Sunday, February 28, 2016

॰॰॰॰॰॰॰॰ ଅରୁଣାଚଳ ପ୍ରଦେଶର ଲୁପ୍ତ ହେବାକୁ ଯାଉଥିବା ଭାଷା ବୁଗୁନ୍ ॰॰॰॰॰॰॰

ଅରୁଣାଚଲ ପ୍ରଦେଶ ର ଲୁପ୍ତପ୍ରାୟଃ ଭାଷା ମାନଙ୍କ ମଧ୍ୟରେ 'ବୁଗୁନ' ହେଉଛି ଏକ ପ୍ରମୁଖ ସଂକଟଗ୍ରସ୍ତ ଭାଷା ।

ଏହା ଅରୁଣାଚଲ ପ୍ରଦେଶ ର ପଶ୍ଚିମ କାମେଙ୍ଗ ଜିଲ୍ଲା ରେ ବୋଲାଯାଇଥାଏ । 2011 ଜନଗଣନା ଅନୁଯାଇ ବର୍ତମାନ ଏହି ଭାଷାକୁ କେବଳ 1432 [1400 ରୁ 1700] ଲୋକ ହିଁ ନିଜ ମାତୃଭାଷା ଭାବେ ବ୍ୟବହାର କରୁଅଛନ୍ତି । ତେଣୁ ୟୁନେସ୍କୋ ଏହି ଭାଷା କୁ ନିଶ୍ଚିତ ରୂପ ରେ ସଙ୍କଟଗ୍ରସ୍ତ ଭାଷା (Definitely endangered language) ଶ୍ରେଣୀ ରେ ରଖି ଅଛି ।

ବୁଗୁନ ଭାଷାଭାଷୀ ଲୋକେ ନିଜେ ନିଜ ଭାଷା ର ସଂରକ୍ଷଣ ଏବଂ ସଂବର୍ଦ୍ଧନ ଦିଗରେ ସଚେତନ ନୁଁହନ୍ତି!
ଵିଭିନ୍ନ ସାମାଜିକ, ଆର୍ଥିକ କାରଣ ଜେମିତି କି - ରୋଜଗାର ର ଅନୁପଲବ୍ଧତା, ସମ୍ପର୍କ ଭାଷା ରୂପ ରେ ହିଂଦୀ ର ପ୍ରଭୁତ୍ଵ ଆଦି ଯୋଗୁଁ ନିଜଭାଷା କୁ ତ୍ୟାଗ କରି ହିନ୍ଦୀ ,ନେପାଳୀ ଏବଂ ଚୀନୀ ଭାଷା ଗୁଡ଼ିକୁ ବହୁଳ ଭାବେ ବ୍ୟବହାର କଲେଣି !


ଆଜି ପରିସ୍ତିତି ଏମିତି ହୋଇଛି ଯେ ବୁଗୁନ ସମୁଦାୟ ର ଲୋକେ ନିଜ ଏବଂ ଅନ୍ୟ ସମୁଦାୟ ର ଲୋକଙ୍କ ସହିତ ମୁଖ୍ୟତଃ ହିନ୍ଦୀ ରେ ହିଁ କଥାଭାଷା କରିଛନ୍ତି ।

ସ୍ଥାନୀୟ ବୁଗୁନ ଯୁଵାପୀଢ଼ୀ ନିଶ୍ଚିତ ରୁପେ ବୁଗୁନ ପ୍ରତିବଦଳେ ହିନ୍ଦୀ ଇଂରାଜୀ ର ବହୁଳ ବ୍ୟବହାର କଲେଣି ।

ଏପଟେ ଶିକ୍ଷା କ୍ଷେତ୍ରରେ ମଧ୍ୟ ବୁଗୁନ ଭାଷାର ଦୂରାବସ୍ଥା କହିଲେ ନ ସରେ ।


ଏଠାରେ ସୂଚନାଯୋଗ୍ୟ ଯେ ପଶ୍ଚିମୀ କୋମାଗଂ ଜିଲ୍ଲା ରେ ଇଣ୍ଡିଅନ ଆର୍ମି ଵେସ ଅଛି ଏବଂ ଏଇ କାରଣରୁ ହିନ୍ଦୀ ଇଂରାଜୀ ର ପ୍ରସାର ପ୍ରଚାର ତ୍ଵରାନ୍ଵିତ ହୋଇ ଅଛି !

ଦୁଃଖ ର ବିଷୟ
ବର୍ତ୍ତମାନ ଏଇ ଭାଷାରେ କେବଳ ପ୍ରାପ୍ତ ବୟସ୍କ ଲୋକ ମାନେ ହିଁ କଥାଭାଷା ହେଉଛନ୍ତି

ଅଧିକନ୍ତୁ ବୁଗୁନ ଭାଷୀ ଲୋକେ

"ମେଳା ରେ ନୁହେଁ
ବରଂ ନିଜ ଘରେ ନିଜକୁ ହଜାଇ ସାରିଲେଣି" !!!

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...