Sunday, December 9, 2018

ଓଡ଼ିଆଭାଷାରେ ଅଵର୍ଗ୍ଯ ଵ —୧


କଳିଙ୍ଗ ଵା ଓଡ଼ିଶା ଦୀର୍ଘ ଦିନ ଧରି ମୁସ୍ଲିମ,ମରାଠା ଶାସକଙ୍କ ଶାସନାଧୀନ ରହିବା ଯୋଗୁଁ ଏହାର ଭାଷା ସଂସ୍କୃତି ବର୍ହିଵ୍ୟାପାର ବହୁ ପରିମାଣରେ ପ୍ରଭାଵିତ ହୋଇଥିଲା । ପରଵର୍ତ୍ତୀକାଳରେ ଗୋଟାଏ ଵିଦେଶୀ ଦସ୍ୟୁଜାତି ଵେପାର କରିବା ଆଳରେ ଆସି ଭାରତ ଅଧିକାରୀ ହେଇଗଲା ।
ସେତେବେଳେ ଭାରତର ସବୁଠାରୁ ଦୂର୍ଵଳ ଜାତିକୁ ହାତକରି ସେ ଗୋଟାକ ପରେ ଗୋଟାଏ ରାଜ୍ୟ ଜିତିବାକୁ ଲାଗିଲା । ୮୦ ଵର୍ଷର ଭୀଷଣ ସଂଗ୍ରାମ ମଧ୍ୟରେ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ବି ଦସ୍ୟୁଜାତିର ଅଧିକାର ହେଇଗଲା  । ଦସ୍ୟୁଜାତିର ଚେଲା ଜାତି,ଭାରତର ସବୁଠାରୁ ଦୂର୍ଵଳ ଜାତିର ଲୋକଙ୍କୁ ଓଡ଼ିଶାର ଜମିଦାରୀ ଏବଂ ବଡ଼ ବଡ଼ ପଦ ମିଳିବାକୁ ଲାଗିଲା । ସେମାନେ ଓଡ଼ିଶାରେ ରହିବାକୁ ଲାଗିଲେ ଏଵଂ ମାତ୍ର କିଛି ଵର୍ଷ ମଧ୍ୟରେ ତାଙ୍କ ଯୋଗୁଁ ଓଡ଼ିଶାର ଭାଷା ପ୍ରଭାଵିତ ହେବାକୁ ଲାଗିଲା

ହେଲେ କେମିତି ?

୧―ଦୂର୍ଵଳଜାତି ଓଡ଼ିଶାକୁ ଆସି ଏଠାରେ ବଡ଼ ବଡ଼ ପଦରେ  ରହି ସପରିଵାର ଵାସକରିବାକୁ
ଲାଗିଲା ଫଳରେ ଏମାନଙ୍କ ବାଳକ ବାଳିକା ମାନଙ୍କ ଶିକ୍ଷା ଦୀକ୍ଷା ହେତୁରୁ ଵିଦ୍ୟାଳୟ ଆଦିର ଆଵଶ୍ୟକତା ପଡି଼ଲା ।

୨―ଓଡ଼ିଶାରେ ଯେଉଁ ଵିଦ୍ୟାଳୟ ଖୋଲିଗଲା ସେଥିରେ ସଂଖ୍ୟା ଗରିଷ୍ଠ ଶିକ୍ଷକ ଓ ଛାତ୍ର ଦୂର୍ଵଳଜାତିର ହେଉଥିଲେ

୩―୧୮୧୦ ରୁ ୧୮୬୬ ନ ଅଙ୍କ ଦୁର୍ଭିକ୍ଷ ଯାଏଁ
ଓଡ଼ିଆ ଭାଷାରେ ଏହି ଦୂର୍ଵଳଜାତିର ଲୋକଙ୍କ ଯୋଗୁଁ କେତେକ ପରିଵର୍ତ୍ତନ ଦେଖାଯାଇଥିଲା
ଯଥା ଦୂର୍ଵଳ ଜାତିର ଲିପିରେ ଅଵର୍ଗ୍ୟ ଵ ନଥିଲା ବୋଲି ସେମାନେ ଓଡ଼ିଆ ଭାଷାର ଅଵର୍ଗ୍ୟ ଵ କୁ ଉଠେଇ ଦେଲେ,ଓଡ଼ିଆ ଲିପି ବଦଳରେ ଆପଣା ଲିପି ପ୍ରଚଳନ ଚେଷ୍ଟା କଲେ । ବିଫଳ ହେଲାରୁ ଓଡ଼ିଆ ଭାଷା ଉଠେଇ ଦେବାକୁ ଚେଷ୍ଟା କରି ବ୍ରହ୍ମ କଚଡା଼ ପାଇଲେ ଆଉ ସବାଶେଷରେ ଓଡ଼ିଆ ଭାଷାକୁ ଏକ ସ୍ଵତନ୍ତ୍ର ଭାଷା ନୁହେଁ ବୋଲି ଦାବି କରିବାକୁ ଲାଗିଲେ । 

ଏ ଦୁର୍ଵଳ ଜାତି କଥା କହିଲେ ନସରେ
ପର ସଂସ୍କୃତିର ସବୁ ଦରବ ଚୋରେଇ ନେଇ ନିଜର କହିବା ଏମାନଙ୍କ ରକ୍ତଗଥ ଗୁଣ ଅଟଇ । ଥରେ ତ ଏମାନେ କୀଚକ ବାହୁବଳେ ଵିରାଟ ରଜା ଭଳି ବିହାରରୁ ମଧ୍ଯ ହିନ୍ଦୀ ଉଠେଇ ଦେବାକୁ ଚେଷ୍ଟା କରିଥିଲେ 😀😀

ଛାଡ଼ନ୍ତୁ ଚାଳୁଣୀ ର କଣା ତ ହଜାରେ
ତେବେ ଭାରତର ପ୍ରାୟ ଅଧିକାଂଶ ବଡ଼ ଭାଷାରେ ଵର୍ଗ୍ୟ ‛ବ’ ତଥା ଅଵର୍ଗ୍ୟ ‛ଵ’ ରହିଥିଲା ଏବେ ବି ରହିଛି ଏଵଂ ଯେଉଁ ଭାଷାରେ ଲୁପ୍ତ ହୋଇଯାଇଥିଲା ଆଵଶ୍ୟକ ହେବାରୁ ଏହି ପ୍ରାଚୀନ ଵର୍ଣ୍ଣ ପାଇଁ ନୂତନ ଅକ୍ଷରଟେ ସୃଷ୍ଟି କରାଯାଇଛି ।
ଓଡ଼ିଶାରେ ବହୁ ପ୍ରାଚୀନ କାଳରୁ ଅଵର୍ଗ୍ୟ ଵ ଥିଲା । ଦୁଇଟି ବ,ଵ ଚମ୍ପୁ ତାହର ଏକ ଉଦାହରଣ । ଦେଖିଵାକୁ ଦେଖିଆ କହିଲାବେଳେ ଯେଉଁ ଵ ଟା ଆ ରେ ପରିଣତ ହୋଇଯାଏ ତାହା ମଧ୍ଯ ଅଵର୍ଗ୍ୟ ଵ ର ଆଉ ଏକ ପ୍ରମାଣ । କିନ୍ତୁ ଦୁର୍ଵଳଜାତି ଯୋଗୁଁ ଆମର ସେହି ପ୍ରାଚୀନ ଲିପିଟି ହଜିଗଲା । ..

ଭାରତର ସବୁଠାରୁ ଦୂର୍ଵଳ
ଓଡ଼ିଆ➡ବ(B),ଵ(V)
ହିନ୍ଦୀ➡ब(ବ),व(ଵ)
ଅହମିଆ➡ব(ବ),ৱ(ଵ)
ମଲୟାଲମ➡ബ(ବ),വ(ଵ)
ଗୁଜରାଟୀ➡બ(ବ),વ(ଵ)
ତେଲୁଗୁ➡బ(ବ), వ(ଵ)
କନ୍ନଡ଼➡ಬ(ବ),ವ(ଵ)
ତାମିଳ➡ப(ପ,ଫ,ବ),வ(ଵ)
ପଞ୍ଜାଵୀ➡ਬବ),ਵ(ଵ)

Saturday, December 8, 2018

●ରାଜାଙ୍କର ଦୈନନ୍ଦିନୀ ପାଇଁ ପ୍ରଚଳିତ ଥିଲା ସ୍ଵତନ୍ତ୍ର ଶବ୍ଦ●

ଆଜିକାଲି ରଜା-ପ୍ରଜାଙ୍କ ମଧ୍ୟରେ ସେମନ୍ତ କିଛି ଭେଦ ରହିଯାଇନାହିଁ କିନ୍ତୁ ଆଗକାଳରେ ଏମନ୍ତ ନଥିଲା । ଆଗେ ସନାତନିମାନେ ରାଜାଙ୍କୁ ଦେଵତା ସମ ମାନ୍ୟ କରୁଥିଲେ ଏଵଂ ଏଥିପାଇଁ ସାଧାରଣଜନଙ୍କ ପ୍ରତି ଯେଉଁ ଯେଉଁ ଶବ୍ଦ ଵ୍ୟଵହାର କରାଯାଉଥିଲା ରାଜାଙ୍କ ପ୍ରତି ସେ ଶବ୍ଦମାନ ଵ୍ୟଵହୃତ ହେଉନଥିଲା । ରାଜାଙ୍କର ଦୈନିକ କ୍ରିୟାକଳାପକୁ 'ନିତି' ବୋଲା ଯାଉଥିଲା । ରାଜପୁରୁଷଙ୍କର ଭିନ୍ନ ଭିନ୍ନ ନିତିମାନଙ୍କର ମଧ୍ଯ ଵିଶେଷ ଵିଶେଷ ନାମ ରହିଛି। ତାଙ୍କର ଘରଦ୍ବାର, ହାତୀ ଓ ଘୋଡ଼ା ଇତ୍ଯାଦିଙ୍କର ମଧ୍ଯ ସ୍ବତନ୍ତ୍ର ନାମ ଅଛି। ରାଜାଙ୍କୁ ଛାମୁ, ମଣିମା, ଗୋସେଈଁ,ହଜୁର୍ ବୋଲି ସମ୍ବୋଧନ କରାଯାଏ। ଏଠାରେ ଉଦାହରଣ ସ୍ବରୂପ ରାଜାଙ୍କ ସମ୍ବନ୍ଧେ ବ୍ଯବହୃତ କେତେକ ଶବ୍ଦ ଓ ବାକ୍ଯ ଦିଆଗଲା...

●ରଜାଙ୍କ ନିକଟ—ରଜାଙ୍କ ଛାମୁ
●ରଜାଙ୍କ ଘର—ନଅର, ନବର
●ରଜାଙ୍କ ଅନ୍ତଃପୁର—ଉଆସ, ନହର,ଅନ୍ତଃପୁର
●ରଜାଙ୍କ ଅଗଣା—ପାଟ ଅଗଣା
●ରଜାଙ୍କ ଵ୍ୟଵହାର୍ଯ୍ୟ ହାତୀ—ପାଟ ହାତୀ
●ରଜାଙ୍କ ଘୋଡ଼ା—ପାଟ ଘୋଡ଼ା
●ରଜାଙ୍କ ନିଦ୍ରା—ପହଡ଼
●ରଜାଙ୍କ ଚେଇଁ ଶୋଇବା—ଚିଆଁ ପହଡ଼
●ପାନ ଖାଇବା—ବିଡ଼ିଆଲାଗି ହେବା
●ଦାନ୍ତଘସା—ଦାନ୍ତୁଆଣି;
●କାଠଲାଗି ଭୋଜନ—ମୁଣେହି, ଯୋଗଣ,
ଠାଆଲାଗି
●ଜଳଖିଆ—ଶୀତଳ ମୁଣୋହିଁ
●ଦୁଧ ପିଆ—ଓଖର ଯୋଗଣ
●ଗାଧୁଆ—ମାଜଣା, ଦେହପାଣି
●ବସିବା—ବେହେରଣ
●ବସିବା【ମେଲା】—ବେହେରଣ ମଣ୍ଡପ
●ଔଷଧ ଖାଇବା—ଓଷଦ ଯୋଗଣ
●ଜୋତା ପିନ୍ଧିବା—ମହତ୍ରାଣ ଲାଗି
●ଅନ୍ଧାରରେ ଵା ରାତ୍ରିରେ, ଛଦ୍ମଵେଶରେ ବୁଲିଯିବା—ଅନ୍ଧାରି ଵିଜେ
●ଖିଅର ହେବା—ମୁଖ ସିଂଘାର; ପନିଅରି ●ଝାଡ଼ା ଫେରିବା—ଶୁଳେଇ ବିଜେ
●ଲୁଗା ପିନ୍ଧିବାଖଟଣିଲାଗି,ତଡ଼ପଲାଗି
●ପୀଡ଼ିତ ହେବା—ଶ୍ରୀଅଙ୍ଗ ଅଳସ ହେବା
●ଝାଡ଼ା ଫେରି ଆସି ମାଟିହାତ କରିବା— ଧୂଳିପାଣି ବଢ଼ିବା
●ତେଲ ଲଗାଇବା—ଫୁଲୁରି ଲାଗି, ମର୍ଦ୍ଦନ
●ଶିକାର କରିବା—ପାରିଧି, ଆଡ଼ିଯିବା,
●ଆସିବା, ଉପସ୍ଥିତ ହେବା—ବିଜେ କରିବା; ବିଜେ ହେବା
●ଠାକୁର ପୂଜା—ଦେଵାର୍ଚ୍ଚନ
●ଵିଵାହ—ମଙ୍ଗଳକୃତ୍ଯ ମହାପ୍ରସାଦ
● ନିର୍ବ୍ବନ୍ଧ—ପାଟମୁଦି,ଟୀକା
●ବେଶ ହେବା—ଶିଂଘାର ବଢ଼ିବା
●କୌଣସିସ୍ଥାନରୁ ଫେରି ଆସିବା—ବାହୁଡ଼ା ବିଜେ କରିବା
●ରଜା କେଉଁଠାକୁ ଯିବାବେଳେ, ରଜା ଆଗେ ଆଗେ ଜଣେ, ପାଇବ ଡ଼ାକିଡ଼ାକି ବାଟ କଢ଼େଇବା—ପହଣ୍ଡ ମଣେଇବା
●ରାଜାଙ୍କ ପିନ୍ଧିବା ଲୁଗା—ଖଟଣୀ, ତଡ଼ପ
●ରାଜାଙ୍କ ଧନାଗର— ଭଣ୍ତାର
●ବସ୍ତ୍ରାଗାର—ଗନ୍ତା, ଗନ୍ତାଘର
●ରଜାଙ୍କ ପାଖକୁ ଦୋଷୀ ବ୍ଯକ୍ତିକୁ, ଯିବାର ନିଷେଧାଜ୍ଞା—ଛାମୁ ମନା
●ରଜାଙ୍କ ଚିଠି—ଚିଟାଉ
●ମୁଣ୍ଡ—ଗଭା
●ରଜାଙ୍କ ଦେହ—ଶ୍ରୀଅଙ୍ଗ
●ରଜାଙ୍କ ହାତ—ଶ୍ରୀହସ୍ତ
●ରଜାଙ୍କ ହାତ ବାକ୍ସ—ଶ୍ରୀହସ୍ତ ବାକ୍ସ
●ରଜାଙ୍କ ବ୍ଯବହୃତ ଅନ୍ନ—ଓରିଆ
●ରଜାଙ୍କ ଲଗାଇବା ତେଲ—ଫୁଲୁରି
●ରଜାଙ୍କ ଗୋଡ଼—ପାଆ,ପୟର
●ରଜାଙ୍କ ପ୍ରଧାନ ରାଣୀ—ପାଟରାଣୀ, ପାଟ ମହାଦେଈ, ପାଟମଣିମା
●ରାଜାଙ୍କ କନ୍ଯାଭାରିଜା—ନୂଆମଣିମା, କନ୍ଯାମଣିମା
●ରାଜାଙ୍କ ସାଧାରଣ ସ୍ତ୍ରୀ—ମହାଦେଈ
●ରାଜାଙ୍କ ରକ୍ଷିତା ଦାସୀ—ବେହେରାଣୀ
●ରାଜାଙ୍କ ଅନୁଗୃହୀତା ଦାସୀ—ଛାମୁଆ, ଝରାରାଜା ଫୁଲଟିଏ ଦେଇ ଗାନ୍ଧର୍ବ, ମତରେ ମନୋନୀତ କରିବା ସ୍ତ୍ରୀ—ଫୁଲବାଈ[ଏହିପରି ମାଳବାଈ, ଚଉକିବାଈ ଆଦି ଶବ୍ଦ ଅଛି]
●ରଜାଙ୍କ ବଡ଼ ପୁଅ—ଗମ୍ଭୀରି ସାଆନ୍ତ; ଦେଉ; ପାଟଦେଉ; ଟିକାଏତ
●ବଡ଼ପୁଅଙ୍କ ତଳିପୁଅ—ପଟାଏତ
●ଅନ୍ଯ ରାଜପୁତ୍ରଗଣ—ଲ୍ସାଲ୍ ସାହେବ; ରାଉତରା
●ରାଜାଙ୍କ ଭାୟା ବା କୁଟୁମ୍ବୀ—ବିରାଦର; ସାଆନ୍ତ; ଭାଇପୁଅ
●ରାଜାଙ୍କ ଦାସୀପୁତ୍ର—ଅନ୍ତର
●ରଜାଙ୍କ ଝିଅ—ଜେମା, ଜେମାଦେଈ, ଜେମାଦେଈ ମଣିମା
●ରଜାଙ୍କ ଗୃହପାଳିତା ଦାସୀ—ଘରଝିଅ
●ରଜାଙ୍କ ପାଚିକା ବ୍ରାହ୍ମଣୀ—ନାନୀ
●ପାଚକ—ସୁଆର,ମହାସୁଆର
●ଆଗନ୍ତୁକମାନଙ୍କ, ଚର୍ଚ୍ଚା ବୁଝିବା ଲୋକ—ଚର୍ଚ୍ଚା ବେହେରା,ଚର୍ଚ୍ଚାଇତ
●ରଜାଙ୍କ ପିନ୍ଧାଲୁଗାର ଓ, ଅଳଙ୍କାରାଦିର ରକ୍ଷକ—ଚାଙ୍ଗଡ଼ା ମେକାପ
●ଭଣ୍ଡାର ଘର ରକ୍ଷକ—ଗନ୍ତାଇତ; ମେକାପ
●ରାଣୀଙ୍କ ଭଣ୍ଡାର, ରକ୍ଷିକା ଦାସୀ—ସରାଣୀ, ଗନ୍ତାଣୀ, ଗନ୍ତାଘରିଆଣୀ
●ଗୀତ ଗାଇବା ଦାସୀ—ଗାଆଣୀ
●ବାଦ୍ଯ ବଜାଇବା ଦାସୀ—ବାଆଣୀ
●ରଜା ଓ ରାଣୀଙ୍କ ସେବାର, ପାଳି ୟାହାର ପଡ଼ିଥାଏ—ପାଳିଆ(ଯଥା—ପାଳିଆ ପାଇକ, ପାଳିଆ ଆପଟ।)
●ରଜାଙ୍କ ଗଉଡ଼—ଆପଟ
●ଅନ୍ତଃପୁରକୁ ଯିବା ଆସିବା କରିବା ପିଲା—ଭିତରିଆ ପିଲା
●ମୃତ ରାଜାଙ୍କ ଅନ୍ତ୍ଯେଷ୍ଠି କ୍ରିୟା କରିବା ବ୍ରାହ୍ମଣ— ପୁଅ ବ୍ରାହ୍ମଣ
●ରାଜାଙ୍କ ଅଙ୍ଗ ସେଵାକାରୀ ଦାସ—ଛାମୁଆ, ପାଖଲୋକଧାଈmdash;ଧାଈବେହେରା, ମୁଦୂସୁଲୀ
●ପାକାର୍ଥ ଦ୍ରଵ୍ୟାଦି ପାଚକ ନିକଟକୁ, ଯୋଗାଇବା ବାଚାକର—ଯୋଗଣିଆ
●ରଜାଙ୍କ ଖାଦ୍ଯଦ୍ରବ୍ଯକୁ ଦେଖି, ପରୀକ୍ଷା କରିବା ବ୍ଯକ୍ତି—ଦେଖୁଣିଆ
●ରାଜାଙ୍କ ଖାଦ୍ଯଦ୍ରବ୍ଯକୁ ପ୍ରଥମେ, ଚାଖି ପରୀକ୍ଷା କରିବା ବ୍ଯକ୍ତି—ଚାଖୁଣିଆ
●ଚପରାସୀ—ଖୁଣ୍ଟିଆ, ଛାମୁଖୁଣ୍ଟିଆ, ଭିତର ଖୁଣ୍ଟିଆ
●ଆର୍ଦ୍ଦଳୀ—ସଙ୍ଖୁଳିଆ; ପଢ଼ିଆରି
●ଯେ ରାଜାଙ୍କୁ ବା ରାଣୀଙ୍କୁ ବେଶ କରେ—ଶିଙ୍ଘାରୀ
●ସର୍ଦ୍ଦାର ବେହେରୀ—ଖଟଣି ସେବକ
●ମେହେନ୍ତର—ମାହାର
●ମୋହରିର—ଛାମୁକରଣ
●ବେଶ୍ଯା—ମାହାରୀ
●ଅନ୍ତଃପୁରର ହିସାବ ରକ୍ଷକ—ନଅର ବିଷୋଈ
●ମନ୍ତ୍ରୀ—ତଢ଼ଉ, ପାତ୍ର, ଖରସୁଧା, ଦେବାନ, ବେବର୍ତ୍ତା
●ପିଆଦା—ପାଇକ
●ପ୍ରହରୀ—ପାହାରୀ ପାଇକ
●ଦେବସେବା କର୍ମଚାରୀ—ପରିଛା, ପରକରଣ, ଦେଉଳ କରଣ, କୋଠକରଣ
●ଗ୍ରାମର ରାଜକର୍ମଚାରୀ—ଦଳେଇ, ଦଳବେହେରା, ପ୍ରଧାନ

ନିମ୍ନଲିଖିତ ଶବ୍ଦଗୁଡି଼କ ମଧ୍ୟରେ କେତେକ ଶବ୍ଦ
ଶ୍ରୀମନ୍ଦିରେ ଵିଜେ ଶ୍ରୀଜଗନ୍ନାଥଙ୍କର ଦେଵନୀତିର ନାମକରଣାର୍ଥେ ଵ୍ୟଵହୃତ ହୋଇଥାଏ । କାରଣ ଏ  କଳିଙ୍ଗଦେଶର ମାତ୍ର ଜଣେ ହିଁ ଶାସକ କେଉଁ ଆଵାହମାନକାଳରୁ ଜନତାଙ୍କ ହୃଦୟଶାସନ କରିଆସୁଛନ୍ତି ପରମଜୈନ,ପରମବୌଦ୍ଧ,ପରମ ଵୈଷ୍ଣଵ ପରମେଶ୍ଵର ପୁରୁଷୋତ୍ତମ ଶ୍ରୀଜଗନ୍ନାଥ !

Thursday, December 6, 2018

ନିକ୍କା ―ନିକ୍ଷା― ଓ ―ନିଖ

ପଞ୍ଜାଵୀରେ ଛୋଟ ଵା ସାନ ଅର୍ଥରେ ଦୁଇଗୋଟି ନିଆରା ଶବ୍ଦ ଵ୍ୟଵହୃତ ହୋଇଥାଏ
★ନିକ୍କା
★ଡୁଙ୍ଗା

ଆଧୁନିକ ଭାଷାଵିଦ୍ ନିକ୍କା ଶବ୍ଦକୁ ସୌରସେନୀ ପ୍ରାକୃତରୁ ଆସିଥିଵା ତଥା ଏ ଶବ୍ଦ ଟି ସଂସ୍କୃତର ନିକ୍ତ ଶବ୍ଦ ସହିତ ସମଧୃତ ବୋଲି ମତ ଦିଅନ୍ତି ।
ନିକ୍ତ ଓ ନିକ୍କା ସମଧୃତ ହେଲେ ହେଁ ଉଭୟ ଶବ୍ଦ ଦ୍ଵୟର ଅର୍ଥ ମଧ୍ୟରେ ବହୁତ ଭିନ୍ନତା ଦେଖାଯାଇପାରେ ।
ନିକ୍କା ଶବ୍ଦର ଅର୍ଥ ଅତି ଛୋଟ ହୋଇଥିବା ବେଳେ ସଂସ୍କୃତ ନିକ୍ତ ଶବ୍ଦର ଅର୍ଥ―
◆ଧୌତ
◆କ୍ଷାଳିତ; ପରିଷ୍କୃତ
ଅଟେ...

ଅର୍ଥାତ୍ ଉଭୟ ଶବ୍ଦ ମଧ୍ୟରେ କୌଣସି ଆର୍ଥିକ ସାମ୍ୟ ହିଁ ଦୃଶ୍ୟମାନ ହେଉନାହିଁ ।  ଏଠାରେ ସୂଚନାଯୋଗ୍ୟ ଯେ ଏହି ନିକ୍ତ ଶବ୍ଦ ସହିତ ଓଡ଼ିଆଭାଷାର―ନିକ(ଭଲ),ନିକେଇବା(ସଫାକରିବା,ବାଛିବା)ଆଦି ଶବ୍ଦର ସମଧୃତଗତ ସମ୍ପର୍କ ରହିଛି ।

ତେବେ ପ୍ରଶ୍ନ ହେଲା― କଣ୍  ଓଡ଼ିଆ ଭାଷାରେ ବି ନିକ୍କା ଶବ୍ଦ ପରି କୌଣସି ଶବ୍ଦ ରହିଛି କି ?

ଉତ୍ତର ହେଲା ହଁ ରହିଛି ...

ହେଲେ
ଯଦି ଆପଣ ଓଡ଼ିଆ ଭାଷାର ‛ନିକା’ ଶବ୍ଦ ଵିଷୟରେ ଭାବୁଛନ୍ତି ତେବେ ହୁଏତ ତାହା ଆମର ଆଲୋଚ୍ୟ ଶବ୍ଦ ‛ନିକା/ନିକ୍କା’ ସହିତ ସମଧୃତ ହୋଇ ପାରେ ନ ବି ହୋଇପାରେ
କାରଣ ଗଡ଼ଜାତରେ ‛ନିକା ସାନ’ ଵା ‛ନିକା ଛୋଟ’ ଶବ୍ଦ ଵ୍ୟଵହାର ବେଳେ ଯେଉଁ ‛ନିକା’ ଶବ୍ଦ ଵ୍ୟଵହାର ହୁଏ ତାହାର ଅର୍ଥ ଆଦୌ ଅଟେ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏ ଶବ୍ଦ ତଳେ ନୋଟ ଅଛି କିନ୍ତୁ ଏ ଉଭୟ ଶବ୍ଦ ଭାଷାକୋଷରେ ମିଳୁନାହିଁ ହେଲେ ଲୋକଙ୍କ ଦ୍ଵାରା ଵ୍ୟଵହାର ହେଉଥିବା ଦୃଷ୍ଟିଗୋଚର ହୋଇଥାଏ । ସେ ଯାହା ହେଉ  ଯଦି ‛ନିକା ସାନ’ ଵା ‛ନିକା ଛୋଟ’ ଶବ୍ଦ ଦ୍ଵୟ ସହଚର ଶବ୍ଦ ବୋଲି ପ୍ରମାଣିତ ହୋଇପାରନ୍ତା ତେବେ ଏ ଶବ୍ଦକୁ ନିକ୍କା ଶବ୍ଦ ସହିତ ସମ୍ବନ୍ଧିତ ବୋଲି ଵିଶ୍ଵାସ ଜନ୍ମନ୍ତା ।

ତେବେ ସମ୍ଭଵତଃ ନିମ୍ନଲିଖିତ ଶବ୍ଦ ଗୁଡି଼କ ହୁଏତ ଆମ ଭାଷାରେ ‛ନିକ୍କା’ ଶବ୍ଦ ସହିତ ସମଧୃତ ଥିଵା ଶବ୍ଦ ଏଵଂ ବହୁତ ସମ୍ଭଵ  ଏସବୁ ଉଡ୍ର ପ୍ରାକୃତ ଵା ପାଲି ଭାଷା ଦେଇ ସମୁତ୍ପନ୍ନ ହୋଇଅଛି ।

●ଆପଣ ଜାଣିଥିବେ ଓଡ଼ିଆ ଭାଷାରେ ନିଖ ବୋଲି ଶବ୍ଦଟେ ଅଛି ,ନିଖ ଶବ୍ଦର ଵିଶେଷ୍ୟ ଅର୍ଥ  ଉକୁଣୀଙ୍କ ଡିମ୍ବ; ଲିଖ ଅଟେ ଏଵଂ ଏହା ସଂସ୍କୃତର ନିକ୍ଷା; ଲିକ୍ଷା ସହିତ ସମଧୃତ
କିନ୍ତୁ ଆଉ ଏକ ନିଖ ଶବ୍ଦ ଅଛି ଯାହା ଵିଶେଷଣ ଭାବେ ଵ୍ୟଵହୃତ ହୋଇଥାଏ ଯାହାର ଅର୍ଥ
ଅତି କ୍ଷୁଦ୍ର—(Tiny; minute) ଅଟେ ।

●ଓଡ଼ିଆ ଭାଷାର ନିଖିଏ ବୋଲି ଆଉ ଏକ ଶବ୍ଦ ରହିଛି ଯାହାର ସମ୍ପର୍କ ବହୁତ ସମ୍ଭଵ
ନିକ୍କା ଶବ୍ଦ ସହିତ ଥାଇପାରେ । ଏ ଶବ୍ଦର ଵିଶେଷ୍ୟ ଅର୍ଥ —ଅତି ସାମାନ୍ଯ ପରମାଣ
ଏଵଂ
ଵିଶେଷଣ ଅର୍ଥ—ଅତି ସାମାନ୍ଯ

●ନିଖିଏ ଶବ୍ଦର ଅର୍ଥ ସହିତ ଟିକିଏ ଶବ୍ଦର ଅର୍ଥ ମିଶିଯାଏ ଵା ଉଭୟ ଶବ୍ଦ ସମାର୍ଥକ ତେଣୁ ଆମ ଭାଷାରେ ଏକ ସହଚର ଶବ୍ଦ ଚଳିବାକୁ ଲାଗିଲା ‛ଟିକିଏ ନିଖିଏ’ ।
ଏହି ସହଚର ଶବ୍ଦଟିର...
ଵିଶେଷ୍ୟ ଅର୍ଥ→ଅତି ସାମାନ୍ଯ ପରିମାଣ; ବକଟେ
→ଵିଶେଷଣ ଅର୍ଥ:-ଅତି ସାମାନ୍ଯ ବା ଅଳ୍ପ
→ଦେଶଜ କ୍ରିୟା/ଵିଣ. ଅର୍ଥ―ଅତି ସାମାନ୍ଯ ପରିମାଣରେ

●ଆଉ ଏକ ଓଡ଼ିଆ ଶବ୍ଦ ରହିଛି
ନିଖିରୀ ଯାହାର ଵିଶେଷଣ ଅର୍ଥ
ଅତି କ୍ଷୁଦ୍ର ଏଵଂ କେଉଁଠି କେଉଁଠି ଏ ଶବ୍ଦଟି
ନିଖେଈ ବି ହୋଇଯାଏ । । ଆଗେ ସ୍ତ୍ରୀମାନଙ୍କୁ ନିଖାରୀ/ନିଖେଈ ନାମ(ଡାକନାମ) ଦିଆଯାଉଥିଲା ତେବେ ଆଜିକାଲି ଝିଲି ମିଲି ପିଙ୍କି ଫିଙ୍କି ଭଳି ଭେଳିକି ନାମ ଦିଆଯିବା ଯୋଗୁଁ ଆଉ ଏ ନାମ କ୍ଵଚିତ ଦେଖାଯାଏ ।

●ନିକୁଛ ଏଵଂ ନିକୁଛିଆ ଵା ନିକୁଚିଆ ବୋଲି ଆଉ କେତେକ ଶବ୍ଦ ଚଳୁଅଛି । ଯେଉଁ ଲୋକ ଅତି ଛୋଟ ହୋଇଯାଏ ଵା ଛୋଟଲୋକି କର୍ମକରେ ତା ପାଇଁ ଏସବୁ ଶବ୍ଦ  ଵ୍ୟଵହୃତ ହୋଇଥାଏ ।

ଉପରୋକ୍ତ ଓଡ଼ିଆ ଶବ୍ଦଗୁଡି଼କୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ସଂସ୍କୃତ ‛ନିକ୍ଷା’ ଶବ୍ଦ ସହିତ ସମଧୃତ ଥିବା ଉଲ୍ଲେଖ କରାଯାଇଛି । ଏ ସମସ୍ତ ଶବ୍ଦକୁ ସଂସ୍କୃତ ନିକ୍ଷା ସହିତ ସମଧୃତ କୁହାଯାଇଥିଲେ ହେଁ ନିକ୍ଷା ଶବ୍ଦର ଅର୍ଥ କିନ୍ତୁ ଛୋଟ ନୁହେଁ କିନ୍ତୁ ଉକୁଣୀର ସବୁଠାରୁ ଛୋଟ ଅଵସ୍ଥା ହେଉଛି Nit ଵା ନିଖ(ଲିଖ) ଅଵସ୍ଥା ।
ବୋଧହୁଏ ମୂଳ ଶବ୍ଦରୁ  ନିକ୍କା,ନିଖିଏ ଓ ନିଖ ଵା ଲିଖ ଆଦି ଶବ୍ଦ  ଭିନ୍ନ ଭିନ୍ନ ଅର୍ଥରେ ଵ୍ୟଵହାର ହେବା ଆରମ୍ଭ ହୋଇ ଚଳିଥିବ ।

ପୁଣି ସଂସ୍କୃତର ନିକ୍ଷା,ଲିକ୍ଷା ଵା ରିକ୍ଷା ଶବ୍ଦଟି ବହୁତ ଵ୍ୟାପକ ଏଵଂ ଏହି ଶବ୍ଦ ସହିତ ସମଧୃତ ଥିଵା ଭାରୋପୀୟ ଭାଷାର ଵିଭିନ୍ନ ଭାଷାରେ ଭିନ୍ନ ଭିନ୍ନ ରୂପ ତଥା ଅର୍ଥ ଧାରଣ ପୂର୍ଵକ ଅନେକ ଶବ୍ଦ ଚଳୁଅଛି
ଉଦାହରଣ ସ୍ୱରୂପ:-

★ସଂସ୍କୃତ―ରିକ୍ଷା, ଲିକ୍ଷା,ନିକ୍ଷା(a nit(= लिक्षा),रिक्षा f. a mote in a sunbeam(M.W.)

★ଓଡ଼ିଆ―ନିକ୍ଷା,ନିଖ(Nit,small)
★ପାର୍ସୀ―رشک‎(rišk)(nit)
★ଲାଟିନ୍―ricinus(tick,castor,croton(a kind of plant),mulberryseeds)

―ଏଠାରେ ଧ୍ୟାନ ଦେଲାଭଳିଆ କଥା ହେଲା―

●→ନିକ୍କା ଶବ୍ଦ ସହିତ ନିକ୍ତ ଶବ୍ଦର କୌଣସି ଶାବ୍ଦିକ ଅର୍ଥଗତ ସାମଜସ୍ୟ ଦୃଷ୍ଟିଗୋଚର ହେଉନାହିଁ
●→ହେଲେ ଓଡ଼ିଆ ଭାଷାର ନିଖ,ନିଖିଏ,ନିକୁଛିଆ ଆଦି ଶବ୍ଦର ଅର୍ଥ ସହିତ ଏହି ନିକ୍କା ଶବ୍ଦର ପ୍ରାୟତଃ ମିଶିଯାଏ ।

Sunday, December 2, 2018

ଢପୋରଶଂଖ ଓ ଡମ୍ଫା ; ସମଧୃତ କି ?

ସମାଜରେ ଏମିତି ବହୁତ ଲୋକ ଅଛନ୍ତି ଯୋଉମାନଙ୍କ କାମ କମ୍ ଖଥା ବେଶୀ...
ଯେତେବେଳେ କାମ୍ କମ୍ ହୋଇଯାଏ ସେତେବେଳେ ସ୍ଵକୃତ୍ୟ ଛୋଟ କାର୍ଯ୍ୟକୁ ବଡ଼ କରି ଦେଖେଇବା ତଥା ତହିଁରୁ ମାନସିକ ଶାନ୍ତି ପାଇବା ହେତୁରୁ ବହୁତ ଶ୍ରମ କରିବାକୁ ଯାଇ କେତେ ଯେ ସତ ମିଛ କହିବାକୁ ହୋଇଥାଏ ।
ଏମିତି ମିଛୁଆ ଲୋକଙ୍କୁ ସମାଜରୁ ଗୋଷ୍ଠପଣ୍ଡିତ,ଗପଡି଼ ତଥା ଭୁରୁଡା଼ ଆଦି ଉପନାମ ମିଳିଥାଏ ।

ଆମ ଭାଷାରେ ଏଭଳି କୃତ୍ୟକୁ
ଦାମ୍ଭିକପଣ,ଚାତର,ଢଢମ,ମୁହଁ ଭୁରୁଡୁ଼,ପୁରୁଢ଼ି(ଡି଼) ଵା ପ୍ରୌଢୀ଼ ତଥା ମୁହଁ ବାଲିଙ୍ଗିପଣ କୁହାଯାଏ ।

ହିନ୍ଦୀରେ ଏଭଳି ଲୋକଙ୍କୁ ଢପୋରଶଂଖ କୁହାଯାଏ ।  ଏହା ସହିତ ସମଧୃତ ଥିବା ଭାଷାକୋଷର ପୃଷ୍ଠା 3219ରେ
କେନ୍ଦ୍ରାପଡା଼ ଅଞ୍ଚଳରେ ପ୍ରଚଳିତ ଏକ ଶବ୍ଦ
‛ଡଫଲ ଶଙ୍ଖ’ ର ଉଲ୍ଲେଖ ରହିଛି ।ଏଵଂ ହିନ୍ଦୀର ‛ଢପୋର ଶଂଖ’ ଶବ୍ଦ ସହିତ ଏହାର ଅର୍ଥ ମିଶିଯାଏ ।

ଉଭୟ ଶବ୍ଦର ଅର୍ଥ ହେଲା :―
‛ଯେ  ତିଳକୁ ତାଳକରି କହିବୁଲେ;ବାହାପିଆ’

ବୃହତ ହିନ୍ଦୀ ଶବ୍ଦକୋଷ ଅନୁସାରେ
“ଢପୋର ଶଂଖ ଶବ୍ଦର ମାନକ ରୂପ ‘ଢପୋଲ ଶଙ୍ଖ’ ଅଟେ (କେଉଁଠି କେଉଁଠି ଡଫୋର(ଲ) ଶଙ୍ଖ ବି ଚଳୁଅଛି) । ଢପୋଲ ଶବ୍ଦର ଵ୍ୟୁତ୍ପତ୍ତି ସଂସ୍କୃତ ଦର୍ପଵତ୍ ରୁ ହୋଇଅଛି । ସଂସ୍କୃତର ଦର୍ପଵତ୍ ଶବ୍ଦ ପ୍ରାକୃତରେ ଦପ୍ପୁଲ୍ଲ ଅଟେ ।
ପ୍ରାକୃତ ‛ଦପ୍ପୁଲ୍ଲ’ ଶବ୍ଦ କାଳାନ୍ତରରେ ‛ଦପୁଲ୍ଲ’ ରୁ ‛ଦପୁଲ’ ହୋଇ ଶେଷରେ ‛ଢପୋଲ’ ତଥା ‛ଢପୋର’ ହୋଇଯାଇଛି ।”

ତେବେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ଅନୁଶୀଳନରୁ ଏ ଶବ୍ଦର ସମ୍ପୂର୍ଣ୍ଣ ଭିନ୍ନ ଦିଗ ମିଳିଥାଏ । 

ଭାଷାକୋଷର ୩୨୧୯ ତମ ପୃଷ୍ଠାରେ ‛ଡଫୋର’ ବୋଲି ଏକ ଶବ୍ଦ ଗଡ଼ଜାତ ଅଞ୍ଚଳରେ ଚଳୁଥିବା ଉଲ୍ଲେଖ ରହିଛି ଏଵଂ ଏହି ଶବ୍ଦ ପାଖରେ ଡମ୍ଫା ଦେଖ ଲେଖା ହୋଇଛି ।

ଡମ୍ଫା ଶବ୍ଦ ଏହି ଅବିଧାନର 3222ତମ ପୃଷ୍ଠାରେ ରହିଛି । ଡମ୍ଫା ଶବ୍ଦ ସହ ଦମ୍ଭ ଶବ୍ଦର ସମଧୃତଗତ ସମ୍ପର୍କ ଥିବା ତଥା ଏ ଶବ୍ଦର ମୂଳ ଵୈଜ୍ଞାନିକ କ୍ଷୁଦ୍ରରୂପ ଡମ୍ଫ ଧାତୁ ବୋଲି କୁହାଯାଇଛି ।

ଏହି
ଡମ୍ଫା[ଵିଶେଷଣ]ଶବ୍ଦର ଅନେକ ଅର୍ଥ
ଯଥା:-
୧■ଡବାଡବା; ବାଦଦୂକ, ପ୍ରଗଲ୍ଭ; ବହୁଭାଷୀ
୨■ଆଗଚଲା; ଆଗବୋଲା
୩■ ଉଦ୍ଧତ
୪■ଫମ୍ଫା; ପୋଲା(ଡବା;ଦର୍ଵି)
୫■ ଯେ ଖୁବ୍ କହେ କିନ୍ତୁ କାର୍ଯ୍ୟରେ କିଛି କରେ ନାହିଁ
୬■[ଵିଶେଷ୍ୟ]—ଆନଦ୍ଧ ବାଦ୍ଯବିଶେଷ; ଡେମ୍ଫ ନାଗରୀ

ଏଠାରେ ଡମ୍ଫା ଶବ୍ଦର ପ୍ରଥମ ତଥା ପଞ୍ଚମ ଅର୍ଥ ସହିତ ଡଫଲଶଙ୍ଖ ଓ ଡଫୋର ଶଙ୍ଖ ଶବଦ୍ଵ୍ୟର ଆର୍ଥଗତ ସାମଜସ୍ୟ ସହଜେ ଅନୁମେୟ ।
ତେଣୁ ଭାଷାକୋଷ ଅନୁସାରେ
ଡଫୋର,ଡଫଲ,ଡଫା,ଡମ୍ଫାଳିଆ ଆଦି ଶବ୍ଦ ସମଧୃତ ଅଟେ ।

‛ଡମ୍ଫା’ ଓ ଢପୋରଶଙ୍ଖ ର ‛ଢପୋର’ ଶବ୍ଦଦ୍ଵୟ ଯେ ସମଧୃତ ଏ ଵିଷୟରେ କେତେକ ଯୁକ୍ତିଯୁକ୍ତ ମତ -

◆―ହିନ୍ଦୀରେ ‛ଡଫୋରନା’ ବୋଲି ଏକ କ୍ରିୟାଶବ୍ଦ ରହିଛି ଯାହାର ଅର୍ଥ ଚିତ୍କାର କରିବା ଅଟେ । କୁହାଯାଏ ଡଫୋରରୁ ହିଁ ଡଫୋରନା କ୍ରିୟାଶବ୍ଦ ହୋଇଅଛି । ଡଫୋର ର ଏକ ଅର୍ଥ  ବେଶୀ କୁହା ଗୁଣ ଆଉ ବେଳେ ବେଳେ ଅଧିକ କହୁଥିବା ଲୋକ ଭାଵାଵେଗରେ ଚିତ୍କାର ବି କରିପକାନ୍ତି । ପୁଣି ଚିତ୍କାର କଲାବେଳେ ଜଣେ ଭୀଷଣ ଶବ୍ଦ କରେ ।  ଏଣୁ
ଓଡ଼ିଆ ଭାଷାର
→ଡମ୍ଫା,ଡଫା ଡମ୍ଫ ଧାତୁ,ଦମ୍ଭ ଧାତୁ
→ଡମ୍ଫ ଓ ଦମ୍ଭ ଧାତୁ ସହ ସମଧୃତ ସମ୍ପର୍କ ଥିବା ଡମ୍ ଧାତୁ ଯହିଁରୁ ଡଭରା, ଡହରା,ଡମ୍ବର,ଡମ୍ବରୁ ଆଦି ଶବ୍ଦ ନିଷ୍ପନ୍ନ କରାଯାଇଛି
ଏ ସମସ୍ତ ଶବ୍ଦଗୁଡି଼କର ମୂଳ ଓ ମୂଖ୍ୟ ଅର୍ଥ  ଶବ୍ଦ କରିବା ହିଁ ଅଟଇ ।

◆―ଦର୍ପ ଶବ୍ଦର ମୂଳ ଵୈଜ୍ଞାନିକ କ୍ଷୁଦ୍ରରୂପ
ଦୃପ ଧାତୁ ନିର୍ଣ୍ଣୟ କରାଯାଇଛି
ଏହି ଦୃପ୍ ଧାତୁର ଦୁଇଟି ମୁଖ୍ୟ ଅର୍ଥ
―ସଂଦୀପ୍ତ କରିବା
―ଅହଂକାର କରିବା

ଦୀପ୍ତି ପାଇବା ଅର୍ଥରେ ଦର୍ପଣ ଶବ୍ଦକୁ ନିଷ୍ପନ୍ନ କରାଯାଇଥିଲା ବେଳେ  ଅହଂକୃତ ହେବା ଅର୍ଥରୁ ଦର୍ପ ଶବ୍ଦକୁ ନିଷ୍ପନ୍ନ କରାଯାଇଛି ।
ଦୃପ୍ ଧାତୁର ମୂଳ ଅର୍ଥ ମଧ୍ୟରେ ଶବ୍ଦ କରିବା ନାହିଁ  ଏଣୁ ବହୁତ ସମ୍ଭଵ ଦର୍ପଵତ୍ ନୁହେଁ ଵରଂ ଦମ୍ଭ,ଡମ୍ଫା,ଡଫା ଆଦି ଶବ୍ଦ ଗୁଡି଼କ ଏହି ଢପୋର ଶବ୍ଦ ସମଧୃତ ଅଟଇ...

Saturday, November 24, 2018

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଛାଡ଼ଖାଇ ଶବ୍ଦ

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ବିଂଶ ଶତାବ୍ଦୀରେ ସଂକଳିତ ହୋଇଥିବା ଏକ ଵିଶାଳ ଶବ୍ଦଭିତ୍ତିକ ଜ୍ଞାନକୋଷ । ଏହି ଭାଷାକୋଷରୁ ତତକାଳୀନ ସମୟର ଅନେକ କଥା ଵିଷୟରେ ତଥ୍ୟ ମିଳିଯାଇଥାଏ । ଆଜକୁ ୧୦୦ ଵର୍ଷ ତଳେ ନଥିବା ଅନେକ ଚଳଣି ଏବଂ ୧୦୦ ଵର୍ଷ ପୂର୍ଵର ଵିସ୍ମୃତ ଚଳଣି ଵିଷୟରେ ତର୍ଜମା କରିବା ପାଇଁ ଏହି ଭଳି ପୁରୁଣା ପୁରୁଣା ପୁସ୍ତକର ଅଧ୍ଯୟନ କରିବାକୂ ହୋଇଥାଏ ।

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଓଡ଼ିଶାର ଘରେ ଘରେ ପରିଚିତ ଏକ ଚଳଣି ଵିଷୟରେ ଜାଣିବାକୁ ଉଣ୍ଡିଲି ଏଵଂ

ଏହି ଵିଶାଳକାୟ ଶବ୍ଦଗ୍ରନ୍ଥର
ପୃ-୨୭୯୫ ତଥା ପୃ-୮୧୫୦ ରେ ଏହି ପର୍ଵ ସମ୍ଵନ୍ଧିତ ଦୁଇଗୋଟି ଶବ୍ଦ ମିଳିଲା

→ଛାଡ଼ଖାଇ
→ସଭାଖାଈ(ସଵାଖାଇ,ସବାଖାଈ)

ଛାଡ଼ଖାଇ ଓ ସଭାଖାଈ ତଳେ ଦ୍ରଷ୍ଟଵ୍ୟ ପ୍ରାୟ ସମାନ । ସଭାଖାଈ ଶବ୍ଦଟି ଗଞ୍ଜାମ ଅଞ୍ଚଳର ତଥା ଏହା ସଵାଖାଇ ଶବ୍ଦ ସହିତ ସମଧୃତ ବୋଲି ଭାଷାକୋଷରେ ଉଲ୍ଲେଖ ରହିଛି ।

★ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଛାଡ଼ଖାଇ ଶବ୍ଦ ତଳେ ଥିବା ଦ୍ରଷ୍ଟଵ୍ୟ:- 

“ହବିଷିଆଳିମାନେ କାର୍ତ୍ତିକମାସ ଯାକ ଵ୍ରତ କରିଥିବା ଯୋଗୁଁ ଯେଉଁ ଯେଉଁ ଖାଦ୍ଯ ଛାଡ଼ିଥାଆନ୍ତି. ତାହା 'ଛାଡ଼ଖାଇ' ଦିନ ଖାଆନ୍ତି ।”

★ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ‛ସଭାଖାଇ’ ଶବ୍ଦ ତଳେ ଥିବା ଦ୍ରଷ୍ଟଵ୍ୟ:-

‛ଛାଡ଼ଖାଇ; କାର୍ତ୍ତିକ ମାସରେ ହବିଷ୍ଯ (ନିରାମିଷ ଭୋଜନ) କରୁଥିବା ବ୍ଯକ୍ତିମାନେ କାର୍ତ୍ତିକ ପୁର୍ଣ୍ଣିମା ବାସୀ ଦିନ ହବିଷ୍ଯ ଵ୍ରତ ଉଦ୍ୟାପନ କରିବା ଉପଲକ୍ଷରେ ବନ୍ଧୁବାନ୍ଧବମାନଙ୍କୁ ନିମନ୍ତ୍ରଣ କରି ସେମାନଙ୍କ ସଙ୍ଗେ ସମସ୍ତ ପ୍ରକାର ଖାଦ୍ଯ ଖାଇବା ରୂପକ ଉତ୍ସଵ’

ଏଠାରେ ଧ୍ୟାନ ଦେଲାଭଳିଆ ଦିଗ
ଯଥା:-

■→କାର୍ତ୍ତିକମାସ ଯାକ ଵ୍ରତ କରି ମାର୍ଗଶିର ମାସରେ ସେମାନେ ଏହି ମାସରେ ଛାଡ଼ କରିଥିବା ଖାଦ୍ୟ ଭକ୍ଷଣ କରିଥାନ୍ତି ।

■→ଏହି ଦିନ ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କରି ସେମାନଙ୍କ ସହିତ ସମସ୍ତ ପ୍ରକାରର ଖାଦ୍ୟ ଖାଅନ୍ତି ।

◆◆◆ଉଭୟ ଦ୍ରଷ୍ଟଵ୍ୟର ନିଷ୍କର୍ଷ―

■→ଉଭୟ ଦ୍ରଷ୍ଟଵ୍ୟରେ ଜାଣିଶୁଣି ହେଉ କି ଅନ୍ୟ କାରଣଵଶତଃ ମାଂସ କି ମାଛର ଉଲ୍ଲେଖ
କରାଯାଇନାହିଁ ।
■→ହବିଷିଆଳମାନେ  ତତକାଳୀନ କାଳରେ ଆଜି ଅପେକ୍ଷା ଅଧିକ ଧାର୍ମିକ ହୃଦୟ ଵିଶେଷତଃ  ବ୍ରାହ୍ମଣ ଆଦି ଉଚ୍ଚପରିବାରର ହେଉଥିବା ହେତୁରୁ ନିଶ୍ଚିତ ମାଂସ ମାଛ ଭକ୍ଷଣ କରୁନଥାଇପାରନ୍ତି ଏଵଂ ମାଂସ ମାଛ ପରି ଶରୀରରେ ଉତ୍ତେଜନା ବୃଦ୍ଧି କରୁଥିବା ତଥା ଲାଳୁଆ ଖାଦ୍ୟପଦାର୍ଥ(ପିଆଜ, ରସୁଣ, ପୋଈ ଓ ଲାଉ ଆଦି )ଏହି ମାସରେ ତ୍ୟାଗ କରିଦେଉଥିଲେ (ଵର୍ତ୍ତମାନ ବହୁ ସଂଖ୍ୟକ ସନାତନୀ ମାଂସଭକ୍ଷକ ହୋଇଯାଇଛନ୍ତି ଏମନ୍ତ କି ଉଚ୍ଚକୁଳର ଲୋକେ ସୁଦ୍ଧା ଵର୍ଜିତ ହୋଇଥିବା ଜୀଵଙ୍କର ମାଂସଭକ୍ଷଣ କରିବାକୁ କୁଣ୍ଠାଵୋଧ କରୁନାହାନ୍ତି)

■→ସେତେବେଳେ ନୂଆଖାଈରେ ସବୁ ବନ୍ଧୁବାନ୍ଧବଙ୍କ ସହିତ ମିଳିମିଶି ଯେମିତି ପର୍ଵ ପାଳନ ହେଉଥିଲା ତଦନୁରୂପ ଛାଡ଼ଖାଇ ଦିନ ବି ଏହି ଵ୍ରତର ଉଦ୍ୟାପନ  ବନ୍ଧୁଜନଙ୍କ ସହିତ ମିଳିମିଶି କରାଯାଉଥିଲା ଯାହା ଆଜିରେ ଆଉ ଅଧିକାଂଶ ସ୍ଥାନରେ ହେଉନାହିଁ ।

■→ ବହୁତ ସମ୍ଭଵ ଛାଡ଼ଖାଇ ଦିନ ନିରାମିଷ ଖାଦ୍ୟ ଭକ୍ଷଣ ଯାଏଁ ଲୋକମାନେ ବନ୍ଧୁବାନ୍ଧବଙ୍କ ସହ ମିଳିମିଶି ଏ ପର୍ଵ ପାଳୁଥିବେ ଏଵଂ ପରଵର୍ତ୍ତୀକାଳରେ ଉତ୍ତର ଭାରତୀୟଙ୍କ ଦେଖାଦେଖି ଆଧୁନିକତା ନାମରେ ‛ଅତି ମାଂସ ମତ୍ସ୍ୟ ଭକ୍ଷକ’ ହେଲାରୁ ସ୍ଵ ସ୍ଵ ଗୃହରେ ଆମିଷ କରି ଭକ୍ଷଣ କରିବା ଆରମ୍ଭ କରିଦେଇଥିବେ ।

ଏ ଵିଷୟରେ ଆପଣଙ୍କ ମତ କଣ୍ ?
ଆପଣଙ୍କ ବୟୋଜ୍ୟେଷ୍ଠ ମାନେ ଛାଡ଼ଖାଇ ଵିଷୟରେ କଣ ମତପ୍ରକାଶ କରନ୍ତି ?

Tuesday, November 20, 2018

ଢାଳ ଵା ଲୋଟା ର ଆକାର ପ୍ରକାର ଅନୁସାରେ ଚଳୁଥିବା ପ୍ରତିଶବ୍ଦ

ଢାଳ ତଥା ସେହି ଆକାରର ପାତ୍ର ଗୁଡି଼କର ଆକାର ପ୍ରକାର ଏଵଂ ଵ୍ୟଵହାର ଆଧାରରେ ନାନାଦି ନାମ ଚଳୁଅଛି ।

ତନ୍ମଧ୍ୟରୁ କିଛିର ନାମ ସହ ଅର୍ଥ ପ୍ରଦାନ କରାଗଲା- - -

●ଅବ୍ଖୂରା→ ଛୋଟ ଢାଳ; ସମସେଇ

●ଅମୃତୀ→ଛୋଟ ଢାଳ ବା ଜଳପାତ୍ର

●ଆଚମନୀ→ ଛୋଟଢାଳ; ଲୋଟି;

●ଅବଖୁରା→ଯହିଁରେ ଆଚମନ କରିବା ଭଳି ଅଳ୍ପ ପାଣି ରହେ;ଛୋଟ ଲୋଟି

●କକଟୀ→କଳସି; ଘଡ଼ି; ଲୋଟା;ଢାଳ

●ଗଡ଼ୁକ→ଜଳପାତ୍ର;ଢାଳ

●ଘଟି→ଲୋଟି; ଛୋଟଢାଳ

●ଘଟୀ→ଘଟାକୃତି ପିତ୍ତଳ ବା କାଂସ୍ଯ କ୍ଷୁଦ୍ର
ଜଳପାତ୍ର; ଲୋଟା;ଢାଳ

●ଚମୁ→ଏକଜାତୀୟ ପିତଳର ଛୋଟ ଢାଳ

●ଚମ୍ବୁ→ଛୋଟମୁହାଁଢାଳ

●ଝରି→ନଳ ଲାଗିଥିବାଢାଳ; ଗଡ଼ୁ

●ଝାରି→ ଝରି; ଗଡ଼ୁ;ଢାଳ

●ଟୋକଣା→ଢାଳ; ପିତଳନିର୍ମିତ ଜଳ ପାତ୍ର

●ଢଳା→ଛୋଟଢାଳ; ସାମସେଇ; ଝରି

●ନୋଟା→ଲୋଟା;ଢାଲ

●ବାତରାୟଣ→କରପାତ୍ର,ଲୋଟା

●ମୁତା→ସାନଢାଳ; ଲୋଟା

●ସାମସେଇ→ଅବଖୁରା; ଅତି ଛୋଟ ଢ଼ାଳ

ଏହା ଵ୍ୟତିତ
ଠେକି ଵା କଳସୀ ପାଇଁ
ଆହୁରି ଅନେକ ପ୍ରତିଶବ୍ଦ ଚଳୁଅଛି । ଏ ଧରଣର ଵାସନ ସାଧାରଣତଃ ଗାଈ ଦୁଗ୍ଧ ତଥା ପୂଜା ପାର୍ଵଣ ଆଦି କାର୍ଯ୍ୟରେ ଲାଗିଥାଏ ।
ଉଦାହରଣ ସ୍ୱରୂପ:-

→କର୍କ―କ୍ଷୁଦ୍ର କଳଶ;ଠେକି
→କୁଞ୍ଚା―ମାଟିର ଠେକି ଵା ଘଡ଼ି
→କୁମ୍ଭିକା―କ୍ଷୁଦ୍ର ଘଟ;ଠେକି; ଘଡ଼ି
→ଗୋଦୋହନୀ―ଗାଈ ଦୁହାଁ ଠେକି ବା ଭାଣ୍ଡ— →ଠେଁକି,ଠେଙ୍କି,ଠେକି; ମାଟିର ଛୋଟ ଘଡ଼ି— A →ଦୁହଣୀ— ଦୁଧ ଦୋହିଁ ବା ଠେକି
→ଦୋଅଣୀ―ଗାଈଦୁହାଁ ଠେକି
→ନିପାନ―ଦୁଧଠେକି; ଗୋଦୋହନ ପାତ୍ର

©ପୂର୍ଣ୍ଣଚନ୍ଦ୍ର ଭାଷାକୋଷ

Monday, November 19, 2018

ଭାଇ ଓ ଭଉଣୀ ସମ୍ପର୍କ ଆଧାରିତ କିଛି ଵୈଜ୍ଞାନିକ ଭାରତୀୟ ଶବ୍ଦ


★ଇଂରାଜୀ ଭାଷାରେ ଭାଇ ଓ ଭଉଣୀ ପାଇଁ
ସାଧାରଣତଃ Brother ଓ Sister
ତଥା ସାଵତ ଭାଇ ଓ ଭ ଉଣୀଙ୍କ ପାଇଁ step ଶବ୍ଦ ଯୋଡ଼ି ଇଂରାଜୀ ଶବ୍ଦ ରହିଛି(step brother,step sister)
★ୟୁରୋପୀୟ ସଭ୍ୟତା ଦ୍ଵାରା ପ୍ରଭାଵିତ ଦେଶମାନଙ୍କରେ ଏକପତିବ୍ରତ କି ଏକପତ୍ନୀବ୍ରତ ବୋଲି କିଛି ନଥାଏ । ଏଠାରେ  ମହିଳା କିମ୍ବା ପୁରୁଷ ଆପଣା ଜୀଵନକାଳରେ ଅନେକ ପୁରୁଷ ସହିତ ଵିଵାହ କରିଥାଇ ପାରନ୍ତି । ଫଳତଃ
ସେମାନଙ୍କ ଔରସରୁ ଯଦି ସନ୍ତାନ ଜାତ ହେଲେ ତେବେ ସେମାନେ ଅନ୍ୟ ଆଗରେ  Half brother,half sister  ବୋଲି ପରିଚୟ ଦେବେ (ଏହି ଅର୍ଥରେ ଵୈମାତୃ,ଅନ୍ୟମାତୃଜ,ସାପତ୍ୟ,ସାପତ୍ନ୍ୟଜ ଆଦି ଶବ୍ଦ ଵ୍ୟଵହାର ହୁଏ) ।
★ଗାଆଁ ଭାଇ ଅର୍ଥରେ(ସାମାଜିକ ଭ୍ରାତୃଭାଵ ଆଧାରିତ) ଇଂରାଜୀରେ co-brother/co-sister ଶବ୍ଦ ଵ୍ୟଵହାର କରାଯାଏ
★ମାଉସୀ,ମାମୁଁ ଓ ପିଉସୀପୁଅ ଓ ଝିଅଙ୍କ ପାଇଁ cousin  ଶବ୍ଦ ଲଗେଇ cousin brother/cousin Sister ଶବ୍ଦ ଵ୍ୟଵହାର କରାଯାଏ ।
★ସେହିଭଳି ଗୋଟିଏ ମାତାଠାରୁ ଭିନ୍ନ ଭିନ୍ନ ପିତାଠାରୁ ଉତ୍ପନ୍ନ ସନ୍ତାନ ପରସ୍ପରକୁ uterine brother/uterine Sister କୁହାଯାଏ ।

ତେବେ ଏ ସବୁ ଶବ୍ଦଗୁଡ଼ିକରୁ ପାଶ୍ଚାତ୍ୟ ସଂସ୍କୃତିର ଢିଲାଢୁଲା,ଅପକ୍ଵ ଓ ଅସ୍ଥିର ପାରିଵାରିକ ସମ୍ପର୍କ ସ୍ପଷ୍ଟ ଦୃଶ୍ୟ ହୁଏ ।

ଏହି ଧାରାରେ ଯଦି ଭାଇ ଓ ଭଉଣୀଙ୍କ ସମ୍ପର୍କ ଓ ତତ୍ ଆଧାରିତ  ଶାସ୍ତ୍ରୀୟ ସଂସ୍କୃତ ଓ ଶାସ୍ତ୍ରୀୟ ଓଡ଼ିଆ ଭାଷାରେ ଥିବା ଶବ୍ଦ ସମ୍ଭାରର ଏକ ସାମାନ୍ୟ ସୂଚୀ ବି ପ୍ରସ୍ତୁତ କରାଯାଏ ତେବେ ତାହା ମଧ୍ଯ ବହୁତ ଲମ୍ବା ହୋଇଯାଏ । ଏହା ଓଡ଼ିଆ ତଥା ସଂସ୍କୃତ ଭାଷାର ଵୈଜ୍ଞାନିକତାର ଅନ୍ୟତମ ପ୍ରମାଣ କହିଲେ ଅତ୍ୟୁକ୍ତି ହେବ ନାହିଁ

ନିମ୍ନରେ ସେଇଭଳି କିଛି ଶବ୍ଦର ସୂଚୀ ପ୍ରଦାନ କରାଗଲା ...

●ଅକନିଷ୍ଠ→
ଯେଉଁ ବ୍ଯକ୍ତିର ସାନ ଭାଇ ବା ଭଉଣୀ ନାହିଁ
(ସ୍ତ୍ରୀ-ଅକନିଷ୍ଠା)
●ଅଗ୍ରଜ,ଅଗ୍ର୍ୟ,ଅଗ୍ରେୟ→
ଜ୍ଯେଷ୍ଠ ଭ୍ରାତା; ବଡ଼ଭାଇ

●ଅଗ୍ରେଦିଧିଷୁ
→ଅଗ୍ରେ=ଆଗେ, ପୂର୍ବେ+ ଦିଧିଷୁ=ଦୁଇଥର ବିବାହିତା ସ୍ତ୍ରୀ
ଏ ଶବ୍ଦର ତିନୋଟି ଅର୍ଥ ରହିଛି
ଯଥା
【୧】ଯେଉଁ ପୁରୁଷ ପୂର୍ଵେ ଥରେ ଵିଵାହ କରି ବିଧବା ହୋଇଥିବା ସ୍ତ୍ରୀ କୁ ଵିଵାହ କରେ /ପ୍ରଥମ ସ୍ବାମୀଙ୍କ ମୃତ୍ଯୁ ପରେ ଦ୍ବିତୀୟ ଥର ଵିଵାହିତା ସ୍ତ୍ରୀର ସ୍ବାମୀ
【୨】ବଡ଼ ଭଉଣୀ ବିବାହ ନକରୁଣୁ ବିବାହ କରିବା ସାନ ଭଉଣୀ—
【୩】ପୁନର୍ବିବାହିତା ବିଧବା

●ଅତ୍ତା→
ବଡ଼ ଭଉଣୀ

●ଅନୁଜ→
କନିଷ୍ଠ, ସାନ ଭାଇ

●ଅନ୍ତରଭଉଣୀ→
(କ୍ଷତ୍ରିୟଙ୍କର)ସାବତ ଭଉଣୀ

●ଅନ୍ତିକା(ଵି)→
ଜୋଷ୍ଠଭଉଣୀ; ଅଗ୍ରଜା—

●ଅପତିଆଣି,ଅପର୍ତ୍ତିଆଣୀ(ଵିଣ.)
―ଯେଉଁ ପିଲାର ଉପର ଭାଇ ଵା ଭଉଣୀ ମରିଯାଇଥାନ୍ତି—

●ଅପା(ଵି)
―ବଡ଼ ଭଉଣୀ(ଦ୍ରା ତେଲୁଗୁ ଶବ୍ଦ ‛ଅପା’ ସହିତ ସହ ସମଧୃତ)

●ଅଵରଜ→
ସାନ ଭାଇ(ସ୍ତ୍ରୀ-ଅଵରାଜା)
ନିରୁକ୍ତି;ଅବର= ପରବର୍ତ୍ତୀ+ଜନ ଧାତୁ+କର୍ତ୍ତୃ. ଅ

●ଅର୍ତିକା(ଵି)→
―ବଡ଼ ଭଉଣୀ

●ଆକ୍ରନ୍ଦ→ଭାଇ

●ଉଠିଆସିଠିଆ→(ପଶ୍ଚିମ ଓଡି଼ଶା;ଗଡ଼ଜାତ) (ବିଣ.)—କୌଣସି ବ୍ଯକ୍ତିର ଜ୍ଯେଷ୍ଠ ଓ କନିଷ୍ଠ ଉଭୟ ଭାଇ

●ଉଠିଆଭାଇ(ପଶ୍ଚିମ ଓଡ଼ିଶା ଓ ଗଡ଼ଜାତ)
(ଵି.)—ଜ୍ଯେଷ୍ଠ ଭାଇ

●ପିଠିଆ ଭାଇ(ପଶ୍ଚିମ ଓଡ଼ିଶା ଓ ଗଡ଼ଜାତ)
(ଵି.)―ସାନ ଭାଇ

●ଏକୋଦର(ଵି.)(ସ୍ତ୍ରୀ―ଏକୋଦରା)
ସହୋଦର;ଏକ ମାତାର ଗର୍ଭୁଁ ଜାତ ଭାଇ

●କେଶଟ→ସଂ ଵିଶେଷ୍ୟ
                  -ଭାଇ

●କ୍ରମୋଢ଼ା(ଵିଣ)
=>କ୍ରମ+ଊଢ଼ା
―ବଡ଼ ଭଉଣୀମାନଙ୍କ ବିବାହ ପରେ ବିବାହିତା ସାନ ଭଉଣୀ

●ଘରଆଡ଼(ଆଡି଼ଆ) ଭାଇ―
ଦେଶଜ ଵି.―ଶାଳକ(ଵ୍ୟଙ୍ଗ ପ୍ରୟୋଗ)

●ଚୀରଭବନ୍ତୀ→
— ସ୍ତ୍ରୀଙ୍କ ବଡ଼ଭଉଣୀ; ଦେଢ଼ଶାଶୁ—

●ଜାମି;ଯାମୀ→ଭଉଣୀ
ଯମ ଓ ଜମୁନାଙ୍କ ଭାଇ ଭଉଣୀ ସ୍ନେହ ଆଦର ଯୋଗୁଁ ଵୈଦିକ ଯୁଗରୁ ଭାଇ ଦ୍ଵିତୀୟା ଵା ଯମ ଦ୍ଵିତୀୟା ପର୍ଵ ପାଳିତ ହୋଇ ଆସୁଥିବା ବେଳେ ଆଧୁନିକ ରାକ୍ଷୀ ପୂର୍ଣ୍ଣିମା ଯୋଗୁଁ ଏ ପର୍ଵ ର ଗୁରୁତ୍ୱ ହ୍ରାସ ହୋଇଛି । ତେବେ ସେ ଯାହା ହେଉ ଏକଦା ଯମ ଦ୍ଵିତୀୟା ଭାରତଵର୍ଷରେ ଏତେ ଲୋକପ୍ରିୟ ହୋଇଥିଲା ଯେ ଭଉଣୀ ପାଇଁ ଜାମି ଵା ଯାମୀ ଏକ ପର୍ଯ୍ୟାୟଵାଚକ ହୋଇଯାଇଥିଲା ବୋଲି ସହଜେ ଅନୁମାନ କରାଯାଇପାରେ ।

●ଦାଦା(ଵି)→
―ବଡ଼ ଭାଇ; ଜ୍ଯୋଷ୍ଠ ଭ୍ରାତା; ଭାଇନନା

●ଦାହକ ଭାଇ;ମଡ଼ାସାଙ୍ଗିଆ ଭାଇ
=ଶବକୁ ସତ୍କାର କରିବାକୁ ନେବା ବ୍ଯକ୍ତିଗଣ

●ଦିଦୀ
―ବଡ଼ଭଉଣୀ, ନାନୀ

●ଦିଧିଷୃ
― ଅଗ୍ରେଦିଧିଷୂ; ବଡ଼ଭଉଣୀ ଅଵିଵାହିତା ଥାଉ ଥାଉଁ ଯେଉଁ ସାନଭଉଣୀ ଵିଵାହ କରେ

●ଦେଈ
―ଭଉଣୀ

●ନଣଦ
―ସ୍ବାମୀ ଙ୍କ ଭଉଣୀ

●ନନା,ଭାଇନା,ନାନା,ନୀନା(ଵିପରୀତ-ନାନୀ)
―ବଡ଼ ଭାଇ

●ନାନା
―ବଡ଼ଭଉଣୀ; ନାନୀ— 2. Elder sister.

●ନାନୀ
―ବଡଭଉଣୀ

●ନେଦିଷ୍ଠୀ―ସଂ ଵିଶେଷଣ
―ସହୋଦର ଭାଇ

●ପରିଵିର୍ଣ୍ଣ,ପରିଵିତ୍ତ, ପରିଵିତ୍ତି(ସଂ. ଵି.)→
(ପରି=ପୂର୍ବରୁ+ବିଦ୍ ଧାତୁ+କର୍ମ. ତ)
—ଯେଉଁ ଅବିବାହିତ ବ୍ଯକ୍ତିର ସାନ ଭାଇ ବିବାହିତ ହୋଇଥାଏ

●ପରିଵିନ୍ଦକ,ପରିଵିିନ୍ଦତ୍ (ଵି.ପୁଂ.)→
(ପରି+ଵିଦ୍ ଧାତୁ+କର୍ତ୍ତୃ. ଅକ)
—ଯେଉଁ ବ୍ଯକ୍ତି ଆପଣାର ବଡ଼ ଭାଇ ବିବାହିତ ହେବା ପୂର୍ବରୁ ବିବାହ କରେ

●ପରିବେତ୍ତା(ଵି.ପୁଂ.)→
(ପରି=ପୂର୍ବରୁ+ଵିଦ୍ ଧାତୁ=ଲାଭ କରିବା+କର୍ତ୍ତୃ. ତୃ;1ମା.1ଵ.)
—ବଡ଼ ଭାଇ ଅବିବାହିତ ଥାଉଁ ଥାଉଁ ବିବାହିତ ସାନ ଭାଇ
[ଦ୍ରଷ୍ଟଵ୍ୟ—ବଡ଼ ଭାଇ ଦେଶାନ୍ତରଗାମୀ, ନପୁଂସକ, ପତିତ, ମୂକ, ବଧୀର, ଅନ୍ଧ, କୋଢ଼ି, ଵିଵାହ କରିବାକୁ ଅନିଚ୍ଛୁକ, ଵେଶ୍ଯାସକ୍ତ ଓ ଚିରରୋଗୀ ହେଲେ, କିମ୍ବା ଆପଣାର ଅନ୍ତର ଭାଇ ହୋଇଥିଲେ, କିମ୍ବା ସାନ ଭାଇକୁ ଵିଵାହ କରିବାକୁ ଅନୁମତି ଦେଲେ ବଡ଼ ଭାଇ ଵିଵାହିତ ନ ହୋଇ ସାନ ଭାଇ ଵିଵାହ କରିବାର ଶାସ୍ତ୍ରଵିଧି ଅଛି। ଅଵିଵାହିତ ବଡ଼ ଭାଇକୁ ପରିଵିର୍ଣ୍ଣ, ପରିଵିତ୍ତ, ପରିଵିିତ୍ତି ବୋଲାଯାଏ।ପୂ;ଭା]

●ପିଠିର→
―କନିଷ୍ଠ (ଭାଇଓ ଭଉଣୀ)

●ପିତୃବ୍ଯକନ୍ଯା
―ଖୁଡ଼ୁତାଝିଅଭଉଣୀ

●ପିତୃବ୍ଯପୁତ୍ର;ଖୁଡ଼ୁତା ପୁଅ ଭାଇ→
―ଦଦା,ଦଦେଇ ଵା କକା,କକେଇ ପୁଅ ଭାଇ

●ପିତୃଷ୍ବ ସେୟ-(ଵିଶେଷ୍ୟ)
(ସ୍ତ୍ରୀ―ପିତୃଷ୍ବ ସେୟା—ସ୍ତ୍ରୀ)
ନିରୁକ୍ତି;ପିତୃସ୍ବସୃ+ଅପତ୍ଯାର୍ଥେ ଏୟ
—ପୈତୃଷ୍ବସ୍ରୀୟ;ପିଉସୀପୁଅ ଭାଇ

●ପିତ୍ର୍ଯ→
―ବଡ଼ଭାଇ

●ପୂର୍ବଜା→
ବଡ଼ ଭଉଣୀ

●ବଳା→
ସାନ ଭଉଣୀ

●ବହିଣୀ,ବଇଣୀ,ବହିଣୀ,ବହିନ୍ ,ବହେଣୀ, ଭଗିନୀ,ବାଇ
―ଭଉଣୀ

●ବିମାତୃଜ→
— ବୈମାତୃ ଭାଇ,ବୈମାତ୍ରେୟଭାଇ; ସାବତ ଭୋଇ

●ଭଅ(ଇ,ଉ)ଣୀ ଜୋଇଁ(ଯ୍ଵାଇଁ)
―କୌଣସି ସ୍ତ୍ରୀର ସାନ ଭଉଣୀର ସ୍ବାମୀ
[ଦ୍ରଷ୍ଟଵ୍ୟ— ସାନ ଭଉଣୀଙ୍କୁ ବିଭା ହୋଇଥିବା ବ୍ଯକ୍ତିଙ୍କର ଆପଣାର ସ୍ତ୍ରୀର ବଡ଼ ଭଉଣୀ ଦେଢ଼ଶାଶୁ ଅଟନ୍ତିଓ ଓଡ଼ିଆ ସମାଜରେ ତାଙ୍କ ସଙ୍ଗେ ଥଟ୍ଟା କରିବା ବା କଥାବାର୍ତ୍ତା ହେବା ନିଷିଦ୍ଧ। ବଡ଼ ଭଉଣୀଙ୍କ ସ୍ବାମୀ ଆପଣାର ଭିଣେଇ ଓ ସ୍ତ୍ରୀର ସାନ ଭଉଣୀ ଆପଣାର ଶାଳୀ; ଶାଳୀ ଓ ଭିଣେଇଙ୍କ ମଧ୍ଯରେ ଥଟ୍ଟା ପରିହାସ ଚଳେ।ପୂ;ଭା]

●ଭଉଣ୍ଡୀ(ଵ୍ୟଙ୍ଗ୍ଯ)
—ଭଉଣୀ

●ଭାଇଆ,ଭାଇଆଳି(ଆ)→
ଜ୍ଞାତି; କୁଟୁମ୍ବୀ ଭାଇ

●ଭ୍ରତା,ଭ୍ରଥା,ଭ୍ରାତ,ଭ୍ରାଥ,ଭ୍ରାତଃ,ଭ୍ରାତୃ
—ଭାଇ—

●ଭ୍ରାତୃସ୍ଥାନୀୟ→
―ସମ୍ପର୍କରେ ଭାଇ

●ମଉଳାପୁଅ ଭାଇ
(ସଂ. ମାତୁଳ ପୁତ୍ର+ଭ୍ରାତ)
—ମାମୁଁ ପୁଅ ଭାଇ

●ମଡ଼ାକଢ଼ା ଭାଇ,ମଡ଼ାକାନ୍ଧିଆ ଭାଇ,ମଡ଼ାସାଙ୍ଗୀ ଭାଇ→
―ଦାହକ ଭାଇ;ଶବକୁ ସତ୍କାର କରିବାକୁ ନେବା ବ୍ଯକ୍ତିଗଣ

●ମାଲ ଭାଇ(ଵି)→
—ମୃତ୍ୟୁ ଉତ୍ତାରୁ ଶବ କାନ୍ଧଉଥିବା ଜ୍ଞାତି ଭାଇ

●ଯବିଷ୍ଠ―(ଵିଶେଷଣ)(ଯବିଷ୍ଠା—ସ୍ତ୍ରୀ)→
→ଯୁଵାନ୍+ ଅତିଶୟାର୍ଥେ. ଇଷ୍ଠ
―ଅତ୍ଯନ୍ତ ଯୁଵା,ସଵା ସାନ ଭାଇ; ସର୍ବକନିଷ୍ଠଭ୍ରାତା

●ଶାଳୀ(ସଂ. ଶ୍ଯାଳୀ)
—ଆପଣା ସ୍ତ୍ରୀଙ୍କ କନିଷ୍ଠା ଭଗ୍ନୀ; ଶାଳିକା
[ଦ୍ରଷ୍ଟଵ୍ୟ— ସ୍ତ୍ରୀଙ୍କ ବଡ଼ ଭଉଣୀଙ୍କୁ ଓଡ଼ିଆରେ ଦେଢ଼ଶାଶୁ ବୋଲାୟାଏ। ଶାଳୀଙ୍କ ସ୍ବାମୀ ସଢୁ ଅଟନ୍ତି; ଶଳୀଙ୍କ ପୁଅ ପୁତୁରା ଓ ତାଙ୍କ ଝିଅ ଝିଆରୀ ଅଟନ୍ତି; ଓଡ଼ିଆ ସାମାଜରେ ସ୍ତ୍ରୀଙ୍କ ବଡ଼ ଭଉଣୀ ଦେଢ଼ଶାଶୁ ଭଉଣୀଜୋଇଁଙ୍କର ପରିହାସସ୍ଥାନୀଯା ନୁହନ୍ତି; କେବଳ ସ୍ତ୍ରୀଙ୍କ ସାନ ଭଉଣୀ ଶାଳୀ ଭିଣେଇଙ୍କର ପରିହାସସ୍ଥାନୀୟା ଅଟନ୍ତି। ବଙ୍ଗୀୟ ସମାଜରେ ସ୍ତ୍ରୀଙ୍କର, କି ବଡ଼,କି ସାନ, ସବୁ ଭଉଣୀ ଶାଳୀ ଅଟନ୍ତି ଓ ଭିଣେଇଙ୍କର ପରିହାସସ୍ଥାନୀୟି ଅଟନ୍ତି। ପୂ;ଭା]

●ସକୁକ୍ଷୀ(ଵିଶେଷଣ)→
→ଏକମାତାଙ୍କ ଗର୍ଭରୁ ଉତ୍ପନ୍ନ ଭାଇଓ ଭଉଣୀ—
     ;Uterine

●ସଗର୍ଭ(ଵିଣ),ସଯୋନୀ(ଵି.)→
―ଏକମାତାଙ୍କ ଗର୍ଭରୁ ଉତ୍ପନ୍ନ ସନ୍ତାନ

●ସାଇ ଭାଇ→
―ନିଜର ସାଇରେ ବାସ କରୁଥିବା ଯୋଗୁଁ ଯେ ଆପଣାର ଭାଇ ସ୍ଥାନୀୟ

●ସାପତନ, ସାପତ୍ନ୍ଯ(ଵିଶେଷଣ)
—ସାବତ ଭାଇ ଓ ଭଉଣୀ
  

●ସୋଦର(ଵିଶେଷ୍ୟ)→
   ସ+ଉଦର
―ସହୋଦର

●ସ୍ତ୍ର୍ଯନୁଜ(ଵି.,ଵିଣ.)
→ଭଉଣୀ ପରେ ଜନ୍ମ ଲଭିଥିବା ଭାଇ

°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°

ସମସ୍ତ ଶବ୍ଦ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ରୁ ସଂଗ୍ରହ କରାଯାଇଛି ଏଵଂ ଏହା ଅପେକ୍ଷା ଆହୁରି ଅନେକ ଦେଶଜ ଓ ସଂସ୍କୃତ ଶବ୍ଦ ରହିଛି ।

ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...