ବେଳେବେଳେ କାହିଁକି କେଜାଣି ମନଟା ମୋର ଭାରୀ ପିଲାଳିଆମୀ କରିବାକୁ ଅଝଟ କରେ
କିନ୍ତୁ ଯେହେତୁ ବର୍ତ୍ତମାନ ମୁଁ ଯୁବକ
ମୁଁ ମୋ ମନର କଥା ଆଉ ବ୍ୟଥା କୁ ଲୁଚେଇବାରେ ଲାଗିଯାଏ ।
ମନ ରେ ହଜାର ଆଶା ଏବଂ ଉନ୍ମାଦନା ମଧ୍ୟରେ କେତେବେଳେ ଯେ ସୁଖର ଦିନ ଗୁଡ଼କ ବିତିଯାଉଛି ଜାଣିହେଉନି ।
ତେବେ ନିଜକୁ ବଦଳାଈବାର ଜିଦ ହିଁ ମଣିଷ କୁ ଦୂର୍ଗତି ରୁ ସଦ୍ଗତି ଆଡ଼କୁ ବାଟ କଢ଼ାଏ ।
ଯିଏ ସମୟ ର ଇଶାରା କୁ ବୁଝି ସେହି
ହିସାବରେ ସମୟ ଥାଊଁ ଥାଊଁ ନିଜର ସମସ୍ତ ନ ହେଲେ ବି କିଛି ଟା ଆଶା ପୁରୁଣ କରି ସମାଜ ରେ ପ୍ରତିଷ୍ଠିତ ହୋଇଯାଏ ଆଜିର #ଵସ୍ତୁଵାଦୀ ସମାଜ ତାର ନିଶ୍ଚୟଁ ଆଦର କରେ ।
ତେଣୁ ମୁଁ ମଧ୍ୟ ଆଗକୁ ଉଦାସୀନ ନହୋଇ ସକାରାତ୍ମକ ଜୀଵନ ଆଡ଼କୁ ଆଗେଇ ଯିବାକୁ ଚାହୁଁଛି ।
ମାନବ ସମାଜ ମଧ୍ୟରେ ନଥିଲେ ହୁଏତ ଏହି #ଉଦାସୀନତା ଖୁବ କାମରେ ଆସିଥାଅନ୍ତା କିନ୍ତୁ ନଶ୍ଵର ମୋହମାୟା ରେ ବଂଧା ଏଇ ଦୁନିଆ କୁ ଉଦାସୀନତା କେବେ ବି ଭଲଲାଗେନା ।
ଏଠି ତେଣୁ ଧନପାଗଳ ମାନପାଗଳ ନାରୀପାଗଳ ମାନଙ୍କର ପୂଜା ହୁଏ #ନଶ୍ଵରଵାଦ କୁ ହିଁ ଧର୍ମ ମାନା
ଯାଏ ।
No comments:
Post a Comment