Saturday, August 12, 2017

•••••ଉତ୍କଳ ଶବ୍ଦ ଏବଂ ଏହାର ବ୍ୟାପକ ଅର୍ଥ•••••••


ଆମେ ସମସ୍ତେ ଜାଣନ୍ତି ଯେ ଉତ୍କଳ ଶବ୍ଦଟି
=>ଉତ୍ +କଳ=ଉତ୍କଳ
ଏଇ ଭଳି ଦୁଇଗୋଟି ଶବ୍ଦ "ଉତ୍" ଏବଂ "କଳ" ଯୋଡ଼ି ହୋଇ ଗଠିତ ହୋଇଛି ।
ଉତ୍ ଏକ ଉପସର୍ଗ (ଉ+କ୍ବିପ୍)
ଏହାର କେତେକ ଅର୍ଥ ଯଥା:-ଊର୍ଦ୍ଧ୍ଵେ,ସମ୍ୟକଭାବେ,ଇତସ୍ତତଃ,ଉଚ୍ଚୈଃସ୍ବରେ, ଉତ୍କଟ, ଓଲଟା, ଉତ୍କର୍ଷ, ସମୁଚ୍ଚୟ, ପ୍ରଶ୍ନ, ବିତର୍କ, ଅଧିକ ଇତ୍ୟାଦି.....

ଏବଂ କଳ ଶବ୍ଦ ଟି ଏକ ଧାତୁ ଶବ୍ଦ ଯାହା ତିନୋଟି ମୂଳ ଅର୍ଥରେ ବ୍ୟବହୃତ ହୋଇଥାଏ
୧.ଗମନ କରିବା
୨.ଗଣନା କରିବା
୩.ଶବ୍ଦ କରିବା

ଏହା ବ୍ୟତୀତ କଳ ର ଏକ ବିଶିଷ୍ଟ ଶବ୍ଦ ହିସାବରେ ମଧ୍ଯ ଅନେକ ଅର୍ଥ ଅଛି ।

ଯଥା:-

୧.ଅତ୍ୟନ୍ତ ମଧୁର ଧ୍ବନୀ,
୨.ଭ୍ରମର ଆଦିର ଗୁଞ୍ଜନ,
୩.ଶାଳବୃକ୍ଷ,
୪.ଶୁକ୍ର,
୫.ଅଙ୍କୁର,ଗଜା,
୬.ଅଜୀର୍ଣ୍ଣ,
୭.ଯନ୍ତ୍ର,କୌଶଳ,
୮.ସୁବିଧା,
୯.କନ୍ଦର,
୧୦.ଖୁଞ୍ଜ,
୧୧.ବଶ୍ୟତା,
୧୨.ଅଧିକତା,
୧୩.ସୁଯୋଗ
ଏବଂ ମୁହଁ ର କଳ ତଥା କାମୁଡ଼ ଥର ବା ପୁଳା ଆଦି......

ତେବେ ଯଦି ଏହି ଶବ୍ଦଦ୍ବୟର ଅର୍ଥ ସବୁକୁ ନେଇ ଉତ୍କଳ ଶବ୍ଦର ବ୍ୟାଖ୍ୟା କରାଯାଏ ତେବେ ତାହା କିଭଳି ହେବ ?

୧.ଯେଉଁ ଅଞ୍ଚଳର ଅଧିବାସୀ ସଦା ଉର୍ଦ୍ଧ୍ଵକୁ ଗତି କରନ୍ତି ବା ଗମନ କରନ୍ତି,ଯେଉଁ ଜାତିର ଲୋକଙ୍କ ମନରେ ଜାତି,ଧର୍ମ ନାମରେ ମୌଳିବାଦୀ ହୀନମନ୍ୟତା ବିରଳ

୨.ଯେଉଁ ଜାତିର ଗଣନା ସମସ୍ତ ଭାରତୀୟ ଜାତି ମାନଙ୍କ ମଧ୍ୟରେ ସବା ଉପରେ ସେ ଜାତି ଉତ୍କଳୀୟ ​ବା ଯେଉଁ ଦେଶ ଭାରତ ମଧ୍ୟରେ ସବୁଥିରେ ଉର୍ଦ୍ଧ୍ଵରେ ଅର୍ଥାତ୍ ଭୂସ୍ବର୍ଗ

୩.ଯେଉଁ ଅଞ୍ଚଳର ଅଧିବାସୀଙ୍କର ଉଚ୍ଚ ଗର୍ଜନାରେ ହିଁ ଶତ୍ରୁ ଓଲଟା ପାଦରେ ପଳାୟନ କରିଦିଅନ୍ତି

୧.ଯେଉଁ ଭୂମିର ଲୋକ ସମ୍ଯକ ମଧୁରଭାଷୀ ସାଧୁ ସ୍ୱଭାବର । ଅକାରଣେ କାହାର ବୈରୀ ହୁଅନ୍ତି ନାହିଁ ।

୨.ଯେଉଁ ଅଞ୍ଚଳ ସ୍ବର୍ଗ ସମ ଉତ୍କର୍ଷ ତେଣୁ ସେଠାର ନନ୍ଦନକାନନ ସମ ଉପବନ ଗୁଡ଼ିକରେ ଭ୍ରମର କଳ କଳ ଗୁଞ୍ଜନ କରନ୍ତି ....

୩.ଯେଉଁ ଦେଶର ଭୂଭାଗରେ ସର୍ବାଧିକ ଶାଳ ପିଆଶାଳ କରଞ୍ଜ ଆଦି ଗଛ ଜନ୍ମିଥାଏ । ଯେଉଁ ଦେଶ ବୃକ୍ଷାଦିରେ ପରିପୂର୍ଣ୍ଣ ଏବଂ ପ୍ରାକୃତିକ ଶୋଭାରେ ଶୋଭାପାଉଥାଏ ।

୪.ଯେଉଁ ଦେଶର ଉର୍ଦ୍ଧ୍ଵରେ ଶୁକ୍ରଗ୍ରହ ସବୁଠୁ ଅଧିକ ଉଜ୍ବଳ ଦିଶନ୍ତି । ଯେଉଁ ଦେଶର କୀର୍ତ୍ତି ଶୁକ୍ର ଗ୍ରହର ଶୁଭ୍ରାଲୋକ ଭଳି ସଦା ପ୍ରକଟିତ ହୋଇ ରହିଛି ।

୫.ଯେଉଁ ଉତ୍କର୍ଷ କଳାର ଦେଶରେ ବୌଦ୍ଧ,ଜୈନ ତଥା ମହିମା ଧର୍ମ ଠାରୁ ଆରମ୍ଭ କରି ଓଡିଶୀ,ଛଉ ନୃତ୍ୟ ଏବଂ ନାନାଦି କଳାର ଅଙ୍କୁରୋଦ୍ଗମ ହୋଇଛି ।

୬.ଯେଉଁ ଦେଶ ଏବଂ ତହିଁର ଅଧିବାସୀ ଉତ୍କଟ ଭୀଷଣ ଶତ୍ରୁ ପାଇଁ ମଧ୍ଯ ଅଜୀର୍ଣ୍ଣ......
ଏହି ସେହି ଜାତି...... ଶତ୍ରୁ ମଧ୍ଯ ବାଧ୍ୟ ହୋଇ କଳିଙ୍ଗା ସାହାସିକାଃ କହିଯାଇଛି.....

୭.ଯେଉଁ ମାଟି ସମ୍ୟକ୍ ଭାବେ ଯନ୍ତ୍ର ତଥା କୌଶଳାଦି ପାଇଁ ପୃଥିବୀ ବିଖ୍ୟାତ.....

୮. ଯେଉଁ ଭୂମିରେ ଜୀବନଯାପନର ସର୍ବାଧିକ ସୁବିଧା ପ୍ରକୃତି ଖଞ୍ଜିଛି......ଅନେକାନେକ ନଦନଦୀ,ହ୍ରଦ ପର୍ବତ ଉପତ୍ୟକାରେ ପରିପୂର୍ଣ୍ଣ ଯେଉଁ ଦେଶ ସ୍ବର୍ଗ ସମ ଶୋଭାପାଇଥାଏ ।

୯.ଯେଉଁ ଦେଶର ସମାଜ ନୀଳକନ୍ଦର ପୁରୁଷୋତ୍ତମ କ୍ଷେତ୍ର ପ୍ରତି ନିଷ୍ଠାବାନ ଏବଂ ଜଗନ୍ନାଥ ଯାହାଙ୍କ ରାଜେଶ୍ବର .....ଯେଉଁ ଦେଶରେ ​ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସର୍ବେ ଏକ ସୁତ୍ରରେ ଯୁକ୍ତ ସେହି ଦେଶ ଉତ୍କଳ

୧୦. ଭ୍ରାନ୍ତପ୍ରଶ୍ନ କରି ବିତର୍କ ପ୍ରେମୀ ଭାରତୀୟଜାତି ମାନେ ମଧ୍ଯ ଯେଉଁ ଦେଶ ଆଗରେ ନତମସ୍ତକ ହୋଇଯାଇଥିଲେ । ଏକଦା ଏହି ଜାତିକୁ ମ୍ଳେଚ୍ଛ କହି ହୀନ ମନେକରୁଥିବା ଲୋକେ ମଧ୍ଯ ଉତ୍କଳୀୟଙ୍କ ପୁରୁଷାର୍ଥରେ ପ୍ରଭାବିତ ହୋଇ ନିଜ ବାକ୍ଯ ଓଲଟେଇବାକୁ ବାଧ୍ଯ ହୋଇଥିଲେ । ଆଗଙ୍ଗା ଗୋଦାବରୀ ଯେଉଁ ଦେଶର ଜଗନ୍ନାଥ ସଂସ୍କୃତି ଦ୍ବାରା ପ୍ରଭାବିତ ଏହି ସେହି ଉତ୍କଳ .....

ସେହିଭଳି
ସାହିତ୍ଯରେ ଉତ୍କଳ ଶବ୍ଦ ଅନେକ ଅର୍ଥରେ ବ୍ୟବହୃତ ହୋଇଥାଏ ।

ଯେମିତି କି

୧.ଉତ୍କଣ୍ଠିତ-- ଜ୍ଞାନ ତଥା କଳା ପାଇଁ ଉତ୍କଣ୍ଠିତ ତେଣୁ

୨.ଶିକାରୀ,ବ୍ୟାଧ - ଶତ୍ରୁ ଙ୍କ ଶିକାରରେ ସିଦ୍ଧହସ୍ତ ତେଣୁ

୩.କର୍କଷ ଗର୍ଜନ - ସିଂହ ହିଁ କରନ୍ତି ଭୀରୁ ନୁହେଁ.....

୪.ବଙ୍ଗଳୀମାନେ ବିଶ୍ବକୋଷ ଲେଖିଲାବେଳେ ତହିଁରେ ଉତ୍କଳର ଅର୍ଥ ଭାରବାହକ ଯୋଡିଲେ । ସେତେବେଳକୁ କଳିଙ୍ଗୋଦ୍ର, କଳିଙ୍ଗସାଗର ଆଦି ନାମରେ ପ୍ରସିଦ୍ଧ​ ମହୋଦଧି ବଙ୍ଗୋପସାଗରରେ ପରିଣତ ହୋଇଯାଇଥିଲା । ଓଡ଼ିଆ ମାନେ ପରାଧୀନ ହୋଇ ନିଜର ସ୍ଵାତନ୍ତ୍ର ହରାଇ ବଙ୍ଗଳୀଙ୍କ ଗାଆଁ ସହରରେ ଖଟୁଥିଲେ.......
ତଥାପି ଆମେ ସେହି ଭାରବାହକ ଶବ୍ଦ ଭଧ୍ଯ ଗ୍ରହଣ କରି ସ୍ବାଭିମାନର ସହ କହୁଛୁ କି
ହଁ
ଠିକ୍ ଅଛି
ଆମେ ଉତ୍କଳୀୟ ମାନେ ଭାରବାହକ ......

କାରଣ ଉତ୍କଳୀୟ ମାନେ ହିଁ ଭାରତୀୟ ସଂସ୍କୃତି କୁ ବୋହି ନେଇ ବିଶ୍ବର କୋଣ ଅନୁକୋଣରେ ପହଞ୍ଚାଇ ଦେଇଥିଲେ .....

ଜାଭା,ବୋର୍ଣ୍ଣିଓ,ମାଲେସିଆ, ଇଣ୍ଡୋନେସିଆ, ଫିଲିପାଇନ୍ସ, ଶ୍ରୀଲଙ୍କା ବର୍ମା, ଥାଇଲ୍ଯାଣ୍ଡ, କାମ୍ବୋଡିଆ, ଭିଏତନାମ, ଲାଓସ, ଚୀନ, ଜାପାନ ଯାଏଁ ଭାରତୀୟ ଭାଷା ସଂସ୍କୃତି ଏବଂ ଧର୍ମ ପହଞ୍ଚାଇ ସେମାନଙ୍କ ସମାଜକୁ ଉନ୍ନତ କରିଦେଇଥିବା ଓଡ଼ିଆ ମାନଙ୍କୁ ଭାରବାହକକହି ବରଂ ଆମ ବଙ୍ଗଳୀ ଭାଇ ମାନେ ମହାନ କାର୍ଯ୍ୟ କରିଅଛନ୍ତି । ଏଥିପାଇଁ ଓଡ଼ିଆ ମାନେ ସେମାନଙ୍କ ନିକଟରେ ଚିର କୃତଜ୍ଞ ରହିବେ ।

****ଜୟ କଳିଙ୍ଗୋତ୍କଳ****

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...