Saturday, July 6, 2019

ଚତୁର ବିନୋଦରେ ଥିବା ଚରିତ୍ରମାନଙ୍କର ବିବରଣୀ


✓ନେତ୍ରାମୋଦ : ଜାତିରେ ବୈଶ୍ୟ ଓ ସେ ‘ରସାଳକାଞ୍ଚନ’ ନଗରରେ ବାସ କରୁଥିଲା ।

✓ଚଞ୍ଚଳାକ୍ଷୀ : ‘ନେତ୍ରାମୋଦ’ର ଝିଅ ।
ସୁହାଗୀ : ‘ଚଞ୍ଚାଳାକ୍ଷୀ’ର ମିତ ।

✓ମୋହନାଙ୍ଗ : ‘ରସାଳକାଞ୍ଚନ’ ନଗରର ରାଜପୁତ୍ର ।

✓ସଂକର୍ଷଣ ପଣ୍ଡା : ଜଣେ ବ୍ରାହ୍ମଣ ଯିଏ ରାଜାଙ୍କ ନିକଟରେ ‘ଚତୁର ବିନୋଦ’ କଥା ଉପସ୍ଥାପନ କରିଛନ୍ତି ।

✓ଅଙ୍ଗଧର : ‘କେଳିନଟ’ ନଗରର ରାଜା । ରାଜା ନିତାନ୍ତ ଅଯୋଗ୍ୟ ଥିବାରୁ ପ୍ରଜା ଅନ୍ୟ ରାଜ୍ୟକୁ ଯାଇ ଭିକ୍ଷା କରୁଥିଲେ ।

✓ନୀଳାଧରୀ : ‘କେଳିନଟ’ ନଗରରେ ଥିବା ‘ଅଙ୍ଗଧର’ଙ୍କ ରାଣୀ ।

✓ଚଣ୍ଡଚକ୍ର : ‘ଅଙ୍ଗଧର’ଙ୍କ ଜ୍ୱାଇଁ ଥାଟର ସେନାପତି ।

✓ବିପୁଳମୁଖୀ : ‘ଚଣ୍ଡଚକ୍ର’ର କନ୍ୟା (ଝିଅ) ।
ମାର୍ଜାରମୁଖା : ‘ବିପୁଳମୁଖୀ’ ପାଇଁ ବର ଅନ୍ୱଷଣକାରୀ ଚାରମାନେ (ଦୂତମାନେ) ଏହାଙ୍କୁ ମୂଷିକ ଗର୍ତ୍ତରୁ ପାଇଥିଲେ ।

✓ମୋତିମାଳା : କାହାଣୀରେ ପ୍ରଦତ୍ତ ଏକ କାଳ୍ପନିକ ନଗରର ନାମ ।

✓କୀର୍ତ୍ତିଚନ୍ଦ୍ର : ‘ମୋତିମାଳା’ ନଗରର ରାଜା ।
ରସ ବିନୋଦ

✓ପୂର୍ଣ୍ଣକାମ : ‘କାଞ୍ଚନବତୀ’ ନଗରର ରାଜା ।
ଚନ୍ଦ୍ରକର ବ୍ରାହ୍ମଣ : ରାଜାଙ୍କ ମୋଣହି ସୂପକାର (ପାଚକ) ।

✓ହେମାଙ୍ଗୀ : ‘ଚନ୍ଦ୍ରକର’ ବ୍ରାହ୍ମଣର ଝିଅ ।

✓ତରୁଣକାନ୍ତ : ‘କାଞ୍ଚନବତୀ’ ନଗରର ମନ୍ତ୍ରୀଙ୍କ ପୁଅ ।

✓ରସପୂର : ‘କାଞ୍ଚନବତୀ’ ନଗରର ଵୈଦ୍ୟ ।
..................................................................................................................................................................................
××ତମାଳକାନ୍ତ ନଗର××

✓ରତ୍ନଶେଖର : ଜାତିର ବଣିଆ, ବାଣିଜ୍ୟ କରି କୁଟୁମ୍ବ ପୋଷେ  ।

✓ନର୍ମଦା : ‘ରତ୍ନଶେଖର’ ବଣିଆର ସ୍ତ୍ରୀ ।
କିଶୋରଚନ୍ଦ୍ର : ବଣିଆ ଜାତିର ଜଣେ ନବଯୁବକ, ଯେ ନର୍ମଦା ସହ ପରକୀୟା ପ୍ରୀତିକରି ଅଳଙ୍କାର ଚୋରାଇ ନେଲା ।

✓ମାଳତୀ ବ୍ରାହ୍ମଣୀ : ବିଟପୁରୁଷଙ୍କ ସଙ୍ଗେ ପ୍ରୀତି କରୁଥିବା ବିଧବା ମହିଳା ।
..................................................................................................................................................................................
ରସସାଗର ନଗର :

✓ଅମରକନ୍ଦ :  ‘ରସସାଗର’ ନଗରର ରାଜା ।
✓ରତିପ୍ରିୟା : ରାଜାଙ୍କ ପାଳତି କନ୍ୟା ।

✓ସୁବଳ ସିଂହ : ‘ରସସାଗର’ ନଗରର କଟୁଆଳର ପୁତ୍ର ଓ ‘ରତିପ୍ରିୟା’ର ପ୍ରେମିକ ।

✓ନୀଳ ସୁନ୍ଦର ଶିଠ : ‘ସିଂହିଳା’ ନିବାସୀ ଜଣେ ଧନୀ ମହାଜନ ।
✓ମଞ୍ଜରୀ କୁମାରୀ : ‘ନୀଳ ସୁନ୍ଦର ଶିଠ’ର କନ୍ୟା ।
✓କୁଞ୍ଜଗଳୀ : ‘ମଞ୍ଜରୀ’ର ଶାରୀ ।
✓ଚମ୍ପୀ : ‘ମଞ୍ଜରୀ’ ପରିବାରର ଦାସୀ ।
✓ଗିରିଧାରୀ ଦତ୍ତ : ଜଣେ ମହାଜନ ପୁତ୍ର ଓ ‘ମଞ୍ଜରୀ’ର ପ୍ରେମିକ ।
✓କାମମତ୍ତା : ‘ସିଂହିଳା’ ଦ୍ୱୀପର ଜୈନିକା ମାଲୁଣି, ସେ ‘ମଞ୍ଜରୀ’କି ଫୁଲ ଜାଗୁଆ କରିଥାଏ ।
✓ହରଷମତି/ହର୍ଷମତି : କେଳୁଣୀ, ସେ ‘ରତିପ୍ରିୟା’ ଓ ‘ସୁବଳ ସିଂହ’ଙ୍କୁ ପ୍ରେମ ସଫଳ ହେତୁ ସାହାଯ୍ୟ କରିଥିଲେ ।

ନୀତି ବିନୋଦ
:କୀର୍ତ୍ତିମଣ୍ଡନ ରାଜ୍ୟ:
✓ଚନ୍ଦ୍ରାଲୋକ : ‘କୀର୍ତ୍ତିମଣ୍ଡନ’ ରାଜ୍ୟର ରାଜା । ରାଜା ଅତ୍ୟନ୍ତ ଧର୍ମପରାୟଣ, ନ୍ୟାୟପରାଣ ହୋଇଥିବାରୁ ପ୍ରଜାମାନେ ସୁଖରେ କାଳାତିପାତ କରୁଥିଲେ ।
✓କୁଶଳକର୍ମା :  ‘କୀର୍ତ୍ତିମଣ୍ଡଳୀ’ ରାଜ୍ୟର ଜୈନିକ ବ୍ରାହ୍ମଣ । ତାହାର ଏକ ଭାର୍ଯ୍ୟା, ଜଣେ ପୁତ୍ର ଓ ଜଣେ କନ୍ୟା ସହ ଚାରିପ୍ରାଣୀ । ‘ବିଚିତ୍ରତୁଙ୍ଗ’ ଦେଶର ରାଜା ଏହାଙ୍କୁ ଆପଣା ‘ଅମରତିଳକ’ ରାଜ୍ୟକୁ ‘ବେଦ ପାରାୟଣ’ କରିବା ନିମତ୍ତେ ବରଣ କରିନେଲେ ।
✓କୁନ୍ଦରେଖା : ‘କୀର୍ତ୍ତିମଣ୍ଡନ’ ରାଜ୍ୟର ଅଧିବାସୀ ‘କୁଶଳକର୍ମା’ର କନ୍ୟା ।
✓ପୁଣ୍ଡରୀକ ପଣ୍ଡା : ଜନୈକ ବ୍ରାହ୍ମଣ ଯୁବକ । ୟେ ‘କୁନ୍ଦରେଖା’କୁ ପୁଷ୍କରଣୀରୁ ବଞ୍ଚାଇଥିବାରୁ ସେ ସୂର୍ଯ୍ୟ-ଚନ୍ଦ୍ର,ଅଷ୍ଟଦିଗପାଳ ଓ ‘ବିମ୍ୱଓଷ୍ଠ’ ଶୁକ ତଥା ‘ଚିତ୍ରକଣ୍ଠିକା’ ଶାରୀ ଆଦିଙ୍କ ସମ୍ମୁଖରେ ପ୍ରତିଜ୍ଞା କରି ଏହାଙ୍କୁ ସ୍ୱାମୀ ରୂପେ ବରଣ କରିଥିଲେ ।
✓ଗୋପକଦମ୍ୱ : ‘ବିଚିତ୍ରତୁଙ୍ଗ’ ଦେଶର ଜଣେ ବ୍ରାହ୍ମଣ । ୟେ ‘କୁଶଳକର୍ମା’ଙ୍କର ‘ଅମରତିଳକ’ ରାଜ୍ୟରେ ସ୍ୱାସ୍ଥ୍ୟହାନୀକାଳରେ ଅନେକ ସେବା ଯତ୍ନ କରିଥିଲେ । ଏହି ହେତୁରୁ ‘କୁଶଳକର୍ମା ଆପଣା କନ୍ୟା ‘କୁନ୍ଦରେଖା’ର ବିବାହ ଏହାଙ୍କ ସହିତ କରିବାକୁ ପ୍ରତିଜ୍ଞା କରିଥିଲେ ।
✓ସତ୍ୟକାମା : ‘କୁଶଳକର୍ମା’ଙ୍କର ଧର୍ମପତ୍ନୀ । ୟେ ଆପଣା କନ୍ୟାର ବିବାହ ସେହି ନଗ୍ରର ଚକ୍ରରାଶି ନାମକ ଜଣେ ବ୍ରାହ୍ମଣ ସହିତ କରାଇ ଦେବେ ବୋଲି ପ୍ରତିଶୃତିବଦ୍ଧ ଥିଲେ ।
✓ଚକ୍ରରାଶି : ‘ସତ୍ୟକାମା’ ଏ ବ୍ରାହ୍ମଣ ସହିତ ‘କୁନ୍ଦରେଖା’ର ବିବାହ କରାଇ ଦେବେ ବୋଲି ପ୍ରତିଶୃତିବଦ୍ଧ ଥିଲେ ।

:କେଳିକାଞ୍ଚନ ନଗ୍ର:
✓ଗୁଣଗୌର : ‘କେଳିକାଞ୍ଚନ’ ନଗ୍ରର ରାଜା ।
ମଞ୍ଜୁଳରୂପ : ‘ଜୟଘୋଷ’ ଗ୍ରାମର ଅଧିବାସୀ । ୟେ ଜଣେ ସାଧବ ବେପାରୀ । ବାଣିଜ୍ୟ କରି କୁଟୁମ୍ବ ପୋଷେ ।
✓ଭୀମମୁଖା : ଜଣେ ଶବର । ୟେ ‘ମଞ୍ଜୁଳରୂପ’ ବୈଶ୍ୟକୁ ଧନୀକ ଜାଣି ପଥେ ଲୁଣ୍ଠନ କଲା ।
✓ସିନ୍ଦୁର ନଟ : ଏ ଜଣ ନାଟୁଆ । ଭୀମମୁଖା ଏହାର ପ୍ରିୟଜନ । ମଞ୍ଜୁଳରୂପ ଠାରୁ ଲୁଟିଥିବା ଧନ ଭୀମମୁଖା ଏହା ପାଖରେ ରଖାଇ ଥିଲା ।
✓ତରଙ୍ଗନୟନୀ : ନାଟୁଆର କୁମାରୀ ।
✓ଭ୍ରମଣ ସିଂହ : ବୃତ୍ତିରେ ଜଣେ କଟୁଆଳ । ୟେ ନାଟୁଆର କୁମାରୀ ତରଙ୍ଗନୟନୀ ସହିତ ଚୋରା ପୀରତି ରଖିଥିଲା ।
✓ରତ୍ନପ୍ରଭା : ଭ୍ରମଣ ସିଂହ କଟୁଆଳିର କାନ୍ତା(ପ୍ରେମିକା)  ।
✓ବିନୋଦକନ୍ଦ : କେଳିକାଞ୍ଚନ ରାଜ୍ୟର ଯୁଵରାଜ, ସେ ଭ୍ରମଣସିଂହ କଟୁଆଳର ସ୍ତ୍ରୀ ସହ ଗୁପ୍ତ କେଳି କରୁଥିଲା ।
✓ଚଣ୍ଡମୁଖ : କେଳିକାଞ୍ଚନ ରାଜ୍ୟର ସେନାପତି । କେଳିକାଞ୍ଚନ ରାଜ୍ୟର ରାଜାଙ୍କ ପ୍ରରୋଚନାର କଟୁଆଳ ଭ୍ରମଣସିଂହକୁ ହତ୍ୟା କରିଥିଲେ ।
✓ଚିତ୍ରକଣ୍ଠିକା ଶାରୀ :  କୁନ୍ଦରେଖା, ପଣ୍ଡୁରୀକ ପଣ୍ଡାକୁ ବରଣ କରିବାକୁ ଶପଥ କଲାବେଳେ ଯେଉଁ (ଶୁଆ) ଶାରୀକୁ ସାଖି ରଖିଥିଲା ।
..................................................................................................................................................................................................
ସରଦ୍ୱୀପ ରାଜ୍ୟ
✓ରସିକମାଳୀ : ସରଦ୍ୱୀପ ରାଜ୍ୟର ରାଜା ପୁଅ ।
✓ନେତ୍ରମଣ୍ଡଳ :  ସରଦ୍ୱୀପ ରାଜ୍ୟର ମନ୍ତ୍ରୀ ।         ଏ ତିନିଜଣ ପରମ ମିତ୍ର ।
✓ହେମଗୌର :  ସରଦ୍ୱୀପ ରାଜ୍ୟର ସାଧବ ।
✓ଧ୍ୟାନାନନ୍ଦ ଗୋସେଇଁ : ବସନ୍ତପୁର ପର୍ବତ ଉପରେ ଏହାଙ୍କ ଆଶ୍ରମ ।
✓ଚିତ୍ରାଙ୍ଗୀ : ଧ୍ୟାନାନନ୍ଦ ଆଶ୍ରମରେ ରହୁଥିବା ଝିଅ । ଏ କନ୍ୟାକୁ ତିନିମିତ୍ର ଭିତରୁ ଯିଏ ନାଗବଳୀ ଦ୍ୱୀପର କୃଷ୍ଣମଲ୍ଲିକା, ସୁହର୍ଣ୍ଣକେତକୀ ଓ ରଜତ        ଦୁଦୁରା ଏ ତିନି ଦ୍ରବ୍ୟ ଆଣିପାରିବ ସେ ଏ କନ୍ୟାକୁ ବିବାହ କରିବ ।
..................................................................................................................................................................................................
ଗନ୍ଧବକୁଳ : ଜଣେ ଗୋପାଳ ।
✓ବିନୋଦିନୀ : ଗନ୍ଧବକୁଳର ଭାରିଜା ।
✓ବିମ୍ବା :   ଗନ୍ଧବକୁଳ ଓ ବିନୋଦିନୀର ପୁଅ ।
✓ବଳିମୁଖା : ଗନ୍ଧବକୁଳର ସ୍ତ୍ରୀ ବିନୋଦିନୀ ସହିତ ପାପକେଳି କରୁଥିଲା । ଜାତିର ଏ ନାପିତ ଅଟେ , ବିମ୍ବାକୁ ଧରି ବିନୋଦିନୀ ଏହା ସହିତ ପଳାଇ ଯାଇ ଚନ୍ଦ୍ରବିମ୍ବ ରାଜ୍ୟରେ ପହଞ୍ଚିଲେ ।
✓ମାନଦତ୍ତ : ଚନ୍ଦ୍ରବିମ୍ବ ରାଜ୍ୟର ଜଣେ ମହାଜନ । ଏହାଙ୍କ ନିକଟରେ ବିନୋଦିନୀ ଓ ବଳିମୁଖା ନାପିତ ଗନ୍ଧବକୁଳ ଗୋପାଳ ସମ୍ଭୁତ ପୁତ୍ର ବିମ୍ବାକୁ ଟଙ୍କା ପାଇଁ ବିକି ଦେଇଥିଲେ । ବିମ୍ବା କେତେକାଳ ମାନଦତ୍ତ ନିକଟରେ ରହି ଦିନେ ପାତାଳୀ ନାମକ ନଦୀରେ ଭାସିଯାଇ ପହଞ୍ଚିଲା ବିଦ୍ରୁମାଳୀ ରାଜ୍ୟରେ ।
..................................................................................................................................................................................................
✓ଚଣ୍ଡବାହୁ : ବିଦ୍ରୁମାଳୀ ରାଜ୍ୟର ରାଜା ।
✓ରତ୍ନନିଧି : ଚଣ୍ଡବାହୁଙ୍କ ରାଣୀ । ବିମ୍ବା ନଦୀରେ ଭାସି ଯାଉଥିବାର ଦେଖି ରାଜାଙ୍କୁ କହି ତାକୁ ଉଦ୍ଧାର କରିଥିଲେ ।
✓ମକରଛେଦନ : ଜଣେ ନାଉରୀ । ଜଣେ ବୋଇତିଆଳ ଏହାକୁ ଶହେ ଟଙ୍କା ଦେବ ବୋଲି କହି ବିମ୍ବାକୁ ଉଦ୍ଧାର କରିବାକୁ କହିଲା ।
✓ବିମ୍ବଓଷ୍ଠ : କୁନ୍ଦରେଖା, ପଣ୍ଡୁରିକ ପଣ୍ଡାକୁ ସ୍ୱାମୀ ବରଣ ହେତୁ ଯେଉଁ ଶୁଆ ଆଗରେ ପ୍ରତିଜ୍ଞା କରିଥିଲା ।

(ଶିଶିର ସାହୁ ମନୋଜ)

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...