆ ସଂସ୍କୃତ ଠାରୁ ଵି ପ୍ରାଚୀନ ତଥାକଥିତ କୋଶଲୀ ଭାଷାର ଉଲ୍ଲେଖ ନମିଳିବା କଣ୍ ପ୍ରମାଣିତ କରେ ପାଠକ ସ୍ଵୟଂ ଅନୁମାନ କରନିଅନ୍ତୁ.....

୪→ଓଡ଼ିଆ ଭାଷା ଆନ୍ଦୋଳନ ଓ କୋଶଲ୍ ଆନ୍ଦୋଳନ କାହିଁକି ପରସ୍ପରରେ ତୁଳନୀୟ ନୁହେଁ ?

କଂଗ୍ରେସ,ଵିଜେପି ଓ ଵିଜେଡି଼  ନେତାଙ୍କର ପ୍ରଚେଷ୍ଟାରେ ସଦାନନ୍ଦ ଅଗ୍ରଵାଲ ପରି ମାରଵାଡୀ ଲୋକଙ୍କ ଦ୍ଵାରା
କୋଶଲୀ ମଞ୍ଜି ପୋତିଲା ପରଠୁଁ କିଛି ମୂର୍ଖ ଅଣଓଡି଼ଆ ଙ୍କ ଦେଖାସିଖା ବୁଦ୍ଧି ରେ ପଡି଼  ସୀମାନ୍ତ ଓଡ଼ିଶାର ଉଚ୍ଚ ଜାତୀଆଙ୍କ ମୁଣ୍ଡ ବିଗିଡ଼ିବାକୁ ଲାଗିଲା ଯାହା ଆଜି ଵି ଉତ୍ତରୋତ୍ତର ବଢିବାରେ ଲାଗିଛି । ସତକଥା ହେଲା ସମ୍ଵଲପୁରୀରେ ଥିବା ଓଡ଼ିଆତ୍ଵକୁ ମାରିଦେଇ ଉକ୍ତ ଅଞ୍ଚଳରେ ହିନ୍ଦୀ ପ୍ରଚାର ପ୍ରସାର କରିବା ହିଁ ଉତ୍ତର ଭାରତୀୟଙ୍କର 1895ରୁ ସ୍ଵପ୍ନ ରହିଆସିଛି । ଦୁଃଖର ଵିଷୟ ସେତେବେଳେ ତ ସ୍ଥାନୀୟ ଲୋକେ ସେମାନଙ୍କ ଵିରୋଧରେ ସ୍ଵର ଉତ୍ତୋଳନ କରିଥିଲେ କିନ୍ତୁ ଆଜି ସମର୍ଥନ କରୁଛନ୍ତି ନଚେତ ସେମାନଙ୍କର ପ୍ରତିଵାଦ୍ ନକରି ମୌନ ରହୁଛନ୍ତି ।

ଯେତେବେଳେ ଵଙ୍ଗାଳୀ ଅଭିମାନୀଙ୍କ ଵିରୋଧରେ ଓଡ଼ିଆ ଭାଷା ଆନ୍ଦୋଳନ ତେଜି ଉଠିଥିଲା ସେତେବେଳେ ଓଡ଼ିଆ ଭାଷା
→ପ୍ରକୃତରେ ଗୋଟାଏ ଭାଷା କୁହେଇବାର ଯୋଗ୍ୟତା ରଖିଥିଲା
→ଓଡ଼ିଆ ଭାଷା ଏକ ମୌଳିକ ପ୍ରାଚୀନ ଭାଷାର ଅନେକ ପ୍ରମାଣ ମଧ୍ଯ ଥିଲା
→ଓଡ଼ିଆ ଭାଷାର ପାଖାପାଖି 2400 ଵର୍ଷ ପୁରାତନ ହେବାର ପ୍ରମାଣ ଥିଲା
→ଓଡ଼ିଆ ଭାଷାର ସଂସ୍କୃତ ପରେ ସର୍ବାଧିକ ପାଣ୍ଡୁଲିପି ଥିବାର ପ୍ରମାଣ ଥିଲା
→ଓଡ଼ିଆ ଭାଷାର ଗୋଟାଏ ସ୍ଵତନ୍ତ୍ର,ପ୍ରାଚୀନ,ମୌଳିକ ଲିପି ଥିଲା
→ଓଡ଼ିଆ ଭାଷାଭାଷୀ ଲୋକେ ସତକୁ ସତ ଅବହେଳିତ ହେଉଥିଲେ ଏବଂ ଆଜି ସୁଦ୍ଧା ଭାରତରେ ସବୁଠାରୁ ଅଧିକ ଅବହେଳିତ ଅଛନ୍ତି (ମିଛିମିଛିକା ଅବହେଳା କୋଶଳା ମାନେ ଶୁଣାନ୍ତି)
→ଓଡି଼ଶାର,ଓଡ଼ିଆର,ଉତ୍କଳର,କଳିଙ୍ଗର,ଉଡ୍ର ଦେଶର ସହସ୍ରାଧିକ ଐତିହାସିକ ପ୍ରମାଣ ଥିଲା
ଏସବୁ ସତ୍ୟ ସାର୍ଥକ ପ୍ରାମାଣିକ ଉପାଦାନ ବଳରେ ଓଡ଼ିଆ ଲୋକେ ଗୋଟାଏ ସ୍ଵତନ୍ତ୍ର ରାଜ୍ୟ ଗଠନ କରିପାରିଥିଲେ
କିନ୍ତୁ
କୋଶଲଵାଦୀଙ୍କ ପାଖରେ ଯେଉଁ ମିଛ ଭାଷା ଅଛି ତାହାର ମୂଳ
→ସମ୍ଵଲପୁରୀ ଯାହାର ନାଆଁକୁ କାଟିଦେବାକୁ ଚେଷ୍ଟା ଚଳେଇଛନ୍ତି କୋଶଲଵାଦୀ । କାରଣ ଓଡ଼ିଆ ଭାଷାର ଗୋଟାଏ ଉପଭାଷା ଆଧାରରେ ଵିଭାଜନ ସମ୍ଭବ ନୁହେଁ । ତେଣୁ କଳେ ବଳେ ଚେଷ୍ଟା ଚାଲିଛି ଯେ କେମିତି ସମ୍ବଲପୁରୀ ଭାଷା କୁ ଓଡ଼ିଆ ଭାଷାଠାରୁ ଭିନ୍ନ କୁହାଯିବ କିନ୍ତୁ ଶବ୍ଦ ବଦଳେଇ ଦେଲେ ଯେମିତି ଉର୍ଦ୍ଦୁ ହିନ୍ଦୀ ଭିନ୍ନେ ହେଇଯାଇନାହାନ୍ତି ସେହିପରି ଆଠ ଦଶୁଟା ମୈଥିଳୀ ହିନ୍ଦୀ ଶବ୍ଦ କହିଦେଲେ ସମ୍ଵଲପୁରୀ ଟା ଓଡ଼ିଆ ଭାଷା ଠାରୁ ଭିନ୍ନେ ହେଇଯିବନି । ଉକ୍ତ ଭାଷାଦ୍ଵୟର ପାରସ୍ପରିକ ଶବ୍ଦାଵଳୀ, ପ୍ରତ୍ୟୟ,କ୍ରିୟାଶବ୍ଦ,ସର୍ବନାମ,ବ୍ୟାକରଣ ଇତ୍ୟାଦି ର ମୂଲ୍ୟାଙ୍କନ କରାଗଲେ ହିଁ ଏ ଵିଷୟରେ କେହି କିଛି କହିପାରିବ....
→କୋଶଲଵାଦୀଙ୍କ କୋଶଲୀ ଭାଷାର ଓଡ଼ିଆ ପରି ପ୍ରାଚୀନତା ନାହିଁ ଯଦି ଥାଆନ୍ତା ଏମାନେ କେଵେଠୁ ବାଘ ସାଜନ୍ତେଣି କିନ୍ତୁ ପ୍ରମାଣ ନାହିଁ ବୋଲି ମାତ୍ର କୁକୁର ପରି ଭୋକି ହେବା ଛଡ଼ା ଆଉ କିଛି କରିପାରୁନାହାନ୍ତି
→ଓଡ଼ିଆ ଭାଷାର ପୁରାତନତା ଆଗରେ ହିନ୍ଦୀଆ ଓ ବଙ୍ଗଳୀ ପରି ଭାଷାଭିଜ
ତ୍ତିକ ଅହଂକାରୀ ମାନେ ସୁଦ୍ଧା ନତମସ୍ତକ ହୋଇଅଛନ୍ତି କିନ୍ତୁ କୋଶଲଵାଦୀଙ୍କ ପାଖରେ ତଥାକଥିତ କୋଶଲୀ ଭାଷା ପୁରାତନ ହେବାର କୌଣସି ପ୍ରମାଣ ନାହିଁ
→ଓଡ଼ିଆ ଭାଷାର ସଂସ୍କୃତ ପରେ ସର୍ବାଧିକ ପାଣ୍ଡୁଲିପି ଓ ଶିଳାଲେଖ ଥିଲା ବେଳେ
ତଥାକଥିତ କୋଶଲୀ ଭାଷାର ଗୋଟାଏ ଵି ପ୍ରାଚୀନ ପାଣ୍ଡୁଲିପି ମିଳିନାହିଁ (100 ଵର୍ଷ ତଳର ଵି ନାହିଁ 😂😂😂)
→ପ୍ରାଚୀନ କଳିଙ୍ଗ ଲିପିରୁ ସୃଷ୍ଟ ଆଧୁନିକ ଓଡ଼ିଆ ଲିପି ସେତେବେଳେ ଓଡ଼ିଆ ଭାଷାରେ ଭାଵପ୍ରକାଶ ପାଇଁ ଵ୍ୟଵହୃତ ହେଉଥିଲା ଆଉ ଲିପିକୁ ଭାଷାର ସ୍ଵରୂପ କୁହାଯାଏ କିନ୍ତୁ କୋଶଲଵାଦୀଙ୍କ ପାଖରେ ଗୋଟାଏ ସ୍ଵତନ୍ତ୍ର ଲିପି ଵି ନାହିଁ
କିଛି କୋଶଲା ପାଗଳା କହୁଛନ୍ତି ଦେବନାଗରୀ ରେ ଲେଖିବା(ମାନେ ଦେବନାଗରୀ ର ଗୋଲାମୀ କରିବା ଯାହା ଶହେ ବର୍ଷ ତଳେ ତାଙ୍କ ପୂର୍ଵକ ନାପସନ୍ଦ କରିଦେଇଦିଲେ)ଆଉ କିଛି କୁହନ୍ତି ଓଡ଼ିଆ ଲିପି ଟା ଆମର (ଲିପି ନାହିଁ ବୋଲି ଓଡ଼ିଆ ଲିପି ଟା ତାଙ୍କର କିନ୍ତୁ ଓଡ଼ିଆତ୍ଵ,ଉଡ୍ର ଜାତୀୟତା ତାଙ୍କର ଆଦୌ ନୁହେଁ 😀)
→ଆଉ ଶେଷ ଅସ୍ତ୍ର ଯୋଉଟାକୁ କୋଶଲଵାଦୀ ମାନସିକ ବ୍ରହ୍ମାସ୍ତ୍ର ମଣନ୍ତି ତାହା ହେଉଛି ଅବହେଳା
କୋଶଲଵାଦୀଙ୍କ ମତରେ ତାଙ୍କୁ ଭାଷା ଓ ସଂସ୍କୃତି ଆଧାରରେ ଅବହେଳା କରାଯାଉଛି
କିନ୍ତୁ ଯଦି ସଂପୂର୍ଣ୍ଣ ରୂପେ ଦେଖିବା ଏଠି ସମିତେ ଜାଣନ୍ତି ଯେ ଅଧୁନା ଯେତେ ବଡ଼ ବଡ଼ ସଂସ୍ଥାନ ଖୋଲାଯାଉଛି ସବୁ ପଶ୍ଚିମ ଓଡ଼ିଶାରେ ହେଉଛି । ବରଂ ଏ ମାମଲାରେ ବର୍ତ୍ତମାନ ଓଡ଼ିଶାରେ ବାଲେଶ୍ବର ଓ ଢେ଼ଙ୍କାନାଳ ଆଦି ଜିଲ୍ଲା ଅଧିକ ଅବହେଳିତ ପ୍ରତିଭାତ ହେଉଅଛି । ଆଉ ଅବହେଳା କଥା ପଡି଼ଲେ ଅଧିକାଂଶ ମାନିବେ ଯେ ଭାରତରେ ମଧ୍ଯ ଓଡ଼ିଶାର କଳା,ସଂସ୍କୃତି, ଭାଷା ଓ ଐତିହ ତଥା ବନ୍ୟା, ବାତ୍ୟା, ମରୁଡ଼ି କୁ ଅନ୍ୟ ଜାତି ଅପେକ୍ଷା ଅତ୍ୟଳ୍ପ ଗୁରୁତ୍ୱ ମିଳେ....
ବୀରଜାତି ହୋଇ ଵି ଓଡ଼ିଆ ଲୋକଙ୍କୁ ଗର୍ବିତ କଲା ଭଳି ଗୋଟାଏ ଵି ବଟାଲିଅନ୍ କି ରେଜିମେଣ୍ଟ ଆର୍ମୀରେ ନାହିଁ ନା ସତୁରୀ ଵର୍ଷ ଏ ଦେଶରେ ରହି ଓଡ଼ିଶାର ଵିକାଶ ହୋଇପାରିଛି ।
କାଲି ତ ସମ୍ବାଦ ରେ ଖବର ଛପିଲାଣି ଯେ ୨0୩୦ ସୁଦ୍ଧା ଓଡ଼ିଆ ଭାଷା ଲୋପ ପାଇଯିବ
ମାନେ ଭାରତରେ ସତୁରୀ ବର୍ଷ ରହିବା ଯୋଗୁଁ ଓଡ଼ିଆ ଭାଷା ଓ ସଂସ୍କୃତି ଵିପଦରେ ଓ ଅବହେଳିତ ମଧ୍ଯ.....
ତାହାହେଲେ ଓଡ଼ିଶାର  ତିନୋଟି ଜିଲ୍ଲା ଅବହେଳିତ ନା ସମ୍ପୂର୍ଣ୍ଣ କଳିଙ୍ଗୋତ୍କଳ ତାହା ସୁଧିପାଠକ ଵିଚାର କରିବେ

#ଜୟଜଗନ୍ନାଥ
#ବନ୍ଦେଉତ୍କଳଜନନୀ

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...