Monday, February 22, 2016

---"ନାରୀବାଦ"---

“ନାରୀବାଦ ଏକ ରାଜନୈତିକ ଚିନ୍ତାଧାରା ଏବଂ ଏହାର ମୂଳ ଲକ୍ଷ ହେଉଛିନାରୀ କୁ ପୁରୁଷ ର ସମକକ୍ଷ ଏକ ମାନବ ର ପରିଚୟ ପ୍ରଦାନ କରିବା !!

ଏହି ‘ନାରୀବାଦ’ ଶବ୍ଦ ର ଜନ୍ମ French ଶବ୍ଦ ‘ଫେମିନିସ୍ମେ’ ରୁ ଉନଵିଁଶ ଶତାବ୍ଦୀ ରେ ହୋଇଥିବା ଜଣାଯାଏ ।

ସେ କାଳେ ଏହି ଫେମିନିସ୍ମେ ଶବ୍ଦ ଟି , ପୁରୂଷ ଶରୀର ରେ ସ୍ତ୍ରୀ ଜାତୀୟ ଗୁଣ ଦେଖାଗଲେ [Kinnar] ଅଥବା ନାରୀ ମଧ୍ଧରେ ପୁରୁଷୋଚିତ୍ତ ଗୁଣ ଥିଲେ [andirachandi] ପ୍ରୟୋଗ କରାଯାଉଥିଲା ।
ବିଂଶ ଶତାବ୍ଦୀ ର ପାରମ୍ଭିକ ଦଶକରେ
ସଂଯୁକ୍ତ ରାଜ୍ୟ ଅମେରିକା ରେ ଏହି ଶବ୍ଦ ଟିକୁ କିଛି ମହିଳା ସଂଗଠନକୁ ସମ୍ବୋଧନ କରିବା ହେତୁ ପ୍ରୟୋଗ ହେବାରେ ଲାଗିଲା ।
ବିଂଶ ଶତାବ୍ଦୀରେ ମୁଣ୍ଡ ଟେକିଥିବା ଏହି ମହିଳା ସଂଗଠନ ଗୁଡିକ ପ୍ରଥମେ ପ୍ରଥମେ ସ୍ତ୍ରୀ ଜାତିର ଏକତା ,ମାତୃତ୍ଵ ର ରହସ୍ୟ ତଥା ନାରୀଜାତିର ପବିତ୍ରତା ରକ୍ଷା ଉଦ୍ଦେଶ୍ୟ ନେଇ ଏକଜୁଟ ହୋଇଥିଲେ ।

ଏହାର ଠିକ ପରେ ପରେ ନାରୀବାଦ ର ବହୁଳ ରାଜନୀତିକରଣ ହେବାରେ ଲାଗିଲା ଏବଂ ଏହି ଶବ୍ଦ ର ପ୍ରୟୋଗ ଅଧୁନା ସେହି ସଂଗଠନ ,ବ୍ୟକ୍ତିବିଶେଷ ମାନଙ୍କ ପାଇଁ କରାଯାଉଛି ଯେଉଁମାନେ ନାରୀ ଜାତି ସପକ୍ଷରେ ସ୍ଵର ଉତ୍ତୋଳନ କରୁ ଅଛନ୍ତି !

ଆଧୁନିକ ମଧ୍ୟଯୁଗ ପରେ ପରେ ମାନବ ସମାଜରେ ଦୃତ ଲୌକିକ ଅବନତୀ ଯୋଗୁଁ ନାରୀ ଅନେକ କ୍ଷେତ୍ରରେ ହତାଦର କରାଗଲା ଏବଂ ଏହା ଧୀରେ ଧୀରେ ବିକଟ ପରିସ୍ଥିତି ଅକ୍ତିୟାର କରିବାରେ ଲାଗିଲା ।

ବୈଦିକ କାଳରୁ ମଧ୍ୟଯୁଗ ଯାଏଁ
ନାରୀ ମାନଙ୍କର ଭାରତୀୟ ସମାଜରେ ସମାଦର ହେଉଥିବାର ଅନେକ ଦୃଷ୍ଟାନ୍ତ ଦେଖିବାକୁ ମିଳିଥାଏ ।

ପ୍ରାଚୀନ ଗ୍ରୀକ୍ ଏବଂ ରୋମାନ୍ ଗ୍ରଂଥ ଗୁଡ଼ିକରୁ ସେ ସମୟେ ଇଉରୋପ ରେ ନାରୀ ମାନଙ୍କୁ ସ୍ଵତଂତ୍ରତା ମିଳୁଥିବା କଥା ମଧ୍ୟ ବହୁ ତର୍କ ବିତର୍କ ପରେ ବିଶ୍ଵ ଗ୍ରହଣ କରିସାରିଛି ।

ସାରା ବିଶ୍ଵରେ ଇସ୍ଲାମ ଧର୍ମ ର ଅଭ୍ୟୁଦୟ ପରେ ପରେ ମାନବ ସମାଜ ରେ ନାରୀ ମାନଙ୍କ ପ୍ରତି ଅନାଦର ତଥା ଅତ୍ୟାଚାର ବୃଦ୍ଧି ପାଇଥିଲା ଏବଂ ଏହା ଡିଂଆରୋଗ ଭଳି ଅନ୍ୟ ସମ୍ପ୍ରଦାୟ ଗୁଡ଼ିକରେ ବ୍ୟାପିବାରେ ଲାଗିଲା । ଭାରତରେ ମୁସ୍ଲିମ ରାଜତ୍ଵ ପରେ ପରେ ପରଦା ପ୍ରଥାର ପ୍ରଚଳନ ହୋଇଥିବା ଅନେକ ରାଷ୍ଟ୍ରଵାଦୀ ମତ ଦିଅନ୍ତି ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...