Thursday, July 19, 2018

ଶ୍ଲୋକାର୍ଥ -୨-ପରସ୍ତ୍ରୀଗମନ

--ଵୈରିଣମ୍ ନୋପସେଵେତ ସହାୟମ୍ ଚୈଵ ଵୈରିଣଃ ।
ଅଧାର୍ମିକମ୍ ତସ୍କରମ୍ ଚ ପରରୟୈଵ ଚ ଯୋଷିତମ୍ ।।--

ଭାଵାର୍ଥ:-ଶତୃ,ଶତୃର ମନ୍ତ୍ରୀ ଵା ସହାୟକ, ଅଧର୍ମୀ,ଚୋର ଓ ପରସ୍ତ୍ରୀ ର ସେଵା କରିବା ଅନୁଚିତ...

“ଶତୃ କିମ୍ବା ଶତୃ ସହାୟକ
ଅଧର୍ମୀ ଓ ଚୋର ଯେତେକ
ପରନାରୀର ସେବା ନକରିବ
ନହେଲେ ଖାଲରେ ପଡି଼ବ”

→ଶତୃର କିମ୍ବା ଶତୃର ସହାୟକ ର ସେଵାର ପ୍ରତିଦାନ ପ୍ରାୟତଃ ସର୍ଵଦା ଵିଶ୍ଵାସଘାତ ହୋଇଥାଏ
→ଅଧର୍ମୀ ଲୋକର ସହାୟତା କଲେ ତା ପାପର ଭାଗୀ କିମ୍ବା ତା ଯୋଗୁଁ ସ୍ଵୟଂ ଅସୁଵିଧାରେ ମଧ୍ଯ ପଡି଼ପାରନ୍ତି
→ଚୋରର ସେଵା କଲେ  ଆପଣ ଚୋରର ସହାୟକ ବୋଲି ସମାଜରେ ଜାଣାଯିବେ ଏବଂ ଚୋର କରିଥିବା କର୍ମର ଭାଗୀ ହେବେ । ବହୁତ ସମ୍ଭବ ରକ୍ଷୀମାନେ ଆପଣଙ୍କୁ ଭୂଲଵଶତଃ ଚୋର ପରିଵର୍ତ୍ତେ ଆପଣଙ୍କୁ ଧରିନେଇପାରନ୍ତି । 
→ପରସ୍ତ୍ରୀ ସେବାକଲେ
ଅନେକ କଥା ଘଟିପାରେ...
-ପରର ନାରୀପ୍ରତି ଆପଣ ଆକର୍ଷିତ ହୋଇପାରନ୍ତି
-ଅନ୍ୟ ର ସ୍ତ୍ରୀ ର ସେବା ସମୟରେ ଯଦି ତାହାର ପତି ହାବୁଡ଼ରେ ପଡି଼ଲେ ତେବେ ଅଚଞ୍ଛାକୀଳା ଖାଇପାରନ୍ତି
-ପରର ସ୍ତ୍ରୀ ସେଵା ସମୟରେ ଯଦି ନାରୀଟି
କୁଟିଳହୃଦୟା ଥାଏ ତେବେ ଆପଣଙ୍କୁ ବଳାତ୍କାର ଦୋଷରେ ଜିଏଲ ଵି ହୋଇଯାଇପାରେ

ସେଇଥିପାଇଁ ତ ଅନ୍ୟତ୍ର ଶାସ୍ତ୍ର କହିଛି

--ନ ହୀ ଦୃଶ୍ମନାୟୁଷ୍ୟମ୍ ଲୋକେ କିଞ୍ଚନ୍ ଵିଦ୍ୟତେ ।
ଯାଦୃଶମ୍ ପୁରୁପସ୍ୟେହପରଦାରୋପସେଵମନ ।।--
ଅର୍ଥାତ୍
ସଂସାରରେ ପୁରୁଷର ଆୟୁ ଅଳ୍ପ କଲା ଭଳିଆ ଅନ୍ୟ କୌଣସି ପାପ ନାହିଁ ଯେମିତି ଏହି ପରସ୍ତ୍ରୀଗମନ ଅଟେ ।

“ସଂସାରେ ନା  ଏମନ୍ତ କିଛି ପାପ ଥିବ
ଯାହା କରିଣ ପୁରୁଷ ଆୟୁଷ ଅଳ୍ପ ହେବ
କିନ୍ତୁ ନାହିଁ ଟି ପାପ ପରସ୍ତ୍ରୀ ଗମନ ପରି
ସେ ପାପ କଲେ ଯମ ନେବ ପ୍ରାଣ ହରି”

#ଜୟଶ୍ରୀକୃଷ୍ଣ
#ବନ୍ଦେଜଗଦଗୁରୁମ୍

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...