Saturday, July 20, 2019

ଫଳର କେତେକ ଵୈଦେଶିକ ଶାସ୍ତ୍ରୀୟ ଓ ଦେଶଜ ପ୍ରତିଶବ୍ଦ

ପୃଥିଵୀର ଅଧିକାଂଶ ଭାଷାରେ ଫଳ ଵା fruit ଅର୍ଥରେ ଗୋଟିଏ କି ଦୁଇଟି ପ୍ରତିଶବ୍ଦ ନିଶ୍ଚୟ ରହିଛି । ଅଧିକାଂଶ ଭାଷାରେ ଫଳ ପାଇଁ ପ୍ରଚଳିତ ପ୍ରତିଶବ୍ଦ ଗୁଡ଼ିକର ଅଧ୍ୟୟନରୁ ଜଣାଯାଏ ଯେ ତନ୍ମଧ୍ୟରୁ ଅଧିକାଂଶ ପ ଵର୍ଗ(ପ,ଫ,ବ,ଭ,ମ)ର ଵର୍ଣ୍ଣ ଆଦ୍ଯାକ୍ଷରରୁ ଆରମ୍ଭ ହୋଇଥାଏ 

ଯଥା —

              —ପ ଵର୍ଣ୍ଣ—  

ଭାରତୀୟ ଉପମହାଦେଶର ଦ୍ରାଵିଡ଼ ଭାଷାପରିଵାରର ପଳ,ପଲ ଓ ପଳମ୍ ଶବ୍ଦ ଦେଖାଯାଏ । ସେହିପରି କେତେକ ୟୁରୋପୀୟ ଭାଷାରେ plod ଶବ୍ଦର ମଧ୍ୟ ଫଳ ଅର୍ଥରେ ଵ୍ଯଵହାର ରହିଛି । ଫଳର ଅନ୍ଯ ଏକ ୟୁରୋପୀୟ ପ୍ରତିଶବ୍ଦ poomos ଯାହା ଏହି ମହାଦେଶରେ ଵିଭିନ୍ନ ଭାଷାରେ ନାନା ରୂପେ ପ୍ରଚଳିତ । ଥାଇ ଭାଷାର pǒn  ଓ ତେଲୁଗୁର ପାଣ୍ଡୁ ପ୍ରତିଶବ୍ଦ ଏହାର ଅନ୍ଯତମ ଉଦାହରଣ । ଇଜ୍ରାଏଲ୍ ର ଆଧିକାରିକ ରାଷ୍ଟ୍ରଭାଷା ହିବ୍ରୁରେ ମଧ୍ଯ ଫଳ ପାଇଁ ଦୁଇଟି ପ୍ରତିଶବ୍ଦ ରହିଛି pri ଓ peyrót । 


              —ଫ ଵର୍ଣ୍ଣ—

ଭାରତରେ ଫଳ ଶବ୍ଦ ସର୍ଵାଧିକ ଲୋକପ୍ରିୟ । ଏହା କେତେକ ଉତ୍ତର ଭାରତୀୟ ଭାଷାରେ ଫଲ୍ ହୋଇ ଵ୍ଯଵହୃତ । ସେହିପରି

ଇଂରାଜୀରେ ଵ୍ଯଵହୃତ ଫ୍ରୁଟ୍ (fruit) ଶବ୍ଦ ୟୁରୋପର ପ୍ରାୟ ଅଧିକାଂଶ ଭାଷାରେ କୌଣସି ନା କୌଣସି ରୂପରେ ପ୍ରଚଳିତ 

ଯଥା— 

✓Asturian—frutu

✓Breton—frouezh

✓Danish—frugt

✓Dutch—vrucht,fruit

✓Faroese—frukt

✓French—fruit 

✓Friulian—frut

✓Galician—froita ,froito

✓German—Frucht

✓Italian—frutto

✓Latin—fructus,frux ,fruges 

✓Norwegian—frukt

✓Occitan—frut 

✓Old English—ofett(ଇଂରାଜୀରେ ଆଗେ ଫଳ ଅର୍ଥରେ wæstm ଶବ୍ଦ ମଧ୍ୟ ଚଳୁଥିଲା ଯାହା ଏଵେ ଲୁପ୍ତ)

✓Plautdietsch—Frucht ✓Portuguese—fruta ,fruto 

✓Romanian—fruct(poamă ଶବ୍ଦ ବି ଚଳେ) 

✓Romansch—fritg,fretg,früt

✓Russian—frukt,frúkty(plod ଶବ୍ଦ ମଧ୍ୟ ଚଳୁଅଛି)

✓Sardinian—frutu

✓Spanish—fruta , fruto 

✓Swedish—frukt 

ଇତ୍ୟାଦି...


           —ଵର୍ଗୀୟ ବ ଵର୍ଣ୍ଣ—

ପୃଥିଵୀର କେତେକ ଭାଷାରେ ବ ଆଦ୍ୟାଖ୍ଯାରରେ ମଧ୍ୟ ଫଳର ପ୍ରତିଶବ୍ଦ ଥିଵା ଦେଖାଯାଏ ଯଥା—

✓Babuza—boa

✓Melanau—buak

✓Ilocano—bunga

✓Indonesian—buah 

✓ Lu Mien—biouv

✓Puyuma—bua

✓Tagalog—bunga


            —ମ ଵର୍ଣ୍ଣ—

ମଧ୍ୟପ୍ରାଚ୍ୟ ଓ ୟୁରୋପର କେତେକ ଅଞ୍ଚଳରେ ମ ଆଦ୍ଯାକ୍ଷରରେ ଫଳର ପ୍ରତିଶବ୍ଦ ରହିଥିଵା ଦେଖାଯାଏ । ଯଥା—

✓.Alviri-Vidari—mive

✓Azerbaijani—meyvə

✓kurdish—‎mîwe

✓Pasto—mewá

✓Persian—meva,mive

✓Tajik—meva

✓Uyghur—mëwe

✓Uzbek—meva ,mevali 


ପ୍ରୋକ୍ତ ମ ଆଦ୍ଯାକ୍ଷରଯୁକ୍ତ ସମସ୍ତ ଶବ୍ଦର ମୂଳ ପାର୍ସୀ ଭାଷାର  ( میوه‎ )meyve ଵା mive  ଶବ୍ଦ ଅଟେ । 


ତେଵେ ସଂସ୍କୃତ ଵିଶ୍ଵର ଏକ ଶକ୍ତିଶାଳୀ ଵୈଜ୍ଞାନିକ ଭାଷା ହୋଇଥିଲା ଵେଳେ କ'ଣ ଏହି ଭାଷାରେ fruitର ପ୍ରତିଶବ୍ଦ ଭାଵେ ଫଳ ଶବ୍ଦ ଛଡ଼ା ଅନ୍ଯ କୌଣସି ଶବ୍ଦ ନାହିଁ କି ?


ହଁ ଅଛି ନିଶ୍ଚୟ ଅଛି !!!

ନିମ୍ନରେ ପ୍ରଦତ୍ତ ଶବ୍ଦଗୁଡ଼ିକ ଇଂରାଜୀ ଫ୍ରୁଟ୍ ଶବ୍ଦର ଶାସ୍ତ୍ରୀୟ ପ୍ରତିଶବ୍ଦ ଅଟେ ।


✓ଵିସ୍ଫୁର୍ଜିତ

✓ଵ୍ଯୁଷ୍ଟ/ଵ୍ଯୁଷ୍ଟି

✓ମନ୍ଥର

✓ସ୍ଥଵି

✓ସଦ

✓ଶାରଦ

✓ଭଵ୍ଯ

✓ସୂନ

✓ସସ୍ଯ

✓ସାଧନ 

✓ପରୀର

✓ଇଷ୍ଟି(ସିଂହଳୀରେ ଫଳ ଅର୍ଥରେ ଵ୍ଯଵହୃତ ଇଲା ଶବ୍ଦ ସମ୍ଭଵତଃ ଏ ଶବ୍ଦ ସମଦ୍ଧୃତ)

✓କୁସୁମ(ଏ ଶବ୍ଦର ଏକ ଅର୍ଥ ପୁଷ୍ପ ଅଟେ)

✓ପ୍ରସଵ(ଜୀଵର ପ୍ରସଵ ଅର୍ଥରେ ଏ ଶବ୍ଦର ଵ୍ଯଵହାର ରହିଛି ତେଵେ ଗାଭୀ ଆଦି ପଶୁମାନଙ୍କ କ୍ଷେତ୍ରରେ ଯେଉଁ ‘ଫଳ’ ଶବ୍ଦ ହୁଏ ତାହା ମନୁଷ୍ଯ ପଶୁ ଭେଦ ରଖିଵା ହେତୁ ଏହି ପ୍ରସଵ ଶବ୍ଦର ସ୍ଥାନ ଅଧିକାର କରିଥିଵା ଅନୁମିତ ହୋଇଥାଏ ।)

✓ପ୍ରସୂନ(ପୁଷ୍ପକୁ ମଧ୍ୟ ପ୍ରସୂନ କୁହାଯାଏ)

✓ଫଳ( ଏ ଶବ୍ଦଟି ଭାରତରେ କେଉଁଠି କେଉଁଠି ପଳ ଵା ପଳମ୍ ଓ ଫଲ୍ ଭାଵରେ ପ୍ରଚଳିତ)


✓ଫଳକ(ଆଜିକାଲି ଏ ଶବ୍ଦର ବହୁଳ ଵ୍ଯଵହାର ନେମ୍ ପ୍ଲେଟ୍ ହେଲାଣି ତେଵେ ଏ ଶବ୍ଦର ଏକ ଅର୍ଥ ଫଳ ମଧ୍ୟ ଅଟଇ)


ତେଵେ ଭାରତରେ ଯେହେତୁ ପ୍ରତ୍ୟେକ ଫଳର ନିର୍ଦ୍ଧିଷ୍ଟ ନାମ ରହିଛି ରହିଥିଲା ତେଣୁ ଲୋକେ ସମସ୍ତ ଫଳଗୁଡ଼ିକର ସାମୁହିକ ଅର୍ଥ ପ୍ରକାଶ ହେତୁରୁ ସେତେ ଶବ୍ଦ ଆଵଶ୍ୟକ କରିନଥିଵେ । ତଥାପି ଭାରତରେ ଫଳ ଅର୍ଥରେ ଏଠାକାର ପ୍ରତ୍ଯେକ ଭାଷାରେ ରହିଛି ଗୋଟିଏ ଦୁଇଟି ଶବ୍ଦ ।  କେଵଳ ସଂସ୍କୃତ କି ଓଡ଼ିଆ ନୁହେଁ କଳିଙ୍ଗଦେଶର କେତେକ ଜନଜାତୀୟ ଭାଷାରେ ମଧ୍ଯ fruit ଶବ୍ଦର କେତେକ ପ୍ରତିଶବ୍ଦ ଚଳୁଅଛି । 

ଯଥା—


✓ସଉରା—ଜଅ

✓ହୋ—ଜଅ,କ

✓କୁଈ—ପଲ

✓ଖରିଆ—ଲକୁ

✓ମୁଣ୍ଡା—କଅ

✓କିସାନ୍—ଫାଡ୍


-----କେତେକ ଵୈଦେଶିକ ଭାଷାରେ

fruit ଵା ଫଳର ପ୍ରତିଶବ୍ଦ -----


ଆରବୀ—fākiha),fawākih

ବର୍ମୀଭାଷା—a.si: , sacsi: (ତୁଳନା—ସଂସ୍କୃତ- ସସ୍ଯ)

ମାଣ୍ଡାରିନ—guǒ , kó(ମିନ୍ ନାନ୍ ଉପଭାଷା)

ଚେକ୍ ଭାଷା—ovoce , plod

ଫିନିଶ୍—hedelmä 

ଗୋଥିକ୍—akran

ଗ୍ରୀକ୍—karpós , opóra

ଆଇରିସ୍—toradh , meas

ଜାପାନୀ—kajitsu , kudámono

କୋରିଆନ୍—gwail

ଲିଥୁଆନୀ—vaisius

ସିଂହଳୀ—ela , pala

ସ୍ଵାହିଲୀ—tunda , matunda

ଥାଇ—lûuk , pǒn

ଭିଏତନାମୀ—quả , trái



No comments:

Post a Comment

ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...