ଇଂରେଜ ମାନେ 200 ବର୍ଷ କାଳ ଭାରତ ରେ ରାଜତ୍ଵ କରିଥିଲାବେଳେସମଗ୍ର ଭାରତ ବିଶେଷ କରି ଉତ୍ତରଭାରତ ରେ ବିକାଶ ଗତି ତ୍ଵରାନ୍ଵିତ ହୋଇଥିଲା ।
ତେବେ ବିଦ୍ରୋହୀ ଓଡ଼ିଆ ଜାତିର1780 ରୁ 1890 ଯାଏଁ
ଇଂରେଜ ସରକାର ବିରୋଧରେ ବିଦ୍ରୋହ ଫଳରେ ଗୋରା ସାହେବ ତଥା ତାଙ୍କ ଗୋଡ଼ଚଟା କଳା ସାହେବ ମାନଙ୍କୁ ଓଡ଼ିଆ ଜାତି ଚକ୍ଷୁଶୂଳ ହେବାରେ ଲାଗିଲା ।
1900 ମସିହା ଯାଏଁଓଡ଼ିଆ ଲୋକେ ବଡ଼ ଡଙ୍ଗା କି ଷ୍ଟିମୋର ରେ କଲିକତା ଯାଉଥିଲେ ।
ଓଡ଼ିଶା କୁ ରେଳପଥ ଟିଏ ବିଛେଇବାକୁ ଇଂରେଜ ମାନଙ୍କୁ ଦିର୍ଘ 100 ବର୍ଷ ଲାଗିଯାଇଥିଲା !
ଓଡ଼ିଆ ଜାତିର ଲଢ଼ୁଆ ବୀର ପାଇକ ମାନଙ୍କ ଶକ୍ତି ଆଗରେଦିନେ ସମସ୍ତ ମହାଭାରତୀୟ ଜାତିନତମସ୍ତକ , ପରିଚିତ ଥିଲା
କିନ୍ତୁ ଗୋରାସାହେବଙ୍କ ଅମଳରେ
ଇଂରେଜ ସାବତବାପ ର ପରୋଚନା ରେ
ଆମ ପଡ଼ୋଶୀ ଭାଈମାନେ ଆମ ବାପ ଜେଜେବାପଙ୍କୁ ଯେଉଁ ହଟହଟା କରିଥିଲେ
ତାର ବର୍ତମାନ କୁଫଳ ଆମେ ମାନେ ଭୋଗ କରୁଅଛେ !
ଓଡ଼ିଶାରେମରାଠୀ ରାଜତ୍ଵକାଳ ରୁ ଦିର୍ଘଦିନ ଧରି ଅବହେଳା ଯୋଗୁଁ କୋଣାର୍କ ମନ୍ଦିର ଭାଙ୍ଗିଛି !
ପୁଣି ଇଂରେଜ ଅମଳରେ 1840 ରେ ମୁଖ୍ୟ ମନ୍ଦିର ସୁନାମୀ ଯୋଗୁଁ ଭାଙ୍ଗିଥିବାର କୁହାଯାଏ ।
ଏ ମନ୍ଦିର ଠାବକଲାପରେ କୋଣାର୍କ ମନ୍ଦିର ରୁ ଦଶ ଅବତାର ମୂର୍ତି ଇଂଲଣ୍ଡ ନେବାକୁ ଚୈଷ୍ଟା କରି ଇଂରେଜମାନେ କେମିତି ନିଷ୍ଫଳ ଅପମାନିତ ହୋଇଯାଇଥିଲେ ତାହା ଆଜି ଇତିହାସ !
ସ୍ଵାଧୀନତା ପରେ ମଧ୍ୟ ଓଡ଼ିଆ ମାନଙ୍କୁ ସର୍ବ ଭାରତୀୟ ସ୍ଥର ରେ ଅନେକବାର ହତାଦର କରାଯାଇ ଅଛି !
ଟଙ୍କାଏ ଅନୁଦାନଘୋଷଣା କରି ବର୍ତ୍ତମାନ କେନ୍ଦ୍ର ସରକାର ର ଓଡ଼ିଶା କୁ ଚାରଣା ଦେବା ଟା ଠିକ ସେଇଭଳିଆ କଥା !
ତେବେ ଏଠାରେ ପ୍ରଶ୍ନ ଉଠୁଛି କେତେଦିନ ଓଡ଼ିଆ ମାନେ ସବୁଠୁଁ ମହାନ ଜଗନ୍ନାଥ ସଂସ୍କୃତି ର ଦାୟାଦ ହୋଇମଧ୍ୟ ଏଇଭଳି ଅପମାନ ର ଶିକାର ହେଉଥିବେ ?
ଉତ୍ତର ଟା ଖୁବ ସରଳ
ଯେତେଦିନ ଯାଏଁ ସ୍ଵୟଂ ଓଡ଼ିଆ
ସ୍ଵମାତୃଭୂମି ର ଇତିହାସ ନଜାଣି
ନିଜ ଜାତି କୁ ତା'ର ବର୍ତ୍ତମାନ ଦୂର୍ଗତି ପାଇଁ ଦୋଷ ଦେଉଥିବ
ସେତେଦିନ ଯାଏଁ ସେ ଏବଂ ତାହାର ଭାଈ ମାନେ ସର୍ବ ଭାରତୀୟ ସ୍ତର ରେ ଏଇଭଳି ଅବହେଳିତ ହେଉଥିବେ !
Subscribe to:
Post Comments (Atom)
ଓଡ଼ିଆମାନେ Cockroachକୁ ଅସରପା କାହିଁକି କୁହନ୍ତି ?
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଅସରପା ଶବ୍ଦର ଵିଶେଷ୍ୟ ଅର୍ଥ Cockroach ତଥା ଵିଶେଷଣ ଅର୍ଥ ମନ୍ଦବୁଦ୍ଧି,ଅପ୍ରତିଭ,ମୂର୍ଖ ତଥା ଅଥରପା ଲେଖା ହୋଇଛି । ଅଥରପ...
-
ଵର୍ତ୍ତମାନ ଯୁଗରେ କାଳିଚରଣ ପଟ୍ଟନାୟକ ଜନସମାଜ ମଧ୍ୟରେ କଵିଚନ୍ଦ୍ର ଭାବେ ପରିଚିତ ତେବେ ତାଙ୍କ ପୂର୍ଵରୁ ଆହୁରି ଅନେକ ସାହିତ୍ୟ ସ୍ରଷ୍ଟା କଵିଚନ୍ଦ୍ର ଉପାଧି ଲାଭକରିଛନ୍...
-
ଵିଶ୍ଵରେ ଵର୍ତ୍ତମାନ ଭୀଷଣ କରୋନା ଵିପତ୍ତି ପଡି଼ଛି କିନ୍ତୁ ଏହା ମଧ୍ଯରେ ଗୋଟାଏ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନକୁ ନେଇ ଓଡ଼ିଶାର ବୁଦ୍ଧିଜୀଵୀ ମହଲରେ ଆଉଥରେ ଆଲୋଚନା ପର୍ଯ୍ୟ...
-
ବିଂଶ ଶତାବ୍ଦୀର ଓଡ଼ିଆ ସାହିତ୍ୟ ସମାଜ ରେ ହୋଇଥିଲା ଏକ ସାହିତ୍ୟ ଯୁଦ୍ଧ ଯାହା “ବୀଜୁଳୀ-ଇନ୍ଦ୍ରଧନୁ ସଂଘର୍ଷ” ନାମରେ ଜଣାଶୁଣା । ଗୋଟିଏ ପଟରେ ଥିଲେ କବିବର ରାଧାନାଥ ...
No comments:
Post a Comment