Saturday, July 21, 2018

ଶ୍ଲୋକାର୍ଥ-୪-ପଞ୍ଚ ଅଵଗୁଣ

ନାସ୍ତିକଃ ପିଶୁନଶ୍ଚୈଵ କୃତଘ୍ନୋ ଦୀର୍ଘଦୋଷକଃ ।
ଚତ୍ଵାରଃ କର୍ମଚାଣ୍ଡାଳା ଜନ୍ମତଶ୍ଚାପି ପଞ୍ଚମଃ ।।

◆→ନାସ୍ତିକ,ପିଶୁନ ଵା ନିଷ୍ଠୁର,ନିର୍ଦ୍ଦୟ,କୃତଘ୍ନ,ଦୀର୍ଘଦ୍ଵେଷୀ ଏବଂ ଅଧର୍ମଜନ୍ୟ ସନ୍ତାନ-ସନ୍ତତି  ଏ ପାଞ୍ଚ ପ୍ରକାରର ଅଵଗୁଣକୁ  ଶାସ୍ତ୍ରରେ କର୍ମଚାଣ୍ଡାଳ କୁହାଯାଇଛି
ଆଗେ ଉପରୋକ୍ତ ପାଞ୍ଚଟି ଅଵଗୁଣ ଥିବା ଲୋକ ତା ଜୀଵନରେ କେବେଵି ସୁଖି ହୋଇପାରୁନଥିଲା ।

କିନ୍ତୁ ସମୟ ବଦଳିଛି ଆଜିର ଯୁଗରେ ....

◆→ନାସ୍ତିକ ମାନେ ଵରଂ ମଲାବେଳେ ପଚି ପଚି ମରନ୍ତୁ କିନ୍ତୁ ଜୀଵନଯାକ ମଜା ମାରି ମାରି ଜିଅଁତି !
◆→ଏ ଯୁଗରେ ନିର୍ଦ୍ଦୟୀ ଲୋକେ ନାନାଦି ଆତଙ୍କଵାଦୀ ଦଳ ଗଠନ କରି ସାଧାରଣ ଜନତାଙ୍କ ଉପରେ ଅତ୍ୟାଚାର କରୁଅଛନ୍ତି,ସେମାନଙ୍କର ଶାରୀରିକ, ମାନସିକ, ଆର୍ଥିକ, ସାମାଜିକ ଶୋଷଣ କରୁଅଛନ୍ତି ।
◆→କୃତଘ୍ନ ଵା ଠକ ମାନେ, ଲୋକଙ୍କୁ ଠକି ଠକି ବହେ ଦିନ ଏମନ୍ତ କି କେହି କେହି ସାରା ଜୀବନ ସୁଖ ଭୋଗୁଅଛନ୍ତି । ସେ ରାଜନେତା ମାନେ ଵି କୃତଘ୍ନ ହିଁ ଅଟନ୍ତି ଯେଉଁ ମାନେ ଲୋକଙ୍କୁ ନାନା ପ୍ରକାରର ସ୍ଵପ୍ନ ଦେଖେଇ ତାହା ପୂରଣ ନକରି ଆପେ ମଜା ମାରି କ୍ଷମତା ଉପଭୋଗ କରୁଥାନ୍ତି ।
◆→ଆଉ ଏ ଯୁଗରେ ଦ୍ଵେଷକାରୀ ମାନଙ୍କୁ ସମସ୍ତେ ଡରନ୍ତି ଓ ସେମାନଙ୍କ ବିରୋଧରେ କିଛି ନକହିବାକୁ ଅନ୍ୟକୁ ଜ୍ଞାନ ଦିଅନ୍ତି । ଆଜିକାଲି ପୃଥିବୀର ଯେଉଁ କୋଣକୁ ଅନେଇବେ ସେଇ କୋଣରେ ଆଞ୍ଚଳିକଵାଦ ଓ ପାରସ୍ପରିକ ଭେଦଭାବ ଯୁକ୍ତ ଦ୍ଵେଷର ଵିଭତ୍ସ ଛଵି ଦେଖିବାକୁ ପାଇବେ । କିଏ ଜାଣେ କାଲି କୁ  ଏହି ପାରସ୍ପରିକ ଦ୍ଵେଷ ବୃଦ୍ଧିକାରୀ ଲୋକଙ୍କ ଯୋଗୁଁ ମାନଵ ସମାଜ ନିଜ ନିଜ ମଧ୍ୟରେ ହଣାହଣି ହେଇ ଠିକ୍ ଡାଇନୋସରଙ୍କ ପରି ଲୁପ୍ତ ନ ହେଇଯାଉ .....
◆→ଅଧର୍ମଜନ୍ୟ ସନ୍ତତିର  ଅର୍ଥ
ଵିଵାହ ପୂର୍ଵରୁ ଜାତ,ପାପକର୍ମରୁ ଜାତ,ସଗୋତ୍ରୀୟ ଵିଵାହରୁ ଜାତ,ଵିଜାତୀୟ ଵିଵାହରୁ ଜାତ,ଵୈଦେଶିକ ଜାତିର ଲୋକଙ୍କ ସଂସର୍ଗରୁ ଜାତ ସନ୍ତାନ ଅଟେ
ତେବେ ଏ ଯୁଗରେ ଅଧର୍ମଜନ୍ୟ ସନ୍ତାନ ମାନଙ୍କର ମାଗଣାରେ ଲୋକପ୍ରିୟତା କରା ହେଉଅଛି....
ସତ କହିବାକୁ ଗଲେ ଏହା ଆଉ ସେ କାଳ ପଖାଳ ପରି ଅବଗୁଣ ହେଇ କି ନାହିଁ
ଫିଲିମି ଇଷ୍ଟାର ହୁଅନ୍ତୁ କି ସେଲିବେରେଟି ନେତା ଓ ଲୋକପ୍ରିୟ ବ୍ୟକ୍ତି ଏମନ୍ତ ପାପକର୍ମରୁ ସନ୍ତାନ ଜାତ କରେଇ ସେମାନଙ୍କୁ ଲୋକପ୍ରିୟ ମଧ୍ଯ କରେଇପାରୁଛନ୍ତି
(ଉ-କରିନା-ସୈଫଙ୍କ ପୁଅ ଜନୈକ ଛୋଟା ଆତତାୟୀ ନାମଯୁକ୍ତ ତୈମୁର 😀)
ସମାଜ ଉପରେ ମଧ୍ଯ ପାଶ୍ଚାତ୍ୟ ସଂସ୍କୃତି ଅନୁପ୍ରାଣିତ ଭାରତୀୟ ଚଳଚ୍ଚିତ୍ର ଓ ସେଲିବେରେଟି ଜଗତର ପାପସଂସ୍କୃତିର ପ୍ରଭାବ ପଡି଼ଲାଣି ତେଣୁ ଭାରତୀୟ ସମାଜ ମଧ୍ଯ ଧୀରେ ଧୀରେ କଳୁଷିତ ହେବାକୁ ଲାଗିଲାଣି....
ଵର୍ତ୍ତମାନ ସମୟରେ ଆମ ମାନଵସମାଜର ଅଵସ୍ଥା ଅନୁଧ୍ୟାନରୁ ଜଣାଯାଉଛି ଯେ ଏବେ
ଉପରୋକ୍ତ ଶ୍ଲୋକରେ କୁହାଯାଉଥିବା ଅବଗୁଣ ମାନ ଆଉ ଅବଗୁଣ ହୋଇ ରହିନାହିଁ

“ଅବଗୁଣ  ଯେତେ ସୁଗୁଣ ହୋଇଲା
ପାପ ପୁଣ୍ୟ ମଧ୍ୟେ ଭେଦ ନ ରହିଲା
ଏବେ ଆଉ କିସ କହିବା ପ୍ରଭୂ ହେ !
ଅପେକ୍ଷା ପ୍ରଳୟ କେବେକୁ ହେବ ହେ !”

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...