Tuesday, April 26, 2016

ଗୁଜରାଟ ରେ ନାବିକଜାତୀ

ଗୁଜରାଟ ରାଜ୍ୟ ର ପ୍ରାୟ ୧୬୦୦ କି.ମି. ଲମ୍ବା ସାଗରଉପକୂଲ ଅଚ୍ଛି ।
ସୌରାଷ୍ଟ୍ର ସଂସ୍କୃତି ଚାରି ମୁଖ୍ୟ  ସ୍ଥଂଭ ସାଗରସଂସ୍କୃତି, ଗୋପସଂସ୍କୃତି, କୃଷିସଂସ୍କୃତି ଏବଂ ଲୋକସଂସ୍କୃତି କୁ ନେଇ ସୃଷ୍ଟି ।

ଆଜି ଏଠାକାର ସାଗରସଂସ୍କୃତି ବିଷୟରେ ଚାଲ ଆଲୋଚନା କରିବା ।

ଏଠାରେ ଖାରଵା, କୋଳୀ, ମାଛୀ, ପଢାରୋ, ମାଂଗେଲା, ଢୀମର ଆଦି ଜାତିର  ଲୋକ  ସୌରାଷ୍ଟ୍ରର ସାଗର ସଂସ୍କୃତିର ବର
ବର୍ତ୍ତମାନ ଦାୟାଦ ଗଣାନ୍ତି ।

ଗୁଜରାଟରେ ଆର୍ୟ ମାନଙ୍କ ଆଗମନ ପୂର୍ଵେ ଭୀଲ, କୋଳୀ, ଆଭୀର, ପଣିଆ, ଅସୁର, ନାଗଜାତିର ଲୋକ ଏବଂ ଆଜିର ଦ୍ରଵିଡମାନଙ୍କ ପୂର୍ଵଜ ବାସ କରୁଥିଲେ ।

ନାଗଜାତି ଅସୂର ମାନଙ୍କର ଅଧିନରେ କାର୍ଯ୍ୟ କରୁଥିଲା ।
ନାଗଜାତି ର ଲୋକମାନେ ଅସୁରମାନଙ୍କ ର ନୌବାହାନ ସମ୍ଭାଳୁ ଥିଲେ ।

ପୁଣି  ଆଦି ଦ୍ରଵିଡଜାତି , କୋଳୀ, ପଣିଆ, ନାଗ ଆଦି ଏ ଅଚଁଳ ମୂଳ ନାବିକ ଜାତି  ଥିଲେ ।

ଆର୍ୟ ମାନେ ଏ ଅଚଁଳ କୁ ଦଖଲ କଲେ ସେ ସମୟେ ସେମାନେ ଦ୍ରମିଳ ଏବଂ ପଣିଆ ଜାତି ଠାରୁ ନୌବାହନ ବିଦ୍ୟା ସିଖିଥିଲେ ।

ଶ୍ରୀ ଚଂଦ୍ରଶଂକର  ତାଙ୍କ ଐତିହାସିକ ଗ୍ରନ୍ଥ ରେ ଲେଖିଛନ୍ତି

"ଵୈଦିକକାଳ ରେ ନାବିକମାନେ  ଦ୍ଵିଜଵର୍ଣରେ ଗଣା ହେଉଥିଲେ. ଗୁପ୍ତକାଳ ବାଦ ରାଜପୂତ ମାନେ ନାବିକ ନୌବାହକ ମାନଙ୍କ ଵ୍ଯଵସାଯ ସ୍ଵୀକାର କରି ଥିବେ ।  ଗୁଜରାଟ ସର୍ଵସଂଗ୍ରହ ଅନୁସାରେ ଖଲାସୀ ଦଳ ଗୁଜରାଟ ତଥା କାଠିଆବାଡରେ ରହି  ଆସିଅଛି

କୋଳି ବାଘେର କଛ୍ଛୀ ମିୟାନା ଖାରବା ଆଦି ଜାତୀ ର ଲୋକେ ପୂର୍ବେ ପଶ୍ଚିମ ଭାରତର ମୂଖ୍ୟ ନୌଯାନ କୁଶଳୀ ଜାତୀ ଥିଲେ ........

ବାସ୍ତୁବାଦୀ ସକାରାତ୍ମକତା

ବେଳେବେଳେ କାହିଁକି କେଜାଣି ମନଟା ମୋର ଭାରୀ ପିଲାଳିଆମୀ କରିବାକୁ ଅଝଟ କରେ

କିନ୍ତୁ ଯେହେତୁ ବର୍ତ୍ତମାନ ମୁଁ ଯୁବକ

ମୁଁ ମୋ ମନର କଥା ଆଉ ବ୍ୟଥା କୁ ଲୁଚେଇବାରେ ଲାଗିଯାଏ ।

ମନ ରେ ହଜାର ଆଶା ଏବଂ ଉନ୍ମାଦନା ମଧ୍ୟରେ କେତେବେଳେ ଯେ ସୁଖର ଦିନ ଗୁଡ଼କ ବିତିଯାଉଛି ଜାଣିହେଉନି ।

ତେବେ ନିଜକୁ ବଦଳାଈବାର ଜିଦ ହିଁ ମଣିଷ କୁ ଦୂର୍ଗତି ରୁ ସଦ୍ଗତି ଆଡ଼କୁ ବାଟ କଢ଼ାଏ ।

ଯିଏ ସମୟ ର ଇଶାରା କୁ ବୁଝି ସେହି
ହିସାବରେ ସମୟ ଥାଊଁ ଥାଊଁ ନିଜର ସମସ୍ତ ନ ହେଲେ ବି କିଛି ଟା ଆଶା ପୁରୁଣ କରି ସମାଜ ରେ ପ୍ରତିଷ୍ଠିତ ହୋଇଯାଏ ଆଜିର #ଵସ୍ତୁଵାଦୀ ସମାଜ ତାର ନିଶ୍ଚୟଁ ଆଦର କରେ ।

ତେଣୁ ମୁଁ ମଧ୍ୟ ଆଗକୁ ଉଦାସୀନ ନହୋଇ ସକାରାତ୍ମକ ଜୀଵନ ଆଡ଼କୁ ଆଗେଇ ଯିବାକୁ ଚାହୁଁଛି ।

ମାନବ ସମାଜ ମଧ୍ୟରେ ନଥିଲେ ହୁଏତ ଏହି #ଉଦାସୀନତା ଖୁବ କାମରେ ଆସିଥାଅନ୍ତା କିନ୍ତୁ ନଶ୍ଵର ମୋହମାୟା ରେ ବଂଧା ଏଇ ଦୁନିଆ କୁ ଉଦାସୀନତା କେବେ ବି ଭଲଲାଗେନା  ।

ଏଠି ତେଣୁ ଧନପାଗଳ ମାନପାଗଳ ନାରୀପାଗଳ ମାନଙ୍କର ପୂଜା ହୁଏ #ନଶ୍ଵରଵାଦ କୁ ହିଁ ଧର୍ମ ମାନା
ଯାଏ ।

କ୍ଷଣିକ ଏବଂ। ଚିରସ୍ଥାଈ

ପ୍ରେମ କ୍ଷଣିକ ,
ମିତ୍ରତା ଚିରସ୍ଥାଇ ।।

ହାସ ପରିହାସ କ୍ଷଣିକ ,
ହାସ୍ୟବୃତ୍ତି ଚିରସ୍ଥାଈ ।।

ଭାବୁକତା କ୍ଷଣିକ  ,
ଭାବନା ଚିରସ୍ଥାଇ ।।

ଉତ୍ତେଜନା କ୍ଷଣିକ ,
ସମ୍ବେଦନା ଚିରସ୍ଥାଇ ।।

ମାନବ କ୍ଷଣିକ,
ମାନବିକତା ଚିରସ୍ଥାଇ  |||

Saturday, April 9, 2016

ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳା ପାଇଁ କିଏ ଦାୟୀ ?

ଇଂରେଜ ମାନେ 200 ବର୍ଷ କାଳ ଭାରତ ରେ ରାଜତ୍ଵ କରିଥିଲାବେଳେସମଗ୍ର ଭାରତ ବିଶେଷ କରି ଉତ୍ତରଭାରତ ରେ ବିକାଶ ଗତି ତ୍ଵରାନ୍ଵିତ ହୋଇଥିଲା ।

ତେବେ ବିଦ୍ରୋହୀ ଓଡ଼ିଆ ଜାତିର1780 ରୁ 1890 ଯାଏଁ
ଇଂରେଜ ସରକାର ବିରୋଧରେ ବିଦ୍ରୋହ ଫଳରେ ଗୋରା ସାହେବ ତଥା ତାଙ୍କ ଗୋଡ଼ଚଟା କଳା ସାହେବ ମାନଙ୍କୁ ଓଡ଼ିଆ ଜାତି ଚକ୍ଷୁଶୂଳ ହେବାରେ ଲାଗିଲା ।

1900 ମସିହା ଯାଏଁଓଡ଼ିଆ ଲୋକେ ବଡ଼ ଡଙ୍ଗା କି ଷ୍ଟିମୋର ରେ କଲିକତା ଯାଉଥିଲେ ।
ଓଡ଼ିଶା କୁ ରେଳପଥ ଟିଏ ବିଛେଇବାକୁ ଇଂରେଜ ମାନଙ୍କୁ ଦିର୍ଘ 100 ବର୍ଷ ଲାଗିଯାଇଥିଲା !
ଓଡ଼ିଆ ଜାତିର ଲଢ଼ୁଆ ବୀର ପାଇକ ମାନଙ୍କ ଶକ୍ତି ଆଗରେଦିନେ ସମସ୍ତ ମହାଭାରତୀୟ ଜାତିନତମସ୍ତକ , ପରିଚିତ ଥିଲା
କିନ୍ତୁ ଗୋରାସାହେବଙ୍କ ଅମଳରେ
ଇଂରେଜ ସାବତବାପ ର ପରୋଚନା ରେ
ଆମ ପଡ଼ୋଶୀ ଭାଈମାନେ ଆମ ବାପ ଜେଜେବାପଙ୍କୁ ଯେଉଁ ହଟହଟା କରିଥିଲେ
ତାର ବର୍ତମାନ କୁଫଳ ଆମେ ମାନେ ଭୋଗ କରୁଅଛେ !
ଓଡ଼ିଶାରେମରାଠୀ ରାଜତ୍ଵକାଳ ରୁ ଦିର୍ଘଦିନ ଧରି ଅବହେଳା ଯୋଗୁଁ କୋଣାର୍କ ମନ୍ଦିର ଭାଙ୍ଗିଛି !
ପୁଣି ଇଂରେଜ ଅମଳରେ 1840 ରେ ମୁଖ୍ୟ ମନ୍ଦିର ସୁନାମୀ ଯୋଗୁଁ ଭାଙ୍ଗିଥିବାର କୁହାଯାଏ ।
ଏ ମନ୍ଦିର ଠାବକଲାପରେ କୋଣାର୍କ ମନ୍ଦିର ରୁ ଦଶ ଅବତାର ମୂର୍ତି ଇଂଲଣ୍ଡ ନେବାକୁ ଚୈଷ୍ଟା କରି ଇଂରେଜମାନେ କେମିତି ନିଷ୍ଫଳ ଅପମାନିତ ହୋଇଯାଇଥିଲେ ତାହା ଆଜି ଇତିହାସ !

ସ୍ଵାଧୀନତା ପରେ ମଧ୍ୟ ଓଡ଼ିଆ ମାନଙ୍କୁ ସର୍ବ ଭାରତୀୟ ସ୍ଥର ରେ ଅନେକବାର ହତାଦର କରାଯାଇ ଅଛି !
ଟଙ୍କାଏ ଅନୁଦାନଘୋଷଣା କରି ବର୍ତ୍ତମାନ କେନ୍ଦ୍ର ସରକାର ର ଓଡ଼ିଶା କୁ ଚାରଣା ଦେବା ଟା ଠିକ ସେଇଭଳିଆ କଥା !

ତେବେ ଏଠାରେ ପ୍ରଶ୍ନ ଉଠୁଛି କେତେଦିନ ଓଡ଼ିଆ ମାନେ ସବୁଠୁଁ ମହାନ ଜଗନ୍ନାଥ ସଂସ୍କୃତି ର ଦାୟାଦ ହୋଇମଧ୍ୟ ଏଇଭଳି ଅପମାନ ର ଶିକାର ହେଉଥିବେ ?
ଉତ୍ତର ଟା ଖୁବ ସରଳ

ଯେତେଦିନ ଯାଏଁ ସ୍ଵୟଂ ଓଡ଼ିଆ
ସ୍ଵମାତୃଭୂମି ର ଇତିହାସ ନଜାଣି
ନିଜ ଜାତି କୁ ତା'ର ବର୍ତ୍ତମାନ ଦୂର୍ଗତି ପାଇଁ ଦୋଷ ଦେଉଥିବ
ସେତେଦିନ ଯାଏଁ ସେ ଏବଂ ତାହାର ଭାଈ ମାନେ ସର୍ବ ଭାରତୀୟ ସ୍ତର ରେ ଏଇଭଳି ଅବହେଳିତ ହେଉଥିବେ !

ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...