Sunday, July 8, 2018

ବେଶ୍ୟା-ବିଟପୀ-ବାରଙ୍ଗନା-ବାରନାରୀ-ଗଣିକା-ଦାରିକା

ନାରୀ ପରିସ୍ଥିତି,ପରିଵେଶ ଆଉ ସମୟ ର ତାଡ଼ନା ରେ ତଥା ଆମ ପୁରୁଷ ମାନଙ୍କ ଯୋଗୁଁ ହିଁ ମନ୍ଦପଥଗାମୀ ହୋଇଣ ବେଶ୍ୟାବୃତ୍ତି କରିଥାଏ।
ଜଣେ ପୁରୁଷ ତାର କାମ ଲାଳସା ମେଣ୍ଟାଇବା ପାଇଁ ବଳାତ୍କାର କରେ କିନ୍ତୁ ନାରୀ ପେଟ ର ଭୋକ ମେଣ୍ଟେଇବା ପାଇଁ ମଧ୍ଯ ବେଳେ ବେଳେ ଏହିପରି ମନ୍ଦ କାମ କରିଥାଏ। ତେବେ ନାରୀ ର ଏଇ କାର୍ଯ୍ୟ ଆଧାରରେ ତାକୁ ବେଶ୍ୟା ଠାରୁ ବିଟପୀ ଯାଏଁ ଅନେକ ନାମ ଦିଆ ଯାଇଛି ।

1.ବେଶ=ସଜ୍ଜା+ଯୁକ୍ତାର୍ଥେ ଯ+ସ୍ତ୍ରୀ. ଆ=ବେଶ୍ୟା
2.ବାର(ବହୁବ୍ୟକ୍ତି)+ଅଙ୍ଗନା(ସ୍ତ୍ରୀ)=ବାରାଙ୍ଗନା
3.ବାର(ବହୁଵ୍ୟକ୍ତି)+ନାରୀ-ବହୁଵ୍ୟକ୍ତିଙ୍କର ନାରୀ=ବାରନାରୀ
4.ଗଣ+ଇକ+ସ୍ତ୍ରୀ+ଆ=ଗଣିକା
ଭର୍ତ୍ତା ରୂପରେ ଯାହାର ଅନେକ ଗଣ ଵା ପୁରୁଷଲୋକ ଅଛନ୍ତି

ନୈରୁକ୍ତି ଶାସ୍ତ୍ର ର ଵ୍ୟାଖ୍ୟା ଦୃଷ୍ଟିରୁ ଦେଖିଲେ ଶେଷ ଟି ଶବ୍ଦ ବେଶୀ କଟୁକର ହେବା କଥା କିନ୍ତୁ ଯେହେତୁ ସମାଜରେ ବେଶ୍ୟା ଶବ୍ଦ ଟି ବହୁପ୍ରଚଳିତ ତେଣୁ ତାହା ଲୋକଙ୍କୁ ଅଧିକ ବାଧେ । ଜଣେ ପଣ୍ଡିତ କିଛି ଵର୍ଷ ତଳେ ବାରାଙ୍ଗନା ଓ ବାରନାରୀ ଶବ୍ଦ ଦ୍ଵୟକୁ ଇଂରାଜୀ bar ସହିତ ତୁଳନାତ୍ମକ ଵ୍ୟାଖ୍ୟା କରି କହିଥିଲେ
Bar+ଅଙ୍ଗନା=ବାରାଙ୍ଗନା(ବାର୍ ରେ ନାଚୁଥିବା ସ୍ତ୍ରୀ)
ବାରନାରୀ=ବାର୍ ର ନାରୀ 😀😀😀
ଏ ସବୁ ସଂସ୍କୃତ ଶବ୍ଦ କିନ୍ତୁ ଏହି ଅର୍ଥକୁ ପ୍ରକଟ କରିବା ହେତୁ ଓଡ଼ିଆ ଦେଶଜ ଶବ୍ଦ ଟେ ଅଛି ତାହା ହେଉଛି ବିଟପୀ ।
ସଂସ୍କୃତ ବିଟ ଓ ବିଟପ ଶବ୍ଦଦ୍ଵୟର ଏକ।ଅର୍ଥ ଲମ୍ପଟ । ଏହି ବିଟ କିମ୍ଵା ବିଟପ ଶବ୍ଦ ମଧ୍ୟରୁ
ବହୁତ ସମ୍ଭଵ ଓଡ଼ିଆ ଶବ୍ଦ ଟି ନିଷ୍ପନ୍ନ ହୋଇଅଛି । ବିଟପ ଶବ୍ଦ ରେ ଈ ପ୍ରତ୍ୟୟ ଲଗାଇ ବିଟପୀ କରିବା ଏତେ ଅସମ୍ଭବ ଵି ନୁହେଁ ।
ଦାରୀ ଆଉ ଏକ ଦେଶଜ ଶବ୍ଦ ଏହି ଶବ୍ଦଟି ସଂସ୍କୃତ ଦାରିକା ସହିତ ସମ୍ବନ୍ଧିତ ।
ଦାରକ+ସ୍ତ୍ରୀ.ଆ=ଦାରିକା
ଦାରକ ର ଅର୍ଥ ଯେ କୁଳ ଧର୍ମ ସଂସ୍କୃତି କୁ ଵିଦାରଣ କରେ ,ନଷ୍ଟ କରେ ,ତଳିତଳାନ୍ତ କରେ । ଏସବୁ ଜଣେ ସ୍ତ୍ରୀ କଲେ ସେ ନିଶ୍ଚିତ ଦାରିକା ପଦଵାଚ୍ୟ ହେବ ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...