Sunday, February 28, 2016

॰॰॰॰॰॰॰॰ ଅରୁଣାଚଳ ପ୍ରଦେଶର ଲୁପ୍ତ ହେବାକୁ ଯାଉଥିବା ଭାଷା ବୁଗୁନ୍ ॰॰॰॰॰॰॰

ଅରୁଣାଚଲ ପ୍ରଦେଶ ର ଲୁପ୍ତପ୍ରାୟଃ ଭାଷା ମାନଙ୍କ ମଧ୍ୟରେ 'ବୁଗୁନ' ହେଉଛି ଏକ ପ୍ରମୁଖ ସଂକଟଗ୍ରସ୍ତ ଭାଷା ।

ଏହା ଅରୁଣାଚଲ ପ୍ରଦେଶ ର ପଶ୍ଚିମ କାମେଙ୍ଗ ଜିଲ୍ଲା ରେ ବୋଲାଯାଇଥାଏ । 2011 ଜନଗଣନା ଅନୁଯାଇ ବର୍ତମାନ ଏହି ଭାଷାକୁ କେବଳ 1432 [1400 ରୁ 1700] ଲୋକ ହିଁ ନିଜ ମାତୃଭାଷା ଭାବେ ବ୍ୟବହାର କରୁଅଛନ୍ତି । ତେଣୁ ୟୁନେସ୍କୋ ଏହି ଭାଷା କୁ ନିଶ୍ଚିତ ରୂପ ରେ ସଙ୍କଟଗ୍ରସ୍ତ ଭାଷା (Definitely endangered language) ଶ୍ରେଣୀ ରେ ରଖି ଅଛି ।

ବୁଗୁନ ଭାଷାଭାଷୀ ଲୋକେ ନିଜେ ନିଜ ଭାଷା ର ସଂରକ୍ଷଣ ଏବଂ ସଂବର୍ଦ୍ଧନ ଦିଗରେ ସଚେତନ ନୁଁହନ୍ତି!
ଵିଭିନ୍ନ ସାମାଜିକ, ଆର୍ଥିକ କାରଣ ଜେମିତି କି - ରୋଜଗାର ର ଅନୁପଲବ୍ଧତା, ସମ୍ପର୍କ ଭାଷା ରୂପ ରେ ହିଂଦୀ ର ପ୍ରଭୁତ୍ଵ ଆଦି ଯୋଗୁଁ ନିଜଭାଷା କୁ ତ୍ୟାଗ କରି ହିନ୍ଦୀ ,ନେପାଳୀ ଏବଂ ଚୀନୀ ଭାଷା ଗୁଡ଼ିକୁ ବହୁଳ ଭାବେ ବ୍ୟବହାର କଲେଣି !


ଆଜି ପରିସ୍ତିତି ଏମିତି ହୋଇଛି ଯେ ବୁଗୁନ ସମୁଦାୟ ର ଲୋକେ ନିଜ ଏବଂ ଅନ୍ୟ ସମୁଦାୟ ର ଲୋକଙ୍କ ସହିତ ମୁଖ୍ୟତଃ ହିନ୍ଦୀ ରେ ହିଁ କଥାଭାଷା କରିଛନ୍ତି ।

ସ୍ଥାନୀୟ ବୁଗୁନ ଯୁଵାପୀଢ଼ୀ ନିଶ୍ଚିତ ରୁପେ ବୁଗୁନ ପ୍ରତିବଦଳେ ହିନ୍ଦୀ ଇଂରାଜୀ ର ବହୁଳ ବ୍ୟବହାର କଲେଣି ।

ଏପଟେ ଶିକ୍ଷା କ୍ଷେତ୍ରରେ ମଧ୍ୟ ବୁଗୁନ ଭାଷାର ଦୂରାବସ୍ଥା କହିଲେ ନ ସରେ ।


ଏଠାରେ ସୂଚନାଯୋଗ୍ୟ ଯେ ପଶ୍ଚିମୀ କୋମାଗଂ ଜିଲ୍ଲା ରେ ଇଣ୍ଡିଅନ ଆର୍ମି ଵେସ ଅଛି ଏବଂ ଏଇ କାରଣରୁ ହିନ୍ଦୀ ଇଂରାଜୀ ର ପ୍ରସାର ପ୍ରଚାର ତ୍ଵରାନ୍ଵିତ ହୋଇ ଅଛି !

ଦୁଃଖ ର ବିଷୟ
ବର୍ତ୍ତମାନ ଏଇ ଭାଷାରେ କେବଳ ପ୍ରାପ୍ତ ବୟସ୍କ ଲୋକ ମାନେ ହିଁ କଥାଭାଷା ହେଉଛନ୍ତି

ଅଧିକନ୍ତୁ ବୁଗୁନ ଭାଷୀ ଲୋକେ

"ମେଳା ରେ ନୁହେଁ
ବରଂ ନିଜ ଘରେ ନିଜକୁ ହଜାଇ ସାରିଲେଣି" !!!

Monday, February 22, 2016

---"ନାରୀବାଦ"---

“ନାରୀବାଦ ଏକ ରାଜନୈତିକ ଚିନ୍ତାଧାରା ଏବଂ ଏହାର ମୂଳ ଲକ୍ଷ ହେଉଛିନାରୀ କୁ ପୁରୁଷ ର ସମକକ୍ଷ ଏକ ମାନବ ର ପରିଚୟ ପ୍ରଦାନ କରିବା !!

ଏହି ‘ନାରୀବାଦ’ ଶବ୍ଦ ର ଜନ୍ମ French ଶବ୍ଦ ‘ଫେମିନିସ୍ମେ’ ରୁ ଉନଵିଁଶ ଶତାବ୍ଦୀ ରେ ହୋଇଥିବା ଜଣାଯାଏ ।

ସେ କାଳେ ଏହି ଫେମିନିସ୍ମେ ଶବ୍ଦ ଟି , ପୁରୂଷ ଶରୀର ରେ ସ୍ତ୍ରୀ ଜାତୀୟ ଗୁଣ ଦେଖାଗଲେ [Kinnar] ଅଥବା ନାରୀ ମଧ୍ଧରେ ପୁରୁଷୋଚିତ୍ତ ଗୁଣ ଥିଲେ [andirachandi] ପ୍ରୟୋଗ କରାଯାଉଥିଲା ।
ବିଂଶ ଶତାବ୍ଦୀ ର ପାରମ୍ଭିକ ଦଶକରେ
ସଂଯୁକ୍ତ ରାଜ୍ୟ ଅମେରିକା ରେ ଏହି ଶବ୍ଦ ଟିକୁ କିଛି ମହିଳା ସଂଗଠନକୁ ସମ୍ବୋଧନ କରିବା ହେତୁ ପ୍ରୟୋଗ ହେବାରେ ଲାଗିଲା ।
ବିଂଶ ଶତାବ୍ଦୀରେ ମୁଣ୍ଡ ଟେକିଥିବା ଏହି ମହିଳା ସଂଗଠନ ଗୁଡିକ ପ୍ରଥମେ ପ୍ରଥମେ ସ୍ତ୍ରୀ ଜାତିର ଏକତା ,ମାତୃତ୍ଵ ର ରହସ୍ୟ ତଥା ନାରୀଜାତିର ପବିତ୍ରତା ରକ୍ଷା ଉଦ୍ଦେଶ୍ୟ ନେଇ ଏକଜୁଟ ହୋଇଥିଲେ ।

ଏହାର ଠିକ ପରେ ପରେ ନାରୀବାଦ ର ବହୁଳ ରାଜନୀତିକରଣ ହେବାରେ ଲାଗିଲା ଏବଂ ଏହି ଶବ୍ଦ ର ପ୍ରୟୋଗ ଅଧୁନା ସେହି ସଂଗଠନ ,ବ୍ୟକ୍ତିବିଶେଷ ମାନଙ୍କ ପାଇଁ କରାଯାଉଛି ଯେଉଁମାନେ ନାରୀ ଜାତି ସପକ୍ଷରେ ସ୍ଵର ଉତ୍ତୋଳନ କରୁ ଅଛନ୍ତି !

ଆଧୁନିକ ମଧ୍ୟଯୁଗ ପରେ ପରେ ମାନବ ସମାଜରେ ଦୃତ ଲୌକିକ ଅବନତୀ ଯୋଗୁଁ ନାରୀ ଅନେକ କ୍ଷେତ୍ରରେ ହତାଦର କରାଗଲା ଏବଂ ଏହା ଧୀରେ ଧୀରେ ବିକଟ ପରିସ୍ଥିତି ଅକ୍ତିୟାର କରିବାରେ ଲାଗିଲା ।

ବୈଦିକ କାଳରୁ ମଧ୍ୟଯୁଗ ଯାଏଁ
ନାରୀ ମାନଙ୍କର ଭାରତୀୟ ସମାଜରେ ସମାଦର ହେଉଥିବାର ଅନେକ ଦୃଷ୍ଟାନ୍ତ ଦେଖିବାକୁ ମିଳିଥାଏ ।

ପ୍ରାଚୀନ ଗ୍ରୀକ୍ ଏବଂ ରୋମାନ୍ ଗ୍ରଂଥ ଗୁଡ଼ିକରୁ ସେ ସମୟେ ଇଉରୋପ ରେ ନାରୀ ମାନଙ୍କୁ ସ୍ଵତଂତ୍ରତା ମିଳୁଥିବା କଥା ମଧ୍ୟ ବହୁ ତର୍କ ବିତର୍କ ପରେ ବିଶ୍ଵ ଗ୍ରହଣ କରିସାରିଛି ।

ସାରା ବିଶ୍ଵରେ ଇସ୍ଲାମ ଧର୍ମ ର ଅଭ୍ୟୁଦୟ ପରେ ପରେ ମାନବ ସମାଜ ରେ ନାରୀ ମାନଙ୍କ ପ୍ରତି ଅନାଦର ତଥା ଅତ୍ୟାଚାର ବୃଦ୍ଧି ପାଇଥିଲା ଏବଂ ଏହା ଡିଂଆରୋଗ ଭଳି ଅନ୍ୟ ସମ୍ପ୍ରଦାୟ ଗୁଡ଼ିକରେ ବ୍ୟାପିବାରେ ଲାଗିଲା । ଭାରତରେ ମୁସ୍ଲିମ ରାଜତ୍ଵ ପରେ ପରେ ପରଦା ପ୍ରଥାର ପ୍ରଚଳନ ହୋଇଥିବା ଅନେକ ରାଷ୍ଟ୍ରଵାଦୀ ମତ ଦିଅନ୍ତି ।

Monday, February 15, 2016

ଭାରତ ରେ ଭାଷା ସଙ୍କଟ : ସ୍ଵଭାଷା ସୁରକ୍ଷା ସ୍ଵହସ୍ତରେ

ଏଯାବତ ମାନବ ଦ୍ଵାରା ପୃଥିବୀରେ ମୋଟ 196 ଟି ଦେଶ ର କଳ୍ପନା କରାଯାଇଛି ଏବଂ ଏହି ଦେଶ ମାନଙ୍କରେ ମଣିଷମାନେ ପ୍ରାୟଃ 6900 ରୁ ଅଧିକ ଭାଷାରେ ଭାବର ଆଦାନପ୍ରଦାନ କରନ୍ତି ।
ଜାଣିଲେ ଆଶ୍ଚର୍ଯ୍ୟ ହେବେ
ପୃଥିବୀର ମୋଟଭାଷାର ଏକଚତୁର୍ଥାଶଂ ଅର୍ଥାତ୍ 1652 ଭାଷା କେବଳ ଭାରତ ରେ ବୋଲାଯାଏ ।
ତେଣୁ ଭାରତ ଏକ ବହୁଜାତୀୟ ବା ବହୁଭାଷୀ ରାଷ୍ଟ୍ର ନିଶ୍ଚୟ ।

କେହି ଜଣେ ବଡ଼ଲୋକ କହିଯାଇଛନ୍ତି

"ଭାଷା ମରେନାହିଁ ଯେହେତୁ ସାସ୍ଵତ ସାରସ୍ଵତ କିନ୍ତୁ ତାହା ପ୍ରତି ଅବହେଳା ପଦର୍ଶନ କରି ଅଥବା ଯୋଜନାବଦ୍ଧ ଭାବେ ମାରିଦିଆ ଯାଇପାରେ !!"

ଉନବିଁଶ ଶତାବ୍ଦୀ ରୁ ବିଁଶ ଶତାବ୍ଦୀ ମଧ୍ୟେ ଆମ ବଙ୍ଗାଳୀ ଭାଇ ମାନେ ଯୋଉ ଓଡ଼ିଆ ଭାଷା କୁ ଲୁପ୍ତ କରିଦେବାକୁ ଷଡ଼ତନ୍ତ୍ର କରିଥିଲେ ତାହା ଉତ୍କଳ ଭୂଖଣ୍ଡେ ସର୍ବ ବିଦିତ !!
ବୁଦ୍ଧିଜୀଵୀ ମାନଙ୍କ ମତରେ ଗତ ପଚାସ ବର୍ଷ ମଧ୍ୟରେ ପୃଥିବୀ ପୃଷ୍ଠରୁ ପ୍ରାୟ 220 ଟି ଭାଷା ଲୁପ୍ତ ହୋଇ ଯାଇଅଛି ଏବଂ ଯଦି ଭାଷା ବିଲୁପ୍ତି ର ଏହି ଦର ନିୟମିତ ଏଇଭଳି ରହିଲା ତେବେ ଏକଵିଂଶ ଶତାବ୍ଦୀ ର ଶେଷ ସୁଧା 7000 ଭାଷା ରୁ କେବଳ 700 ହୀଁ ଜୀବିତ ରହିପାରିବାର ଆଶଂକା ଅଛି !
ଭାଷା ବିଲୁପ୍ତି ଏକ ବୈଶ୍ଵିକ ସମସ୍ୟା !
ବ୍ରାଜୀଲ, ଅର୍ଜେଂଟୀନା, ଇଂଡୋନେଶିଯା, ସ୍ଵୀଡନ, ଭାରତ ଭଳି ଦେଶ ଗୁଡିକରେ ଵିଭିନ୍ନ ସାମାଜିକ, ରାଜନୀତିକ, ଆର୍ଥିକ, ପ୍ରାକୃତିକ କାରଣ ହେତୁ ଏଇ କିଛି ଦଶନ୍ଧି ଧରି ଏହି କ୍ଷତି ଅଧିକ ତ୍ଵରାନିତ ହୋଇ ଅଛି ।

କିଛିଦିନ ତଳେ ୟୁନେସ୍କୋ ଦ୍ଵାରା ଭାଷା କୁ ନେଇ କରାଯାଇଥିବା ଏକ ସର୍ଭେ ରେ କୁହାଯାଇଥିଲା ଯେ ପ୍ରାୟ 196 ଭାରତୀୟ ଭାଷା ବିଲୁପ୍ତି ପଥରେ ଏବଂ ଏଥିରୁ 80 ଭାଷା କେବଳ ପୂର୍ଵୋତ୍ତର ଭାରତ ର.....

ତଳେ ପୂର୍ବୋତ୍ତର ଭାରତ ର କିଛି ବିଲୁପ୍ତି ଆଡ଼କୁ ମୁହାଁଇଥିବା ଭାଷା ଗୁଡ଼ିକର ନାମୋଲ୍ଲେଖ କରାଗଲା....

--- କବୁଈ, କୁକୀ, ତାଙ୍ଖୁଲ, ରାଲ୍ତେ, ଆଓ, ଅଂଗାମୀ, ସେମା, ଲୋଥା, କୋନ୍ଯାକ, ଫୋମ, ଇମଚୁଙର, ଲୁଶାଈ, ଚକମା,ପୈତେ, ହମର, ଚକମା, ଜମାତିଯା, ଆତୋଂଗ, ରୁଗା,ଗଙ୍ଗ୍ତେ, ପ୍ନାର(Pnar),ଲ୍ଯଙ୍ଗ୍ଙ୍ଗମ(Lyngngam) ରାଭା, ଦେଓରୀ, କାର୍ବୀ ,ଆଦୀ, ମୋଂପା, ଚୁଗ, ବୁଗୁନ, ଖାମ୍ତୀ, ଖଂବା, ଅପାତାନୀ, ନ୍ଯୀଶୀ, ସିଂହଫୋ, ସାଜୋଲାଇ, ଶେରଦୁକ୍ପେନ, ଜାଖରୀଂଗ.....

ପୁଣି ପୂର୍ଵୋତ୍ତର ଭାରତର ଏହି ଅଶି ଟି ଲୁପ୍ତପ୍ରାୟଃ ଭାଷାଗୁଡ଼ିକ ମଧ୍ୟରୁ କେବଳ 36 ଟି ଭାଷା ଅରୁଣାଚଲ ପ୍ରଦେଶ ର !!!

ଅରୁଣାଚଲ ପ୍ରଦେଶ ର ଅଧିକାଂଶ ଆଞ୍ଚଳିକ ଭାଷା କେବଳ ମୌଖିକ, ଏଗୁଡ଼ିକର ନିଜସ୍ଵ ଲିପି ନାହିଁ ! ପୁନଶ୍ଚ ଏହି ଭାଷାଗୁଡ଼ିକର ପରସ୍ପର ଅବୋଧ ଗମ୍ୟତା ଯୋଗୁଁ ଏଠାକାର ସ୍ଥାନୀୟ ଅଧିବାସୀ ସ୍ଵମାତୃଭାଷା ଛାଡ଼ି ସମାଜାର୍ଥିକ ଦୃଷ୍ଟି ରୁ ଅଧିକ ପ୍ରଭୁତ୍ଵଶାଲୀ ଭାଷା ଯଥା - ହିନ୍ଦୀ ଏବଂ ଇଂଗ୍ରେଜୀ କୁ ଅଧିକ ଗୁରୁତ୍ଵ ଦେଲେଣି ।

ସେପଟେ ନାଗାଲୈଣ୍ଡ ତିପୁରା ମେଘାଳୟ ଆସାମ ଭଳି ରାଜ୍ୟ ର ମୂଳ ବାସିନ୍ଦା ନିଜ କୂଳଧର୍ମ ସହ ଭାଷା ମଧ୍ୟ ତ୍ୟାଗ କରି ଖ୍ରିସ୍ତିୟନ ଇଂରେଜିଭାଷୀ ହେଲେଣି !

ଦକ୍ଷିଣଭାରତରେ ଇଂରାଜୀ ର ଏତାଦୃଶ ପ୍ରାଧାନ୍ୟ କିଏ ଜାଣେ କାଲିକୁ ଦ୍ରାବିଡ଼ ଭାଷା ସମୂହ ବିଲୁପ୍ତ ନ ହେବ !!!

ନିଜ ମାତୃଭାଷା ପ୍ରତି ଅବହେଳା ଉଣା ଅଧିକେ ଓଡ଼ିଶାରେ ମଧ୍ୟ ଗତ ଦୁଇ ଦଶନ୍ଧି ମଧ୍ୟରେ ଦେଖିବାକୁ ମିଳିଅଛି.....

ଓଡ଼ିଆ ହୋଇ ଇଂରେଜୀ ରେ ଲେଖୁଥିବା ଭାଇମାନଙ୍କୁ ଅନୁରୋଧ ଯଥାସମ୍ଭବ ସେମାନେ ସ୍ଵଭାଷା ରେ ଲେଖିବାକୁ ଅଧିକ ଚୈଷ୍ଠା କରନ୍ତୁ
ନ ହେଲେ ସ୍ଵ ଅଜାଣତେ ନିଜ ହାତେ ନିଜ ପୂର୍ବ ପୁରୁଷଙ୍କ ଦ୍ଵାରା ପ୍ରଦତ୍ତ ସଂସ୍କାର ସଂସ୍କୃତି ସଭ୍ୟତା ଏବଂ ଭାଷା ର ହତ୍ୟାକାରୀ ହୋଇଯିବେ !!

ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...