Thursday, August 17, 2017

ଲାଲ ଠେଙ୍ଗା

ତାଳଚେର ରାଜା ପିତାମ୍ବର ହରିଚନ୍ଦନଙ୍କ ସୁପୁତ୍ର ଲାଲ ସିଂ ହରିଚନ୍ଦନ ସେତେବେଳେ ତାଳଚେରର ଶାସକ ଥାନ୍ତି  ।
ଏହି ଲାଲ ସିଂ ଙ୍କ ସମୟରେ ମରହଟ୍ଟା ବର୍ଗୀମାନେ  ତାଳଚେର ଉପରେ ବାର୍ଷିକ ୨୦୦୦ ଟଙ୍କା ପେସକସ୍ ଧାର୍ଯ୍ୟ କରିଥିଲେ ।
କିନ୍ତୁ ତାଳଚେର ରାଜକୋଷରୁ ତାଙ୍କୁ କେବେବି ଫଟା ପାହୁଲାଟାଏ ବି ମିଳି ନଥିଲା ।
ରାଜା ଲାଲ ସିଂ ପେସକସ୍ ନ ଦେବାରୁ ବର୍ଗୀ ମାନେ ତାଳଚେର ଆକ୍ରମଣ କଲେ କିନ୍ତୁ ଲାଲ ସିଂ ସେମାନଙ୍କୁ ପରାଜିତ କରି ତାଳଚେର ସୀମାରେ ଗୋଟିଏ ଠେଙ୍ଗା ପୋତି ଦେଇଥିଲେ । ସେ ସ୍ଥାନ ପରବର୍ତ୍ତୀ କାଳରେ "ଲାଲ ଠେଙ୍ଗା" ନାମରେ ଅଭିହିତ ହେଲା ।
କୁହନ୍ତି ମରାଠୀ ମାନେ ଲାଲ ସିଂ ଙ୍କୁ ଡରି କି ତାଙ୍କ ରାଜତ୍ୱ କାଳରେ କେବେବି ଆଉ ତାଳଚେର ଆକ୍ରମଣ କରିବାକୁ ସାହସ କରି ପାରିନଥିଲେ । ୧୭୫୭ରେ ଲାଲ ସିଂ ଶେଷ ନିଶ୍ବାସ ତ୍ୟାଗ କଲେ । ଏହାର କିଛି ବର୍ଷ ପରେ
୧୭୭୪ ରେ ମରାଠୀ ମାନେ ତାଳଚେର ଆକ୍ରମଣ କରି ରାଜ୍ୟକୁ ଶ୍ରୀହୀନ କରିଦେଇ ଯାହା ମିଳିଲା ସବୁ ଲୁଟି ନେଇଥିଲେ ।
୧୭୭୪ରେ ମରାଠୀ ବର୍ଗୀ ଆକ୍ରମଣ ଯୋଗୁଁ ତାଳଚେର ରାଜ୍ୟରେ କେବେ ହୋଇନଥିବା ଦୂର୍ଭିକ୍ଷ ଦେଖାଦେଲା !!!! ହଜାର ହଜାର ଲୋକ ଅନ୍ନ ଅଭାବରୁ ମୃତ୍ୟ ମୁଖରେ ପଡ଼ିଲେ ।
ଅବସ୍ଥା ସୁଧୁରିବାକୁ ଆହୁରି ପାଞ୍ଚ ଦଶ ବର୍ଷ ଲାଗିଯାଇଥିଲା ।
ରାଜଗାଦୀକୁ ନେଇ କେତେ ଦିନ ବିବାଦ ଲାଗିଲା ପରେ ଶେଷରେ ଭାଗିରଥୀ ହରିଚନ୍ଦନ ୧୭୭୮ ରୁ ୧୮୪୬ ଯାଏଁ ତାଳଚେର ର ରାଜା ହୋଇଥିଲେ । ଭାଗିରଥୀ ହରିଚନ୍ଦନଙ୍କ ସମୟରେ ତାଳଚେର ପୁଣି ସମୃଦ୍ଧ ହୋଇଥିଲା ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...