Thursday, August 31, 2017

☆☆☆☆☆☆ବେତାଳ ପଞ୍ଚିସା☆☆☆☆☆☆

●●●●ଶ୍ରୀ ଗଣେଣାୟ ନମଃ●●●●●

ବେତାଳ ପଞ୍ଚିସା କଥା ଲିକ୍ଷ୍ୟତେ ।
ବିଘ୍ନରାଜଂ ଗଣାଧ୍ଯକ୍ଷମଂ ମେକଦନ୍ତଂ
ଗଜାନନଂ ଗଣେଶଂ ଚ ମହାକାୟଂ ନମାମି
ପାର୍ବତୀ ସୁତଂ ।।୧।।
ବାଳାନଂ ଶିଷ୍ୟବୋଧାୟ ଅଜ୍ଞାନାଂ ଚ ହିତାୟ ଚ ।। ବେତାଳ ପଞ୍ଚସା ଗ୍ରନ୍ଥଂ ପ୍ରାକୃତେନ କରୋମ୍ୟହଂ ।।୨।।

।।◇◇◇◇◇◇କଥା◇◇◇◇◇◇◇।।
↓       




                                                        
ଦକ୍ଷିଣରେ  ପ୍ରତିଷ୍ଠା ନାମ ପୁର ଅଛି । ସେ ପୁରେ ଗନ୍ଧର୍ବସେନ ରାଜା ।
ସେ ସମୟେ ସେ ରାଜା ମୃଗୟାର୍ଥେ ଗଲା ।
ସେ ବନରେ ବକ୍କଳାଶନ ମୁନିଙ୍କୁ ଦେଖି ବିଚାର କଲା ।

ମୁଁ ଜନ୍ମକାଳରୁ ବହୁତ ପାପ କରିଛି । ଏବେ ମୁନିଙ୍କ ଦର୍ଶନ ମାତ୍ରକେ ମୋର ସର୍ବପାପ ବିନାଶ ହେବ ।  ସେ ମୁନି ନିମ୍ବ ବୃକ୍ଷ ବକଳ କବଳେ ଖାନ୍ତି । ଏ ରୂପେ ସେ ମୁନିଙ୍କର ସହଶ୍ରେ ବର୍ଷ ଗଲା । ରାଜା ଘୋଡ଼ାରୁ ଉତ୍ତୁରି ଆଶ୍ରମକୁ ଜାଇ ଧ୍ଯାନି ଦେଖି ମୌନ  ହୋଇ ନିକଟେ ରହିଲା । ସୂର୍ଯ୍ୟ ଅସ୍ତ  ଦେଖି ସମସ୍ୟା ନ ପାଇ ଗୃହକୁ ଗଲା । ଦ୍ବିତୀୟ ଦିନ ନିତ୍ୟକର୍ମ ସାରି ମୁନିଙ୍କ ଆଶ୍ରମ କୁ ଗଲା ।
ତପକାରି ମୁନିଙ୍କୁ ଦେଖି ବିଚାରିଲା ।

ମୋ ଠାରେ ଅଳଙ୍କାର କଲେ । ଭଲ ଜାଣିମ ଧ୍ଯାନ ଭଗ୍ନ କରିବି ବୋଲି ନଗ୍ରକୁ ଗଲା । ପାତ୍ରମନ୍ତ୍ରୀ ଅମନୀତ୍ୟାଦିଙ୍କୁ ବୋଇଲେ ।
- ମୁନିଙ୍କ ତପସ୍ୟା ବିଘ୍ନ କର  !
ତାହାକୁ ମୋ ରାଜ୍ୟରୁ ଅର୍ଦ୍ଧେକ ଦେବି । ବୋଲନ୍ତେ ଏକ ବେଶ୍ୟା ଉତ୍ତର ଦେଲା ।

- ଭୋ ରାଜନ ! ମୁହିଁ ମୁନିଙ୍କ ତପ ଭଗ୍ନ କରିବି ।
ମୋହୋର ସୌନ୍ଦର୍ଯ୍ୟ ଲାବଣ୍ୟ ଚାତୁର୍ଯ୍ୟନୃତ୍ୟଗାୟନ-ମାନଙ୍କରେ ମୋହିତ ହୋଇ ବଗ୍ୟକର ହେବ ।

ଶ୍ଳୋକ::::::::::::

ଘୃତକୁମ୍ଭସମାନାରି ତପ୍ତାଙ୍ଗାରସମଃ ପୁମାନ୍ ।
ତସ୍ମାଦ୍ ଘୃତାଂ ବହ୍ନି ଚ ନୈକତ୍ର ସ୍ଥାପୟେଦ୍ ବୁଧଃ ।।୩।।

ଅର୍ଥଃ::::::::::
ଘୃତ ସମାନ ସ୍ତ୍ରୀ । ଅଗ୍ନି ସମାନ ପୁରୁଷ ।। ପୁରୁଷ ସ୍ତ୍ରୀ ସଂଯୋଗ ନକରି ।।
ଅଗ୍ନୀରେ ଘୃତ ସଂଯୋଗ କଲେ ତରଳଇ ।
-ମୁଁ ତପ ଅବସ୍ୟ ବିଘ୍ନ କରିବି ।

ରାଜା ଆଜ୍ଞାରେ ବେଶ୍ୟା ଗଲା । ମୁନିଙ୍କ ନିକଟରେ ରହିଲା । ସୂର୍ଯ୍ୟୋଦୟାସ୍ତ ପର୍ଯ୍ୟନ୍ତେ
ମୁନି ତପ କରୁଛନ୍ତି କେମନ୍ତେ ବସ୍ୟ କରିବି ରାତ୍ରେ ସେ ମୁନି ନିମ୍ବ ବୃକ୍ଷରୁ ବକଳ କବଳେ ଖାଇଲେ । ବେଶ୍ୟା ଦେଖି ଗୃହକୁ ଜାଇ ନାନାପ୍ରକାରର ମୋଦକ ଧାନ କରିଆଣି ।
ସେ ବୃକ୍ଷ ମୂଳରେ ଏକ ମୋଦକ ରଖି ଅନ୍ତରେ ରହିଲା । ସେ ମୁନି ମୋଦକରୁ କବଳେ ଖାଇଲେ । ଜିହ୍ବାକୁ ସ୍ବାଦୁ ଲାଗିଲା । ପୁଣି ଏହି ରୂପେ ଦ୍ବିତୀୟ ତୃତୀୟ ଅନୁକ୍ରମେ ବିଂଶତି ପଞ୍ଚବିଂଶତି କବଳ ଭଖିତଂ । ଶରୀର ପୁଷ୍ଟଂ ଭବତି । ଧ୍ଯାନଭଗ୍ନଂ ।

ଏମନ୍ତେ ମୁନି ବେଶ୍ୟା କୁ ଦେଖି କାମବାଧାରେ କହୁଚି ।।

ଶ୍ଳୋକଃ:::::::

ସ୍ତ୍ରୀ ସଂଭୋଗାତ୍ ତ୍ରୟଲୋକେ ନ ସୌଖ୍ୟଂ
ନ ରସାୟକଂ ନଂ ।
କରିଣୀନାଂ କୁ ଅର୍ଥାୟ ଯୂପପଦ୍ଦେବ ଜାୟତେ ।।

ଅର୍ଥଃ ::::::::::
ହେ ବେଶ୍ୟା !!! ତ୍ରୈଲୋକ୍ୟରେ ସ୍ତ୍ରୀସଂଭୋଗକୁ
ବଳିଆନେ ସୁଖ ନାହିଁ । କରିଣି ଠାରେ କରିର ଯେଉଁ ସୁଖ । ଏତେ ଦିନେ ମୋହୋର ବ୍ୟର୍ଥ ଗଲା ।
-ତୁହି କେ ?
-ମୁଁ ଇନ୍ଦ୍ରର ଉର୍ବଶୀ ।
-ତୋ ଠାରେ ମୋ ମନ ରହିଲା ମୋ ଭାର୍ଯ୍ୟା ହେବୁ । ଏ ବନରେ ରହିବା ।
-ମୋ ଘର ସ୍ବର୍ଗଲୋକେ
ମୁଁ ଇନ୍ଦ୍ର ସମୀପେ ଥାଇ ।
-ମୋତେ ଏମନ୍ତ ନ ବୋଲ ।
ହେ ଶୁଭ୍ରକେସୀ ଶୁଣ । ମୋହର ଆଶ୍ରମେ କେତେ ଦିନ ରହ ।
-ସ୍ବଇଛାରେ ମୁଁ ଏଠାରେ ଥିବି ।

ମୁନି ଶୁଣି ଗୃହବିଧାନ କରି ବେଶ୍ୟା ସଙ୍ଗତେ କ୍ରୀଡ଼ା କଲା । ଏମନ୍ତେ ଗର୍ଭ ଦସମାସ ସଂପୂର୍ଣ୍ଣେ ପୁତ୍ରଜାତ ହେଲା ।

ପୁତ୍ରକୁ କୋଡରେ ଧରି ଆନନ୍ଦ ହୋଇ ବର୍ଷ ପୂର୍ଣ୍ଣେ ବେଶ୍ୟା ବୋଇଲା ---
-ଗୃହବାସୀ ବନରେ ଥିବାର ଭଲ ନୋହଇ ।
-ହେ ପ୍ରିୟା ତୋହର ମନ ।
- ଭୋ ମୁନି ମୁଁ ଏକ ନଗ୍ରେକ ଦେଖିଚି ଯିବା ।

ପୁତ୍ରକୁ ଧରି ବେଶ୍ୟା ପଛରେ ପ୍ରତିଷ୍ଠା ନଗ୍ରେ
ରାଜସଭାରେ ପ୍ରବେଶ ହେଲା ।
ରାଜା ଦେଖି
-ଭୋ ମୁନେ ତପସ୍ୟା ପୂର୍ଣ୍ଣ ହେଲା ।
ମୁନି କହୁଚି

ଶ୍ଳୋକଃ::::::::::::

ଦ୍ବିଜରାଜମୁଖୀ ମୃଗରାଜକଟୀ କରିରାଜବିରାଜିତ ମନ୍ଦଗତି ।
ଯଦି ସାରମଣୀ ହୃଦୟଂ ରମତେ
କ୍ବ ତପଃ କ୍ବ ଜପଃ କ୍ବ ସମାଧିବିର୍ଧିନଃ ।।

ଅର୍ଥ :::::::::::::::::
ଚନ୍ଦ୍ରମୁଖୀ,ସିଂହରାଜକଟୀ ହସ୍ତିଗମନା ସା ନାୟିକାକୁ ରମଣ କଲେ
କି ଜପ,କି ତପ,କି ଯୋଗ , କି ଧ୍ଯାନ !!

ତହୁଁ ମୁନି କୋପେ ପୁତ୍ରର ଦୁଇପାଦ ଧରି ଭୂମିରେ ପିଟିଲେ । ତିନିଖଣ୍ଡ ହୋଇ ରାଜଦ୍ବାରେ ଶିର ପଡିଲା । ମଧ୍ୟଭାଗ କୁମ୍ଭାର ଘରେ ପଡିଲା । ପାଦ ଦ୍ବୟ ତେଲି ଘରେ ପଡିଲା । ମୁନି ବନକୁ ଗଲେ । ବେଶ୍ୟା ତା ଘରକୁ ଗଲା । ସେହିଦିନ ପାଟମହାଦେଇ,କୁମ୍ଭାରୁଣୀ,ତେଲୁଣୀ ଗର୍ଭ ହେଲେ । ଦଶମାସେ  ଏକଲଗ୍ନେ ତିନିଙ୍କର ତିନିପୁତ୍ର ଜନ୍ମ ହେଲେ ।

(ଡ଼ ବୃନ୍ଦାବନ ଆଚାର୍ଯ୍ୟ ଙ୍କ ଦ୍ବାରା ପାରଳାଖେମୁଣ୍ଡି ର ଏକ ତାଳପତ୍ର ପୋଥି “ବେତାଳ ପଞ୍ଚିସା” ର ନକଲ)

ଟେବୁଲ୍ ଗୋଲାପ

Portulaca grandiflora,
ଓଡ଼ିଆରେ ଏହି ପାଦପକୁ “ଟେବୁଲ୍ ଗୋଲାପ” ଫୁଲ ଗଛ କୁହାଯାଏ ।

Portulacaceae ପାଦପ ପରିବାରର ଏହି ପୁଷ୍ପଗଛଟି  Argentina, southern Brazil, ଏବଂ Uruguay ଆଦି ଦେଶରୁ ଅଣାଯାଇ ଏସିଆ ମହାଦେଶର ବିଭିନ୍ନ ଦେଶମାନଙ୍କର
ଉଦ୍ୟାନରେ ଲଗାଯାଇଥିଲା ।

ଏହାର ଅନେକ ଇଂରାଜୀ ନାମ ଭିନ୍ନ ଭିନ୍ନ ଅଞ୍ଚଳରେ ପ୍ରଚଳିତ ଯେମିତି
କି  rose moss,eleven o'clock,Mexican rose,moss rose,Vietnam Rose,sun rose,rock rose, ଏବଂ moss-rose purslane ଆଦି...

ପାକିସ୍ତାନରେ ଏ ଫୁଲକୁ “गुल् दोपहरी” କୁହାଯାଏ କାରଣ ଯେହେତୁ ଦ୍ବୀପହର ବେଳକୁ ସମ୍ପୂର୍ଣ୍ଣ ଫୁଟିଥାଏ ।

ବଙ୍ଗାଳୀ ଭାଷାରେ :টাইম ফুল କୁହାଯାଏ କାରଣ ଏ ଫୁଲଟି ତା ଫୁଟିବା ଟାଇମ୍ ହେଲେ ଫୁଟେ ..... ଯେହେତୁ ଏ ଫୁଲ “୯.୦୦” ବେଳକୁ ଫୁଟେ ତେଣୁ ଏହି ଫୁଲ କୁ ଉତ୍ତର ଭାରତରେ “नौ वजैया” ମଧ୍ଯ କୁହନ୍ତି ।

ଫିଲିପାଇନ୍ସ ରେ ଏ ଫୁଲଟି uru-alas dose ବା twelve o'clock
ନାମରେ ଜଣା ଶୁଣା ଯେଣୁ ୧୨ ଟା ବେଳକୁ ଏହା ମଉଳିବା ଆରମ୍ଭ କରିଥାଏ ।

ଭିଏତନାମରେ ଏ ଫୁଲକୁ "hoa mười” ଅର୍ଥାତ୍ "ten o'clock flower"
କୁହାଯାଏ ....କାରଣ ୧୦ ଟା ବେଳକୁ ଏ ଫୁଲ ସମ୍ପୂର୍ଣ୍ଣ ଫୁଟି ଥାଏ ।

ଗୋଲାପ ଫୁଲ ଭଳି ଦେଖାଯିବା ସହ ଏହା ଟେବୁଲ୍ ଉପରେ ପାତ୍ରରେ ମଧ୍ଯ ରଖାଯାଇ ବଞ୍ଚାଇ ରଖାଯାଇ ପାରିବ ତେଣୁ
ଓଡ଼ିଆ ରେ “ଟେବୁଲ୍ ଗୋଲାପ” କୁହନ୍ତି  ।
ବିଶ୍ବର ବିଭିନ୍ନ ଦେଶରେ ଏହାକୁ ଗୋଲାପ ମନେକରି ନାମ ପ୍ରଚଳିତ ହେଉଥିଲେ ହେଁ ପ୍ରକୃତରେ ଏ ଉଭୟ ଗୋଟିଏ
Clade,Eudicots ଅନ୍ତର୍ଭୁକ୍ତ ଏବଂ ଦୂର  ସଂପର୍କୀୟ......
ଟେବୁଲ୍ ଗୋଲାପ ଏକ ପ୍ରକାର ର ବାସହୀନ ପୁଷ୍ପ 

ଗୋଲାପ ଭଳି ଏହାର ସୁବାସ ନାହିଁ କିନ୍ତୁ ସୌନ୍ଦର୍ଯ୍ୟ ଗୋଲାପ ଭଳି ହୋଇ ଥିବାରୁ ଏହାକୁ ଅନେକ ଦେଶରେ ଗୋଲାପ ଗଛ ସହ ସମ୍ବନ୍ଧିତ ଥିବାର ଭ୍ରମାତ୍ମକ ଅନୁମାନ କରାଯାଇଛି

ବାଳୁଙ୍ଗା ଧାନ

କଥାରେ ଅଛି -----

“ତିନି ବରଷରେ ଧାନ ବାଳୁଙ୍ଗା
ତିନି ପୁରୁଷରେ କୁଳ ବାଳୁଙ୍ଗା”

ଗଛରୁ ପଡ଼ି ଯେଉଁ ଧାନ ବିଲରେ ରହିଯାଇ ତହିଁ ଆରବର୍ଷ କୁ ଗଛ ଉଠେ ଓ ଫଳେ ତାକୁ ଓଡ଼ିଆ ରେ ରାହାଡି଼ ଧାନ କୁହାଯାଏ ।
ଧାନର ଦ୍ଵିତୀୟ ପୁରୁଷରେ ସ୍ବତଃ ଉଠିଥିବା ଏହି
ରିହାଡି଼ ଧାନର ଅଗରେ ବଡ଼ ବଡ଼ ଶିଙ୍ଘ ନଥାଏ କିନ୍ତୁ ବାଳୁଙ୍ଗା ଧାନ ରେ ଥାଏ ଏବଂ ଏହା ରୋପଣ କରାଯାଇଥିବା ନୂଆ ଧାନ ଅପେକ୍ଷା ଶିଘ୍ର ବଢ଼ିଯାଇ ପାଚିଥାଏ ।
ରିହାଡି଼ ଧାନର ବୀଜ ଯଦି ସେ ବର୍ଷ ମଧ୍ଯ ବିଲରେ ପାଚି ଝଡ଼ି ଯାଇ ତହିଁ ପର ବର୍ଷ ଉଠେ ସେଭଳି ତିନି ବର୍ଷରେ ଜାତ ଧାନକୁ ବାଳୁଙ୍ଗା ଧାନ କୁହନ୍ତି ।

ସଂସ୍କୃତରେ ବାଳୁଙ୍ଗା ଧାନ କୁ ତୃଣ୍ୟ ଧାନ ଏବଂ ଅରଣ୍ୟ ଶାଳୀ କୁହାଯାଏ । ବଙ୍ଗାଳାରେ ବାଳୁଙ୍ଗା ଧାନ କୁ
ওরিধান,উড ধান, ঝড়া ধান,
ଆଦି କୁହାଯାଏ ।
ସେଇଭଳି ଓଡ଼ିଆରେ ଏହାର ଅନେକ ନାଁ ଅଛି
ଉଦାହରଣ ସ୍ୱରୂପ:- ନିବାର ଧାନ, ଝଡ଼ା ଧାନ୍ୟ,ଋଷିଧାନ ଆଦି.....

ଧାନ ଅପେକ୍ଷା ବାଳୁଙ୍ଗା ଶିଘ୍ର ଉଠୁଥିବାରୁ ବିଲରେ ନୂଆ ରୁଆ ହୋଇଥିବା ଧାନ ଗଛ ଯାକ ଆଉ ଭଲ ଉଧେଇ ପାରନ୍ତି ନାହିଁ ।
ତେଣୁ କୃଷକ ମାନେ ଧାନ କିଆରୀରୁ ବାଳୁଙ୍ଗା ଗଛ ଗୁଡ଼ିକୁ ଆଗରୁ ଓପାଡି଼ ଦିଅନ୍ତି ।
ଚାଷୀମାନେ ରୁଆଧାନ ଏବଂ ବାଳୁଙ୍ଗା  ଉଭୟ ଗଛର ମୂଳ କୁ ଦେଖି ଚିହ୍ନି ବାଳୁଙ୍ଗା ଧାନ କୁ ଓପାଡି ଦିଅନ୍ତି ।
ରାଧାନାଥ ରାୟ ତାଙ୍କ  ‘ତୁଳସୀସ୍ତବକ’ ରେ
ଏଇ କଥାକୁ ନେଇ ପଦ ଟିଏ ଲେଖିଲେ

“କୃଷକେ ଉପାଡ଼ନ୍ତି ବାଳୁଙ୍ଗା କ୍ଷେତୁ ।
ସାଧୁ ଯେସନେ ଆତ୍ମବଡି଼ମା ଚିତ୍ତୁ ।।”

ପୂର୍ବ କାଳରେ ଋଷି ମାନେ ଏ ଚାଉଳ କୁ ଖାଉଥିଲେ ତେଣୁ ଏହାର ଅନ୍ୟନାମ​ ଋଷିଧାନ ପ୍ରଚଳିତ ହୋଇଛି ।
ବାଳୁଙ୍ଗା ଧାନ ର ଚାଉଳ ନୀରସ ଓ ରୁକ୍ଷ ।

ଧାନ ପ୍ରକୃତରେ ଏକ ଜଙ୍ଗଲି ଗଛ ଏବଂ ଯଦି ମଣିଷ ତାହାର କୃଷି ନକରେ ତେବେ ସ୍ବତଃ ସମ୍ଭୁତ ହୋଇ ଉଠିଲେ କିଛି ପୁରୁଷ ମଧ୍ୟରେ ପୁନଃ ପ୍ରାଚୀନ ସ୍ବରୂପ ଧାରଣ କରିଥାଏ ।

Wednesday, August 30, 2017

♣→→→ଉତ୍ତମ କାବ୍ୟ←←←♣

ମୁଖ୍ୟାର୍ଥ ବା ବାଚ୍ୟାର୍ଥ ଅପେକ୍ଷା ବ୍ୟଙ୍ଗ୍ୟାର୍ଥ ଅଧିକ ଭାବରେ ଚମତ୍କାରପୂର୍ଣ୍ଣ ହେଲେ
ତାହାକୁ ଉତ୍ତମ କାବ୍ୟ ବା ଧ୍ବନି-କାବ୍ୟ କୁହାଯାଇଥାଏ ।

“କମଳା ପାଣି କରି କୁମ୍ଭେ ସାଚି,
ସର ସେରେ ଯେ କରପୂରେ ରୁଚି ।
ଅଶନମତି ତେଜ ପଥିକରେ,
ବିକୃତେ ଆସିବ ଉପବାସରେ ।
ନ ଦେବି ତ ମୁହିଁ
ଚ୍ୟୁତ ଆଚାର କିଛି ହୋଇନାହିଁ ।”
( ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର)

   ●●●●● ମୁଖ୍ୟାର୍ଥ●●●●

ବୈଦ୍ୟ ରୋଗୀକୁ କହୁଛି ଯେ ଏକ ମାଠିଆ
କମଳା ପାଣିରେ ସାଚି (ନବାତ) ସେରେ ସର ଓ କର୍ପୂର ପକାଇ ଖାଇବାକୁ ଯେଉଁ ଇଛାପ୍ରକାଶ (ଅଶନମତି) କରିଛୁ,ତାହା ତ୍ୟାଗ କର ।
ଅନାହାରରେ(ଉପବାସ) ରହିଲେ ଦେହ ବିକୃତି ହେତୁ ଖରାପ ହେବ ଓ ଆମ୍ବ ଆଚାର ପ୍ରଭୃତି ଖାଇବାକୁ ଇଚ୍ଛା କରୁଥିଲେ ହେଁ ମୁଁ ତାହା ଦେବି ନାହିଁ ।

●●●●●ବ୍ୟଙ୍ଗାର୍ଥ●●●●●

ସ୍ବୟଂ ଦୁତୀ-ନାୟିକା ପଥିକକୁ କହୁଛି  ଯେ ଲକ୍ଷ୍ମୀଙ୍କ ହସ୍ତରେ ଯେଉଁ ହସ୍ତିର ଶିର ଶୋଭା ପାଉଛି, ତାହାର କୁମ୍ଭ ସଦୃଶ ମୋର ସ୍ତନ ।
ଏହା ଅତ୍ୟନ୍ତ ସୁନ୍ଦର ହୋଇଛି (ସାଚି) ।
ପୁନଶ୍ଚ ତାହା ରସପୂର୍ଣ୍ଣ (ସରସେ-ରେ) ହୋଇଛି ଓ ଆକାରର ବିଶାଳତା ହେତୁ ହାତରେ ପୂରିବା ଶୋଭା(କରପୂରେ)କୁ ଧାରଣ କରିଛି ।
ତେଣୁ ହେ ପଥିକ ! ତୁ ଅସ୍ବୀକୃତିଭାବ(ଅଶନମତି)ତ୍ୟାଗକର ।
ଛଳନାକରି (ବିକୃତେ)ମୋର ପିଣ୍ଡାକୁ (ଉପବାସେ) ଆସିବୁ । ତୁ ବିତ୍ତ ନଦେବାକୁ ଇଛା କଲେ ମଧ୍ଯ ମୋର ଆପତ୍ତି ନାହିଁ ।
କାରଣ ମୁଁ ବୈଶ୍ୟାବୃତ୍ତି (ଚ୍ୟୁତ ଆଚାର କରିନାହିଁ ।

ସୌଜନ୍ୟ(●)ଅଳଙ୍କାର-ଶାସ୍ତ୍ର ପରିଚିତି(●)

Tuesday, August 29, 2017

ଦାନ୍ତ ଅନୁଯାୟୀ ଜୀବଙ୍କର ପ୍ରକାର ଭେଦ (Terms on the basis of teeth)

ପ୍ରକାର ଅନୁଯାୟୀ:-

(1)Homodont- ଏକା ଭଳି  ଦାନ୍ତ ଥିବା ଜୀବ ଏହି ଶ୍ରେଣୀର ଅନ୍ତର୍ଭୁକ୍ତ
(ଉଦାହରଣ:-ଡଲଫିନ୍ ଏବଂ କୁମ୍ଭୀର ଭଳି ଜୀବ)
(2)Heterodont- ଯେଉଁ ଜୀବଙ୍କର ଏକାଧିକ ପ୍ରକାର ର ଦାନ୍ତଥାଏ ସେମାନଙ୍କୁ ହେଟୋରୋଣ୍ଡଟ୍ ଶ୍ରେଣୀରେ ଗଣାଯାଇଥାଏ ।
(ଉଦାହରଣ:-ମଣିଷ)

ଦାନ୍ତ ସେଟ୍ ସଂଖ୍ୟା ଅନୁଯାୟୀ:-

(1)deciduous- ସେହି ଜୀବଙ୍କୁ କୁହାଯାଏ ଯେଉଁ ମାନଙ୍କୁ ପ୍ରକୃତି ମାତ୍ର ଦୁଇଟି ଦାନ୍ତ ସେଟ୍ ଦେଇଥାଏ ଅର୍ଥାତ୍ ଗୋଟିଏ deciduous ଏବଂ ଅନ୍ୟ ଟି permanent ! ମଣିଷ ଭଳି ଅଧିକାଂଶ ସ୍ତନ୍ୟପାୟୀ ଜୀବ ଏହି ଶ୍ରେଣୀୟ...

(2)Polyphyodonts-
ଏ ପ୍ରକାରର ଜୀବମାନଙ୍କର ଜୀବନରେ​ ବାରମ୍ବାର ଦାନ୍ତ ବଦଳି ପାରେ ...
ଦାନ୍ତଯୁକ୍ତ ଅଧିକାଂଶ ମାଛ, କୁମ୍ଭୀର ଆଦି ବିଭିନ୍ନ ସରିସୃପ ଏହି ଶ୍ରେଣୀର ଅନ୍ତର୍ଗତ !!!

(3) monophyodonts- ନାମକ ଏକ ଶ୍ରେଣୀୟ ଜୀବ ମଧ୍ଯ ଅଛନ୍ତି ସେମାନଙ୍କର ମାତ୍ର ଥରୁଟିଏ ଦାନ୍ତ ଉଠିଥାଏ ବାରମ୍ବାର ଉଠେନାହଁ
ସେମାନଙ୍କୁ monophyodonts କୁହାଯାଏ !!
(ଉଦାହରଣ:- Rodent)

****ଭାତୃଦ୍ବିତୀୟା****

ଆଜି ଏହି ଶୁଭଦିନେ
ଶୁଭ ସମାଚାର,
ଅନାବିଳ, ସ୍ବାର୍ଥ ଶୂନ୍ୟ,
ସୁପବିତ୍ର, ସ୍ନେହପୂର୍ଣ୍ଣ,
ଭଗିନୀର ନିମନ୍ତ୍ରଣ ଭାତୃ ଦ୍ବିତୀୟାର ।।

ଭୂଲି ବିଘ୍ନ,ଭୂଲି ବାଧା,
ସୁବିମଳ ସ୍ନେହ-ସୁଧା,
ଭ୍ରାତାଙ୍କୂ ଭଗିନୀ ଆଜି କରିବେ ଅର୍ପଣ,
ଭଗିନୀର ଏ ସମ୍ମାନ ,
ବିଶ୍ବବିଧାତାଙ୍କ ଦାନ,
ଭ୍ରାତାର ମଙ୍ଗଳ ଲାଗି ଭଗିନୀ ଜୀବନ ।।

ଜଗତେ ଯାହାଙ୍କ ନାମ,
ପ୍ରେମସିନ୍ଧୁ ଶାନ୍ତିଧାମ,
ଯାହାଙ୍କ ସୌନ୍ଦର୍ଯ୍ୟ ପ୍ରେମେ ପୂର୍ଣ୍ଣ ବିଶ୍ବଧାମ
ମଧୁର ମିଳନ ପୂର୍ଣ୍ଣ
ଯାହାଙ୍କର ଏ ଭୁବନ
ତାଙ୍କରି କରୁଣାବଳେ ସ୍ମରି ସେହି ନାମ,
ମଧୁର ସୁନ୍ଦର ଅତି,
ହୃଦୟ-ପବିତ୍ର-ପ୍ରୀତି,
ସାଦରେ ଅର୍ପୁଛି ଭାଇ ! କର ହେ ଗ୍ରହଣ;
ଭାଇ ଭଗ୍ନୀ ପ୍ରାଣେ ପ୍ରାଣେ,
ମିଳି ମିଶି ଏକ ସନେ,
ସୁଦୃଢ କରିବୁ଼ଁ ଆଜି ପ୍ରାଣର ବନ୍ଧନ ।

ସସ୍ନେହେ ସାଦରେ ଭଗ୍ନୀ,
ଭ୍ରାତାଙ୍କ ମଙ୍ଗଳ ଗଣି,
ଅର୍ପିବେ ମିଷ୍ଟାନ୍ନ ମୁଖେ,
ଲଲାଟେ ଚନ୍ଦନ,
ସୁନ୍ଦର ପବିତ୍ର ପ୍ରୀତି,
ସୁମଧୁର ସ୍ନେହ ସ୍ମୃତି
ଯେ ମହାନ ସ୍ନେହ ମନ୍ତ୍ରେ “ଶମନ ଦମନ” ।

ଅନ୍ୟର ନାହିଁ ଏ ଶକ୍ତି,
ଅପାର୍ଥିବ ଅନୁରକ୍ତି,
ଭ୍ରାତା ଭିନ୍ନ କେ ଘେନିବ  ଭଗ୍ନୀ-ସ୍ନେହ-ଦାନ ?
ଭ୍ରାତାଙ୍କ ମହୋଚ୍ଚ ପ୍ରାଣ
ଭଗିନୀର କ୍ଷୁଦ୍ର ଦାନ
ଘେନିବ କି ନାହିଁ ଆଜି ଭୂଲି ଆତ୍ମ-ଜ୍ଞାନ ।

ଭଗିନୀ ର କ୍ଷୁଦ୍ର ଶକ୍ତି,
ଭଗିନୀ ର ସ୍ନେହ ଭକ୍ତି,
ଯାରେ ଚିର ନିଶିଦିନ ଭ୍ରାତାଙ୍କ କଲ୍ୟାଣ;
ଜଗତର ନାରୀନର,
ସହୋଦରା ସହୋଦର,
ଜାଗୁଅଛି ପ୍ରାଣେ ଆଜି ଏହି ଦିବ୍ୟ ଜ୍ଞାନ ।

ଭଗିନୀ ର ଭ୍ରାତା ଆଜି,
ଚନ୍ଦନ କୁସୁମେ ସାଜି,
ନବବର୍ଷେ ନବପ୍ରୀତି କରନ୍ତୁ ଗ୍ରହଣ,
ବିଶ୍ବମା'ର ଆଶିର୍ବାଦେ,
ଶୁଭଦିନେ ନିର୍ବିବାଦେ,
ସ୍ନେହ ର ଚନ୍ଦନ ବିନ୍ଦୁ ,
ପ୍ରୀତିର ମିଷ୍ଟାନ୍ନ,
ସ୍ମୃତି-ଥାଳୀ ପୂର୍ଣ୍ଣ କରି,
ବିନୟର ହସ୍ତେ ଧରି,
ଦେବି ଗୋ ମୁଁ କିଏ ନେବ ଆସ ଇଛା ଯାର,
ଭଗିନୀ ର ନିମନ୍ତ୍ରଣ----- ଭାତୃଦ୍ବିତୀୟାର ।

କବି@ଶ୍ରୀମତି ରେବା ରାୟ


ବି:ଦ୍ର:- ଆଗେ ପୂର୍ବ ଭାରତରେ ଭାତୃଦ୍ବିତୀୟା ଅତି ଉତ୍ସାହ ସହକାରେ  ପାଳିତ ହେଉଥିଲା !
ପଶ୍ଚିମ ଭାରତର ରାକ୍ଷୀ ପର୍ବର ଆଗମନ ପରେ ଏ ପର୍ବର ଲୋକପ୍ରିୟତା ଅନେକାଂଶରେ ହ୍ରାସ ପାଇଛି !!!!
କାର୍ତ୍ତିକ ଶୁକ୍ଳ ଦ୍ୱିତୀୟା ତିଥିରେ ଭାତୃ ଦ୍ବିତୀୟା ପର୍ବ ପାଳିତ ହେଉଥିଲା ।
ଆଜିକାଲି ଆମ ଅଞ୍ଚଳରେ ଏ ଦିନ ପୂର୍ବରୁ
ଭଉଣୀ ଘରକୁ କେବଳ ଭାର ପଠାଇଦିଆଯାଏ ।

ଝିଅ ନ ଦେଖି ପ୍ରେମ କଲେ !!!!

ଗୋଟିଏ ବଙ୍ଗଳୀ ଟୋକା ଫୋନ୍ ରେ ପ୍ରେମ କରୁଥିଲା ! ସେ ସବୁବେଳେ କାହାକୁ ନା କାହାକୁ ଫୋନ କରି ଆଇ ଲଭ ୟୁ କହୁଥିଲା କିନ୍ତୁ ସଦାବେଳେ ଗାଳୀ  ଖାଉଥିଲା ।
ଦିନେ ସେ ଫୋନ୍ କରୁକରୁ ତାହା ଓଡ଼ିଶାକୁ ଲାଗିଲା । ଓଡ଼ିଆ ଝିଅ ତ ସହଜେ ଲାଜେଇ କିନ୍ତୁ ଦରକାର ପଡ଼ିଲେ ମାଡୁଆ ଙ୍କୁ ଭଲ ଭେଲ କହିବାକୁ ପଛାନ୍ତିନି, ଓଡ଼ିଆ
ଝିଅ ଟି ଫୋନ୍ ଉଠେଇ ବହେ ଗାଳୀ ଦେଲା ।

ସେ ବଙ୍ଗାଳୀ ଟୋକା କୁଶ୍ ମଲ୍ଲିକ ଆଉ ସହି ନ ପାରି ତା ସାଙ୍ଗ ପ୍ରଲ୍ହାଦ ରାୟକୁ ଫୋନ୍ ଧରେଇ ଦେଲା ।
ପ୍ରଲ୍ହାଦ ଫୋନ୍ ଧରିଲା ସେ ବି ଅନ୍ୟ ପଟରୁ ଗାଳୀ ଶୁଣିଲା ହେଲେ ସହିଗଲା
ଝିଅ କୁ କ୍ଷମା ମାଗି ମିଠା ମିଠା କଥା କହି ତା ମନ ଜିଣିବାକୁ ଚେଷ୍ଟା କଲା ।
ସେଇଠୁ ଦି ଜଣ ଜାକ ବଙ୍ଗାଳୀଟୋକା ସେ ଓଡ଼ିଆ ଝିଅଟି ପାଖକୁ ବାରମ୍ବାର ଫୋନ୍ କରିଲେ । ଏଣେ
ଓଡ଼ିଆ ଝିଅ କୁ ଫସେଇ ଦେଇଛନ୍ତି ବୋଲି ଗର୍ବିତ ହେଉଥାନ୍ତି  ।
ଝିଅ ଟିର କଣ୍ଠ ଏତେ ମଧୁର ଥିଲା ଯେ ସେମାନେ ତାକୁ ଏକ ସୁନ୍ଦରୀ ରମଣୀ କଳ୍ପନା କରି ତା ସଙ୍ଗେ କଥା ହେଉଥାନ୍ତି ।
ମାସେ ଦି ମାସେ ପରେ
ଓଡ଼ିଆ ଝିଅ କୁ ନେଇ ସେ ଦି ଜଣ ବଙ୍ଗଳୀ ଟୋକା ପରସ୍ପର ମଧ୍ୟରେ ବି ବାଡିଆପିଟା ହୋଇଗଲେ ।
ପ୍ରଲ୍ହାଦ ରାୟ ଅପେକ୍ଷାକୃତ  ବଳୁଆ ଥିଲା ତେଣୁ ସେ ଜିତିଗଲା ।
ପ୍ରଲ୍ହାଦ ରାୟ ରିକ୍ବେଷ୍ଟ କଲାରୁ ଝିଅ ନିଜ ଏଡିଟ କରାଯାଇଥିବା ଫୋଟୋ କୁ ନେଟ୍ ରେ ପଠେଇଥିଲା ।
ତା ଗୋରା ଦେହ ଦେଖି ଏ ପ୍ରଲ୍ହାଦ ରାୟ ଲାଳ ଗଡ଼େଇ ଓଡ଼ିଶା ଆସିଲା ।
ହେଲେ ଓଡିଶାରେ ଆସି କାଳୀ ଝିଅ ଦେଖି କାନ୍ଦିଲା ଖାଲି କାନ୍ଦିଲା ।
ହେଲେ
ଆଉ ଫେରିଯିବା ଅସମ୍ଭବ !!!
ଝିଅ ଘର ପୋଲିସ ବିଭାଗରେ କାର୍ଯ୍ୟରତ
ଜଣେ ଅରେକୁ ବଳି ଦୂର୍ଦାନ୍ତ !
ଟୋକା ତ ସମସ୍ତଙ୍କ ଆଗରେ କହିଛି ମୁଁ
ରାନୁ କୁ ଭଲ ପାଉଛି
ଆଉ ଯାଏ କୁଆଡେ଼.....
ଟୋକା କୁ ଜବରଦସ୍ତୀ ଟୋକୀ ସହ ବିହା କରେଇଦେଲେ ।
ପରେ ଜଣା ପଡିଲା
ସେ ଝିଅ କୁ କୁଆଡେ଼ କେହି ବାହା ହେଉନଥିଲେ ଆଉ
ଏ ଟୋକାଏ ଭାବିଥିଲେ ଆମେ ଓଡିଆ ଟୋକୀ ଫସେଇଦେଇଛୁ 😂😂😂
ପ୍ରଲ୍ହାଦ ରାୟ ଓଡ଼ିଶାର ରସଗୋଲା ଖାଇବାକୁ ଆସି ଶେଷରେ ଟାଙ୍କୁଆ ସସ ଖାଇ ଫେରିଲା
ଆଉ
ଏବେ ବାହା ହେଇ କାନ୍ଦୁଛି , ଓଡ଼ିଆ ଗୁଣ ଗାଉଛି
😝😝😝😝😝

Monday, August 28, 2017

ଲୋକେ କି କହିବେ

ଲୋକେ କି କହିବେ ?
ସଂସାର ଦୂର୍ଗମ ପଥେ
କଠୋର କର୍ତ୍ତବ୍ୟରଥେ
ଘେନି ସଙ୍ଗେ ସ୍ନେହ ପ୍ରୀତି,
ଚାଲିବାକୁ ଇଛା ନିତି,
(କିନ୍ତୁ)ଦୂର୍ବଳା ଅବଳା ଚିତ,
ଲାଜେ ଭୟେ ସଂକୁଚିତ;
ଲୋକେ କି କହିବେ ?

ଲୋକେ କି କହିବେ ?
କ୍ଷୁଦ୍ରାଦପି କ୍ଷୁଦ୍ରତମ---------
ହୃଦୟେ ନୀରବେ ମମ
କାର୍ଯ୍ୟ ର ବୁଦ୍ବୁଦ ଶତ
ଉଦି ପୁଣି ହୁଏ ଲୁପ୍ତ  ।
କରି ନ ପାରଇ କାର୍ଯ୍ୟ,
ରୋଧେ ଭୀତି ଅନିର୍ବାର୍ଯ୍ୟ,
ଲୋକେ କି କହିବେ ?

ଲୋକେ କି କହିବେ ?
ସମ୍ମୁଖେ ନ ତଳେ ପଦ,
ଭୀତ କହେ “ଅପବାଦ
ସାଧିବ ତୋହର ବାଦ,
କରିବାକୁ ପ୍ରତିବାଦ
ନ ମିଳିବ ଭବେ କେହି,
ତୋର ପାଇଁ ତୁ ଦାୟୀ !
ଲୋକେ କି କହିବେ ?

ଲୋକେ କି କହିବେ ?
ତୁଚ୍ଛ ଏକ ଅଶ୍ରୁ ବିନ୍ଦୁ
ତୁଚ୍ଛ ଏକ ସ୍ନେହ ବିନ୍ଦୁ
ଦେବାକୁ ଶକତି ନାହିଁ  !
ଭୀତି କହେ “କାହିଁ ପାଇଁ” ?
ତୋ ସଙ୍ଗେ କରିବି ଯୁଦ୍ଧ,
ତୋତେ ମୁଁ ନ କଲେ ରୁଦ୍ଧ
ଲୋକେ କି କହିବେ ?

@ଶ୍ରୀମତି ରେବା ରାୟ

•ମେଘ ବରଷିଲା ଟପର ଟପର କେଶର ମାଇଲା ଗଜା•• (କବି@ନନ୍ଦକିଶୋର ବଳ)

                    (୧)
ବିଧାତା ନିଗୁଢ଼-ନିଦେଶେ ଗ୍ରୀଷମ
ଯେଉଁ ଧରାଧାମ ଛାଡି଼;
ପ୍ରବଳ ବେଗରେ ଘୋର ବୃଷ୍ଟିକାଳ
ଆସିଲା ସଂସାରେ ମାଡ଼ି ।
ଭାବଇ ଦେଖିଣ ମହାପରିବର୍ତ୍ତ
ଅଚିରେ ଧରଣୀ ମୁଖ,
ଚିରକାଳ ସିନା ଏ ମର ଧାମରେ
ଲାଗିଛଇ ଦୁଃଖ ସୁଖ  ।
ଆଜିକାଲି କଥା ଅନ୍ତର ତ ପୁଣି
ମୁହୁର୍ତ୍ତେ ମୁହୁର୍ତ୍ତେ ଭେଦ ।
ନଶ୍ବର ବିଶ୍ବର ଏ ଅସ୍ଥିର ଭାବ
ମନେ ଦିଏ ଘୋର ଖେଦ ।
ସୁଦୂର ଅତୀତ ଚାରୁ ଛବିରାଜି
ଚିତ୍ତ-ପଟେ ଉଭାସଇ,
ସୁମଧୁର ବାଲ୍ୟଭାବ ଗୋଟି ଗୋଟି
ଆଜି ମନରେ ପଡ଼ଇ ।
ଆହାରେ ସେ ସୁଖ ଏ ଜୀବନେ ଆଉ
କାହିଁ ତ ମିଳିବ ନାହିଁ ।
ସେ ନିଷ୍ଠୁର କାଳ କି ଦୋଷେ ଅକାଳେ
ଦେଲୁ ସେ ସୁଖ ଛଡ଼ାଇ ।
ଅତି ଶୈଶବରେ ଜନନୀ ମୋହର
ଗଲେ ଚାଲି ଛାଡ଼ି ମୋତେ
ପ୍ରିୟ ଭଗ୍ନୀ ମୋର ସଂସାର ଗଢିକି
ଏଡି଼ ପାରନ୍ତେ କେମନ୍ତେ ?
ବରଷାକାଳରେ ଜନନୀ କୋଳରେ
ଶୋଇଥିଲି ମୁହିଁ ଯେବେ,
ଗମ୍ଭୀର ନିଶୀଥେ ଗୀତ ଶୁଭୁଥିଲା
ମନେ ପଡ଼େ ତାହା ଏବେ ।
“ମେଘ ବରଷିଲା ଟପର ଟପର
କେଶର ମାଇଲା ଗଜା”
“କେଉଁ ରାଇଜରେ ରହିଲେ ମୋ ରଜା
ତେଲିଙ୍ଗି ବାଇଦ ବଜା”
     
                      (୨)
ମେଘ ବରଷିଲା ଟପର ଟପର
ଆଣ୍ଠୁଆଣି ହେଲା ପାଣି ।
ପାଣି ମଧ୍ୟେ କଲେ କଟର କଟର
ବେଙ୍ଗ ଓ ବେଙ୍ଗୁଲି ରାଣୀ ।
ନୂଆ ପାଣି ପାଇ ଦର୍ଦ୍ଦୁର-ଦମ୍ପତ୍ତି
ପାଇଲେ ବୈକୁଣ୍ଠ ସୁଖ,
ସର୍ପ ଗର୍ତ୍ତେ ଏବେ ଜଳ ପ୍ରବେଶିଣ
ଦେଲା ତାକୁ ଘୋର ଦୁଃଖ ।
“କାର ପୁଷମାସ କାର ସର୍ବନାଶ”
ସିନା ଏ ସଂସାର ଗତି;
କିବା ଖଳମତି ସର୍ପ ବୋଲି ଏହା
ଦୈବ ଦଣ୍ଡ ତାହା ପ୍ରତି !
ବିଧିର ବିପାକ ସହିଣ ଭୁଜଙ୍ଗ
ପଥେ ଘାଟେ ଛକି ରହେ ।
ସୁଯୋଗ ପାଇଲେ ନର ଶ୍ବାପଦର
ବିଷ କୋପେ ପ୍ରାଣ ଦହେ ।
ପାପର ଉଚିତ ଦଣ୍ଡ ପାଇ ଦୁଷ୍ଟ
ନ ଛାଡ଼େ ନିଜ ଦୁର୍ମତି ।
ପ୍ରବଳ ଗଞ୍ଜଣା ସହି ସେ ଦୁର୍ବଳେ
ଗଞ୍ଜେ ଏ ସଂସାରେ ଗଢ଼ି ।
ଚିନ୍ତାକରିବାକୁ ବରଷାର ନିଶା
ଘଟାଏ ଅପୂର୍ବ ଯୋଗ,
ଚିନ୍ତା କରୁ କରୁ ମନେ ପଡ଼ିଯାଏ
ବାଲ୍ୟକାଳ ସୁଖଭୋଗ !!
ଶ୍ରାବଣ ମାସରେ ସଙ୍ଗ  ଗହଳରେ
ଖେଳୁଥିଲେ ପିଲା ଯେବେ,
ମେଘ ପାଣି ଦେଖି ଗୀତ ଗାଇଥିଲେ
ମନେ ପଡେ଼ ତାହା ଏବେ ।
“ମେଘ ବରଷିଲା ଟପର ଟପର
କେଶର ମାଇଲା ଗଜା”
“କେଉଁ ରାଇଜରେ ରହିଲେ ମୋ ରଜା
ତେଲିଙ୍ଗି ବାଇଦ ବଜା”

                (୩)

କେତେ ହାତୀ,ଘୋଡ଼ା,ବୃଷ, ସାଜି ମେଘ
ଚାଲଇ ଆକାଶେ ଉଚ୍ଚେ
ଚକ୍ ଚକ୍ କରି ମାରଇ ବିଜୁଳି
ଦେଖୁ ଦେଖୂ କାହିଁ ଲୁଚେ ।
ଘଡ-ଘଡ ରଡି଼ ଦିଏ ଘଡ଼ଘଡି଼
କମ୍ପେ ପ୍ରାଣ ତାହା ଶୁଣି,
କେତେବେଳେ ଅବା ବୃକ୍ଷ ଜନ୍ତୁଟାଏ
ପୋଡ଼ି ଯାଉଥାଏ ପୁଣି ।
ବିତିତ୍ର ରହସ୍ୟ ଏ ଅଦ୍ଭୁତ ଦୃଶ୍ୟ
ଦର୍ଶନେ ହୁଅଇ ମନେ,
ହାତୀ, ଘୋଡ଼ା, ରାଣୀ ସହ ମେଘରାଜା
ବିଜେ ବିଜୟ ଗମନେ ?
ଦିଗବିଜୟୀ ବିଜିତ ଦେଶରେ
ପ୍ରକାଶେ ପ୍ରଭୁତା ଯେହ୍ନେ;
ନିଜ ବୀର୍ଯ୍ୟ ବଳ ଦେଖାଇ ହୁଏ କି
ନୂଆ ରାଜା ମେଘ ତେହ୍ନେ
ପାଣିପଥ ଠାରେ ପଳାସି ଯୁଦ୍ଧରେ
ଏଇକଥା ପରା ହେଲା ?
ଚଞ୍ଚଳ ଏ ମନ, ସୁଯୋଗ ପାଇଣ
କେତେ କଥା ଭାବିନେଲା !
ଚାହିଁଲା ବେଳକୁ ବରଷାର ନୀର
ଝରୁଅଛି ଝରଝର;
ସିରିସିରି ପୁଣି ପବନ  ବହୁଛି
ଝୁଲୁଛି ବିଟପୀ-କର ।
ମେଘୁଆ ପାଗରେ ଜନନୀ
କାଖରେ କାଖ ହୋଇଥିଲି ଯେବେ
ମନ ଆନନ୍ଦରେ ଗୀତ ଗାଉଥିଲି
ମନେ ପଡ଼େ ତାହା ଏବେ !
ମେଘ ବରଷିଲା ଟପର ଟପର
କେଶର ମାଇଲା ଗଜା”
“କେଉଁ ରାଇଜରେ ରହିଲେ ମୋ ରଜା
ତେଲିଙ୍ଗି ବାଇଦ ବଜା”
                (୪)
ଟିକି ନୁଆବୋହୁ ପାଣି ଆଣୁ ଆଣୁ
ଗୋଡ଼ ଗଲା ତା'ର ଖସି
ଦେଲେ ବାଳବୃନ୍ଦ ମହା ଆନନ୍ଦରେ
କରତାଳି ହସି ହସି
ସହରୁଣୀଙ୍କର “ଜାମୁଡାଳି”ନାଚ
କେଳାର ହାବୁଡା଼ ଖେଳ,
ଭୋଦୁଅ ମାସର​ “ଜହ୍ନି ଫୁଲଗୀତ”
ଅଗିରା-ପୂର୍ଣ୍ଣିମା ମେଳ;
ତାଡ଼କା-ରାକ୍ଷସୀ ବିଶ୍ଵାମିତ୍ର ଋଷି,
ଭୀମ-ଯୁଧିଷ୍ଠୀର ସାଜ,
ବାଳୀ ହନୁମାନ, ସୁଗ୍ରୀବ,ଅଙ୍ଗଦ
ବେଶ ମନପଡେ଼ ଆଜ ।
“ସାଧବଘରରର ଝୁଅ କଥା” ଆଉ
“ରାଜାଘର  ପୁଅ କଥା”,
“ଚକୁଳିଆ ପଣ୍ଡା କଥା” ସଙ୍ଗେ ପୁଣି
ଆନ ଆନ କେତେ “କଥା” ।
ସର୍ବଶେଷେ ‘ଭୂତ’ ଗଳ୍ପ  ଶୁଣି ତହୁଁ
କାନ୍ଥେ ଦେଖି ନିଜ ଛାଇ;
ମହା ଆତଙ୍କରେ ଥରଇ ହୃଦୟ
ପିଣ୍ଡେ ପ୍ରାଣ ଥାଏ ନାହିଁ
ଗ୍ରାମ ଦାଣ୍ଡେ ଗ୍ରାମ ଚଉକିଆ ଡା଼କ
ଶୁଣି ସେ ଆତଙ୍କ ବଢ଼େ;
ଘୋର ଭୟ ସଙ୍ଗେ ଘୋର ନିଦ୍ରା ଆସେ
ନିମିଷରେ ଶୋଇପଡେ଼ ।
ଘନ ବରଷାରେ ସେ ଛାଇ ନିଦ୍ରାରେ
ପ୍ରାଣର ଜନନୀ ଯେବେ,
ପିଠି ଆଉଁସିଣ ଗୀତ ଗାଉଥିଲେ
ମନେ ପଡ଼େ ତାହା ଏବେ ।
“ମେଘ ବରଷିଲା ଟପର ଟପର
କେଶର ମାଇଲା ଗଜା”
“କେଉଁ ରାଇଜରେ ରହିଲେ ମୋ ରଜା
ତେଲିଙ୍ଗି ବାଇଦ ବଜା”
              

                          ( ୫)

ମେଘ ବରଷଇ, ବିଜୁଳି ମାରଇ
ପବନ ବହଇ ଖରେ,
କିଶୋର ଯୌବନେ
ମୋ ପ୍ରାଣପ୍ରତିମା
ଛାଡି ଆସିଅଛି ଘରେ ।
ଭାବର ଆଦେଶେ ଏ ଦୂର ପ୍ରବାସେ
ମନେ ପଡେ ପ୍ରିୟ ଯାହା,
ତାହାରି ସଙ୍ଗରେ ଦର୍ଶନ ଦିଅଇ
ଅତୀତ ଜୀବନଛାୟା ।
ଆମ୍ବ ବଗିଚାରେ​ ଶିଆରି-ଲଟାରେ
ଯେବେ ଦୋଳି ଖେଳୁଥାଇ
ପର୍ବତ ଶିଖର ଲଟା ଚରି ମେଘ
ମହାବେଗେ ଆସେ ଧାଇଁ,
ଖେଳ ଭାଙ୍ଗି ପିଲା “ହରିବୋଲ” ଦେଇ
ଦଉଡ଼ି ଆସନ୍ତି ଘରେ;
ଅର୍ଦ୍ଧପଥେ ମେଘ
ଗୋଡା଼ଇ ଧରିଣ ଟପିଯାଏ ତାଙ୍କୁ ଖରେ ।
କେତେ ନଦ-ନଦୀ,
କେତେ ଗିରି ବନ,
କେତେ ଘର ଗ୍ରାମ ଡେଇଁ;
ଦେଶ ଦେଶାନ୍ତରେ ଯାଏ ଚାଲି ମେଘ
କେବଣ ଖବର ନେଇ ?
ଦେଖୁ ଦେଖୁ ମେଘ ଚଉଦିଗେ ଘୋଟେ
ଆଣ୍ଠୁଆଣି ହୁଏ ପାଣି,
ଗାଧୋଉ ଗାଧୋଉ “ସାଧବବୋହୁଙ୍କୁ”
ଭସାଇ ନିଅଇ ଟାଣି ।
ଜଳ ବୁଦ୍ ବୁଦ୍ କୁ ଅନାଇ ଅନାଇ
ଶାନ୍ତି ର ନିଳୟେ ଯେବେ
ବସି ଚତୁର୍ମାସ୍ୟା ଗୀତ ଶୁଣୁଥିଲି
ମନେ ପଡେ଼ ତାହା ଏବେ ।
“ମେଘ ବରଷିଲା ଟପର ଟପର
କେଶର ମାଇଲା ଗଜା”
“କେଉଁ ରାଇଜରେ ରହିଲେ ମୋ ରଜା
ତେଲିଙ୍ଗି ବାଇଦ ବଜା”
               ---------×-----------

@ଶ୍ରୀ ନନ୍ଦକିଶୋର ବଳ

ପାର୍ଥିକ ଓ ପରମାର୍ଥିକ ପ୍ରେମ

ପ୍ରେମ ଅନ୍ଧକୂପରେ ପଡ଼ିଲୁ ବୁଡ଼ିଲୁ,
ପ୍ରକୃତ ପଦାର୍ଥ କୁ ନ ଚିହ୍ନି ହୁଡି଼ଲୁ ।।ଘୋଷା।।

ପର ପ୍ରୀତି ପଥରେ ପାଦ ପ୍ରସାରି ଥରେ,
ପରମାଦରେ ପରମାଦରେ ପଡି଼ଲୁ ।।୧।।

ପାଇଲୁ ନାହିଁ କୁଳ, ପ୍ରାଣ ହେଲା ଆକୁଳ,
ପୀୟୂଷ ଭ୍ରମେ ବିଷ ଆଲୋଡି଼ ଲୋଡ଼ିଲୁ ।।୨।।

ପାତାଳ ଭେଦି କୂପ, ପାଷାଣଯୁପ-ରୂପ,
ପିପାଷା ଗଲା ନାହିଁ,ପଡି଼ଲୁ ପୋଡି଼ଲୁ ।।୩।।

ପ୍ରୟ ସଙ୍ଗତେ ଶ୍ରେୟ,ପାପରେ ହୁଏ ହେୟ,
ପରମତତ୍ତ୍ବ କୁ ଯା ହୁଡି଼ଲୁଁ ଛାଡି଼ଲୁ ।।୪।।

ପରମାନନ୍ଦେ ତ୍ୟଜି, ପାର୍ଥିବ ଭାବ ଭଜି,
ପାଶୋରି ସ୍ବରୂପ କୁ  ପାପପଙ୍କେ ଗଡ଼ିଲୁ ।।୫।।

@ଶ୍ରୀରାଜନାରାୟଣଦାସ

ପାର୍ଥିକ ଓ ପରମାର୍ଥିକ ପ୍ରେମ

ପ୍ରେମ ଅନ୍ଧକୂପରେ ପଡ଼ିଲୁ ବୁଡ଼ିଲୁ,
ପ୍ରକୃତ ପଦାର୍ଥ କୁ ନ ଚିହ୍ନି ହୁଡି଼ଲୁ ।।ଘୋଷା।।

ପର ପ୍ରୀତି ପଥରେ ପାଦ ପ୍ରସାରି ଥରେ,
ପରମାଦରେ ପରମାଦରେ ପଡି଼ଲୁ ।।୧।।

ପାଇଲୁ ନାହିଁ କୁଳ, ପ୍ରାଣ ହେଲା ଆକୁଳ,
ପୀୟୂଷ ଭ୍ରମେ ବିଷ ଆଲୋଡି଼ ଲୋଡ଼ିଲୁ ।।୨।।

ପାତାଳ ଭେଦି କୂପ, ପାଷାଣଯୁପ-ରୂପ,
ପିପାଷା ଗଲା ନାହିଁ,ପଡି଼ଲୁ ପୋଡି଼ଲୁ ।।୩।।

ପ୍ରୟ ସଙ୍ଗତେ ଶ୍ରେୟ,ପାପରେ ହୁଏ ହେୟ,
ପରମତତ୍ତ୍ବ କୁ ଯା ହୁଡି଼ଲୁଁ ଛାଡି଼ଲୁ ।।୪।।

ପରମାନନ୍ଦେ ତ୍ୟଜି, ପାର୍ଥିବ ଭାବ ଭଜି,
ପାଶୋରି ସ୍ବରୂପ କୁ  ପାପପଙ୍କେ ଗଡ଼ିଲୁ ।।୫।।

@ଶ୍ରୀରାଜନାରାୟଣଦାସ

*ଏକ ଇଂରାଜୀ କବିତାର ଅନୁକରଣରେ ମଧୁସୂଦନ ରାଓଙ୍କ ଦ୍ବାରା ଲେଖା ଯାଇଥିବା ଏକ କବିତା*

ଏ ପ୍ରାଣବୀଜର ଅଟ ହେ ସବିତା,
ତୁମ୍ଭ ପ୍ରେମାଲୋକେ ସିନା
ହେବ ଅଙ୍କୁରିତ
ପୁଷ୍ପିତ ଫଳିତ,
କାହିଁ ଗତି ତୁମ୍ଭ ବିନା  ।

ମନଲୋଚନର ଜ୍ଞାନାଲୋକ ତୁମ୍ଭେ
ସର୍ବଦର୍ଶନ ନିଦାନ,
ହିମ୍ଭେ ପରିପୂର୍ଣ୍ଣ ଆନନ୍ଦ ସ୍ବରୂପ
ମୁଁ ସେ ଆନନ୍ଦ ସନ୍ତାନ !

ମୁଁ ତ କ୍ଷୁଦ୍ର ଶିଶୁ
ତୁ ପ୍ରାଣ ଜନନୀ
ଆଚ୍ଛେଦ୍ୟ ନାଡ଼ୀ ବନ୍ଧନ,
ତୋ ପ୍ରେମ ନୟନ
ନିରୁପମ ସ୍ନେହେ
ଅନାଇଛି ଅନୁକ୍ଷଣ  ।

ଏ କ୍ଷୁଦ୍ର ପ୍ରାଣର  ପ୍ରେମ ପ୍ରତିଦାନ
ପାଦପଦ୍ମେ ପ୍ରାଣବଳି,
ଅର୍ପଇ ଆନନ୍ଦେ​ ଘେନ ମହାପ୍ରଭୁ
ଘେନ ଏ ଦୁଃଖିର ଅଳି ।

“ଶ୍ରୀ ମଧୁସୂଦନ ରାଓ ଙ୍କ ରଚନାବଳୀ ରୁ”

ଅୟଂ କଃ

ଦିନେ ପଣ୍ଡିତ ସଦାଶିବ  ଶିରୋମଣିଙ୍କ ଗୃହରେ ସଂସ୍କୃତ ଜାଣିନଥିବା ଜଣେ  ବ୍ରାହ୍ମଣ ଙ୍କ ସହ କଥୋପକଥନ କରୁଥାନ୍ତି । ଏମନ୍ତ ସମୟରେ ଗଦାଧର ଭାରତୀ ନାମକ ଅନ୍ୟ ଜଣେ ପଣ୍ଡିତ ଉପସ୍ଥିତ ହୋଇ ହଳଧରଙ୍କୁ ଲକ୍ଷକରି ଶିରୋମଣୀଙ୍କୁ ପଚାରିଲେ “ଅୟଂ କଃ”(ଏ କିଏ)  !!! ଶିରୋମଣି ସଂସ୍କୃତ ଭାଷାରେ ଉତ୍ତର ଦେଲେ,ପରେ ଅନ୍ୟାନ୍ୟ​ କଥା ହେଲା ଏବଂ ବିଦ୍ୟାଭୂଷଣ ଚାଲିଗଲେ ।

ହଳଧର “ଅୟଂ କଃ” ଏ କଥାର  ଅର୍ଥ ବୁଝି ନ ପାରି କୌତୁହଳାକ୍ରାନ୍ତି ହୋଇ ଶିରୋମଣି ଙ୍କୁ
ପଚାରିଲେ
ପଣ୍ଡିତେ “ଅୟଂ କଃ” କଥା ର ଅର୍ଥ କଣ କି ?
ଶିରୋମଣି- ସେ କଥାରୁ କଣ୍ ମିଳିବ ତୁନି ହୁଅ,ଯା !

ହଳଧର-କାହିଁକି ?

ଶିରୋମଣି- ସେ ବଡ଼ ମନ୍ଦକଥା । ଏପରି ଖରାପ ଗାଳି ଆଉ ନାହିଁ । କିନ୍ତୁ ପଣ୍ଡିତ ଲୋକ କହିତ ପକେଇଲେଣି,ସେ କଥା ଧଇଲେ ଆଉ କଣ୍ ହେବ ?

ହଳଧର - ଗେଣ୍ଠା ନା ! ତା ପଣ୍ଡିତପଣିଣିଆ  ତା ଘରେ । ମୁଁ ତାକୁ ଛାଡ଼ିବି ?
(ଏହା କହି ପଣ୍ଡିତଙ୍କ ପଛରେ ଉର୍ଦ୍ଧ୍ଵଶ୍ବାସରେ ଦଉଡି଼) ହେ ପଣ୍ଡିତ,ତୁ ଅୟଂ କଃ,ତୋ ବୋପା ଅୟଂ କଃ ତୋ ସାତପୁରୁଷ ଅୟଂ କଃ ତୋ ଚୌଦ ପୁରୁଷ ଅୟଂ କଃ ତୋର ଯିଏ ଯେଉଁଠି ଅଛନ୍ତି ସମସ୍ତେ ଅୟଂ କଃ !!!!
😨😨😂😂😉
(Utkal sahitya v.1,ରଙ୍ଗରସରୁ)
"ଗେଣ୍ଠା” ଢେଙ୍କାନାଳରେ ଏହି ଶବ୍ଦ ଟି ଚଳେ !!!
ତେବେ ଏହାର ବ୍ୟବହାରକୁ କୁ ଅପମାନ ସୂଚକ ମାନାଯାଏ ।

ଲାବଣ୍ୟବତୀ ର ଚିତ୍ରପଟ

ସିଂହଳଦେଶର ରାଜା ନିଜ ବିବାହଯୋଗ୍ୟା କନ୍ୟା ଲାବଣ୍ୟବତୀ ର ଚିତ୍ରପଟଟିଏ ପ୍ରସ୍ତୁତ କରାଇ ଜ୍ଞାନାନନ୍ଦ ନାମକ ସନ୍ୟାସୀ ହସ୍ତରେ
ଦେଶରୁ ଦେଶ ବୁଲାଇ ପ୍ରଦର୍ଶିତ କରାଇଲେ ।

ତାପରେ କଣ୍ ହେଲା କବି ତାହା ଏହିପରି ବର୍ଣ୍ଣନା କରିଛନ୍ତି.........
××××××××××××××××××××××××××××

“କୁନ୍ତଳ କୁନ୍ତଳବର୍ଣ୍ଣେ ସାରିଲେ ଦିନ ।
ମତ୍ସ୍ୟଜନ ମତ୍ସ୍ୟପୁରି ନିମିଷ ହୀନ ।।
ନିଷେଧେ ନିଷେଧି ଆନ ଲୋକନ କଲେ ।
ମାଳବରେ ମାଳା କରି ତାହା ଜପିଲେ ।।
ମଘରେ ମଘବାପଦ ପାଇଲା ପରି  ।
ବିଦେହ ବିଦେହଶରେ ହୋଇଲେ ଘାରି ।।
କନାଉଜ କନ୍ୟା ଉଜ ଶୁଭିଲା ବାଣୀ ।
ମରୁ ଦେଶ ମରୁ ରମ୍ଭା ଏମନ୍ତେ ଭଣି ।।
ଅଙ୍ଗରେ ଅଙ୍ଗନା ଅଙ୍ଗ ପ୍ରଶଂସା କଲେ ।
ଏହି ରମ୍ଭା ବୋଲି କଳି କଳିଙ୍ଗେ ହେଲେ ।।
ଧାତା ହଟ ଏହି ମରହଟ୍ଟ ବିଚାର ।
ସଉରାଷ୍ଟ୍ରେ ଭାଷି ସଉଦାମିନୀ ସ୍ଥିର ।।
ଚୋଳେ ନିଚୋଳ ଘୋଡାଇ ରଖିବା ଚିନ୍ତା ।
ଦ୍ରାବିଡେ଼ ନିବିଡେ଼ ଆଲିଙ୍ଗନେ ମମତା ।।
ଗୁଜୁରାତି ରାତିଦିନେ ଦେଖିବା ଇଛା ।
ବିଦର୍ଭରେ ଦଭହାସୀ ଦର୍ଶନ ବାଞ୍ଚା ।।
ଉତ୍କଳେ ଉତ୍କଳ ହୋଇ ବିରହ ଭାରୀ ।
ଗଉରିଏ ଗଉରବ ଗଉଡ଼େ କରି ।।
ନେପାଳେ କପାଳେ ଥିଲେ ପାଇବା ଭାବି ।
ମାଗଧେ ମାଗଧମୁଖେ ବର୍ଣ୍ଣାଇ ଛବି ।।
କୁଞ୍ଜ ଗଳେ ଗଳେ ବାନ୍ଧି ବୁଲିକା ସ୍ନେହୀ ।
ବଙ୍ଗାଳୀ ଗାଳି ଉପମାବଳୀକି ଦେଇ ।।
ଲୋମଶ ଲୋମହର୍ଷିତ ଦେଖି ତ୍ଵରିତ ।
କଳେବରେ କଳେବରେ ଆନନ୍ଦ ଜାତ ।।
କେରଳେ କେରଳମାୟା ହୋଇବ ,
ଯମନ ମନରୁ ଭିନ୍ନ ନୋହେ ଏ ଭାବ ।।
ସିନ୍ଧୁ ରେ ଭାଷିଲେ ସିନ୍ଧୁରେ ଯେ ଝାସିବ,
ସିନ୍ଧୁରଗମନା ପ୍ରତି ଅଙ୍ଗେ  ମିଶିବ ।।
××××××××××××××××××××××××××××
ଶବ୍ଦାର୍ଥ:-
କୁନ୍ତଳବର୍ଣ୍ଣ-କେଶ ର ରଙ୍ଗ ପରି କଳା
ନିଷେଧେ-ନୈଷେଧ ଦେଶରେ
ନିଷେଧି-ମନା କରି
ମାଘବାପଦ-ଇନ୍ଦ୍ରପଦ
ବିଦେହଶର-କନ୍ଦର୍ପ ବାଣ
ଉଜ-ଶ୍ରେଷ୍ଠ
ଅଙ୍ଗନା ଅଙ୍ଗ- (ଲାବଣ୍ୟବତୀ ର) ଶରୀର
ହଟ-କୌତୁକ
ନିଚୋଳେ-କାଞ୍ଚଲାରେ
ମମତା-(ଏଠାରେ)ଇଛା
ଦରହାସୀ-ମୃଦୁହାସୀ
ଉତ୍କଳ-ଉତ୍କଣ୍ଠିତ
ଗଉରୀ-ଗୌରବର୍ଣ୍ଣର ସ୍ତ୍ରୀ
ମାଗଧମୁଖେ-ଭାଟମାନଙ୍କର ମୁଖରେ
କେରଳମାୟା-କେଳାର କୁହୁକ
ଯମନ-ଯବନ

((କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ
#ଲାବଣ୍ୟବତୀ ମଧ୍ୟେ
ପ୍ରଥମ ଭାଗ ଅଷ୍ଟମ ଛାନ୍ଦରୁ ସଂଗୃହିତ))



ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...